Posted inଖେଳ

ଲାଗିଲା ମୋହର: ଶେଷରେ ଏହି ଯୁବତୀଙ୍କ ହାତ ଧରିବେ ବୁମ୍‌ରା

ନୂଆଦିଲ୍ଲୀ,୧୪।୩: ଭାରତୀୟ କ୍ରିକେଟ ଟିମ୍‌ର ଦ୍ରୁତ ବୋଲର୍‌ ଜସପ୍ରିତ ବୁମ୍‌ରା ଏବେ ନିଜ ବିବାହକୁ ନେଇ ଖବର ଶିରୋନାମାରେ। ହେଲେ ସବୁଠାରୁ ବେଶି ଚର୍ଚ୍ଚାରେ ରହିଥିଲା କିଏ ହେବ ତାଙ୍କ ଜୀବନସାଥୀ। ଅନେକଙ୍କ ସହ ତାଙ୍କ ନାମ ଯୋଡ଼ା ଯାଇଥିଲେ ହେଁ ଏବେ ତାହା ସ୍ପଷ୍ଟ ହୋଇଛି। ବୁମ୍‌ରା ଟିଭି ପ୍ରେଜେଣ୍ଟର ସଞ୍ଜନା ଗଣେଶନ୍‌ଙ୍କୁ ବିବାହ କରିବେ। ବଲିଉଡ୍‌ ଅଭିନେତ୍ରୀ ତାରା ଶର୍ମା ସଲୁଜା ନିଜର ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଫଟୋ ପୋଷ୍ଟ କରିବା ପରେ ଏହା ଉପରେ ମୋହର ଲାଗିଛି।

ଫଟୋ ଶେୟାର କରି ତାରା ଲେଖିଛନ୍ତି, ବୁମ୍‌ରା ଏବଂ ସଞ୍ଜନାଙ୍କୁ ବିବାହ ଲାଗି ଶୁଭକାମନା। ଆମ ତରଫରୁ ବହୁତ ଭଲପାଇବା ଏବଂ ଶୁଭେଚ୍ଛା। ଆମ ଶୋ ‘ଦ ତାରା ଶର୍ମା’କୁ ଆସିଥିବାରୁ ଉଭୟଙ୍କୁ ଧନ୍ୟବାଦ। ଏହାର ସିଜନ-୬ରେ ଉଭୟଙ୍କ ସହ ଏକାସାଙ୍ଗରେ କଥା ହୋଇପାରିବୁ ବୋଲି ଚାହିଁବୁ।

ପ୍ରକାଶ ଯେ, ନିକଟରେ ବୁମ୍‌ରା ଇଂଲଣ୍ଡ ବିପକ୍ଷ ଚତୁର୍ଥ ଟେଷ୍ଟଠାରୁ ନିଜ ନାମକୁ ଓହରାଇ ନେଇଥିଲେ। ଏହାପରେ ସେ ବିବାହ କରିବାକୁ ଯାଉଥିବା ଜଣାପଡ଼ିଥିଲା। ହେଲେ ସେ କାହାକୁ ବିବାହ କରିବାକୁ ଯାଉଛନ୍ତି ତାହା ସ୍ପଷ୍ଟ ହୋଇ ନ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସାମ୍ନାକୁ ଆସିଲା କୋହଲିଙ୍କ ରାଗ

କାନବେରା,୨।୧୨: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ତିନିମ୍ୟାଚ୍‌ ବିଶିଷ୍ଟ ଏକଦିବସୀୟ ସିରିଜ୍‌ ଏବେ ଖେଲାଯାଉଛି। ପ୍ରଥମ ୨ଟି ମ୍ୟାଚ୍‌ ଜିତି ସିରିଜ୍‌ ହାତେଇଛନ୍ତି ଘରୋଇ...

ପୂର୍ବତନ ବିଶ୍ୱ ସ୍କେଟିଂ ଚାମ୍ପିୟନଙ୍କ ଅକାଳ ମୃତ୍ୟୁ

ସିଡ୍‌ନୀ, ୧୯ା୭ (ଏପି)- ପୂର୍ବତନ ବିଶ୍ୱ ଜୁନିୟର ପେୟାର ଫିଗର ସ୍କେଟିଂ ଚାମ୍ପିୟନ ଇକାଟରିନା ଆଲେଜାଣ୍ଡ୍ରୋଭସ୍କାୟାଙ୍କର ମସ୍କୋର ମୃତ୍ୟୁ ଘଟିଛି। ଅଷ୍ଟ୍ରେଲିଆ ଅଲିମ୍ପିକ କମିଟି ପକ୍ଷରୁ...

ଏସ୍‌ଆର୍‌ଏଚ୍‌ର ସହଜ ବିଜୟ…

ମୁମ୍ବାଇ, ୨୩।୪ : ଆଇପିଏଲ୍‌ ସିଜିନ୍‌ର ୧୫ତମ ସଂସ୍କରଣରେ ଶନିବାର ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି) ବିପକ୍ଷରେ ସନ୍‌ ରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ସହଜ ବିଜୟ ହାସଲ...

ଭାରତ ବିପକ୍ଷ ସିରିଜ ପୂର୍ବରୁ ଇଂଲଣ୍ଡକୁ ବଡ ଝଟ୍‌କା; ଅନିଶ୍ଚିତକାଳ ପାଇଁ କ୍ରିକେଟରୁ ବିରତି ନେଲେ…

ନୂଆଦିଲ୍ଲୀ,୩୧।୭: ଭାରତ-ଇଂଲଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ଟେଷ୍ଟ ସିରିଜର ଠିକ୍‌ ପୂର୍ବରୁ ଇଂଲଣ୍ଡ ଟିମ୍‌କୁ ଲାଗିଛି ବଡ଼ ଝଟ୍‌କା। ଇଂଲଣ୍ଡ ଟିମ୍‌ର ଷ୍ଟାର ଅଲରାଉଣ୍ଡର ବେନ...

ଖ୍ରୀଷ୍ଟମାସ ଅବସରରେ ସାଣ୍ଟା କ୍ଲଜ ପୋଷାକରେ ଶୁଭେଚ୍ଛା ଜଣାଇଲେ ସଚିନ

ନୂଆଦିଲ୍ଲୀ,୨୫ା୧୨- କିମ୍ବଦନ୍ତୀ ଭାରତୀୟ କ୍ରିକେଟର ସଚିନ ତେନ୍ଦୁଲକର ଶୁକ୍ରବାର ସାଣ୍ଟା କ୍ଲଜ ପୋଷାକ ପରିଧାନ କରି ଖ୍ରୀଷ୍ଟମାସ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି। ଟୁଇଟରରେ ଭିଡିଓ ଶେୟାର...

ଏସ୍‌ଆର ଚେସ୍‌: ତନ୍ମୟ ଚାମ୍ପିୟନ

ଭୁବନେଶ୍ୱର, ୨୬।୧(କ୍ରୀଡ଼ା ପ୍ରତିନିଧି): ଏସ୍‌ଆର ଚେସ୍‌ ସେଣ୍ଟର ଆନୁକୂଲ୍ୟରେ ଆୟୋଜିତ ୨୬ତମ ଅନ୍‌ଲାଇନ୍‌ ଚେସ୍‌ ଚାମ୍ପିୟନଶିପ୍‌ରେ ତନ୍ମୟ ତ୍ରିପାଠୀ ଚାମ୍ପିୟନ ହୋଇଛନ୍ତି। ୫ ରାଉଣ୍ଡ ବିଶିଷ୍ଟ...

ମ୍ୟାଚ୍‌ ହାରିବା ପରେ ରାଗିଯାଇ ଗାଙ୍ଗୁଲିଙ୍କୁ ଏପରି କହିଥିଲେ ସଚିନ: ଶୋଇଥିବା ରୁମ୍‌ରେ ଭର୍ତ୍ତି କରିଦେଇଥିଲେ ପାଣି

ନୂଆଦିଲ୍ଲୀ,୨୨।୭: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ଅଧ୍ୟକ୍ଷ ସୌରଭ ଗାଙ୍ଗୁଲୀ ଓ ସଚିନ ତେନ୍ଦୁଲକର ଶହେରୁ ଅଧିକ ମ୍ୟାଚ୍‌ ଏକାସଙ୍ଗେ ଖେଳିଛନ୍ତି। ଏଥିପାଇଁ ସଚିନଙ୍କ ସହ...

କ୍ରମାଗତ ତୃତୀୟ ବିଜୟ ଲକ୍ଷ୍ୟରେ ଆରସିବି

ବେଙ୍ଗାଲୁରୁ, ୨୪।୪(ପି.ଟି.)-ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ-୧୨)ରେ ବୁଧବାର ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ଓ କିଙ୍ଗ୍ସ ଇଲେଭେନ ପଞ୍ଜାବ ମଧ୍ୟରେ ମ୍ୟାଚ ଏଠାରେ ଅନୁଷ୍ଠିତ ହେବ।...

Advertisement
Archives

Model This Week