ଫେଲ ହୋଇଗଲେ ରାଜକୁମାରୀଙ୍କ ପତି

ଟୋକିଓ,୨ ।୧୧: ଜାପାନର ପୂର୍ବତନ ସମ୍ରାଟ ଅକିହିତୋଙ୍କ ନାତୁଣୀ ତଥା ଜାପାନ ରାଜକୁମାରୀ ମାକୋ ନିକଟରେ ରାଜପରିବାର ତ୍ୟାଗ କରି ନିଜ ପୁରୁଷ ବନ୍ଧୁ କେଇ କୋମୁରୋଙ୍କୁ ବିବାହ କରିଥିଲେ । ଏହି ବିବାହକୁ ନେଇ ଚର୍ଚ୍ଚା ବି ଯୋର ଧରିଥିଲା । ହେଲେ ଏବେ ଜଣାପଡିଛି କି ରାଜକୁମାରୀଙ୍କ ପତି କେଇ କୋମୁରୋ ନ୍ୟୁୟର୍କ ଷ୍ଟେଟ ବାର୍ ଏକ୍‌ଜାମରେ ଫେଲ ହୋଇ ଯାଇଛନ୍ତି । ଡେଲି ମେଲର ଏକ ରିପୋର୍ଟ ଅନୁଯାୟୀ, ରାଜକୁମାରୀଙ୍କ ପତି ଚଳିତ ବର୍ଷ ଗ୍ରୀଷ୍ମ ସମୟରେ ଅନୁଷ୍ଠିତ ହୋଇଥିବା ନ୍ୟୁୟର୍କ ଷ୍ଟେଟ ବାର୍ ଏକ୍‌ଜାମ ଦେଇଥିଲେ । ଏହାର ଫଳାଫଳ ଶୁକ୍ରବାର ନ୍ୟୁୟର୍କ ଷ୍ଟେଟ ବୋର୍ଡ ଅଫ୍ ଲ ଏକଗଜାମିନର୍ସର ୱେସାଇଟରେ ପୋଷ୍ଟ କରାଯାଇଛି । ହେଲେ ସଫଳ ହୋଇଥିବା ପ୍ରାର୍ଥୀଙ୍କ ତାଲିକାରେ ରାଜକୁମାରୀଙ୍କ ପତିଙ୍କ ନାମ ନାହିଁ । ଏହାକୁ ନେଇ କୋମୁରୋ କହିଛନ୍ତି ସେ ପାଠପଢା ଜାରି ରଖିବେ । ଆସନ୍ତା ଫେବୃୟାରୀରେ ପୁଣିଥରେ ପରୀକ୍ଷା ଦେବେ । ରାଜକୁମାରୀ ମଧ୍ୟ ତାଙ୍କୁ ପାଠପଢାରେ ସହଯାଗ କରିବେ ବୋଲି କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଏକରେ ଅନେକ: ସମସ୍ତଙ୍କର ପ୍ରିୟ ରମାକାନ୍ତ ମିଶ୍ର

କାବି୍ୟକ ଛଟାରେ ମନର ଭାବକୁ ବ୍ୟକ୍ତ କଲାବେଳେ ହେଉ କି ଚିତ୍ରକରର ରଙ୍ଗକୁ ସର୍ବାଙ୍ଗରେ ବୋଳି ମଞ୍ଚରେ ଅଭିନୟ କଲାବେଳେ, ବିଷଣ୍ଣତାର ଆବରଣ ଫିଙ୍ଗି ହସର...

ମର୍କେଲଙ୍କ ପାର୍ଟିର ପରାଜୟ

ବର୍ଲିନ୍‌, ୨୮ା୯: ଜର୍ମାନୀର ସାଧାରଣ ନିର୍ବାଚନରେ ବିଦାୟୀ ଚାନ୍‌ସେଲର ଆଞ୍ଜେଲା ମର୍କେଲଙ୍କ କଞ୍ଜରଭେଟିଭ ପାର୍ଟି କମ୍‌ ପ୍ରତିଶତ ଭୋଟ ବ୍ୟବଧାନରେ ପରାଜିତ ହୋଇଛି। ମର୍କେଲ ଚଳିତ...

ବାଇକ୍‌ ଚଲାଇ କରୁଥିଲେ ଫେସ୍‌ବୁକ୍‌ ଲାଇଭ୍‌, ଆଉ ତା’ପରେ..

ଏବେ ଏକପ୍ରକାର ନିଶା ପାଲଟିଛି ସ୍ମାର୍ଟଫୋନ। କେବଳ ଯୁବପିଢି ନୁହେଁ, ସମସ୍ତଙ୍କୁ ନିଜ ମାୟାରେ ବଶୀଭୂତ କରିଛି ସ୍ମାର୍ଟଯୁଗର ସ୍ମାର୍ଟଫୋନ। ସ୍ମାର୍ଟଫୋନ କେବଳ ଆଖି ଖରାପ...

କରୋନାର ନୂଆ ଭାରିଆଣ୍ଟକୁ ନେଇ ପୁଣି ଚିନ୍ତାରେ ବିଶ୍ୱ

କେପ୍‌ଟାଉନ/ନୂଆଦିଲ୍ଲୀ,୨୬।୧୧: ଦକ୍ଷିଣ ଆଫ୍ରିକାରେ କରୋନାର ନୂତନ ଭାରିଆଣ୍ଟ ଚିହ୍ନଟ ହୋଇଛି । ଏହି ଭାରିଆଣ୍ଟ ଦୃତଗତିରେ ବ୍ୟାପୁଛି । ଗବେଷଣା ପରେ ବୈଜ୍ଞାନିକମାନେ କରିଛନ୍ତି ଯେ,...

ଭାରତୀୟ ପନିପରିବା ଓ ଫଳ ଉପରେ ନେପାଳର କଟକଣା: ଲ୍ୟାବ୍‌ ଟେଷ୍ଟ ପରେ ପ୍ରବେଶ ପାଇଁ ମିଳିବ ଅନୁମତି

କାଠମାଣ୍ଡୁ,୨୩।୬: ନେପାଳରେ ଭାରତୀୟ ପନିପରିବା ଓ ଫଳ ଉପରେ କଟକଣା ଲାଗୁ ହୋଇଛି। ଲ୍ୟାବ୍‌ ଟେଷ୍ଟ ପରେ ପନିପରିବା ଓ ଫଳକୁ ନେପାଳରେ ଏଣ୍ଟ୍ରି ଅନୁମତି...

ମୂଳ ଭାରତୀୟ ଦମ୍ପତି ତିଆରି କଲେ ଶସ୍ତା ଭେଣ୍ଟିଲେଟର: ଦାମ ସାଢ଼େ ୭ ହଜାର

ଓ୍ବାଶିଂଟନ,୨୬।୫: ପୃଥିବୀରେ କରୋନା ସଂକ୍ରମଣ ଥମିବାର ନାଁ ଧରୁନି। କରୋନା ସଂକ୍ରମିତଙ୍କ ଚିକିତ୍ସା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ପାଲଟି ଥିବା ଭେଣ୍ଟିଲେଟର ମୁଖ୍ୟ ସମସ୍ୟା ଭାବେ ଉଭା...

ବ୍ଲାକ୍‌ଲିଷ୍ଟରେ ପାକିସ୍ତାନ

ଇସଲାମାବାଦ,୨୩।୮: ଭାରତ ସହ ଯୁଦ୍ଧ କରିବାକୁ ପ୍ରସ୍ତୁତ ଥିବା ପାକିସ୍ତାନ ଓ ତା’ର ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁଙ୍କୁ ପୁଣି ଏକ ଶକ୍ତ ଧକ୍କା ଲାଗିଛି। ଫାଇନାନ୍‌ସିଆଲ୍‌...

ଚେର୍ନୋବିଲ ନ୍ୟୁକ୍ଲିୟର ପ୍ଲାଣ୍ଟରୁ ହଟିଲେ ରୁଷୀୟ ସୈନ୍ୟ

କ୍ୱିଭ୍‌,୩୧।୩: ରୁଷିଆ ଓ ୟୁକ୍ରେନ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ୩୬ ଦିନରେ ପହଞ୍ଚିଛି। ହେଲେ ଏପର୍ଯ୍ୟନ୍ତ ୟୁକ୍ରେନ ଉପରେ ରୁଷିଆ ସୈନ୍ୟଙ୍କ ଆକ୍ରମଣ ହ୍ରାସ...

Advertisement
Archives

Model This Week