ମୋଦିଙ୍କ ଜାପାନ ଗସ୍ତ ମଧ୍ୟରେ କୋଟି କୋଟି ଟଙ୍କା କ୍ଷତି ସହିଲା ଆମେରିକା! ହାତରୁ ଗଲା ବଡ଼ ଡିଲ୍‌

ଓ୍‌ବାଶିଂଟନ୍‌,୨୯।୮: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଟାରିଫ୍‌ ଯୁଦ୍ଧ ବିଶ୍ୱ ଅର୍ଥନୀତିରେ ହଇଚଇ ସୃଷ୍ଟି କରିଛି। ଭାରତ ଉପରେ ୫୦% ଟାରିଫ୍‌ ଲାଗୁ କରିବା ପଦକ୍ଷେପକୁ ବିଶ୍ୱବ୍ୟାପୀ ସମାଲୋଚନା କରାଯାଉଥିବା ବେଳେ, ଏବେ ଜାପାନ ମଧ୍ୟ ଆମେରିକାରେ $୫୫୦ ବିଲିୟନର ଏକ ନିବେଶ ପ୍ୟାକେଜକୁ ବନ୍ଦ କରିଦେଇଛି। ଜାପାନର ଶ୍ରେଷ୍ଠ ବାଣିଜ୍ୟ ଆଲୋଚନାକାରୀ ର୍ୟୋସେଇ ଆକାଜାୱା ଏହି ଚୁକ୍ତିକୁ ଚୂଡ଼ାନ୍ତ କରିବା ପାଇଁ ଆମେରିକା ଯିବାର ଥିଲା, କିନ୍ତୁ ସେ ଶେଷ ମୁହୂର୍ତ୍ତରେ ଯାତ୍ରା ସ୍ଥଗିତ ରଖିଥିଲେ।

ଆମେରିକା ଏବଂ ଜାପାନ ମଧ୍ୟରେ ପୂର୍ବରୁ ଏକ ଚୁକ୍ତି ହୋଇଥିଲା ଯେ ଆମେରିକା ଜାପାନୀ ଆମଦାନୀ ଉପରେ ଟାରିଫ୍‌ ୨୫% ରୁ ୧୫% କୁ ହ୍ରାସ କରିବ। ଜାପାନ ଆମେରିକାରେ $୫୫୦ବିଲିୟନ ନିବେଶ କରିବ, କିନ୍ତୁ ନିକଟରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ଏହା ଆମର ଟଙ୍କା, ଆମେ ଏହାକୁ ଆମର ଇଚ୍ଛା ଅନୁଯାୟୀ ନିବେଶ କରିବୁ ଏବଂ ଦାବି କରିଛନ୍ତି ଯେ ଲାଭର ୯୦% ଆମେରିକା ପାଖରେ ରହିବ। ଜାପାନୀ ଅଧିକାରୀମାନେ ଏଥିରେ ମତଭେଦ ପ୍ରକାଶ କରି କହିଛନ୍ତି ଯେ ନିବେଶ ପାରସ୍ପରିକ ଲାଭର ନୀତି ଉପରେ ଆଧାରିତ ହେବା ଉଚିତ।

ଜାପାନ ସରକାର ଆମେରିକା ଠାରୁ ଦାବି କରିଛି ଯେ ଅଟୋ ପାର୍ଟସ ଉପରେ ଟାରିଫ୍‌ ହ୍ରାସ କରିବା ପାଇଁ ରାଷ୍ଟ୍ରପତିଙ୍କ ଟାରିଫ୍‌ ନିର୍ଦ୍ଦେଶକୁ ସଂଶୋଧନ କରାଯାଉ। ଓଭରଲାପିଂ ଟାରିଫ୍‌କୁ ଉଚ୍ଛେଦ କରାଯିବା ଉଚିତ। ଜାପାନୀ ମୁଖପାତ୍ର ୟୋଶିମାସା ହାୟାଶି କହିଛନ୍ତି ଯେ ଆମେରିକା ପ୍ରଶାସନିକ ସ୍ତରରେ କିଛି ପ୍ରସଙ୍ଗରେ ଆହୁରି ଆଲୋଚନା ଆବଶ୍ୟକ, ତେଣୁ ଗସ୍ତ ବାତିଲ କରାଯାଇଛି।

ଏହି ଘଟଣା ଏପରି ଏକ ସମୟରେ ଘଟିଛି ଯେତେବେଳେ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୯-୩୦ ଅଗଷ୍ଟରେ ଦୁଇ ଦିନିଆ ଜାପାନ ଗସ୍ତରେ ଅଛନ୍ତି। ଜାପାନ ପ୍ରଧାନମନ୍ତ୍ରୀ ଶିଗେରୁ ଇଶିବା ତାଙ୍କୁ ୧୫ତମ ଭାରତ-ଜାପାନ ବାର୍ଷିକ ଶିଖର ସମ୍ମିଳନୀରେ ନିମନ୍ତ୍ରଣ କରିଛନ୍ତି। ବୈଠକରେ ରଣନୈତିକ ସହଭାଗୀତା, କ୍ୱାଡ ସହଯୋଗ ଏବଂ ଆଞ୍ଚଳିକ ସୁରକ୍ଷା ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରାଯିବ। ଅନ୍ତର୍ଜାତୀୟ ବିଶ୍ଳେଷକମାନେ ବିଶ୍ୱାସ କରନ୍ତି ଯେ ଜାପାନର ଏହି ପଦକ୍ଷେପ ଆମେରିକା-ଏସିଆ ସମ୍ପର୍କକୁ ପ୍ରଭାବିତ କରିପାରିବ ଏବଂ ଭାରତ-ଜାପାନ ସହଭାଗୀତା ଆହୁରି ମଜବୁତ ହୋଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

ଚାଲାଣ ବେଳେ ଧରାପଡ଼ିଲା ୧୧୪୦ କେଜି ଗଞ୍ଜେଇ

ତୁମୁଡିବନ୍ଧ,୧୯ା୯(ଦୀପକ କୁମାର ପରାସେଠ): ଏକ ବଡ଼ ଧରଣର ଗଞ୍ଜେଇ ଚୋରା ଚାଲାଣକୁ ପଣ୍ଡ କରିଛି କନ୍ଧମାଳ ଜିଲା ତୁମୁଡିବନ୍ଧ ପୋଲିସ। ଚୋରା ଚାଲାଣ ହେବାକୁ ଥିବା ଗଞ୍ଜେଇ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ ପ୍ରଶ୍ନପତ୍ର ଲିକ୍‌: ସାଇବର ଥାନାରେ ମାମଲା, ତଦନ୍ତ ପାଇଁ ଗଠନ ହେଲା କମିଟି

କୋରାପୁଟ,୧୯(ଅମିତାଭ ବେହେରା): ବିକ୍ରମ ଦେବ ବିଶ୍ୱବିଦ୍ୟାଳୟର ଇଂଲିଶ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ଅଭିଯୋଗକୁ ନେଇ ଚର୍ଚ୍ଚା ଏବେ ଜୋର ଧରିଛି। ଘଟଣାର ଗମ୍ଭିରତା ଦୃଷ୍ଟିରୁ ବିଶ୍ୱବିଦ୍ୟାଳୟ…

ଧରାପଡ଼ିଲେ ନକଲି ଏମ୍‌ଭିଆଇ

ଫୁଲବାଣୀ,୧୯ା୯(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ସାରଙ୍ଗଡ ଥାନା ପୋଲିସ ଜଣେ ନକଲି ମୋଟର ଯାନ ନିରୀକ୍ଷକ(ଏମ୍‌ଭିଆଇ)ଙ୍କୁ ଗିରଫ କରିଛି। ସେ ହେଲେ ଚକାପାଦ ଥାନା ଅନ୍ତର୍ଗତ…

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ: ୨୨ ସେପ୍ଟେମ୍ବର ସୁଦ୍ଧା ଗଭୀର ଅବପାତ ରୂପ ନେବା ଆଶଙ୍କା

ଭୁବନେଶ୍ୱର, ୧୯।୯: ଉତ୍ତର ଆଣ୍ଡାମାନ ସାଗର ଏବଂ ତାହାର ସଂଲଗ୍ନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଶନିବାର…

ଆରମ୍ଭ ହେଲା ଏସିଆନ ଗେମ୍ସ, ମନୁ ଭାକର, ପବନ ଶେରାଓ୍ବତ ନେଲେ ଭାରତର ନେତୃତ୍ୱ

ନାଗୋୟା,୧୯ା୯: ଦିନକର ସାଙ୍ଗଠନିକ ସ୍ଥାନୀୟ ମିଜୁହୋ ପାର୍କ ଆଥଲେଟିକ୍‌ ଷ୍ଟାଡିୟମରେ ରଙ୍ଗାରଙ୍ଗ ହାଇଟେକ୍‌ ଉଦ୍‌ଘାଟନୀ କାର୍ଯ୍ୟକ୍ରମ ସହ ୨୦ତମ ଏସିଆନ ଗେମ୍ସ ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଛି।…

ଡେଭିିସ କପ୍‌ରେ ଭାରତକୁ ହରାଇଲା କୋରିଆ

ସିଓଲ, ୧୯ା୯: ଏସିଆର ପ୍ରଥମ ଦେଶ ଭାବେ ଡେଭିସ କପ୍‌ ଫାଇନାଲ-୮ରେ ପ୍ରବେଶ ପାଇଁ ମିଳିଥିବା ଏକ ଐତିହାସିକ ସୁଯୋଗକୁ ହରାଇଛି ଭାରତ। ଅନୁଷ୍ଠିତ କ୍ୱାଲିଫାୟର-୨ରେ କୋରିଆ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ +୩ ଦ୍ୱିତୀୟ ସେମିଷ୍ଟର ପ୍ରଶ୍ନପତ୍ର ଲିକ୍‌

ଜୟପୁର,୧୯ା୯(ପବନ ପାଣିଗ୍ରାହୀ): କୋରାପୁଟ ଜିଲା ଜୟପୁରସ୍ଥିତ ବିକ୍ରମଦେବ ବିଶ୍ୱବିଦ୍ୟାଳୟ ଅଧୀନରେ ଚାଲିଥିବା +୩ ଦ୍ବିତୀୟ ସେମିଷ୍ଟର ପରୀକ୍ଷାର ଏଇସିସି ଏବିଲିଟି ଏନ୍‌ହାନ୍ସମେଣ୍ଟ କୋର୍ସ ବାଧ୍ୟତାମୂଳକ ଇଂଲିଶ ପ୍ରଶ୍ନପତ୍ର…

ପିଲାସାଲୁଙ୍କି ଜଳଭଣ୍ଡାରରୁ ଜଳ ନିଷ୍କାସନ: ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା, ଜାରି ହେଲା ହାଇ-ଅଲର୍ଟ!

ଖଜୁରୀପଡ଼ା,୧୯ା୯(ବିଦୁର ବେହେରା): ବଙ୍ଗୋପସାଗରରେ ସୃଷ୍ଟ ସକ୍ରିୟ ଲଘୁଚାପ ପ୍ରଭାବରେ ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ପିଲାସାଲୁଙ୍କି ଜଳଭଣ୍ଡାରର ଉପରମୁଣ୍ଡରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ଦେଖାଦେଇଛି। ଜଳଭଣ୍ଡାରର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?