ଆସିଲା ଜାନୁଆରୀ ଗାଇଡ୍‌ଲାଇନ୍‌: ଖୋଲିବ ସିନେମା ହଲ୍‌, ଥିଏଟର

ଭୁବନେଶ୍ୱର,୩୦।୧୨(ବ୍ୟୁରୋ)-କୋଭିଡ୍‌-୧୯ କଟକଣା ଜାରି ହେବା ପରଠାରୁ ଦୀର୍ଘ ୧୦ ମାସ ହେବ ସିନେମା ହଲ୍‌, ଥିଏଟର ଆଦି ବନ୍ଦ ରହିଥିଲା। ତେବେ ୨୦୨୧ ଜାନୁୟାରୀ ପହିଲାରୁ ଏସବୁ ଖୋଲିବାକୁ ଅନୁମତି ଦିଆଯାଇଛି। ବୁଧବାର ସ୍ବତନ୍ତ୍ର ରିଲିଫ କମିଶନର(ଏସ୍‌ଆର୍‌ସି)ଙ୍କ କାର୍ଯ୍ୟାଳୟ ପକ୍ଷରୁ ଆସନ୍ତା ଜାନୁୟାରୀ ପାଇଁ ଗାଇଡ୍‌ଲାଇନ ଜାରି କରାଯାଇଛି। ଜାନୁୟାରୀ ପହିଲାରୁ ସିନେମା ହଲ୍‌, ଥିଏଟରଗୁଡ଼ିକ ସମୁଦାୟ ବସିବା ସିଟ୍‌ର ୫୦ ପ୍ରତିଶତରେ ଖୋଲିବ। ତେବେ ଯାତ୍ରା ପାଇଁ ସ୍ଥାନୀୟ ପ୍ରଶାସନିକ କର୍ତ୍ତୃପକ୍ଷଙ୍କଠାରୁ ଅନୁମତି ନେବାକୁ ହେବ। ଏଥିସହିତ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର(ଏସ୍‌ଓପି)କୁ ଅନୁସରଣ କରିବାକୁ ହେବ। ଥର୍ମାଲ ସ୍କାନିଂ, ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ରକ୍ଷା କରିବାକୁ ବାଧ୍ୟତାମୂଳକ କରାଯାଇଛି। ତେବେ ଜାନୁୟାରୀରେ ସ୍କୁଲ ଖୋଲିବା ନେଇ ସରକାର କୌଣସି ନିଷ୍ପତ୍ତି ନେଇ ନାହାନ୍ତି। ନବମରୁ ଦ୍ୱାଦଶ ଶ୍ରେଣୀ ଯାଏ ସ୍କୁଲ ଖୋଲିବା ନିଷ୍ପତ୍ତି ସ୍କୁଲ ଓ ଗଣଶିକ୍ଷା ବିଭାଗ ଉପରେ ନ୍ୟସ୍ତ କରାଯାଇଛି। ବିଭିନ୍ନ ଷ୍ଟେକ୍‌ ହୋଲ୍‌ଡରଙ୍କ ସହ ଆଲୋଚନା କରିବା ସହ ଏନେଇ ଆବଶ୍ୟକ ଗାଇଡ୍‌ଲାଇନ ଜାରି କରି ସ୍କୁଲ ଖୋଲିବାକୁ କୁହାଯାଇଛି। ସେହିପରି କଲେଜ ଓ ବିଶ୍ୱବିଦ୍ୟାଳୟ ଖୋଲିବା ନେଇ ଉଚ୍ଚଶିକ୍ଷା ବିଭାଗ ଉପରେ ଦାୟିତ୍ୱ ନ୍ୟସ୍ତ କରାଯାଇଛି। ବିଭିନ୍ନ ବୈଷୟିକ ଶିକ୍ଷାନୁଷ୍ଠାନ ଖୋଲିବା ନେଇ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ନିଷ୍ପତ୍ତି ନେବ। ପରୀକ୍ଷା ପରିଚାଳନା, ଖାତାଦେଖା, ଅନ୍‌ଲାଇନ ଶିକ୍ଷାଦାନ, ଦୂରଶିକ୍ଷା ଆଦି ପୂର୍ବଭଳି ଜାରି ରହିବ। ସ୍କୁଲ, କଲେଜ ଶିକ୍ଷକମାନେ ଅନ୍‌ଲାଇନ ଜରିଆରେ ଶିକ୍ଷାଦାନ ଜାରି ରଖିବାକୁ କୁହାଯାଇଛି। ବିଜ୍ଞାନ ଓ ବୈଷୟିକ ବିଭାଗର ସମସ୍ତ ପିଏଚ.ଡି. ଏବଂ ପୋଷ୍ଟ ଗ୍ରାଜୁଏଟ ଛାତ୍ରୀଛାତ୍ରଙ୍କୁ ଗବେଷଣା ପାଇଁ ଉଚ୍ଚଶିକ୍ଷା ବିଭାଗ ଅନୁମତି ଦେଇ ପାରିବ। ଆସନ୍ତା ଜାନୁୟାରୀ ୩୧ ଯାଏ ସମସ୍ତ ଅଙ୍ଗନଓ୍ବାଡି କେନ୍ଦ୍ର ବନ୍ଦ ରହିବ। ପିଲାମାନଙ୍କୁ ଖାଦ୍ୟସାମଗ୍ରୀ ପୂର୍ବଭଳି ସେମାନଙ୍କ ଘରେ ଯୋଗାଇ ଦିଆଯିବ। ବିବାହ ପାଇଁ ସର୍ବାଧିକ ୨୦୦ ଏବଂ ଶୁଦ୍ଧିକ୍ରିୟା ଲାଗି ୧୦୦ ଜଣଙ୍କୁ ଅନୁମତି ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଉମରକୋଟରେ ପାଣ୍ଡିଆନଙ୍କ ହେଲିକପ୍ଟର ଯାଞ୍ଚ କଲା ପୋଲିସ

ଭୁବନେଶ୍ବର, ୨୬।୪: ଉମରକୋଟରେ ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ହେଲିକପ୍ଟର ଯାଞ୍ଚ କରିଛନ୍ତି ମାଜିଷ୍ଟ୍ରେଟ ଓ ପୋଲିସ। ପ୍ରଚାର ପାଇଁ ଯାଇଥିବା ବେଳେ ହେଲିକପ୍ଟର ହୋଇଛି।...

ଭାଜପାରେ ସାମିଲ ହେଲେ ସୋର ବିଧାୟକ ପର୍ଶୁରାମ ଧଡ଼ା

ଭୁବନେଶ୍ବର, ୨୬।୪: ଭାଜପାରେ ସାମିଲ ହେଲେ ସୋର ବିଧାୟକ ପର୍ଶୁରାମ ଧଡ଼ା। ଶୁକ୍ରବାର ଭୁବନେଶ୍ବର ରାଜ୍ୟ କାର୍ଯ୍ୟାଳୟରେ ପହଞ୍ଚି ବିଧିବଦ୍ଧ ଭାବେ ସେ ପଦ୍ମ ଧରିଛନ୍ତି।...

ନିର୍ବାଚନୀ ପ୍ରଚାର ପାଇଁ ଓଡ଼ିଶା ଆସିବେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ

ଭୁବନେଶ୍ୱର,୨୬।୪: ଓଡ଼ିଶା ଆସିବେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ଆସନ୍ତା ୨୮ ତାରିଖରେ ନଡ୍ଡା ଦିନିକିଆ ଓଡ଼ିଶା ଗସ୍ତରେ ଆସିବେ। ନଡ୍ଡାଙ୍କ ଗସ୍ତକୁ ନେଇ...

ଗୋଟିଏ ଡାଳରେ ଝୁଲିପଡ଼ିଲେ ନାବାଳକ-ଯୁବତୀ

ବାରିପଦା,୨୬ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ସ୍ଥାନୀୟ ସଦର ଥାନା ଅଧୀନ ଶଙ୍ଖାଭଙ୍ଖା ପଞ୍ଚାୟତ, ଶିଖରଘାଟି ଗ୍ରାମର ଏକ ଆମ୍ବଗଛ ଡାଳରେ ଜଣେ ନାବାଳକ ଓ ଯୁବତୀଙ୍କ ଝୁଲନ୍ତା...

ଯେତିକି ଲିଭୁଛି, ସେତିକି ଜଳୁଛି

ବାରିପଦା,୨୬ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ିଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ କରି...

ନୟାଗଡ଼ ଡବଲ ମର୍ଡର: ଦୋଷୀଙ୍କୁ ଫାଶୀ

ନୟାଗଡ଼,୨୬ା୪(ଲୋକନାଥ ମିଶ୍ର): ନୟାଗଡ଼ ଜିଲାରେ ହୋଇଥିବା ଡବଲ ମର୍ଡର ଘଟଣାରେ ଶୁକ୍ରବାର ଓଡ଼ଗାଁ ଏଡିଜେ କୋର୍ଟ ଦୋଷୀଙ୍କୁ ଫାଶୀ ଦଣ୍ଡାଦେଶ ଦେଇଛନ୍ତି। ଦୋଷୀ ନିରଞ୍ଜନ ମଲ୍ଲିକଙ୍କୁ...

ଦଳ ବିରୋଧୀ କାର୍ଯ୍ୟ କରିବା ପଡ଼ିଲା ମହଙ୍ଗା, ଯୁବ କଂଗ୍ରେସର ୨ ନେତା ପଦରୁ ନିଲମ୍ବିତ

ଭୁବନେଶ୍ୱର,୨୬।୪: ଦଳ ବିରୋଧୀ କାର୍ଯ୍ୟ ପାଇଁ ବଡ଼ କାର୍ଯ୍ୟାନୁଷ୍ଠାନ ନେଲା କଂଗ୍ରେସ। ଯୁବ କଂଗ୍ରେସର ୨ ନେତାଙ୍କୁ ପଦରୁ ନିଲମ୍ବନ କରାଯାଇଛି। ସା. ସମ୍ପାଦକ ପଦରୁ...

ସୁରେଶ ପୂଜାରୀଙ୍କ ଘର ପରିସରରେ ଡ୍ରୋନ୍‌ ଖସିବା ଘଟଣା: ହେଲା ବଡ଼ ଖୁଲାସା

ଭୁବନେଶ୍ୱର,୨୬।୪: ଏମ୍‌ପି ସୁରେଶ ପୂଜାରୀଙ୍କ ଘର ପରିସରରେ ଖସିପଡିଥିବା ଡ୍ରୋନ୍‌କୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ତାହା ବନ ବିଭାଗର ବୋଲି ଜଣାପଡିଛି। ଏନେଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri