ଜନ୍ମାଷ୍ଟମୀରେ ଜ୍ୱାଳାମୁଖୀ ରାଜଯୋଗ: ଏସବୁ ରାଶିର ଆରମ୍ଭ ହେବ ଗୋଲ୍ଡେନ ଟାଇମ୍‌, ପ୍ରଭୁ ଶ୍ରୀକୃଷ୍ଣ…

ରାତି ପାହିଲେ ଜନ୍ମାଷ୍ଟମୀ। ହିନ୍ଦୁ ଧର୍ମରେ ଏହି ପର୍ବକୁ ବେଶ ଧୁମ୍‌ଧାମରେ ପାଳନ କରାଯାଏ। ଏହି ଦିନ ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବ ହୋଇଥିବା ବେଳେ ଧାର୍ମିକ ସହ ଜ୍ୟୋତିଷଶାସ୍ତ୍ର ଅନୁଯାୟୀ ମହତ୍ୱପୂର୍ଣ୍ଣ ଦିନ। ଏହି ଦିନର ପ୍ରଭାବ ସମସ୍ତ ରାଶି ଉପରେ ଭିନ୍ନ ଭାବେ ପଡ଼ିଥାଏ। କାରଣ ଏହି ଦିନ ଜ୍ୱାଳାମୁଖୀ ରାଜଯୋଗ ସୃଷ୍ଟି ହେବାକୁ ଯାଉଛି। ଆସନ୍ତୁ ଜାଣିବା ଜନ୍ମାଷ୍ଟମୀ ପ୍ରତ୍ୟେକ ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ କିଭଳି ରହିବ…

ମେଷ ରାଶିର ଜନ୍ମାଷ୍ଟମୀ ରାଶିଫଳ:
ଜନ୍ମାଷ୍ଟମୀ ଦିନ ମେଷ ରାଶିର ଜାତକଧାରୀଙ୍କ ପାଇଁ ଶୁଭଫଳ ପ୍ରଦାନ କରିବ। ନୂଆ କାମ ଆରମ୍ଭ କରୁଥିଲେ ଆଗକୁ ବଢ଼ନ୍ତୁ। ବୈବାହିକ ଜୀବନରେ ସୁଖଶାନ୍ତି ବଜାୟ ରହିବ। ହେଲେ ତରବରିଆ ଭାବେ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ।

ବୃଷ ରାଶିର ଜନ୍ମାଷ୍ଟମୀ ରାଶିଫଳ:
ବୃଷ ରାଶିର ଜାତକଧାରୀଙ୍କ ପାଇଁ ଜନ୍ମାଷ୍ଟମୀ ଦିନ କିଛି ନୂଆ ଶିଖିବା ଏବଂ ଦୃଷ୍ଟିକୋଣରେ ପରିବର୍ତ୍ତନ କରିବାର ଆବଶ୍ୟକତା ରହିଛି। ଏହି ଦିନ ଆପଣ ନିଜର ଜୀବନଶୈଳୀ ପୁନଃ ନିର୍ଦ୍ଧାରିତ କରନ୍ତି ତେବେ ଆପଣଙ୍କ ପାଇଁ ସମୟ ଭଲ ରହିବ। ଧନ ମାମଲାରେ ଆପଣଙ୍କୁ ସତର୍କ ରହିବାର ଆବଶ୍ୟକତା ରହିଛି, ବିଶେଷକରି ନିବେଶ କରିବା ସମୟରେ।

ମିଥୁନ ରାଶିର ଜନ୍ମାଷ୍ଟମୀ ରାଶିଫଳ:
ମିଥୁନ ରାଶି ପାଇଁ ଜନ୍ମାଷ୍ଟମୀ ଦିନ ସମ୍ପର୍କ ମଜଭୂତ ହେବ। ଆପଣଙ୍କ ବ୍ୟକ୍ତିତ୍ୱ ଅନ୍ୟକୁ ପ୍ରଭାବିତ କରିବ। ଏଣୁ ଲାଗି ରହିଥିବା ପୁରୁଣା ବିବାଦ ସମାଧାନ ହେବ। କର୍ମକ୍ଷେତ୍ରରେ ସଫଳତା ମିଳିବ। ହେଲେ ବ୍ୟକ୍ତିଗତ ପ୍ରସଙ୍ଗ ଉପରେ ଧ୍ୟାନ ଦେବାର ଆବଶ୍ୟକତା ରହିଛି।

କର୍କଟ ରାଶିର ଜନ୍ମାଷ୍ଟମୀ ରାଶିଫଳ:
କର୍କଟ ରାଶିର ଜାତକଧାରୀଙ୍କ ପାଇଁ ଜନ୍ମାଷ୍ଟମୀ ପରିବାର ସହ ସମୟ ବିତାଇବା ଭଲ ରହିବ। କିଛି ସମୟ ଧରି ମାନସିକ ଚିନ୍ତାରେ ଥିଲେ ଏହି ଦିନ ଆପଣଙ୍କୁ ଶାନ୍ତି ମିଳିବ। ସ୍ବାସ୍ଥ୍ୟର ଯତ୍ନ ନିଅନ୍ତୁ। ବିଶେଷକରି ପେଟ ଏବଂ ହୃଦୟ ସମ୍ବନ୍ଧିତ ସମସ୍ୟା ଲାଗି ସତର୍କ ରୁହନ୍ତୁ। ଏହି ଦିନ ଧ୍ୟାନ କଲେ ମାନସିକ ଶାନ୍ତି ମିଳିବ।

ସିଂହ ରାଶିର ଜନ୍ମାଷ୍ଟମୀ ରାଶିଫଳ:
ସିଂହ ରାଶିର ଜାତକଧାରୀଙ୍କ ପାଇଁ ଜନ୍ମାଷ୍ଟମୀ ଦିନ କର୍ମକ୍ଷେତ୍ରରେ ଉଚ୍ଚ ପଦବୀ ପ୍ରାପ୍ତି ନଚେତ କିଛି ମହତ୍ୱପୂର୍ଣ୍ଣ ଲକ୍ଷ୍ୟ ଦିଗରେ ସଫଳତାର ସଙ୍କେତ ଦେଉଛି। ଆପଣଙ୍କୁ ପରିଶ୍ରମର ଫଳ ମିଳିପାରେ। ହେଲେ କିଛି ଅଧିକ ପରିଶ୍ରମର ଆବଶ୍ୟକତା ରହିଛି। ଏହି ସମୟରେ ବ୍ୟକ୍ତିଗତ ସମ୍ପର୍କକୁ ଭଲ କରିବାର ସମୟ। ବିଶେଷକରି ଜୀବନସାଥୀ ଏବଂ ପରିବାରଲୋକଙ୍କ ସହ ସମୟ ବିତାନ୍ତୁ।

କନ୍ୟା ରାଶିିର ଜନ୍ମାଷ୍ଟମୀ ରାଶିଫଳ:
କନ୍ୟା ରାଶିର ଜାତକଧାରୀଙ୍କ ପାଇଁ ଜନ୍ମାଷ୍ଟମୀ ଦିନ ମାନସିକ ଶାନ୍ତି ସହ ଆଧ୍ୟାତ୍ମିକ ଉନ୍ନତି ପ୍ରଦାନ କରିବ। ସ୍ବାସ୍ଥ୍ୟ ସମ୍ବନ୍ଧୀୟ ମାମଲାରେ ସାବଧାନ ରୁହନ୍ତୁ। ବ୍ୟବସାୟରେ ଉନ୍ନତି ପରିଲକ୍ଷିତ ହେବ।

ତୁଳା ରାଶିିର ଜନ୍ମାଷ୍ଟମୀ ରାଶିଫଳ:
ତୁଳା ରାଶି ପାଇଁ ଜନ୍ମାଷ୍ଟମୀ ଦିନ ପରିବାର ଏବଂ ସମ୍ପର୍କ ପାଇଁ ମହତ୍ୱପୂର୍ଣ୍ଣ ରହିବ। ପୁରୁଣା ମତଭେଦ ଭୁଲି ପ୍ରିୟଜନ ସହ ସମୟ ବିତାଇବାର ଭଲ ଅବସର ରହିଛି। କାମରେ ସଫଳତା ମିଳିବ। କୌଣସି ଯୋଜନାରେ ଲାଭ ମିଳିପାରେ। ଏଣୁ କୌଣସି ନିଷ୍ପତ୍ତି ତରବରିଆ ଭାବେ ନିଅନ୍ତୁ ନାହିଁ। ଏକତରଫା ନିଷ୍ପତ୍ତିରୁ ଦୂରେଇ ରୁହନ୍ତୁ।

ବିଛା ରାଶିିର ଜନ୍ମାଷ୍ଟମୀ ରାଶିଫଳ:
ବିଛା ରାଶିର ଜାତକଧାରୀଙ୍କ ପାଇଁ ଜନ୍ମାଷ୍ଟମୀ ଦିନ ଆତ୍ମବିଶ୍ୱାସ ଭରିଦେବ। ନିଜ ଭିତରେ ଥିବା ବିଚାର ଏବଂ ଭାବନା ଉପରେ ଧ୍ୟାନ ଦିଅନ୍ତୁ। ଏହି ସମୟ ଆପଣଙ୍କ ପାଇଁ ମାନସିକ ଭାବେ ମଜଭୂତ ହେବାର ସମୟ। ଏହି ଦିନ କର୍ମକ୍ଷେତ୍ରରେ କିଛି ନୂଆ ଅବସର ମିଳିବ।

ଧନୁ ରାଶିିର ଜନ୍ମାଷ୍ଟମୀ ରାଶିଫଳ:
ଧନୁ ରାଶିର ଜାତକଧାରୀଙ୍କ ପାଇଁ ଜନ୍ମାଷ୍ଟମୀ ଦିନ ମିଶ୍ରିତ ଫଳଦାୟୀ ହେବ। ଆପଣ ପରିବାର ଏବଂ ବନ୍ଧୁଙ୍କ ସହ ଖୁୁସି ରହିବେ। କର୍ମକ୍ଷେତ୍ରରେ କିଛି ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ବିଶେଷକରି ସେଠାରେ ନେଉଥିବା ନିଷ୍ପତ୍ତିକୁ ନେଇ ସତର୍କ ରହିବାର ଆବଶ୍ୟକତା ରହିଛି। ଏହି ଦିନ ଆପଣଙ୍କ ସାମାଜିକ ସମ୍ପର୍କ ସୁଧାରିବାର ସମୟ। ଏଣୁ ବ୍ୟକ୍ତିଗତ ଜୀବନରେ କୌଣସି ସମସ୍ୟାର ସମାଧାନ ବାହାର କରିବା ଲାଗି ପ୍ରୟାସ କରନ୍ତୁ।

ମକର ରାଶିର ଜନ୍ମାଷ୍ଟମୀ ରାଶିଫଳ:
ମକର ରାଶିର ଜାତକଧାରୀଙ୍କ ପାଇଁ ଏହି ଦିନ ଶାନ୍ତି ଏବଂ ସମୃଦ୍ଧି ଆଣିଦେବ। କର୍ମକ୍ଷେତ୍ରରେ ଆପଣଙ୍କୁ ନୂଆ ପଦବୀ ମିଳିପାରେ। ହେଲେ ବ୍ୟକ୍ତିଗତ ଜୀବନରେ ସନ୍ତୁଳନ ରଖିବା ଜରୁରୀ ହେବ। ଆର୍ଥିକ ମାମଲାରେ ସ୍ଥିରତା ବଜାୟ ରହିବ। ହେଲେ ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ। ଏହି ସମୟ ନିଜ ପରିବାର ଏବଂ ବନ୍ଧୁଙ୍କ ସହ ସମୟ ବିତାନ୍ତୁ।

କୁମ୍ଭ ରାଶିର ଜନ୍ମାଷ୍ଟମୀ ରାଶିଫଳ:
କୁମ୍ଭ ରାଶିର ଜାତକଧାରୀଙ୍କ ପାଇଁ ଜନ୍ମାଷ୍ଟମୀ ଦିନ ଭଲ ରହିବ। ଏହିଦିନର ପ୍ରଭାବ ମାନସିକ ସ୍ବାସ୍ଥ୍ୟ ଉପରେ ପଡ଼ିପାରେ। ମହତ୍ୱାକାଂକ୍ଷା ପ୍ରଗତି କରିବାରେ ସଫଳ ହେବେ। ହେଲେ ସମୟ ଅଭାବରୁ ତାହା କରି ନ ପାରନ୍ତି।

ମୀନ ରାଶିର ଜନ୍ମାଷ୍ଟମୀ ରାଶିଫଳ:
ମୀନ ରାଶିର ଜାତକଧାରୀଙ୍କ ପାଇଁ ଜନ୍ମାଷ୍ଟମୀ ଦିନ ଆଧ୍ୟାତ୍ମିକ ଉନ୍ନତି ଏବଂ ବ୍ୟକ୍ତିଗତ ସମ୍ପର୍କ ସୁଧାରିବାର ଦିନ। ଏହି ଦିନ ଆପଣଙ୍କ କର୍ମକ୍ଷେତ୍ରରେ ସଫଳତାର ଯୋଗ ରହିଛି। ହେଲେ ପରିବାର ସମୟ ବିତାଇବାର ଆବଶ୍ୟକତା ରହିଛି। ସ୍ବାସ୍ଥ୍ୟ ପ୍ରତି ଯତ୍ନବାନ ରୁହନ୍ତୁ। ମାନସିକ ଦୁଃଶ୍ଚିନ୍ତା ଲାଗି ଧ୍ୟାନ କିମ୍ବା ଯୋଗ କରନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତା ଅବସ୍ଥା ଶୋଚନୀୟ: ବିଧାନସଭାରେ ପ୍ରଶ୍ନ କଲେ ବିଧାୟକ, ମନ୍ତ୍ରୀ କହିଲେ…

ଗୁଡାରି,୨୨।୯(ପ୍ରମୋଦ କୁମାର ପତି): ଗୁଡାରି ସହରର ମୁଖ୍ୟ ପ୍ରବେଶ ପଥର ମରାମତି ନେଇ ମଙ୍ଗଳବାର ବିଧାନସଭାରେ ପ୍ରଶ୍ନ କରିଛନ୍ତି ବିଧାୟକ ସତ୍ୟଜିତ ଗମାଙ୍ଗ। UDAQ ୬୪:ରେ ବିଧାୟକ…

ବିଜୁ ପଟ୍ଟନାୟକଙ୍କ ଏକାନ୍ତ ଅନୁଗତ ୯୭ ବର୍ଷୀୟ କନ୍ଦ ବାବୁ: ଅତୁଟ ରହିଛି ବ୍ଲକ ବିଜେଡି ଅଧ୍ୟକ୍ଷ

ମହାକାଳପଡ଼ା,୨୨।୯(ପ୍ରତାପ ଚନ୍ଦ୍ର ସ୍ବାଇଁ): ବିଜୁ ପଟ୍ଟନାୟକଙ୍କ ଏକାନ୍ତ ଅନୁଗତ କେନ୍ଦ୍ରାପଡା ଜିଲାରେ ପରିଚିତ ମହାକାଳପଡା ବ୍ଲକ ବିଜେଡି ସଭାପତି ଶ୍ରୀଧର ସାମଲ(୯୭) ଓରଫ୍‌ କନ୍ଦ ବାବୁ ।…

ଗାଁରେ ଏମିତି ଜୀବନ କାଟୁଛନ୍ତି କ୍ୟାଟ୍ରିନାଙ୍କ ମା’, ଜାଣିଲେ ଆଶ୍ଚର୍ଯ୍ୟ ଲାଗିବ

ମୁମ୍ବାଇ: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ କ୍ୟାଟ୍ରିନା କୈଫଙ୍କ ମା’ ସୁଜାନ ଟର୍କୋଟ ନିଜ ଝିଅ ଠାରୁ ସମ୍ପୂର୍ଣ୍ଣ ଭିନ୍ନ ଏକ ଜୀବନଶୈଳୀ ପସନ୍ଦ କରନ୍ତି। ଯେଉଁଠାରେ କ୍ୟାଟ୍ରିନା…

ପାଠପଢ଼ା ଭୟରେ ରାଇରଙ୍ଗପୁରରୁ ଚାଲିଆସିଲେ ୨ ନାବାଳକ, ରାଉରକେଲାରେ…

ରାଉରକେଲା,୨୨।୯(ସଙ୍ଗୀତା ଜେନା): ପାଠପଢା ଭୟରେ ମୟୂରଭଞ୍ଜ ରାଇରଙ୍ଗପୁରରୁ ୨ନାବାଳକ ସୋମବାର ରାଉରକେଲା ଚାଲି ଆସିଥିଲେ । ରାଉରକେଲା ରେଳ ଷ୍ଟେଶନ୍ ଓ ପରେ ଗୋପବନ୍ଧୁ ପଲ୍ଲୀ ଅଞ୍ଚଳରେ…

ଇରାନକୁ ଆଉ ଏକ ଝଟକା ଦେଲା ଆମେରିକା! ସେପ୍ଟେମ୍ବର ୨୩ରୁ ସାରା ବିଶ୍ୱରେ ଇରାନୀ ବିମାନ ଚଳାଚଳ ଉପରେ କଟକଣା ଲଗାଇବାକୁ ନିଷ୍ପତ୍ତି

ଓ୍ବାଶିଂଟନ,୨୨।୯: ଆମେରିକା ଏବଂ ଇରାନ ମଧ୍ୟରେ ସଂଘର୍ଷ କମିବାର କୌଣସି ଲକ୍ଷଣ ଦେଖାଯାଉନାହିଁ; ଏହା ବର୍ତ୍ତମାନ ଦୁଇ ରାଷ୍ଟ୍ର ବାହାରେ ବିସ୍ତାର କରି ସମଗ୍ର ବିଶ୍ୱକୁ ପ୍ରଭାବିତ…

ଦୀପାବଳି ପୂର୍ବରୁ ମଧ୍ୟବିତ୍ତଙ୍କୁ ବଡ଼ ଝଟ୍‌କା! ୭-୮% ମହଙ୍ଗା ହେବ…

ନୂଆଦିଲ୍ଲୀ,୨୨।୯: ଆଗକୁ ଆସୁଛି ଦଶହରା, ଛଠ ପୂଜା ଓ ଦୀପାବଳି ଭଳି ବଡ଼ ପାର୍ବଣ। ପାର୍ବଣ ପାଇଁ ଲୋକେ ପ୍ରସ୍ତୁତିରେ ବ୍ୟସ୍ତ ଥିବା ବେଳେ ବଢ଼ୁଥିବା ମହଙ୍ଗା…

ସମ୍ଭାବ୍ୟ ବାତ୍ୟାକୁ ନେଇ ନବରଙ୍ଗପୁରରେ ସତର୍କତା, ୨ ଦିନ ପାଇଁ ଛୁଟି ବାତିଲ

ନବରଙ୍ଗପୁର,୨୨।୯(ସଦାଶିବ ପ୍ରହରାଜ ): ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ନବରଙ୍ଗପୁର ଜିଲା ପ୍ରଶାସନ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ନିଆଯାଇଛି । ଆସନ୍ତା ୨୩ ଓ ୨୪ ତାରିଖ…

ତାପସଙ୍କୁ ବଡ଼ ଦାୟିତ୍ୱ ଦେଲା ଭାଜପା: ଦଳୀୟ ସଂଗଠନକୁ ମଜଭୁତ କରିବା ଲକ୍ଷ୍ୟ

ରାଇକିଆ,୨୨।୯(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ବ୍ଲକ ଭାଜପାର ଯୁବ ସଂଗଠକ ତାପସ ଦଳବେହେରା ଭାରତୀୟ ଜନତା ପାର୍ଟିରେ ନିଜର ଦୃଢ଼ କାର୍ଯ୍ୟଦକ୍ଷତା ଯୋଗୁ ଜିଲା ଆଇଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?