Posted inଜାତୀୟ

ଜମ୍ମୁ-କଶ୍ମୀରକୁ ମିଳିଲା ପ୍ରଥମ ମୁଖ୍ୟମନ୍ତ୍ରୀ

ଶ୍ରୀନଗର,୧୬।୧୦: ଜମ୍ମୁ କାଶ୍ମୀର କେନ୍ଦ୍ରଶାସିତ ଅଞ୍ଚଳର ପ୍ରଥମ ସରକାର ବୁଧବାର ଶପଥ ଗ୍ରହଣ କରିଛନ୍ତି। ଓମାର ଅବଦୁଲ୍ଲା କଶ୍ମୀରର ଇଣ୍ଟର ନ୍ୟାଶନାଲ କନଭେନଶନ ସେଣ୍ଟରରେ ପ୍ରଥମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ଜମ୍ମୁ କଶ୍ମୀର ରାଜ୍ୟପାଳ ମନୋଜ ସିହ୍ନା ଓମାର ଅବଦୁଲ୍ଲା ଏବଂ ଅନ୍ୟ ମନ୍ତ୍ରୀମାନଙ୍କୁ ଶପଥ ପାଠ କରାଇଥିଲେ। ସୂଚନାଯୋଗ୍ୟ, ଦୀର୍ଘ ୧୦ ବର୍ଷ ପରେ ଜମ୍ମୁ କଶ୍ମୀରରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଅକ୍ଟୋବର ୮ରେ ଫଳାଫଳ ଘୋଷଣା ହୋଇଥିବାବେଳେ ଜମ୍ମୁ କଶ୍ମୀରରେ ୯୦ଟି ବିଧାନସଭା ଆସନ ପାଇଁ ତିନୋଟି ପର୍ଯ୍ୟାୟରେ ମତଦାନ ଅନୁଷ୍ଠିତ ହୋଇଥିଲା। ଶପଥ ନେବା ପୂର୍ବରୁ ଓମାର ଅବଦୁଲ୍ଲା ତାଙ୍କ ଜେଜେବାପା ସ୍ବର୍ଗତ ଶେଖ ମହମ୍ମଦ ଅବଦୁଲ୍ଲାଙ୍କ ସମାଧିସ୍ଥଳରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ଓମାର ଅବଦୁଲ୍ଲାଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବାକୁ ବହୁ ବରିଷ୍ଠ ନେତାଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଥିଲା। ଏନସି-କଂଗ୍ରେସ ସରକାରଙ୍କ ନାମରେ ଇଣ୍ଡିଆ ମେଣ୍ଟର ଶକ୍ତି ପ୍ରଦର୍ଶନ ପାଇଁ ମଧ୍ୟ ପ୍ରସ୍ତୁତି ଚାଲିଛି। ଏହି ଶପଥ ଗ୍ରହଣ ସମାରୋହ ପାଇଁ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ, ରାହୁଲ ଗାନ୍ଧୀ, ସୋନିଆ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଆମ ଆଦମୀ ପାର୍ଟି (ଏଏପି) ମୁଖ୍ୟ ଅରବିନ୍ଦ କେଜରିୱାଲ, ଶିବସେନା (ୟୁବିଟି) ସଭାପତି ତଥା ପୂର୍ବତନ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ, ସିପିଆଇ(ଏମ)ନେତା ପ୍ରକାଶ କରାଟ ଏବଂ ସିପିଆଇ ନେତା ଡି ରାଜାଙ୍କ ସମେତ ପ୍ରାୟ ୫୦ଜଣ ନେତାଙ୍କୁ ନିମନ୍ତ୍ରଣ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମାତ୍ର ୬ ରନ୍‌ରେ ଏକାକୀ ଅଧା ଟିମ୍‌କୁ ଆଉଟ୍ କଲେ ପ୍ରିନ୍ସ ଯାଦବ; କ୍ୟାରିୟରରେ ପ୍ରଥମ ଥର କଲେ ବଡ଼ କମାଲ୍!

ନୂଆଦିଲ୍ଲୀ, ୨୦।୧୧: ଏସିଆ କପ୍ ରାଇଜିଂ ଷ୍ଟାର୍ସ ୨୦୨୬ର ନିଜ ପ୍ରଥମ ମୁକାବିଲାରେ ଇଣ୍ଡିଆ-ଏ ଜବରଦସ୍ତ ପ୍ରଦର୍ଶନ କରିଛି। ଇଣ୍ଡିଆ-ଏ ନେପାଳକୁ ୩୦୬ ରନ୍‌ର ବିଶାଳ ବ୍ୟବଧାନରେ…

ପ୍ରିନ୍ସ-ହର୍ଷିତଙ୍କ ଆଗରେ ଧରାଶାୟୀ ନେପାଳ! ଖାତା ଖୋଲିପାରିଲେନି ଅଧା ବ୍ୟାଟର, ୩୦୬ ରନ୍‌ରେ ଜିତିଲା…

ନୂଆଦିଲ୍ଲୀ, ୨୦।୧୧: ଏସିଆ କପ୍ ରାଇଜିଂ ଷ୍ଟାର୍ସ ୨୦୨୬ର ନିଜ ପ୍ରଥମ ମୁକାବିଲାରେ ଇଣ୍ଡିଆ-ଏ ଜବରଦସ୍ତ ପ୍ରଦର୍ଶନ କରିଛି। ଇଣ୍ଡିଆ-ଏ ନେପାଳକୁ ୩୦୬ ରନ୍‌ର ବିଶାଳ ବ୍ୟବଧାନରେ…

ପୁଅକୁ କ୍ରିକେଟର୍ କରିବାକୁ ବହି ପଢ଼ିଥିଲେ ବାପା, ଆଜି ଶତକ ମାରି ଗର୍ବିତ କଲେ କୁଶାଗ୍ର

ନୂଆଦିଲ୍ଲୀ, ୨୦।୧୧: ଟିମ୍ ଇଣ୍ଡିଆ କାହିଁକି କୁମାର କୁଶାଗ୍ରଙ୍କୁ ନିୟମିତ ଭାବେ ନିଜ ସ୍କ୍ୱାଡ୍‌ରେ ସାମିଲ କରୁଛି, ତାହାର ଉତ୍ତର ଆଉ ଥରେ ମିଳିଯାଇଛି। ଇମର୍ଜିଂ ଏସିଆ…

ପାକିସ୍ତାନର ପୁଣି ଥରେ ପର୍ଦ୍ଦାଫାଶ: ଭାରତ ଗସ୍ତ ସମୟରେ ମୁସାଦିକ ମଲିକଙ୍କୁ ସ୍ବାଗତ କରାଯାଇ ନଥିଲା ଦାବି ମିଥ୍ୟା ପ୍ରମାଣିତ

ନୂଆଦିଲ୍ଲୀ,୨୦।୧୧: ଶୁକ୍ରବାର (ନଭେମ୍ବର ୨୦) ନୂଆଦିଲ୍ଲୀରେ ତିନି ଦିନିଆ ଏସସିଓ (SCO) ‘ସଭ୍ୟତାଗୁଡ଼ିକର ସଂଳାପ’ (Dialogue of Civilizations) ଆରମ୍ଭ ହେବାକୁ ଯାଉଛି, ଯେଉଁଥିପାଇଁ ଏସସିଓ ସଦସ୍ୟ…

ସଙ୍କଟରେ ୪୨ ମୌଜା କାଠଯୋଡ଼ି ନଦୀର ଝିଙ୍କିରିଆ ସେତୁ

କଟକ ସଦର,୨୦ା୧୧(ସୁଶାନ୍ତ କୁମାର ଜେନା): ୪୨ ମୌଜାର ଜୀବନ ରେଖା କୁହାଯାଉଥିବା କାଠଯୋଡ଼ି ନଦୀର ଝିଙ୍କିରିଆ ସେତୁଟି ଏବେ ସଙ୍କଟଜନକ ପରିସ୍ଥିତିରେ ରହିଛି। ୪୦ ବର୍ଷ ତଳେ…

ନେପାଳ ବିପକ୍ଷରେ ଫ୍ଲପ ହେଲେ ବୈଭବ ସୂର୍ଯ୍ୟବଂଶୀ; ୨୬ ରନର ଇନିଂସ ପରେ ଥମିଗଲା ଏହି ‘ଓ୍ବାଣ୍ଡର ବୟ’ଙ୍କ ଝଡ଼

ନୂଆଦିଲ୍ଲୀ,୨୦।୧୧: ‘ରାଇଜିଂ ଷ୍ଟାର୍ସ ଏସିଆ କପ’ରେ ନେପାଳ ବିପକ୍ଷ ମ୍ୟାଚରେ ବୈଭବ ସୂର୍ଯ୍ୟବଂଶୀ ବ୍ୟାଟିଂରେ କୌଣସି ପ୍ରଭାବ ପକାଇ ପାରିଲେ ନାହିଁ। ଅଭିଷେକ ଶର୍ମାଙ୍କ ସହ ଇନିଂସ…

ସର୍ବାଧିକ ଟେଷ୍ଟ ୱିକେଟ ନେବାର ରେକର୍ଡ ହାସଲ କରିଛନ୍ତି ପାକିସ୍ତାନୀ ବୋଲର, ମିଚେଲ ଷ୍ଟାର୍କଙ୍କୁ ପଛରେ ପକାଇଲେ

ନୂଆଦିଲ୍ଲୀ,୨୦।୧୧: ପାକିସ୍ତାନୀ ଦ୍ରୁତ ବୋଲର ମହମ୍ମଦ ଅବାସ ଚଳିତ ବର୍ଷ ଟେଷ୍ଟ କ୍ରିକେଟରେ ସର୍ବାଧିକ ୱିକେଟ ନେବାର ରେକର୍ଡ ସ୍ଥାପନ କରିଛନ୍ତି। ସେ ଅଷ୍ଟ୍ରେଲିଆର ପ୍ରସିଦ୍ଧ ଦ୍ରୁତ…

ଅକ୍ୱାନ ପ୍ରଭାବରେ ଭାଙ୍ଗିଲା ଶିଶୁଣ୍ଡା-ଚିଙ୍ଗୁଡ଼ିଆ ନାଳ ଘାଇ, ଶହଶହ ହେକ୍ଟର ଚାଷଜମି ଜଳମଗ୍ନ

ଜଗନ୍ନାଥପ୍ରସାଦ,୨୦ା୧୧(ବିଭୁ ପ୍ରସାଦ ପଟ୍ଟନାୟକ): ଜଗନ୍ନାଥପ୍ରସାଦ, ବାତ୍ୟା ‘ଅକ୍ୱାନ’ ପ୍ରଭାବରେ ହୋଇଥିବା ଲଗାଣ ବର୍ଷା ଯୋଗୁ ଜଗନ୍ନାଥପ୍ରସାଦ ବ୍ଲକ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଶିଶୁଣ୍ଡା ଚିଙ୍ଗୁଡ଼ିଆ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?