ଖୋଲିପାରୁନି ଜଳଛତ୍ର

କେନ୍ଦୁଝର, ୧୪।୪ (ସ୍ବ.ପ୍ର.): କେନ୍ଦୁଝର ଜିଲାରେ ଗ୍ରୀଷ୍ମ ପ୍ରବାହ ଯୋଗୁ ଜନଜୀବନ ବ୍ୟତିବ୍ୟସ୍ତ ହୋଇପଡୁଛନ୍ତି। ତାପାମାତ୍ରା ପାଖାପାଖି ୩୮ ଡିଗ୍ରୀ ଉପରେ ରହୁଥିବାରୁ ଘରୁ ବାହାରିବା କଷ୍ଟକର ହୋଇପଡୁଛି। ଅଂଶୁଘାତ ମୁକାବିଲା ପାଇଁ ଜିଲା ପ୍ରଶାସନ ପକ୍ଷରୁ ସଚେତନତା ସୃଷ୍ଟି କରାଯାଉଛି। ଦିନରେ ନିର୍ମାଣ କାର୍ଯ୍ୟ ଉପରେ କଟକଣା ଲାଗୁ ସହ ଯାତ୍ରୀବାହୀ ବସ୍‌ ଚଳାଚଳ ଉପରେ ନୀତିନିୟମ ନିର୍ଦ୍ଧାରଣ କରାଯାଇଛି।
ଏହାସତ୍ତ୍ୱେ ଏହି ନୀତିନିୟମ ପାଳନ ହେଉ ନ ଥିବାରୁ ଅସନ୍ତୋଷ ପ୍ରକାଶ ପାଉଛି। ପେଟପାଟଣା ପାଇଁ ଗରିବ ଚାଷୀ ଓ ବନବାସୀ କେନ୍ଦୁଝର ସହରକୁ ପନିପରିବା ଓ ଜଙ୍ଗଲଜାତ ଦ୍ରବ୍ୟ ଆଦି ବିକ୍ରି ପାଇଁ ଆସିବାକୁ ବାଧ୍ୟ ହେଉଛନ୍ତି। କିନ୍ତୁ ସେମାନଙ୍କ ପାଇଁ ନା ଅଛି ଆଶ୍ରୟ ସ୍ଥଳୀ ନା ଅଛି ଜଳଛତ୍ର। ଜଳଛତ୍ର ବସାଇବା ପାଇଁ ପ୍ରଶାସନ ପକ୍ଷରୁ ବହୁ ଆଗରୁ ନିର୍ଦ୍ଦେଶନାମା ଜାରି କରିଥିଲେ ହେଁ ଜନଗହଳୀପୂର୍ଣ୍ଣ ସ୍ଥାନ, ହାଟବଜାର, ବସଷ୍ଟାଣ୍ଡ/ବସ ଷ୍ଟପ ଆଦିରେ ଜଳଛତ୍ର ବସାଯାଇ ନ ଥିବା ଅଭିଯୋଗ ହେଉଛି। ଫଳରେ ବାଟୋଇ ମାନେ ପିଇବା ପାଣି ପାଇଁ ଡହଳ ବିକଳ ହେଉଛନ୍ତି ା ସେହିପରି ନିରବିଛିନ୍ନ ବିଦ୍ୟୁତ ଯୋଗାଣ ପାଇଁ ଆଦେଶ ହୋଇଥିଲେ ହେଁ କିପରି ପାଳନ ହେଉଛି ତାହା ଖୋଦ ପ୍ରଶାସନ ଜାଣିଛନ୍ତି। ଏସବୁରେ ଖିଲାପ ହେଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲାପାଳ ଆଦେଶ କରିଥିଲେ। ତେବେ ସେସବୁ ଖୋଦ ଜିଲା ମୁଖୟାଳୟରେ କିପରି ପାଳନ ହେଉଛି ନୀରିକ୍ଷଣ କରାଗଲେ ଜିଲାର ଅବସ୍ଥା ବୁଝି ହେବ ବୋଲି ସାମାଜିକ କର୍ମୀ ସିଦ୍ଧେଶ୍ୱର ସାହୁ କହିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡିର ବିଜୟଧାରାକୁ ବ୍ରେକ୍‌ ଦେବା ପାଇଁ ଭାଜପାର ଜୋରଦାର ପ୍ରୟାସ

କେନ୍ଦୁଝର,୧୯ା୨(ସ୍ବ.ପ୍ର.): କେନ୍ଦୁଝର ଜିଲା ସାହାରପଡ଼ା ବ୍ଲକର ୨୯ ନମ୍ବର ଜୋନ୍‌ ଅଣସଂରକ୍ଷିତ ରହିଛି। ଏହି ସିଟ୍‌ରେ ଅନ୍ତିମ ତଥା ପଞ୍ଚମ ପର୍ଯ୍ୟାୟ ଫେବୃୟାରୀ ୨୪ରେ ନିର୍ବାଚନ...

ସୁପାରି ଦେଇ ଗୁଳି ଖାଇଲେ

ଅନ୍ୟ ପାଇଁ ଖୋଳିଥିବା ଗାତରେ ନିଜେ ପଡ଼ିଲେ। ଜମିବାଡ଼ି ବିବାଦକୁ ନେଇ ସୃଷ୍ଟ ତିକ୍ତତା ପାଇଁ ଭଣଜାକୁ ହତ୍ୟା କରିବା ଲାଗି ଯୋଜନା କରିଥିଲେ। ହେଲେ...

ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା ଉଦ୍ୟମ

ବଡବିଲ,୨୩।୪(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅଞ୍ଚଳରେ ଏକ ଲଜ୍ଜାକର ଘଟଣା ଘଟିଛି। ଜଣେ ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି।...

ବଜ୍ରପାତରେ ୨ ଗୁରୁତର

ଚମ୍ପୁଆ,୨୮ା୫ (ଡି.ଏନ.ଏ.)-ଚମ୍ପୁଆ ବ୍ଲକ ଅନ୍ତର୍ଗତ ରଜିଆ ପଞ୍ଚାୟତର ପତଳା ଗ୍ରାମରେ ଗୁରୁବାର ସକାଳେ ବଜ୍ରପାତରେ ୨ଜଣ ଗୁରୁତର ହୋଇଛନ୍ତି। ସେମାନେ ହେଲେ ପାର୍ବତୀ ପାତ୍ର ଓ...

ବ୍ୟବଚ୍ଛେଦ ରିପୋର୍ଟ ଦେବାକୁ ୫ ହଜାର ଲାଞ୍ଚ

କେନ୍ଦୁଝର,୧୯।୩(ସ୍ବ.ପ୍ର.): ବ୍ୟବଚ୍ଛେଦ ରିପୋର୍ଟ ଦେବାକୁ ଡାକ୍ତର ୫ ହଜାର ଟଙ୍କା ଲାଞ୍ଚ ମାଗିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ଏନେଇ ସୋସିଆଲ ମିଡିଆରେ ଏକ ଭିଡିଓ...

ଶୁଆକାଠି ଖଣି ଅଞ୍ଚଳରେ ଚଢ଼ାଉ: ମଦ କାରବାରରେ ସମ୍ପୃକ୍ତ ୪ ଗିରଫ

କେନ୍ଦୁଝର, ୨।୮(ସ୍ବ.ପ୍ର.): କେନ୍ଦୁଝର ଜିଲା ସଦର ଥାନା ପୋଲିସ ଗୁରୁବାର ଶୁଆକାଠି ଖଣି ଅଞ୍ଚଳରେ ଚଢ଼ାଉକରି ବହୁ ମଦ ଜବତ କରିଛି। ଏହି କାରବାରରେ ସମ୍ପୃକ୍ତ...

ଓଲଟିଲା ଅଟୋ, ଜଣେ ଗୁରୁତର

କେନ୍ଦୁଝର,୬।୧ (ସ୍ବ.ପ୍ର.) : କେନ୍ଦୁଝର ଜିଲା ଟାଉନ ଥାନା ନରଣପୁର ପେଟ୍ରୋଲ ପମ୍ପ ନିକଟରେ ଏକ ଅଟୋ ଓଲଟି ପଡ଼ିବାରୁ ଜଣେ ଗୁରୁତର ହୋଇଛନ୍ତି। ସେ...

ଦୁଇ ଭାଇଙ୍କ ଝଗଡ଼ା ସମାଧାନ କରିବାକୁ ଚାହିଁଥିଲେ ମା’: ହେଲେ ପୁଅର ଟାଙ୍ଗିଆ ଚୋଟରେ ଚାଲିଗଲା ଜୀବନ

କେନ୍ଦୁଝର,୬।୧୧(ସ୍ବ.ପ୍ର.): କେନ୍ଦୁଝର ଜିଲା ଟାଉନ ଥାନା ଅନ୍ତର୍ଗତ କୁଣ୍ଢେଇ ଗ୍ରାମରେ ଗୁରୁବାର ରାତିରେ ଅଭାବନୀୟ ଘଟଣା ଘଟିଛି। ପୁଅର ଟାଙ୍ଗିଆ ଚୋଟରେ ମା’ଙ୍କ ମୃତ୍ୟୁ ଘଟିଥିବା...

Advertisement
Archives

Model This Week