ଏନ୍‌ଏଚ୍‌ କଡରୁ ଜବରଦଖଲ ହଟିଲା

ଜଳେଶ୍ୱର,୧୪।୪(ଡି.ଏନ.ଏ.): ୬୦ନଂ. ଜାତୀୟ ରାଜପଥ(ଏନ୍‌ଏଚ୍‌)ର ଜଳେଶ୍ୱର ନିକଟ ଉପାନ୍ତ ଲକ୍ଷ୍ମଣନାଥ ଟୋଲପ୍ଲାଜାର ୨ଶହ ମିଟର ଉତ୍ତର ଓ ଦକ୍ଷିଣ ଦିଗକୁ ଦୀର୍ଘବର୍ଷ ଧରି କେତେକ ଉଠାଦୋକାନୀ ଜବରଦଖଲ କରି ରଖିଥିଲେ। ମଙ୍ଗଳବାର ପ୍ରଶାସନ ପକ୍ଷରୁ ଏସବୁ ଉଚ୍ଛେଦ କରାଯାଇଛି ା ଏବେ ସେଠାରେ ତନଖି ଫାଟକ ନ ଥିଲେ ମଧ୍ୟ କେତେକ ଯୁବକ ବ୍ୟାପକ ଚାନ୍ଦା ଆଦାୟ କରୁଥିବା ଅଭିଯୋଗ ହୋଇଆସୁଥିଲା ା ସେଠାରେ ନିକଟସ୍ଥ ଗ୍ରାମବାସୀ ନିଜର ପେଟପାଟଣା ଲାଗି ରାସ୍ତାକଡରେ ଉଠା ଦୋକାନ କରି ପରିବାର ଚଳାଉଥିଲେ। ସେମାନଙ୍କୁ ଥଇଥାନ କରିବାକୁ ଦାବି ହୋଇଛି ା ଉକ୍ତ ସ୍ଥାନରେ ୟୁନିଫାଏଡ ଚେକ୍‌ଗେଟ୍‌ ନ ଥିଲେ ମଧ୍ୟ ଟୋଲପ୍ଲାଜା ରହିଥିବାରୁ ସବୁ ସମୟରେ ଶହ ଶହ ଟ୍ରକ୍‌, ବସ୍‌ ଅଟକିଥାଏ ା ତେଣୁ ସ୍ଥାନୀୟ କେତେକ ଯୁବକ ଏହାର ସୁଯୋଗ ନେଇ ବ୍ୟାପକ ଚାନ୍ଦା ଆଦାୟ କରୁଥିବା ଅଭିଯୋଗ ହୋଇଆସୁଥିଲା। ପ୍ରଶାସନ ପକ୍ଷରୁ ପ୍ରାୟ ୭୦ ଦୋକାନ ଘରକୁ ଉଚ୍ଛେଦ କରିବା ଲାଗି ପୂର୍ବରୁ ନୋଟିସ୍‌ ଦିଆଯାଇଥିଲା। ନୋଟିସ୍‌କୁ ବେଖାତିର କରାଯିବାରୁ ପ୍ରଶାସନ ପକ୍ଷରୁ ଚରମ ପଦକ୍ଷେପ ନିଆଯାଇଛି। ଜିଲାପାଳ ଓ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶକ୍ରମେ ଜଳେଶ୍ୱର ତହସିଲଦାର ସ୍ମୃତିରଞ୍ଜନ ମଲ୍ଲିକ, ଏସ୍‌ଡିପିଓ ଅଙ୍କିତା କୁମ୍ଭାର, ଆଇଆଇସି ରୋଜାଲିନ୍‌ ବେହେରା, ଜାତୀୟ ରାଜପଥ କର୍ତ୍ତୃପକ୍ଷ ସଂଜୟ ଘଟୋକତ୍ଚ, ଆର୍‌ଆଇ ଦିଲୀପ ଚାନ୍ଦ ଓ ଶରତ ବେହେରା ପ୍ରମୁଖ ଉଚ୍ଛେଦ ବେଳେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

‘କ୍ରୁଜ୍‌’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ବାଲେଶ୍ୱର, ୧୯।୪(ମାନସ ବିଶ୍ୱାଳ):ବାଲେଶ୍ୱର ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଙ୍ଗଠନ (ଡିଆରଡିଓ) ପକ୍ଷରୁ ଇଣ୍ଟିଗ୍ରେଟେଡ୍‌ ଟେଷ୍ଟ ରେଞ୍ଜ (ଆଇଟିଆର୍‌)ରୁ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ‘କ୍ରୁଜ୍‌’...

ଶ୍ରୀକାନ୍ତଙ୍କ ପ୍ରାର୍ଥିତ୍ୱରୁ ତ୍ରିମୁଖୀ ଲଢ଼େଇ

ବାଲେଶ୍ୱର,୧୬ା୪(ମାନସ ବିଶ୍ୱାଳ):ବାଲେଶ୍ୱର ଲୋକ ସଭା ଆସନ ପାଇଁ କଂଗ୍ରେସ ପକ୍ଷରୁ ଶ୍ରୀକାନ୍ତ ଜେନାଙ୍କ ନାମ ଘୋଷଣା କରାଯାଇଛି। ପୂର୍ବରୁ ଭାଜପାରୁ ପ୍ରତାପ ଷଡ଼ଙ୍ଗୀ ଓ ବିଜେଡିରୁ...

ପ୍ରତାପ ଷଡଙ୍ଗୀଙ୍କୁ ନିଜ ଦଳର କର୍ମୀ ଚେତାବନୀ, ଏମିତି ନ କଲେ ନିର୍ବାଚନମଣ୍ଡଳୀରେ ପୂରାଇ ଦିଆଯିବ ନାହିଁ

ବାଲେଶ୍ୱର,୧୪।୪(ମାନସ ବିଶ୍ୱାଳ)- ଜଳେଶ୍ୱର ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ପକ୍ଷରୁ ଘୋଷଣା କରାଯାଇଥିବା ପ୍ରାର୍ଥୀଙ୍କୁ ବିରୋଧ କରାଯାଇଛି। ଏନେଇ ବାଲେଶ୍ୱର ସହର ସହଦେବଖୁଣ୍ଟାସ୍ଥିତ ଏକ ଘରୋଇ...

ଚିଙ୍ଗୁଡ଼ି ଘେରିରେ ଏସିଡ୍‌ ଢାଳି ଯୁବକଙ୍କୁ ହତ୍ୟା

ରୂପସା,୧୪।୪(ବାଞ୍ଛାନିଧି ଦେ)ବାଲେଶ୍ୱର ଜିଲା ସିଂଲା ଥାନା ଅଧୀନ ଗନ୍ଧିଆ ଗାଁ ନିକଟରେ ଥିବା ଏକ ଚିଙ୍ଗୁଡ଼ି ଘେରିରେ ଜଣେ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି।...

ଟିକେଟ୍ ପାଇ ନବୀନଙ୍କୁ କୃତଜ୍ଞତା ଜଣାଇଲେ ଲେଖାଶ୍ରୀ

ଭୁବନେଶ୍ୱର,୧୩ା୪: ବାଲେଶ୍ୱର ଲୋକ ସଭା ପାଇଁ ବିଜୁ ଜନତା ଦଳ ଲେଖାଶ୍ରୀ ସାମନ୍ତସିଂହାରଙ୍କୁ ପ୍ରାର୍ଥୀ ଘୋଷଣା କରିବା ପରେ ଶନିବାର ସେ ଦଳର ମୁଖିଆ ତଥା...

ଉଭୟଙ୍କୁ ପ୍ରତିଶ୍ରୁତି, ଭାଗ୍ୟରେ ଟିକେଟ

ବାଲେଶ୍ୱର,୧୩।୪(ମାନସ ବିଶ୍ୱାଳ): ବାଲେଶ୍ୱର ଜିଲା ନୀଳଗିରି ବିଧାନସଭା ନିର୍ବାଚନମଣ୍ଡଳୀର ବିଜେଡି ପ୍ରାର୍ଥୀ ଟିକେଟକୁ ନେଇ ଲାଗିରହିଛି ଡ୍ରାମା। ଗତ ୨୦୧୪ ନିର୍ବାଚନରେ ବିଜେଡିରୁ ପ୍ରାର୍ଥୀ ହୋଇ...

ନୀଳଗିରିର ବୋହୂ, ପରିବେଶ ବିଜ୍ଞାନରେ ପିଏଚ୍‌ଡି; ବିଜେଡି ଟିକେଟ୍‌ରେ ଲଢ଼ିବାକୁ ଯାଉଥିବା ଲେଖାଶ୍ରୀଙ୍କ ବିଷୟରେ ଜାଣନ୍ତୁ…

ଭୁବନେଶ୍ୱର/ବାଲେଶ୍ବର,୧୨।୪: ଏକଦା ବିରୋଧୀ ଦଳରେ ଥିବା ବେଳେ ବିଜେଡି ସୁପ୍ରିମୋଙ୍କୁ ଶବ୍ଦବାଣରେ କଟାକ୍ଷ କରିବାର ଗୋଟିଏ ବି ସୁଯୋଗ ଛାଡ଼ୁ ନ ଥିଲେ। ହେଲେ ୨୦୨୪...

 ଚଡ଼କ ମେଳାରେ ଅଘଟଣ

ଜଳେଶ୍ୱର,୧୨।୪(ନବୀନ ସାହୁ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକର ବାବା ଚନ୍ଦନେଶ୍ୱରଙ୍କ ଚଡ଼କ ଯାତ୍ରାରେ ଜଣେ ବତ୍ରଧାରୀ ମହିଳାଙ୍କ ଶୁକ୍ରବାର ମୃତ୍ୟୁ ଘଟିଛି। ଅନ୍ୟ ଜଣେ ଶ୍ରଦ୍ଧାଳୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri