୧୦୦ ପୋଖରୀ ପାଇଁ ଜଳ ସମୃଦ୍ଧି ଆରମ୍ଭ

ଛତ୍ରପୁର,୨।୬ (ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପ୍ରଶାସନ ବିଭିନ୍ନ ସମୟରେ ତାରା, ସ୍ବଂୟସିଦ୍ଧା, ନିର୍ଭୟ କଢି, ମୋ ଗେହ୍ଲା ଝିଅ ଭଳି ନିଜସ୍ବ ଯୋଜନା ଓ କାର୍ଯ୍ୟକ୍ରମ ଆରମ୍ଭ କରି ସେଥିରେ ସଫଳ ହୋଇଛି। ଏହାକୁ ରାଜ୍ୟ ସରକାର ମଧ୍ୟ ପ୍ରଶଂସା କରିଛନ୍ତି। ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଜଳ ସମୃଦ୍ଧି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏହି ଯୋଜନାରେ ବୁଧବାର ଛତ୍ରପୁରଠାରେ ଥିବା ଗେଟ୍‌ ବନ୍ଧର ପଙ୍କ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି। ଏହା ଜନସାଧାରଣଙ୍କ ଦ୍ୱାରା କରାଯିବ। ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଏହାର ଶୁଭାରମ୍ଭ କରି କହିଛନ୍ତି ଯେ, ଜଳ ସମୃଦ୍ଧି କାର୍ଯ୍ୟକ୍ରମରେ ଜିଲାର ୧୦୦ ପୋଖରୀର ପଙ୍କ ଉଦ୍ଧାର କରାଯିବ। ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ଏହା କରାଯିବାକୁ ଥିବା ବେଳେ ପଞ୍ଚାୟତିରାଜ ବିଭାଗ, ରାଜସ୍ବ, ଡ୍ରେନେଜ୍‌, ସହରାଞ୍ଚଳ ଉନ୍ନୟନ ସଂସ୍ଥା ମିଳିତ ଭାବେ ଏହି କାର୍ଯ୍ୟକୁ ତ୍ୱରାନ୍ବିତ କରିବେ। ଏହାଦ୍ୱାରା ପୋଖରୀର ପଙ୍କ ଉଦ୍ଧାର ହୋଇପାରିବ ଏବଂ ଏହି ପଙ୍କକୁ ଚାଷୀମାନେ ନେଇ ବିଲରେ ପକାଇ ପାରିବେ। ଏହାଫଳରେ ପୋଖରୀ ସ୍ବଚ୍ଛ ରହିବା ସହ ଜମିର ଉର୍ବରତା ବୃଦ୍ଧି ହେବ ବୋଲି ଜିଲାପାଳ କହିଛନ୍ତି। ଛତ୍ରପୁର ଏନଏସି ଗେଟ୍‌ବନ୍ଧ ପଙ୍କ ଉଦ୍ଧାର କାର୍ଯ୍ୟକ୍ରମ ସହ ପୋଡାପଦର, କଣମଣା ଓ ଚିକଲଖଣ୍ଡି ପଞ୍ଚାୟତକୁ ଟ୍ୟାଗ୍‌ କରାଯାଇଛି। କାର୍ଯ୍ୟକ୍ରମ ଶୁଭାରମ୍ଭ ବେଳେ ଡିଆରଡିଏ ପିଡି ସିନ୍ଧେ ଦତାତ୍ରେୟ ଭାଉସାହେବ, ଛତ୍ରପୁର ଉପଜିଲାପାଳ ନୀଳମାଧବ ଭୋଇ, ଡୁଡା ପିଡି ସଚ୍ଚିଦାନନ୍ଦ ନାୟକ, ଛତ୍ରପୁର ତହସିଲଦାର ପ୍ରକାଶ କୁମାର ମିଶ୍ର, ଏନଏସି ନିର୍ବାହୀ ଅଧିକାରୀ ଏନ.ଗଣେଶ ବାବୁ, ଉପାଧ୍ୟକ୍ଷ ଜି.ପାପା ରାଓ, ୧୨ ନଂ ୱାର୍ଡ କାଉନସିଲର ବି.ନିଶ୍ଚଳା, ପୂର୍ବତନ କାଉନସିଲର ରାଜେଶ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ କୁଶପୁତ୍ତଳିକା ଦାହ କଲେ ବାମପନ୍ଥୀ

ବିଦ୍ୟାଧର ସାହୁ, ୧୧।୧୦: ଗଞ୍ଜାମ, ୧୦/୧୦: କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ, ଓଡ଼ିଶା କୃଷକ ସଭା ଓ କ୍ଷେତ ମଜଦୁର ୟୁନିୟନ ପକ୍ଷରୁ ଗଞ୍ଜାମ ତହସିଲ ଅନ୍ତର୍ଗତ ରାମଗଡ଼…

ପାଟପୁର କଲେଜରେ ସରଗରମ ଛାତ୍ର ରାଜନୀତି: ବୟସାଧିକ କାରଣରୁ ୨ ପ୍ରାର୍ଥିପତ୍ର ନାକଚ, ମଇଦାନରେ ୧୪ ପ୍ରାର୍ଥୀ

ଦିଗପହଣ୍ଡି,୧୦ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ସ୍ଥିତ ବିଶ୍ୱାସରାୟ କଲେଜର ଛାତ୍ର ସଂସଦ ନିର୍ବାଚନ ପାଇଁ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି।…

ଜମି ପାଣି ବିବାଦରୁ ସାଂଘାତିକ ଆକ୍ରମଣ: ସରପଞ୍ଚଙ୍କ ସ୍ୱାମୀଙ୍କୁ ହାଣିଥିବା ୩ ଦୁର୍ବୃତ୍ତଙ୍କୁ କୋର୍ଟଚାଲାଣ କଲା ଦିଗପହଣ୍ଡି ପୋଲିସ

ଦିଗପହଣ୍ଡି,୧୦।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ବନ୍ଥପଲ୍ଲୀ ପଞ୍ଚାୟତ ସରପଞ୍ଚ କାମିନୀ ନାୟକଙ୍କ ସ୍ୱାମୀ ଟୁନା ନାୟକଙ୍କୁ ଯୋଜନାବଦ୍ଧ ଭାବେ ଖଣ୍ଡାରେ ହାଣି ହତ୍ୟା…

ମାନସିକ ଅନଗ୍ରସରଙ୍କ ଅଧିକାର: ସେମାନଙ୍କ ପାଇଁ ମୁକ୍ତ ଆଇନ ସହାୟତା

ଦିଗପହଣ୍ଡି, ୧୦|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ତାଲୁକ ଆଇନ ସହାୟତା କମିଟି ପକ୍ଷରୁ ଶନିବାର ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳିତ ହୋଇଯାଇଛି। ଦିଗପହଣ୍ଡି…

କେଏସୟୁବି କଲେଜ୍ ରେ ୩୫ ପ୍ରାର୍ଥୀ, ସାବିତ୍ରୀ ମହିଳା ମହାବିଦ୍ୟାଳୟର ସମସ୍ତ ପ୍ରାର୍ଥୀନୀ ନିର୍ଦ୍ୱନ୍ଦରେ ନିର୍ବାଚିତ

ଭଞ୍ଜନଗର, ୧୦।୧୦ (ବାବୁଲା ପ୍ରଧାନ): ଛାତ୍ର ସଂସଦ ନିର୍ବାଚନରେ ଶନିବାର ପ୍ରାର୍ଥିପତ୍ର ପ୍ରତ୍ୟାହାର ପରେ ଅପରାହ୍ଣ ୩ଟାରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ଗଞ୍ଜାମ ଜିଲା…

‘ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ପହଞ୍ଚିବ ସରକାରୀ ସେବା’

ଭଞ୍ଜନଗର,୧୦ା୧୦(ବାବୁଲା ପ୍ରଧାନ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶାସନର ୨୫ ବର୍ଷ ପୂର୍ତ୍ତି ଅବସରରେ ଗତ ସେପ୍ଟେମ୍ବର ୧୭ରୁ ଏକ ମାସ ବ୍ୟାପୀ ସେବା ସଂକଳ୍ପ ଅଭିଯାନ ଆରମ୍ଭ…

ଖେମୁଣ୍ଡି କଲେଜ ଛାତ୍ର ସଂସଦ ନିର୍ବାଚନ: ବିଭିନ୍ନ ପଦବୀ ପାଇଁ ମଇଦାନ ରେ ୧୪ ପ୍ରାର୍ଥୀ , ଦ୍ବିି – ମୁଖି ପ୍ରତିଦ୍ବନ୍ଦିତା

ଦିଗପହଣ୍ଡି,୧୦|୧୦(ଅଶେଷ ନାଥ ମିଶ୍ର)ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି କଲେଜ ରେ ଦୀର୍ଘ ୮ ବର୍ଷ ପରେ ଛାତ୍ର ସଂସଦ ନିର୍ବାଚନ ହେଉଥିବାରୁ ଛାତ୍ରୀ ଛାତ୍ର ଙ୍କ…

ନ୍ୟାଶନାଲ ବୁକ୍‌ ଅଫ୍‌ ରେକର୍ଡସରେ ସ୍ଥାନ ପାଇଲେ ଛତ୍ରପୁର ଝିଅ ଶୁଭସ୍ମିତା

ଛତ୍ରପୁର,୧୦ା୧୦(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲା ଛତ୍ରପୁର ଦେବୀନଗର ସାହିର ଯୁବ ଚିତ୍ରଶିଳ୍ପୀ ତଥା ଲେଖିକା ଶୁଭସ୍ମିତା ପଣ୍ଡା ନିଜର ଅନନ୍ୟ କଳାପ୍ରତିଭା ପାଇଁ ନ୍ୟାଶନାଲ ବୁକ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?