ଧାନ ମିଲ୍‌ର ଧୂଳି, କୁଣ୍ଡା କରୁଛି ଗାଁକୁ ପ୍ରଦୂଷଣ

ପାତ୍ରପୁର,୨।୬(ଡି.ଏନ୍‌.ଏ.): ସୂର୍ଯ୍ୟ ଉଦୟ ହେଲେ ଗ୍ରମାବାସୀଙ୍କ ଚିନ୍ତା ବଢୁଛି, ଭୋରରୁ ରାତି ୯ଟା ଯାଏ ଘରର ଦାଣ୍ଡ ଦୂଆର ଓ ବାଡ଼ି କବାଟ ଦେଇ ରହିବାକୁ ପଡୁଛି। ଘରୁ ବାହାରକୁ ବାହାରିଲେ ଚୋରଙ୍କ ଭଳି ମୁଣ୍ଡରେ ଗାମୁଛା ଘୋଡ଼େଇ ଆସିବାକୁ ପଡୁଛି। ଏଭଳି ଏକ ଅଭାବନୀୟ ପରିସ୍ଥିତିରେ ଘାଣ୍ଠି ହେଉଛନ୍ତି ପାତ୍ରପୁର ବ୍ଲକ ଗୁଣ୍ଡ୍ରା ଗ୍ରାମବାସୀ। ଦୀର୍ଘ ପାଞ୍ଚ ବର୍ଷ ହେଲା ଗ୍ରାମରେ ଥିବା ସାଇ ସାରଥି ରାଇସ୍‌ ମିଲ୍‌ରୁ ବାହାରୁ ଥିବା କୁଣ୍ଡା ଓ ଧୂଳି ଯୋଗୁ ଗ୍ରାମରେ ପ୍ରଦୁଷଣ ବଢ଼ିବାରେ ଲାଗିଛି। ମିଲ୍‌ ନିକଟରେ ଥିବା ଅଙ୍ଗନବାଡ଼ି କେନ୍ଦ୍ର, ଶିବ ମନ୍ଦିର, ପୋଖରୀ, ପ୍ରାଥମିକ ବିଦ୍ୟାଳୟ, ପୋଷ୍ଟ ଅଫିସ, ଜନସେବା କେନ୍ଦ୍ର, ପନ୍ଦରାସାହି, ନୂଆସାହି ପ୍ରମୁଖ ସାହିର ଲୋକଙ୍କ ବ୍ୟତିତ ଗ୍ରାମକୁ ଯିବା ଆସିବା କରୁଥିବା ଜନସାଧାରଣଙ୍କ ଦେହରେ ପଡୁଛି କୁଣ୍ଡା ଓ ଧୂଳି। ଗ୍ରାମର ତିନିଶହ ପରିବାର ପାଇଁ ରହିଥିବା ଏକମାତ୍ର ପୋଖରୀ ପାଣିରେ ଦୈନିକ ଧାନ ମିଲ୍‌ରୁ ବାହାରୁଥିବା କୁଣ୍ଡା ପାଣିରେ ମିଶୁଛି। ସେହିପାଣିକୁ ବ୍ୟବହାର କରି ଲୋକମାନେ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଛନ୍ତି। ସେହିଭଳି ମିଲ୍‌କୁ ଲାଗି ରହିଥିବା ଅଙ୍ଗନବାଡ଼ି କେନ୍ଦ୍ରରେ ଶିଶୁ ମାନେ ମୁହଁ ଘୋଡ଼ାଇ କେନ୍ଦ୍ରକୁ ଆସି କବାଟ ଦେଇ ପଢୁଛନ୍ତି। ଗ୍ରାମର କିଛି ବ୍ୟକ୍ତିଙ୍କ ଆଖିରେ କୁଣ୍ଡା ଓ ଧୁଳି ପସିବାରୁ ଦୃଷ୍ଟି ଶକ୍ତି ହରାଇଛନ୍ତି। ନିକଟରେ ଥିବା ଶିବ ମନ୍ଦିରରେ ଧୂଳି ପସିବା ସହ ପ୍ରସାଦ ତିଆରି ଘରକୁ କୁଣ୍ଡା ଯାଇ ପ୍ରଶାଦରେ ପଡୁଛି। ପ୍ରାଥମିକ ବିଦ୍ୟାଳୟ ଝରକା ଦେଇ ମିଲ୍‌ର ଶଦ୍ଦ ସହ କୁଣ୍ଡା ଯୋଗୁ ପିଲାଙ୍କ ପାଠ ପଢାରେ ବ୍ୟାଘାତ ସୃଷ୍ଟି କରିବା ସହ ବିଭିନ୍ନ ସାହି ବାସିନ୍ଦାଙ୍କ ଘରେ ମିଲର ଧୁଳି ଓ କୁଣ୍ଡା ପସୁଛି ା ଶହେରୁ ଊର୍ଦ୍ଧ୍ୱ ପରିବାରଙ୍କ ଖାଇବା ଥାଳିରେ କୁଣ୍ଡା ଓ ଧୁଳି ପସୁଛି। ଦୈନିକ ଗ୍ରାମକୁ ଆସୁଥିବା ଲୋକମାନେ ଅସୁବିଧାର ସମ୍ମୁଖିନ ହେଉଛନ୍ତିା ଏ ନେଇ ମିଲ୍‌ ମାଲିକଙ୍କୁ ବାରମ୍ଭାର କହି ଆସୁଥିଲେ ମଧ୍ୟ ମାଲିକ କୌଣସି ପଦକ୍ଷେପ ଗ୍ରହଣ କରୁନାହାନ୍ତି ଓଲଟା ସାହି ବାସିନ୍ଦାଙ୍କୁ ନାଲି ଆଖି ଦେଖାଇ ଘରେ କବାଟ ଦେଇ ରହିବାକୁ କହୁଛନ୍ତି। ମଙ୍ଗଳବାର ଗ୍ରାମର କେତେକ ବ୍ୟକ୍ତି ପାତ୍ରପୁର ତହସିଲଦାର ଅମିତ କୁମାର ନାୟକଙ୍କୁ ଏହାର ତୁରନ୍ତ ପ୍ରତିକାର ପାଇଁ ଦାବିପତ୍ର ଦେବା ସହ ଡାକ ଯୋଗେ ଉପଜିଲାପାଳ, ଜିଲା ପ୍ରଦୁଷଣ ବିଭାଗ, ପ୍ରଦୁଷଣ ବିଭାଗ ନିର୍ଦ୍ଦେଶକ ଓଡ଼ିଶା ଓ ଜିଲାପାଳଙ୍କୁ ପ୍ରଦାନ କରିଛନ୍ତି। ବୁଧବାର ସମ୍ପୃକ୍ତ ମିଲ ମାଲିକକୁ ତହସିଲ କାର୍ଯ୍ୟାଳୟକୁ ଡକାଇ ତଦନ୍ତ କରିବା ସହ ମିଲର କାଗଜ ପତ୍ର ଗୁଣ୍ଡୁରା ରାଜସ୍ବ ଅଧିକାରୀଙ୍କୁ ଦେଖାଇବାକୁ କୁହାଯାଇଥିଲା।
ଗୁରୁବାର ଉକ୍ତ ମିଲକୁ ତହସିଲ ପ୍ରଶାସନ ଆସି ତଦନ୍ତ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଲଗାଣବର୍ଷାରେ ଭୁଶୁଡ଼ିଲା ଘର କାନ୍ଥ; ଅଳ୍ପକେ ବର୍ତ୍ତିଲେ ପରିବାର, ବିପନ୍ନଙ୍କୁ ସହାୟତା ଦାବି

ଦିଗପହଣ୍ଡି,୨୪।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଗତ ୪ ଦିନ ବ୍ୟାପି ବର୍ଷା ଲାଗି ରହିଛି । ଫଳରେ ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ପଞ୍ଚାୟତ…

ଗଭୀର ଅବପାତ ପ୍ରଭାବରେ ଫୁଲୁଛି ଋଷିକୁଲ୍ୟା, ଭୟଭୀତ ନହେବାକୁ ପ୍ରଶାସନର ସଚେତନତା

ପୁରୁଷୋତ୍ତମପୁର,୨୪।୯(ସବିତା ମିଶ୍ର): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ପ୍ରଭାବରେ ଗଞ୍ଜାମ ଜିଲାର ପୁରୁଷୋତ୍ତମପୁର ଅଞ୍ଚଳରେ ତିନିଦିନ ଧରି ଲଗାଣ ବର୍ଷା ଜାରି ରହିଛି। ଏହି ଲଗାଣ…

ପାଣି ଘେରରେ ଗୋଖର କୁଦା; ବୁଡ଼ିଲା ତଳିଆ ଅଞ୍ଚଳ, ଆତଙ୍କିତ ମତ୍ସଜୀବୀ

ଗଞ୍ଜାମ,୨୪।୯(ବିଦ୍ୟାଧର ସାହୁ ): ଟଳିଛି ବାତ୍ୟା ଭୟ । ଗଭୀର ଅବପାତ ଜନିତ ଲଗାଣ ବର୍ଷା ଲାଗି ରହିଥିବାରୁ ପାଳିବନ୍ଧ ପଞ୍ଚାୟତ ଗୋଖର କୁଦା ଗ୍ରାମ ପାଣି…

‘ଧରିତ୍ରୀ’ ପ୍ରଭାବ: ଜଳମଗ୍ନ ଅଞ୍ଚଳ ପରିଦର୍ଶନ କଲେ ଜିଲାପାଳ

ଛତ୍ରପୁର, ୨୪।୯ (ଦିଲ୍ଲୀପ ସାମଲ/ଦ୍ୱାରିକା ପଟନାୟକ): ଗଭୀର ଅବପାତଜନିତ ପ୍ରବଳ ବର୍ଷା ଯୋଗୁ ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ତାମ୍ପରା ହ୍ରଦ ନିକଟସ୍ଥ ବ୍ୟାଙ୍କ କଲୋନୀର କେତେକ ଅଞ୍ଚଳ…

ସମସ୍ୟା ନେଇ ଏନଏସି କାର୍ଯ୍ୟାଳୟ ଯାଇଥିଲେ ଯୁବଗୋଷ୍ଠୀ: କନିଷ୍ଠ ଯନ୍ତ୍ରୀଙ୍କ ଦୁର୍ବ୍ୟବହାର ଅଭିଯୋଗ

ଗଞ୍ଜାମ, ୨୪।୯ (ବିଦ୍ୟାଧର ସାହୁ):ଗଞ୍ଜାମ ଏନଏସିରେ କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀ ମାନସ ଜେନା ସ୍ଥାନୀୟ ଲୋକଙ୍କ ସହ ଦୁର୍ବ୍ୟବହାର କରିଥିବା ନେଇ ଅଭିଯୋଗ ହୋଇଛି। ବାତ୍ୟା ପ୍ରଭାବରେ…

ନଟରାଜ ନୃତ୍ୟାୟନ ଉଦ୍‌ଘାଟିତ: ଓଡ଼ିଶୀ-ସମ୍ବଲପୁରୀ ନୃତ୍ୟର ପ୍ରଚାର ପ୍ରସାର ଉଦ୍ଦେଶ୍ୟ

ଭଞ୍ଜନଗର, ୨୪।୯ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସହର ବେଲଗୁଣ୍ଠା ରୋଡ୍‌ରେ ‘ନଟରାଜ ନୃତ୍ୟାୟନ’ ଉଦ୍‌ଘାଟିତ ହୋଇଯାଇଛି। ଜିଲାର ଜଣାଶୁଣା ଓଡ଼ିଶୀ ନୃତ୍ୟଶିଳ୍ପୀ ପ୍ରିୟଙ୍କା ପ୍ରିୟଦର୍ଶନୀ…

“କାହିଁକି ଜମିକୁ ପାଣି ଛାଡ଼ୁନୁ?” ଯୁବକଙ୍କ ବେକ-ହାତକୁ ଦା’ରେ ହାଣି ପ୍ରତିଶୋଧ, ଅଭିଯୁକ୍ତକୁ ଖୋଜୁଛି ପୋଲିସ

ଦିଗପହଣ୍ଡି, ୨୩।୯ (ଅଶେଷ ନାଥ ମିଶ୍ର): ଚାଷଜମିକୁ ପାଣି ଛାଡ଼ିବାକୁ କେନ୍ଦ୍ର କରି ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସିଦ୍ଧେଶ୍ୱର ଗ୍ରାମରେ ଏକ ସାଂଘାତିକ ଆକ୍ରମଣ ଘଟଣା…

ଲଘୁଚାପ ବର୍ଷାରେ ସୃଷ୍ଟି ହେଲା ବନ୍ୟା ଆଶଙ୍କା: ଭଞ୍ଜନଗରରେ ସ୍ଥାନାନ୍ତର ପ୍ରକ୍ରିୟା ଜୋରଦାର, ସ୍ଥିତି ଉପରେ ନଜର ରଖିଛନ୍ତି ବିଧାୟକ

ଭଞ୍ଜନଗର, ୨୩।୯ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡର ବିଭିନ୍ନ ଅଞ୍ଚଳରେ ବୁଧବାର ସନ୍ଧ୍ୟା ପର୍ଯ୍ୟନ୍ତ ତୁହାକୁ ତୁହା ଲଗାଣ ବର୍ଷା ଜାରି ରହିଛି। ଫଳରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?