ଧାନ ମିଲ୍‌ର ଧୂଳି, କୁଣ୍ଡା କରୁଛି ଗାଁକୁ ପ୍ରଦୂଷଣ

ପାତ୍ରପୁର,୨।୬(ଡି.ଏନ୍‌.ଏ.): ସୂର୍ଯ୍ୟ ଉଦୟ ହେଲେ ଗ୍ରମାବାସୀଙ୍କ ଚିନ୍ତା ବଢୁଛି, ଭୋରରୁ ରାତି ୯ଟା ଯାଏ ଘରର ଦାଣ୍ଡ ଦୂଆର ଓ ବାଡ଼ି କବାଟ ଦେଇ ରହିବାକୁ ପଡୁଛି। ଘରୁ ବାହାରକୁ ବାହାରିଲେ ଚୋରଙ୍କ ଭଳି ମୁଣ୍ଡରେ ଗାମୁଛା ଘୋଡ଼େଇ ଆସିବାକୁ ପଡୁଛି। ଏଭଳି ଏକ ଅଭାବନୀୟ ପରିସ୍ଥିତିରେ ଘାଣ୍ଠି ହେଉଛନ୍ତି ପାତ୍ରପୁର ବ୍ଲକ ଗୁଣ୍ଡ୍ରା ଗ୍ରାମବାସୀ। ଦୀର୍ଘ ପାଞ୍ଚ ବର୍ଷ ହେଲା ଗ୍ରାମରେ ଥିବା ସାଇ ସାରଥି ରାଇସ୍‌ ମିଲ୍‌ରୁ ବାହାରୁ ଥିବା କୁଣ୍ଡା ଓ ଧୂଳି ଯୋଗୁ ଗ୍ରାମରେ ପ୍ରଦୁଷଣ ବଢ଼ିବାରେ ଲାଗିଛି। ମିଲ୍‌ ନିକଟରେ ଥିବା ଅଙ୍ଗନବାଡ଼ି କେନ୍ଦ୍ର, ଶିବ ମନ୍ଦିର, ପୋଖରୀ, ପ୍ରାଥମିକ ବିଦ୍ୟାଳୟ, ପୋଷ୍ଟ ଅଫିସ, ଜନସେବା କେନ୍ଦ୍ର, ପନ୍ଦରାସାହି, ନୂଆସାହି ପ୍ରମୁଖ ସାହିର ଲୋକଙ୍କ ବ୍ୟତିତ ଗ୍ରାମକୁ ଯିବା ଆସିବା କରୁଥିବା ଜନସାଧାରଣଙ୍କ ଦେହରେ ପଡୁଛି କୁଣ୍ଡା ଓ ଧୂଳି। ଗ୍ରାମର ତିନିଶହ ପରିବାର ପାଇଁ ରହିଥିବା ଏକମାତ୍ର ପୋଖରୀ ପାଣିରେ ଦୈନିକ ଧାନ ମିଲ୍‌ରୁ ବାହାରୁଥିବା କୁଣ୍ଡା ପାଣିରେ ମିଶୁଛି। ସେହିପାଣିକୁ ବ୍ୟବହାର କରି ଲୋକମାନେ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଛନ୍ତି। ସେହିଭଳି ମିଲ୍‌କୁ ଲାଗି ରହିଥିବା ଅଙ୍ଗନବାଡ଼ି କେନ୍ଦ୍ରରେ ଶିଶୁ ମାନେ ମୁହଁ ଘୋଡ଼ାଇ କେନ୍ଦ୍ରକୁ ଆସି କବାଟ ଦେଇ ପଢୁଛନ୍ତି। ଗ୍ରାମର କିଛି ବ୍ୟକ୍ତିଙ୍କ ଆଖିରେ କୁଣ୍ଡା ଓ ଧୁଳି ପସିବାରୁ ଦୃଷ୍ଟି ଶକ୍ତି ହରାଇଛନ୍ତି। ନିକଟରେ ଥିବା ଶିବ ମନ୍ଦିରରେ ଧୂଳି ପସିବା ସହ ପ୍ରସାଦ ତିଆରି ଘରକୁ କୁଣ୍ଡା ଯାଇ ପ୍ରଶାଦରେ ପଡୁଛି। ପ୍ରାଥମିକ ବିଦ୍ୟାଳୟ ଝରକା ଦେଇ ମିଲ୍‌ର ଶଦ୍ଦ ସହ କୁଣ୍ଡା ଯୋଗୁ ପିଲାଙ୍କ ପାଠ ପଢାରେ ବ୍ୟାଘାତ ସୃଷ୍ଟି କରିବା ସହ ବିଭିନ୍ନ ସାହି ବାସିନ୍ଦାଙ୍କ ଘରେ ମିଲର ଧୁଳି ଓ କୁଣ୍ଡା ପସୁଛି ା ଶହେରୁ ଊର୍ଦ୍ଧ୍ୱ ପରିବାରଙ୍କ ଖାଇବା ଥାଳିରେ କୁଣ୍ଡା ଓ ଧୁଳି ପସୁଛି। ଦୈନିକ ଗ୍ରାମକୁ ଆସୁଥିବା ଲୋକମାନେ ଅସୁବିଧାର ସମ୍ମୁଖିନ ହେଉଛନ୍ତିା ଏ ନେଇ ମିଲ୍‌ ମାଲିକଙ୍କୁ ବାରମ୍ଭାର କହି ଆସୁଥିଲେ ମଧ୍ୟ ମାଲିକ କୌଣସି ପଦକ୍ଷେପ ଗ୍ରହଣ କରୁନାହାନ୍ତି ଓଲଟା ସାହି ବାସିନ୍ଦାଙ୍କୁ ନାଲି ଆଖି ଦେଖାଇ ଘରେ କବାଟ ଦେଇ ରହିବାକୁ କହୁଛନ୍ତି। ମଙ୍ଗଳବାର ଗ୍ରାମର କେତେକ ବ୍ୟକ୍ତି ପାତ୍ରପୁର ତହସିଲଦାର ଅମିତ କୁମାର ନାୟକଙ୍କୁ ଏହାର ତୁରନ୍ତ ପ୍ରତିକାର ପାଇଁ ଦାବିପତ୍ର ଦେବା ସହ ଡାକ ଯୋଗେ ଉପଜିଲାପାଳ, ଜିଲା ପ୍ରଦୁଷଣ ବିଭାଗ, ପ୍ରଦୁଷଣ ବିଭାଗ ନିର୍ଦ୍ଦେଶକ ଓଡ଼ିଶା ଓ ଜିଲାପାଳଙ୍କୁ ପ୍ରଦାନ କରିଛନ୍ତି। ବୁଧବାର ସମ୍ପୃକ୍ତ ମିଲ ମାଲିକକୁ ତହସିଲ କାର୍ଯ୍ୟାଳୟକୁ ଡକାଇ ତଦନ୍ତ କରିବା ସହ ମିଲର କାଗଜ ପତ୍ର ଗୁଣ୍ଡୁରା ରାଜସ୍ବ ଅଧିକାରୀଙ୍କୁ ଦେଖାଇବାକୁ କୁହାଯାଇଥିଲା।
ଗୁରୁବାର ଉକ୍ତ ମିଲକୁ ତହସିଲ ପ୍ରଶାସନ ଆସି ତଦନ୍ତ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡି ବିଧାନସଭା ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ୱର,୨୪ା୪: ଗଞ୍ଜାମ ଜିଲାର ଦିଗପହଣ୍ଡି ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ବୁଧବାର ମଧ୍ୟାହ୍ନ ପ୍ରାୟ ୧୨ଟାରେ ନାମାଙ୍କନ ଦାଖଲ କରିଥିବା ଶ୍ରୀଧର ଦେବଙ୍କ ଟିକେଟ...

କାଳବୈଶାଖୀର ତାଣ୍ଡବ, ଭାଙ୍ଗିଲା ବିଜୁ ପଟ୍ଟନାୟକ ଇନ୍‌ଡୋର ଷ୍ଟାଡିୟମ

ପୁରୁଷୋତ୍ତମପୁର,୨୪ା୪(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ବୁଧବାର ଅପରାହ୍ନରେ କାଳବୈଶାଖୀ ତାଣ୍ଡବ ରଚିଛି। ମାତ୍ର ୧୦ ମିନିଟ୍‌ ମଧ୍ୟରେ ସହରକୁ ଛିନ୍‌ଭିନ୍‌ କରିପକାଇଛି। ବିଭିନ୍ନ ସ୍ଥାନରେ...

ନିଜ ନିର୍ବାଚନ ମଣ୍ଡଳୀରୁ ପ୍ରଚାର ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ

ହିଞ୍ଜିଳିକାଟୁ,୨୪ା୪(ଦ୍ୱିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବୁଧବାରଠାରୁ ନିଜ ନିଜାଚନ ମଣ୍ଡଳୀ ହିଞ୍ଜିଳିରୁ ୨୦୨୪ ନିର୍ବାଚନ ପ୍ରଚାରର ଶୁଭାରମ୍ଭ କରିଛନ୍ତି। ହିଞ୍ଜିଳିକାଟୁ...

ବିରୋଧୀ କେବେ ସଫଳ ହେବେନି, ବିଜେଡି ବିପୁଳ ବିଜୟ ହାସଲ କରିବ: ନବୀନ

ହିଞ୍ଜିଳିକାଟୁ,୨୪।୪(ଦ୍ୱିତୀକୃଷ୍ଣ ପଣ୍ଡା): ହିଞ୍ଜିଳି ଜନସଭାରେ ବିରୋଧୀଙ୍କୁ ଟାର୍ଗେଟ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ କହିଛନ୍ତି, ବିରୋଧୀ ଅପପ୍ରଚାର କରିବା ସହ ବିକାଶ କାମରେ ବାଧା...

ଓଡ଼ିଶାର ସାଢ଼େ ୪ କୋଟି ମୋର ପରିବାର: ନବୀନ

ହିଞ୍ଜିଳିକାଟୁ,୨୪।୪(ଦ୍ୱିତୀକୃଷ୍ଣ ପଣ୍ଡା): ଆଜିଠୁ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଏହି ସମୟରେ ନିଜ ନିର୍ବାଚନ ମଣ୍ଡଳୀର ହିଞ୍ଜିଳିକାଟୁରେ...

ହିଞ୍ଜିଳିକାଟୁରୁ ପ୍ରଚାର ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ହିଞ୍ଜିଳିକାଟୁ,୨୪।୪(ଦ୍ୱିତୀକୃଷ୍ଣ ପଣ୍ଡା): ବିଜେଡିର ଷ୍ଟାର ପ୍ରଚାରକ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ପାରମ୍ପରିକ ଆସନରୁ ହିଞ୍ଜିଳିରୁ ପ୍ରଚାର ଆରମ୍ଭ କରିଛନ୍ତି। ତାଙ୍କ ସହ ଫାଇଭ-ଟି...

କାଲିଠୁ ପ୍ରଚାର ଆରମ୍ଭ କରିବେ ନବୀନ

ହିଞ୍ଜିଳିକାଟୁ,୨୩।୪(ଦ୍ବିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ବୁଧବାର ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିରୁ ନିର୍ବାଚନ ପ୍ରଚାର ଆରମ୍ଭ କରିବେ। ମୁଖ୍ୟମନ୍ତ୍ରୀ ଏହି...

ଆଦିଶକ୍ତି ବେଶରେ ଦର୍ଶନ ଦେଲେ ତାରାତାରିଣୀ

ପୁରୁଷୋତ୍ତମପୁର,୨୩/୪(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଆରାଧ୍ୟ ଇଷ୍ଟଦେବୀ ମା ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରାର ଉଦ୍‌ଯାପନ ହୋଇଛି। ମଙ୍ଗଳବାର ସାଙ୍ଗକୁ ପୂର୍ଣ୍ଣିମା ପଡିଥିବାରୁୁ ମା’ଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri