ସୀମାରେ ଉତ୍ତେଜନା ହ୍ରାସ ପାଇଁ ଭାରତ-ଚାଇନା ମଧ୍ୟରେ ୫ ସୁତ୍ରୀ ସହମତି

ମସ୍କୋ,୧୧।୯: ପୂର୍ବ ଲଦାଖର ବାସ୍ତବ ନିୟନ୍ତ୍ରଣ ରେଖା(ଏଲଏସି)ରେ ଭାରତ-ଚାଇନା ମଧ୍ୟରେ ସୀମା ବିବାଦ ଲାଗି ରହିଥିବା ବେଳେ ଦୁଇଦେଶ ବୈଦେଶିକ ମନ୍ତ୍ରୀଙ୍କ ମଧ୍ୟରେ ସାକ୍ଷାତ ଆଲୋଚନା ହୋଇଛି। ରୁଷିଆର ମସ୍କୋରେ ଚାଲିଥିବା ସାଙ୍ଘାଇ ସହଯୋଗ ସଂଗଠନ (ଏସସିଓ) ବୈଠକ ଅବସରରେ ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ତାଙ୍କର ଚାଇନା ପ୍ରତିପକ୍ଷ ୱାଙ୍ଗ ୱିଙ୍କ ମଧ୍ୟରେ କଥାବାର୍ତ୍ତା କରିଛନ୍ତି। ପ୍ରାୟ ୨ ଘଣ୍ଟାରୁ ଅଧିକ ଘଣ୍ଟା ଧରି ଉଭୟ ନେତା ଆଲୋଚନା କରିଥିଲେ। ସୀମା ବିବାଦର ଆପୋଷ ସମାଧାନ ପାଇଁ ୫ ସୁତ୍ରୀ ଫର୍ମୁଲା ଉପରେ ସମ୍ମତି ପ୍ରକାଶ ପାଇଛି।

ଦୁଇ ବୈଦେଶିକ ମନ୍ତ୍ରୀ ସହମତ ହୋଇଥିଲେ ଯେ ସାମ୍ପ୍ରତିକ ପରିସ୍ଥିତି କାହା ହିତରେ ନାହିଁ। ସେଥିପାଇଁ ସୀମାରେ ଅବସ୍ଥିତ ଦୁଇ ଦେଶର ସୈନ୍ୟବାହିନୀ କଥାବାର୍ତ୍ତା ଜାରି ରଖିବା, ଉପଯୁକ୍ତ ଦୂରତା ବଜାୟ ରଖିବା ଏବଂ ଉତ୍ତେଜନା ହ୍ରାସ କରିବା ଉଚିତ୍‌।

ମିଳିତ ବିବୃତ୍ତି ଅନୁଯାୟୀ, ଜୟଶଙ୍କର ଏବଂ ୱାଙ୍ଗ ଏକମତ ହୋଇଥିଲେ ଯେ ଭାରତ-ଚାଇନା ସମ୍ପର୍କକୁ ବିକଶିତ କରିବା ପାଇଁ ଦୁଇ ଦେଶର ନେତାଙ୍କ ମଧ୍ୟରେ ହୋଇଥିବା ସହମତିରୁ ଉଭୟ ପକ୍ଷ ମାର୍ଗଦର୍ଶନ ନେବା ଉଚିତ। ଯେପରିକି ଉଭୟ ଦେଶ ମଧ୍ୟରେ ମତଭେଦ ହେଲେ ତାହା ଯେମିତି ବିବାଦରେ ପରିଣତ ନ ହେବ।

ସୀମା ପରିଚାଳନା ସହ ଜଡିତ ସମସ୍ତ ଚୁକ୍ତିନାମା ଏବଂ ନିୟମ ପାଳନ କରାଯିବ। ଶାନ୍ତି ଏବଂ ସୌହାର୍ଦ୍ଦ୍ୟ ରକ୍ଷା କରିବା ଏବଂ ଉତ୍ତେଜନା ବୃଦ୍ଧି ରୋକିବା ଉପରେ ମଧ୍ୟ ଆଲୋଚନା ହୋଇଛି।

ଜୟଶଙ୍କର ଏବଂ ୱାଙ୍ଗ ଆଲୋଚନାରେ ସହମତ ହୋଇଥିଲେ ଯେ ସୀମାରେ ପରିସ୍ଥିତି ସୁଧୁରିବା ସହିତ ସୀମାନ୍ତ ଅଞ୍ଚଳରେ ଶାନ୍ତି ଏବଂ ସୌହାର୍ଦ୍ଦ୍ୟ ରକ୍ଷା କରିବା ପାଇଁ ଉଭୟ ପକ୍ଷ ଦ୍ରୁତ ଗତିରେ ଆଗକୁ ବଢିବା ଉଚିତ୍‌।

ସ୍ବତନ୍ତ୍ର ପ୍ରତିନିଧୀ (ଏସ୍‌ଆର୍‌) ପ୍ରଣାଳୀ ମାଧ୍ୟମରେ ଭାରତ-ଚାଇନା ସୀମା ପ୍ରସଙ୍ଗରେ ଆଲୋଚନା ଏବଂ ଯୋଗାଯୋଗ ଜାରି ରଖିବାକୁ ଉଭୟ ପକ୍ଷ ସହମତ ହୋଇଛନ୍ତି। ଭାରତ-ଚାଇନା ସୀମା ପ୍ରସଙ୍ଗରେ ପରାମର୍ଶ ଏବଂ ସମନ୍ବୟ ପାଇଁ କାର୍ଯ୍ୟ ପ୍ରଣାଳୀ ଏହାର ବୈଠକରେ ଜାରି ରହିବା ଉଚିତ୍‌।


Enter your email to get our daily news in your inbox.

All Right Reserved By Dharitri.Com

ବ୍ୟାୟାମ କରିବା ପୂର୍ବରୁ ହାଲିଆ ଲାଗୁଛି କି? ଯଦି ହଁ, ତେବେ…

ବ୍ୟାୟାମ ଆମ ସ୍ବାସ୍ଥ୍ୟ ପାଇଁ କେତେ ଉପକାରୀ ତାହା ବର୍ଣ୍ଣନା କରିବା ଅନାବଶ୍ୟକ। ଏହାପୂର୍ବରୁ ଆମକୁ କେତୋଟି ଦିଗ ପ୍ରତି ଧ୍ୟାନ ଦେବା ନିହାତି ଜରୁରୀ। ବ୍ୟାୟାମ…

ଇରାନ ଉପରେ ଆକ୍ରମଣ କଲା ଆମେରିକା, ହେଲେ ଛାଡିଲାନି ତେହରାନ

ତେହରାନ,୩୧।୮: ଆମେରିକା ଏବଂ ଇରାନ ମଧ୍ୟରେ ପୁଣି ଥରେ ଯୁଦ୍ଧର ନିଆଁ ଜଳି ଉଠିଛି। ରବିବାର (ଅଗଷ୍ଟ ୩୦) ରେ, ଆମେରିକୀୟ ସେନା ଇରାନର ଲାରାକ ଦ୍ୱୀପରେ…

ପୋତାଗଲା ଚିହ୍ନଟ ହୋଇ ନ ଥିବା ମୃତଦେହ

କାଠମାଣ୍ଡୁ,୩୧ା୮: ନେପାଳ ବନ୍ୟାଜନିତ ମୃତ୍ୟୁସଂଖ୍ୟା ରବିବାର ସନ୍ଧ୍ୟା ସୁଦ୍ଧା ୭୯୪ରେ ପହଞ୍ଚତ୍ଛି। ମୃତଦେହ ରଖିବା ପାଇଁ ହସ୍ପିଟାଲଗୁଡ଼ିକରେ ସ୍ଥାନାଭାବ ଦେଖାଦେଇଛି। ସେପଟେ ମୃତଦେହଗୁଡ଼ିକ ଚିହ୍ନଟ ହୋଇ ନ…

ଆର୍‌ଏସ୍‌ଏସ୍‌ ମୁଖ୍ୟ ଭୁଆଁ ବୁଲାଉଛନ୍ତି: ବିରୋଧୀ

ନୂଆଦିଲ୍ଲୀ,୩୧ା୮(ପି.ଟି.): ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍‌ଏସ୍‌ଏସ୍‌) ମୁଖ୍ୟ ମୋହନ ଭାଗବତ ଆମେରିକାରେ ବିବିଧତା ଉପରେ ଦେଇଥିବା ମନ୍ତବ୍ୟ ଭୁଆଁ ବୁଲାଇବା ପାଇଁ ଉଦ୍ଦିଷ୍ଟ ବୋଲି ବିରୋଧୀ ନେତାମାନେ…

ୟୁରୋପର ସର୍ବୋଚ୍ଚ ଶୃଙ୍ଗରେ ଭାରତୀୟ ମହିଳା

ଲକ୍ଷ୍ନୌ, ୩୧ା୮ (ପି.ଟି.) : ଲକ୍ଷ୍ନୌର ୪୩ ବର୍ଷୀୟା ଶିବାନୀ ମେହରୋତ୍ରା ସାଂସାରିକ ବନ୍ଧନରେ ଥାଇ ମଧ୍ୟ ବିଶ୍ୱର ଉଚ୍ଚତମ ଶୃଙ୍ଗଗୁଡ଼ିକୁ ଚଢ଼ି ନିଜର ଦୃଢ଼ ଇଚ୍ଛାଶକ୍ତିର…

ସର୍ଭର ଡାଉନ, ପଞ୍ଜୀକରଣ ପାଇଁ ଚାଷୀ କଲବଲ

ହାଟଡିହୀ/ଛେନାପଦୀ,୩୦l୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ଚାଷୀଙ୍କ ନାମ ପଞ୍ଜୀକରଣର ସମୟ ସୀମା ସରକାର ଆଉ ୭ ଦିନ ବୃଦ୍ଧି କରିଛନ୍ତି। କିନ୍ତୁ ସର୍ଭର ଡାଉନ ଥିବାରୁ ଚାଷୀ ନାମ…

ଲାଞ୍ଚ ନେଇ ଧରାପଡ଼ିଲେ ଜିଲା ଶ୍ରମ ଅଧିକାରୀ

କେନ୍ଦୁଝର,୩୦ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଶ୍ରମ ଅଧିକାରୀ ଆକାଶ ବିଶୋଇ ଜଣେ ବ୍ୟକ୍ତିଙ୍କଠାରୁ ଲାଞ୍ଚ ନେଇ ଭିଜିଲାନ୍ସ ବିଭାଗ ହାତରେ ଧରାପଡ଼ିଛନ୍ତି। ଜିଲା ଶ୍ରମ ଅଧିକାରୀ…

ସ୍କୁଲ ପ୍ରିନି୍ସପାଲଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ବଞ୍ଚିଗଲା ସମସ୍ତ ସ୍କୁଲ ପିଲା, ଶିକ୍ଷକଙ୍କ ଜୀବନ, କେମିତି ଜାଣନ୍ତୁ…

କାଠମାଣ୍ଡୁ,୩୦ା୮: ନେପାଳରେ ପ୍ରଳୟଙ୍କରୀ ବନ୍ୟା ମାଡ଼ିଆସିବା ବେଳେ ଜଣେ ସ୍କୁଲ ପ୍ରିନି୍ସପାଲଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ୧,୬୪୩ ଜଣ ପିଲାଙ୍କ ଜୀବନ ବଞ୍ଚତ୍ୟାଇଛି। ନୁଓ୍ବାକୋଟ୍‌ ଜିଲା ତ୍ରିଭୁବନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri