ଆମେରିକାର ଚେତାବନୀ ଉପରେ ଜୟଶଙ୍କରଙ୍କ କଡ଼ା ଜବାବ

ନୂଆଦିଲ୍ଲୀ,୧୫ା୫: କିଛି ଦିନ ପୂର୍ବରୁ ଚାବାହର ବନ୍ଦରର ଏକ ଅଂଶର ସହ-ପରିଚାଳନା ପାଇଁ ଭାରତୀୟ ଏବଂ ଇରାନ କମ୍ପାନୀଗୁଡ଼ିକ ମଧ୍ୟରେ ଏକ ଚୁକ୍ତିନାମା ସ୍ବାକ୍ଷରିତ ହୋଇଛି। ଏହି ଚୁକ୍ତିରୁ ଭାରତ, ଇରାନ ଏବଂ ଅନେକ ଦେଶ ଉପକୃତ ହେବେ। ତେବେ ଅନେକ ଦେଶର ଏହି ଚୁକ୍ତି ସାମ୍ନାକୁ ଆସିଛି।

ଗତ କିଛି ବର୍ଷ ଧରି ଆମେରିକା ଏବଂ ଇରାନ ମଧ୍ୟରେ ତିକ୍ତତା ସୃଷ୍ଟି ହୋଇଛି। ଆମେରିକା ସ୍ପଷ୍ଟ ଭାବେ କହିଛି, ଇରାନ ସହିତ ଚୁକ୍ତି କରୁଥିବା କୌଣସି ଦେଶ ଉପରେ ପ୍ରତିବନ୍ଧକ ଲଗାଯାଇପାରିବ।
ଭାରତର ନାଁ ନ ନେଇ ଆମେରିକାର ଚାବାହର ବନ୍ଦର ଉପରେ ଚୁକ୍ତି ହେବାର କିଛି ଘଣ୍ଟା ପରେ କହିଥିଲା, ଇରାନ ସହ ଦ୍ୱିପାକ୍ଷିକ ଚୁକ୍ତି କରୁଥିବା ଦେଶ ଉପରେ ଆମେ ପ୍ରତିବନ୍ଧକ ଲଗାଇ ପାରିବା। ଆମେରିକାର ଏହି ବିପଦକୁ ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କର ପ୍ରତିକ୍ରିୟା ଦେଇଛନ୍ତି।

ଜୟଶଙ୍କର କହିଛନ୍ତି, ଚାବାହର ବନ୍ଦରରେ ହୋଇଥିବା ଚୁକ୍ତି ଉପରେ ଲୋକମାନେ ସେମାନଙ୍କର ସଂକୀର୍ଣ୍ଣ ଦୃଷ୍ଟିକୋଣରୁ ପରିତ୍ୟାଗ କରିବା ଉଚିତ୍‌। ସେ କହିଛନ୍ତି, ଚାବାହର ବନ୍ଦର ସମଗ୍ର ଅଞ୍ଚଳ ପାଇଁ ଲାଭଦାୟକ ହେବ ଏବଂ ଏହାକୁ ନେଇ ଏକ ସଂକୀର୍ଣ୍ଣ ଦୃଷ୍ଟିକୋଣ ଗ୍ରହଣ କରାଯିବା ଉଚିତ ନୁହେଁ।

 


Enter your email to get our daily news in your inbox.

All Right Reserved By Dharitri.Com

ସୁପ୍ରିମକୋର୍ଟରୁ ସମୟ ରୈନାଙ୍କୁ ବଡ଼ ଆଶ୍ୱସ୍ତି

ନୂଆଦିଲ୍ଲୀ,୧୪।୮: ‘ଇଣ୍ଡିଆ ଗଟ ଲ୍ୟାଟେଣ୍ଟ’ ମାମଲାରେ ହାସ୍ୟ ଅଭିନେତା ସମୟ ରୈନାଙ୍କୁ ସୁପ୍ରିମକୋର୍ଟରୁ ବଡ଼ ଆଶ୍ୱସ୍ତି ମିଳିଛି। ସୁପ୍ରିମକୋର୍ଟ ସମୟ ରୈନା ଏବଂ ଅନ୍ୟ ଅଭିଯୁକ୍ତଙ୍କ ବିରୋଧରେ…

ଘୁମୁସର ସ୍ବର ଶୁଣିବେ ଶ୍ରୋତା, ‘ରେଡିଓ ଆଇନା’ର ଲୋକାର୍ପଣ କରି ବିଧାୟକ କହିଲେ…

ଭଞ୍ଜନଗର,୧୪ା୮(ବାବୁଲା ପ୍ରଧାନ): ରେଡିଓର ବିକାଶ ଓ ଏହାକୁ ଲୋକଙ୍କ ନିକଟତର କରିବା ଲକ୍ଷ୍ୟରେ ଭଞ୍ଜନଗର ମାଲସାହିଠାରେ ଶୁକ୍ରବାର ‘ରେଡିଓ ଆଇନା’ର ଲୋକାର୍ପଣ ହୋଇଛି। ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ…

କେମିତି ଅଛନ୍ତି ଜେପି ନଡ୍ଡା? ଏମ୍ସ ଜାରି କଲା ବୟାନ

ନୂଆଦିଲ୍ଲୀ,୧୪।୮: କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡାଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ଏମ୍ସ ଏକ ଅପଡେଟ ପ୍ରଦାନ କରିଛି। ହସ୍ପିଟାଲ ଅନୁଯାୟୀ, ତାଙ୍କ ଅବସ୍ଥା ବର୍ତ୍ତମାନ ସ୍ଥିର ଅଛି, ଏବଂ…

ବିଦ୍ୟୁତ୍‌ ଆଘାତରେ ନାବାଳିକାଙ୍କ ଜୀବନ ଗଲା, କ୍ଷତିପୂରଣ ଦାବିରେ…

କାଲିମେଳା,୧୪ା୮(ଜୀବନ କୃଷ୍ଣ ଦାସ): ମାଲକାନଗିରି ଜିଲା କାଲିମେଳା ଥାନା ଅନ୍ତର୍ଗତ କୁର୍ମାନୁର ପଞ୍ଚାୟତର ଗୁରାଲୁର ଗ୍ରାମରେ ବିଦ୍ୟୁତ୍‌ ଆଘାତରେ ଜଣେ ୧୩ ବର୍ଷୀୟା ନାବାଳିକାଙ୍କ ମୃତ୍ୟୁ ଘଟିଛି।…

ଅଭିଜିତ ଦୀପକେଙ୍କ ବଡ଼ ବୟାନ: ‘ସୌରଭଙ୍କ ଗୋଟିଏ ଭିଡିଓ ଯୋଗୁଁ…’

ନୂଆଦିଲ୍ଲୀ,୧୪।୮: ‘କକ୍ରୋଚ ଜନତା ପାର୍ଟି’ର ପ୍ରତିଷ୍ଠାତା ଅଭିଜିତ ଦୀପକେ ଶୁକ୍ରବାର (୧୪ ଅଗଷ୍ଟ) କହିଛନ୍ତି ଯେ ସୌରଭ ଦାସ ଯେଉଁ କାମ କରୁଛନ୍ତି ତାହା ଦେଶର ହିତ…

ସ୍ୱାଧୀନତା ଦିବସରେ ୩୫୦ ଟଙ୍କା ତେଲ ଦର! ଦେଶରେ ପଡିଲା ଚହଳ…

ଇସଲାମାବାଦ୍‌,୧୪।୮: ପାକିସ୍ତାନରେ ଆଜି ଅର୍ଥାତ୍ ଅଗଷ୍ଟ ୧୪ ତାରିଖରେ ୭୯ତମ ସ୍ୱାଧୀନତା ଦିବସ ପାଳନ କରାଯାଉଛି। ଖବର ଅନୁଯାୟୀ, ପାକିସ୍ତାନରେ ସ୍ୱାଧୀନତା ଦିବସ ଅବସରରେ ପେଟ୍ରୋଲ-ଡିଜେଲ ଦର…

କାହିଁକି ଅପରେଶନ ସିନ୍ଦୂର କଥା ମନେ ପକାଇ ଦେଲେ ଅଜିତ ଡୋଭାଲ? ଜାଣନ୍ତୁ ଏହା ପଛର କାରଣ

ନୂଆଦିଲ୍ଲୀ,୧୪।୮: ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ କହିଛନ୍ତି ଯେ ଭାରତର ଉଦାରତା ଏବଂ ସହନଶୀଳତାକୁ ଦୁର୍ବଳତା ଭାବିବା ଏକ ଗୁରୁତର ଭୁଲ ହେବ। ସେ ଦୃଢ଼ୋକ୍ତି…

ଗୁଣପୁରରେ ଅଖଣ୍ଡ ଭାରତ ଦିବସ: ତ୍ରିରଙ୍ଗା ଯାତ୍ରାରେ ବାହାରି ମହାପୁରୁଷଙ୍କ ବଳିଦାନକୁ ନେଇ…

ଗୁଣପୁର,୧୪ା୮(ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ପୁରୁଣା ବସ୍‌ଷ୍ଟାଣ୍ଡଠାରେ ଶୁକ୍ରବାର ଅଖଣ୍ଡ ଭାରତ ଦିବସ ପାଳନ ହୋଇଯାଇଛି। ଏହି ଅବସରରେ ଭାଜପା ଜିଲା ସଭାପତି ଗୋପୀ ଆନନ୍ଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri