ଜାହ୍ନବୀ ମୃତ୍ୟୁ ମାମଲା: ଅଭିଯୁକ୍ତ ପୋଲିସକୁ ସୁରକ୍ଷା ଦେଉଛି ଆମେରିକା ପୋଲିସ

ଓ୍ବାଶିଂଟନ୍‌,୧୬।୯: ଚଳିତ ବର୍ଷ ଜାନୁଆରୀରେ ଆମେରିକାରେ ଭାରତୀୟ ଛାତ୍ରୀ ଜାହ୍ନବୀ କାଣ୍ଡୁଲା ପୋଲିସ ଗାଡିରେ ଧକ୍କା ହୋଇ ମୃତ୍ୟୁବରଣ କରିଛନ୍ତି। ଏହାକୁ ନେଇ ସିଏଟେଲ ପୋଲିସ ଅଧିକାରୀ ଗିଲ୍ଡ ନିଜ ବିଭାଗର ଅଧିକାରୀ କେଭିନ ଡେଭଙ୍କୁ ସୁରକ୍ଷା ଦେଇ ଗଣମାଧ୍ୟମରେ ସଫେଇ ଦେଇଛନ୍ତି। ଗଣମାଧ୍ୟମରେ ଶେୟାର କରାଯାଇଥିବା କେଭିନଙ୍କ ଭାଇରାଲ ଭିଡିଓ ସମ୍ପୂର୍ଣ୍ଣ ମିଥ୍ୟା ବୋଲି ସେ କହିଛନ୍ତି। କେଭିନ ଦୁର୍ଘଟଣା ଦିନ ଏକ ମାମଲାର ତଦନ୍ତ ପାଇଁ ସେହି ସ୍ଥାନକୁ ଯିବା ଲାଗି ଘଣ୍ଟା ପ୍ରତି ୧୧୯ କିଲୋମିଟରରୁ ଅଧିକ ବେଗରେ ଗାଡି ଚଳାଉଥିଲେ। ଏବଂ ସେଥିରେ ଏହି ଦୁର୍ଘଟଣା ଘଟିଥିଲା।

ଜାହ୍ନବୀଙ୍କ ମୃତ୍ୟୁ ଘଟଣାର ଲାଇଭ ଫୁଟେଜକୁ ଗିଲ୍ଡ ଏକପାଖିଆ ବୋଲି କହିଛନ୍ତି। ସେ କହିଛନ୍ତି, ଏହି ଭିଡିଓ ବାର୍ତ୍ତାଳାପର କେବଳ ଗୋଟିଏ ପାର୍ଶ୍ୱ ଦର୍ଶାଇଛି। ଏହା ବ୍ୟତୀତ, ସେଠାରେ ଅନେକ ବିବରଣୀ ଏପର୍ଯ୍ୟନ୍ତ ସାର୍ବଜନୀନ କରାଯାଇ ନାହିଁ। କେଭିନ ଓକିଲମାନଙ୍କୁ ଉପହାସ କରି ଏହି ମନ୍ତବ୍ୟ ଦେଉଥିଲେ। ଦୁର୍ଘଟଣା ସମୟରେ କେଭିନ, ଜାହ୍ନବୀଙ୍କ ମୃତ୍ୟୁସ୍ଥଳରେ ତାଙ୍କୁ ପରିହାସ କରିଥିଲେ। ତେବେ ଗଲ୍ଡ କହିଛନ୍ତି, ଏହି ମାମଲା ବିଷୟରେ ଜାଣିବା ପରେ ମୁଁ ମାଇକ ସୋଲେନଙ୍କୁ ଫୋନ କରିଥିଲି। କଥାବାର୍ତ୍ତା ଅଜାଣତରେ ବିଡବ୍ଲୁରେ ରେର୍କଡିଂ ହୋଇଯାଇଥିଲା। ସେ କହୁଥିଲେ, ଓକିଲମାନେ ଏଥର ‘ମାନବ ଜୀବନ ମୂଲ୍ୟ’କୁ ନେଇ ଯୁକ୍ତି ବାଢିବେ। ଯୁକ୍ତି କରୁଥିବା ଓକିଲମାନେ କେଉଁ ଯୁକ୍ତି କରିପାରନ୍ତି ତାହା କେଭିନଙ୍କୁ ବୁଝାଇବାକୁ ମୁଁ ଚେଷ୍ଟା କରୁଥିଲି। ସିଆଟେଲ ପୋଲିସ ଅଫିସର୍‌ ଗିଲ୍ଡ କହିଛନ୍ତି ଯେ ଗଣମାଧ୍ୟମ ଦ୍ୱାରା ଜାରି ହୋଇଥିବା ପୋଲିସ କାର୍ଯ୍ୟାନୁଷ୍ଠାନ ସହ ଜଡିତ କିଛି ଭାଇରାଲ ଭିଡିଓ ପୁରା କାହାଣୀ କହୁ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

CJP ନିର୍ବାଚନ ଲଢିଲେ ଭୋଟ୍‌ ଦେବେ କି? ଚମକାଇଲା ସର୍ଭେ ରିପୋର୍ଟ…ଦିଲ୍ଲୀରେ ପଡିଲା ଚହଳ!

ନୂଆଦିଲ୍ଲୀ,୨୭।୮: ଦିଲ୍ଲୀର ଯନ୍ତର-ମନ୍ତରଠାରେ ହୋଇଥିବା ଛାତ୍ର ଆନ୍ଦୋଳନ ପରେ କକରୋଚ ଜନତା ପାର୍ଟି (CJP) ସାରା ଦେଶରେ ଚର୍ଚ୍ଚାରେ ଅଛି। CJP ପକ୍ଷରୁ ଆଉ ଥରେ ସେପ୍ଟେମ୍ୱର…

ନେପାଳ ବନ୍ୟା; ଖୋର୍ଦ୍ଧାର ଦମ୍ପତି ନିଖୋଜ, ସାନ ଭାଇ କହିଲେ…

ଖୋର୍ଦ୍ଧା,୨୭।୮(ପ୍ରଭାତ ପାଣିଗ୍ରାହୀ) : ନେପାଳ ବନ୍ୟାରେ ଖୋର୍ଦ୍ଧା ଜେମାଦେଇର ଦମ୍ପତି ସନ୍ଦିପ ମହାପାତ୍ର ଓ ସ୍ତ୍ରୀ ସିର୍ଦ୍ଧାର୍ଥୀ ସାହୁ ନିଖୋଜ ହୋଇଯାଇଛନ୍ତି । ଏନେଇ ତାଙ୍କ ସାନ…

‘ଏମ୍‌ଭି ଓସେନ ୱିନର୍‌’ ଜାହାଜ ବୁଡ଼ି ଘଟଣା, ପାରାଦୀପରେ ପହଞ୍ଚିଲେ ୨ ନାବିକ

ପାରାଦୀପ,୨୭।୮(ଶରତ ରାଉତ): ଗତ ୨୨ ତାରିଖରେ ବଙ୍ଗୋପସାଗର ପୋର୍ଟବ୍ଲେୟାର ସୀମାରେ ବୁଡି ଯାଇଥିବା ପଣ୍ୟବାହୀ ଜାହାଜ ଏମଭି ଓସେନ୍ ଓ୍ବିନରର ୨ ଜଣ ଉଦ୍ଧାର ନାବିକ ଗୁରୁବାର…

କଲମ୍ବୋ ଟେଷ୍ଟ ଡ୍ର: ଭାରତର WTC ଫାଇନାଲ ଆଶାକୁ ବଡ଼ ଝଟ୍‌କା

ନୂଆଦିଲ୍ଲୀ,୨୭।୮: ଗାଲେ ଟେଷ୍ଟରେ ଦମଦାର ବିଜୟ ହାସଲ କରିବା ପରେ ଭାରତୀୟ ଦଳ ହାତରୁ ଖସିଯାଇଛି କଲମ୍ବୋ ଟେଷ୍ଟ। କୋଲମ୍ବୋରେ ଭାରତର ବିଜୟ ପ୍ରାୟ ସୁନିଶ୍ଚିତ ମନେ…

ଜଗମୋହନ ମୀନାଙ୍କ ଇସ୍ତଫା ପତ୍ର ଗ୍ରହଣ କଲେ ରାଜ୍ୟ ସରକାର: ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପଠାଇଲେ…

ଭୁବନେଶ୍ୱର,୨୭।୮: ଭୁବନେଶ୍ବର ଡିସିପି ଜଗମୋହନ ମୀନାଙ୍କ ଇସ୍ତଫା ଗୃହୀତ ହୋଇଛି। ୩୭ ବର୍ଷୀୟ ଜଗମୋହନଙ୍କ ଇସ୍ତଫାପତ୍ରକୁ ଗ୍ରହଣ କରି ସ୍ବରାଷ୍ଟ୍ର ମନ୍ତ୍ରଣାଳୟକୁ ପଠାଇଛନ୍ତି ରାଜ୍ୟ ସରକାର। ସୂଚନାଯୋଗ୍ୟ,…

ଶ୍ରାବଣ ମାସରେ ମଟନ୍ ଖାଇବାକୁ ଜିଦ୍ କଲେ ପୁଅ, ପିଟିପିଟି ମାରିଦେଲେ ବାପା

ମୁମ୍ବାଇ,୨୭।୮: ମହାରାଷ୍ଟ୍ରର ପୁଣେରୁ ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ ସାମ୍ନାକୁ ଆସିଛି । ଶ୍ରାବଣ ମାସରେ ମଟନ ଖାଇବାକୁ ଜିଦ୍‌ କରିବାକୁ ନେଇ ବାପା-ପୁଅଙ୍କ ମଧ୍ୟରେ ବିବାଦ ହୋଇଥିଲା।…

ବଙ୍ଗୋପସାଗରରେ ଆସୁଛି ଆଉ ଏକ ଲଘୁଚାପ: ପ୍ରବଳ ବର୍ଷିବ

ଭୁବନେଶ୍ୱର,୨୭।୮: ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ଆସୁଛି। ଉତ୍ତରପଶ୍ଚିମ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ପାର୍ଶବର୍ତ୍ତୀ ପଶ୍ଚିମବଙ୍ଗ-ଉତ୍ତର ଓଡ଼ିଶା ଉପକୂଳରେ ସକ୍ରିୟ ଥିବା ଜଣାପଡ଼ିଛି। ଏହାର ପ୍ରଭାବରେ…

ନେପାଳରେ ବନ୍ୟା ତାଣ୍ଡବ: ୨୮୮ ଭାରତୀୟଙ୍କ ମିଳୁନି ପତ୍ତା,୨୧ ଉଦ୍ଧାର

ନୂଆଦିଲ୍ଲୀ,୨୭।୮: ନେପାଳରେ ବନ୍ୟା ପରେ ୨୮୮ ଜଣ ଭାରତୀୟ ନିଖୋଜ ଥିବା ରିପୋର୍ଟ ହୋଇଛି। ସେମାନଙ୍କୁ ଖୋଜିବା ପାଇଁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ବୈଦେଶିକ ମନ୍ତ୍ରଣାଳୟର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri