ବନ୍ଦହେବ ଜଗମୋହନ କଂସାରି ଶାଳ

ଧରାକୋଟ,୪ା୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ତଥା ବାହାର ଜିଲାରେ ମଧ୍ୟ ଧରାକୋଟ ବ୍ଲକର ଜଗମୋହନ ଗ୍ରାମର କଂସା, ପିତଳ କାମର ବେଶ୍‌ ଚାହିଦା ରହିଛି। ଗ୍ରାମରେ ବସବାସ କରୁଥିବା ୪୫୦ ବିଭିନ୍ନ ସମ୍ପ୍ରଦାୟର ଲୋକଙ୍କ ମଧ୍ୟରୁ ୧୫୦ ପରିବାର କଂସାରି ସମ୍ପ୍ରଦାୟର। ଗ୍ରାମରେ ୧୦୦ ପଞ୍ଜୀକୃତ ଶାଳ ମଧ୍ୟରୁ ବର୍ତ୍ତମାନ କଞ୍ଚାମାଲ ଅଭାବରୁ ୩୫ ଶାଳ ବନ୍ଦ ହୋଇ ୬୫ଟି ଶାଳ ଚାଲୁଛି। ଏଣୁ ଏହି ସମ୍ପ୍ରଦାୟର ଅଧିକାଂଶ ପରିବାର କୌଳିକ ବୃତ୍ତିକୁ ଆପଣାଇ ଥିବାବେଳେ ଅନ୍ୟମାନେ କୃଷି, ବ୍ୟବସାୟ ଏବଂ ଦାଦନ ଖଟି ପରିବାର ଚଳାଉଛନ୍ତି। ଗତ ୧୯୬୪ରୁ ୧୯୭୩ ମସିହା ପର୍ଯ୍ୟନ୍ତ ସରକାର ସୁଲଭ ମୂଲ୍ୟରେ କଞ୍ଚାମାଲ ଯୋଗାଇ ଦେଉଥିଲେ। ଏଣୁ ଅଧିକାଂଶ ପରିବାର ଭଲ ରୋଜଗାରକ୍ଷମ ହୋଇ ପରିବାର ପ୍ରତିପୋଷଣ କରୁଥିଲେ। ହେଲେ କଞ୍ଚାମାଲ ଯୋଗାଣ ବନ୍ଦ ହୋଇଯିବାରୁ ଏବେ ବ୍ରହ୍ମପୁର, ବେଲଗୁଣ୍ଠା, ଭଞ୍ଜନଗର, ବଳକାଟି ଓ ରଥିଯେମାର ମହାଜନଠାରୁ ଅଧିକ ମୂଲ୍ୟ ଦେଇ କଞ୍ଚାମାଲ ଆଣିବାକୁ ପଡୁଛି। ଏଣୁ ନିର୍ମାଣ ସାମଗ୍ରୀର ମୂଲ୍ୟବୃଦ୍ଧି ହେବାସହ ଗ୍ରାହକ ସଂଖ୍ୟା କମୁଛି। ଫଳରେ ୧୫ଦିନ ଶାଳ ଚାଲିଲେ ୧୫ ଦିନ ବନ୍ଦ ରହୁଛି। ୨୬୦ ଟଙ୍କାରୁ ୪୫୦ ପର୍ଯ୍ୟନ୍ତ ଜଣେ ବ୍ୟକ୍ତି ଶାଳରେ କାମକରି ପାଇଥାଏ। ସବୁଦିନ କାମ ନ ମିଳିବାରୁ କେତେକ ଶାଳ ବନ୍ଦ ରହିଥିବାବେଳେ କେତେକ ପରିବାର ଏହି କଂସାରି କାମ ଛାଡି ଅନ୍ୟ ବୃତ୍ତିକୁ ଆପଣାଇ ଚାଲିଛନ୍ତି। ଏଠାକାର କଂସାରି ଶାଳରେ ହାଣ୍ଡି, ମାଠିଆ, ଥାଳି, ଗିନା, ଫୁଲତୋଡ଼ା, ଖଟୁଲି ସହ ଠାକୁରଙ୍କ ନାଗ, ପ୍ରଭା, ସିଂହାସନ, ହାତ, ଗୋଡ଼, ଶଙ୍ଖ, ଚକ୍ର, ଗଦା, ପଦ୍ମ ଭଳି ସାମଗ୍ରୀ ତିଆରି ହେଉଛି । ଏସବୁ ବ୍ରହ୍ମପୁର, ଆସିକା, କବିସୂର୍ଯ୍ୟ ନଗର, ଭଞ୍ଜନଗର ବଜାରକୁ ବିକ୍ରି ପାଇଁ ପଠାଯାଉଛି। ଅନ୍ୟାନ୍ୟ ଗ୍ରାମରୁ ଆସୁଥିବା ଠାକୁରଙ୍କ ପାଇଁ ସାମଗ୍ରୀ ଅର୍ଡର ଅନୁସାରେ ଯୋଗାଇ ଦିଆଯାଉଛି। ହେଲେ କଞ୍ଚାମାଲ ନ ମିଳିବାରୁ ଗାଁ, ଗାଁରୁ ପୁରୁଣା ବାସନକୁସନ କିଣି ଶାଳ ଚଳାଇବାକୁ ପଡୁଛି । ଶ୍ରମିକଙ୍କୁ ଉପଯୁକ୍ତ କାମ ମିଳୁନି। ଶାଳ ସଂଖ୍ୟା ଦିନକୁ ଦିନ କମୁଛି। ଏଣୁ ସରକାର ଏ ଦିଗରେ ଦୃଷ୍ଟିଦେଇ କଞ୍ଚାମାଲ ଯୋଗାଇ ଦେବାକୁ ଗ୍ରାମର ପ୍ରକାଶ ସାହୁ, ପ୍ରଫୁଲ୍ଲ ମହାରଣା,ଜୟ କୃଷ୍ଣ ମହାରଣା ଓ ଭାସ୍କର ସାହୁ ପ୍ରମୁଖ ସରକାରଙ୍କ ନିକଟରେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ଚର୍ଚ୍ଚା; ସ୍ୱପ୍ନରେ ଆସି ଏଭଳି କହିଲେ ମା’ କାଳୀ, ପୋଖରୀ ଖୋଳିବାରୁ ମିଳିଲା….

ଦିଗପହଣ୍ଡି,୧୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମର ବି.ଯୁଧିଷ୍ଠିର ରେଡ୍ଡୀଙ୍କ ଝିଅ କାମିନୀ ରେଡ୍ଡୀଙ୍କ ସ୍ବପ୍ନରେ ଆସିଲେ ମା’ କାଳୀ…

କୁଶପଲ୍ଲୀ ଚଳଚଞ୍ଚଳ: ମା’ ଚାମୁଣ୍ଡାଙ୍କ ପୀଠରେ ଆରମ୍ଭ ହେଲା ନବରାତ୍ର ପୂଜା

ଗଞ୍ଜାମ,୧୧ା୧୦(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ୍‌ ମଲାଡ଼ ପଞ୍ଚାୟତ ଅନ୍ତର୍ଗତ କୁଶପଲ୍ଲୀସ୍ଥିତ ମା’ ଚାମୁଣ୍ଡାଙ୍କ ପୀଠରେ ଶାରଦୀୟ ଦୁର୍ଗାପୂଜା ଅବସରରେ ୯ ଦିନବ୍ୟାପୀ ନବରାତ୍ର ପୂଜା ଓ ଅଖଣ୍ଡ…

ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ କୁଶପୁତ୍ତଳିକା ଦାହ କଲେ ବାମପନ୍ଥୀ

ବିଦ୍ୟାଧର ସାହୁ, ୧୧।୧୦: ଗଞ୍ଜାମ, ୧୦/୧୦: କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ, ଓଡ଼ିଶା କୃଷକ ସଭା ଓ କ୍ଷେତ ମଜଦୁର ୟୁନିୟନ ପକ୍ଷରୁ ଗଞ୍ଜାମ ତହସିଲ ଅନ୍ତର୍ଗତ ରାମଗଡ଼…

ପାଟପୁର କଲେଜରେ ସରଗରମ ଛାତ୍ର ରାଜନୀତି: ବୟସାଧିକ କାରଣରୁ ୨ ପ୍ରାର୍ଥିପତ୍ର ନାକଚ, ମଇଦାନରେ ୧୪ ପ୍ରାର୍ଥୀ

ଦିଗପହଣ୍ଡି,୧୦ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ସ୍ଥିତ ବିଶ୍ୱାସରାୟ କଲେଜର ଛାତ୍ର ସଂସଦ ନିର୍ବାଚନ ପାଇଁ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି।…

ଜମି ପାଣି ବିବାଦରୁ ସାଂଘାତିକ ଆକ୍ରମଣ: ସରପଞ୍ଚଙ୍କ ସ୍ୱାମୀଙ୍କୁ ହାଣିଥିବା ୩ ଦୁର୍ବୃତ୍ତଙ୍କୁ କୋର୍ଟଚାଲାଣ କଲା ଦିଗପହଣ୍ଡି ପୋଲିସ

ଦିଗପହଣ୍ଡି,୧୦।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ବନ୍ଥପଲ୍ଲୀ ପଞ୍ଚାୟତ ସରପଞ୍ଚ କାମିନୀ ନାୟକଙ୍କ ସ୍ୱାମୀ ଟୁନା ନାୟକଙ୍କୁ ଯୋଜନାବଦ୍ଧ ଭାବେ ଖଣ୍ଡାରେ ହାଣି ହତ୍ୟା…

ମାନସିକ ଅନଗ୍ରସରଙ୍କ ଅଧିକାର: ସେମାନଙ୍କ ପାଇଁ ମୁକ୍ତ ଆଇନ ସହାୟତା

ଦିଗପହଣ୍ଡି, ୧୦|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ତାଲୁକ ଆଇନ ସହାୟତା କମିଟି ପକ୍ଷରୁ ଶନିବାର ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳିତ ହୋଇଯାଇଛି। ଦିଗପହଣ୍ଡି…

କେଏସୟୁବି କଲେଜ୍ ରେ ୩୫ ପ୍ରାର୍ଥୀ, ସାବିତ୍ରୀ ମହିଳା ମହାବିଦ୍ୟାଳୟର ସମସ୍ତ ପ୍ରାର୍ଥୀନୀ ନିର୍ଦ୍ୱନ୍ଦରେ ନିର୍ବାଚିତ

ଭଞ୍ଜନଗର, ୧୦।୧୦ (ବାବୁଲା ପ୍ରଧାନ): ଛାତ୍ର ସଂସଦ ନିର୍ବାଚନରେ ଶନିବାର ପ୍ରାର୍ଥିପତ୍ର ପ୍ରତ୍ୟାହାର ପରେ ଅପରାହ୍ଣ ୩ଟାରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ଗଞ୍ଜାମ ଜିଲା…

‘ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ପହଞ୍ଚିବ ସରକାରୀ ସେବା’

ଭଞ୍ଜନଗର,୧୦ା୧୦(ବାବୁଲା ପ୍ରଧାନ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶାସନର ୨୫ ବର୍ଷ ପୂର୍ତ୍ତି ଅବସରରେ ଗତ ସେପ୍ଟେମ୍ବର ୧୭ରୁ ଏକ ମାସ ବ୍ୟାପୀ ସେବା ସଂକଳ୍ପ ଅଭିଯାନ ଆରମ୍ଭ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?