କୋରାପୁଟ ଜିଲାରେ ୪୭୫.୨ ମିମି ବର୍ଷା

କୋରାପୁଟ,୪ା୭(ସ୍ବ.ପ୍ର.): କୋରାପୁଟ ଜିଲାରେ ଲଘୁଚାପଜନିତ ଝିପି ଝିପି ବର୍ଷା ଜାରି ରହିଛି। ରବିବାର ଜିଲାରେ ୪୭୫.୨ ମିମି ବର୍ଷା ହୋଇଛି। ଜିଲାରେ ବୈପାରିଗୁଡା ବ୍ଲକରେ ସର୍ବାଧିକ ୯୩ ମିଲିମିଟର ବର୍ଷା ହୋଇଥିବା ବେଳେ ସେମିଳିଗୁଡାରେ ସର୍ବନିମ୍ନ ୨ମିମି ବର୍ଷା ହୋଇଥିବା ଜିଲା ଜରୁରୀ ଅଧିକାରୀ ଜ୍ଞାନଜିତ ତ୍ରିପାଠୀ ସୂଚନା ଦେଇଛନ୍ତି। ଲମତାପୁଟ ବ୍ଲକରେ ୭୪.୨ ମିମି ବର୍ଷା, ଜୟପୁର ବ୍ଲକରେ ୬୩.୬ ମିମି, କୁନ୍ଦୁରା ବ୍ଲକରେ ୫୮.୪ ମିମି, କୋରାପୁଟ ବ୍ଲକରେ ୧୬.୮ମିମି, କୋଟପାଡ ବ୍ଲକରେ ୫୫ ମିମି , ଲକ୍ଷ୍ମୀପୁର ବ୍ଲକରେ ୩୫.୪ ମିମି , ସେମିଳିଗୁଡା ବ୍ଲକରେ ୨ମିମି, ବୋରିଗୁମ୍ମା ବ୍ଲକରେ ୬.୪ ମିମି, ବନ୍ଧୁଗାଁ ବ୍ଲକରେ ୨୨ ମିମି , ନାରାୟଣପାଟଣା ବ୍ଲକରେ ୨୩.୪ ମିମି, ନନ୍ଦପୁର ବ୍ଲକରେ ୧୫ ମିମି ଓ ଦଶମନ୍ତପୁର ବ୍ଲକରେ ୧୦ ମିମି ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ଜିଲାର ପଟ୍ଟାଙ୍ଗୀ ବ୍ଲକରେ ଆଦୌ ବର୍ଷା ହୋଇନାହିଁ। ବର୍ଷା ଯୋଗୁ ଜିଲାର ତେଲେଙ୍ଗିର ଜଳଭଣ୍ଡାରରେ ଜଳସ୍ତର ୬୨୩.୧୦ ମିଟରକୁ ବୃଦ୍ଧି ପାଇଥିବାବେଳେ ଇନ୍ଦ୍ରାବତୀ ଜଳଭଣ୍ଡାରର ଜଳସ୍ତର ୬୩୦.୦୬ ମିଟର ହୋଇଛି। ଅପର କୋଲାବ ଜଳଭଣ୍ଡାରର ଜଳସ୍ତର ୮୪୫.୫୭ ମିଟରକୁ ବୃଦ୍ଧି ପାଇଥିବା ତ୍ରିପାଠୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋଟିଆ ଜଙ୍ଗଲରେ ଆନ୍ଧ୍ର ପୋଲିସର ଅଚାନକ ଚଢ଼ାଉ: ବିପୁଳ ରନ୍ଧା ମଦ ଓ ଗୁଡ଼ ଜବତ ପରେ ନଷ୍ଟ, ଖସିଗଲେ…

ପଟ୍ଟାଙ୍ଗି,୧୦ା୧୦(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ଅଧୀନ ବିବାଦୀୟ କୋଟିଆ ପଞ୍ଚାୟତର ଜଙ୍ଗଲରେ ପଡ଼ୋଶୀ ଆନ୍ଧ୍ର ପ୍ରଦେଶ ପୋଲିସ ପକ୍ଷରୁ ଅଚାନକ ଚଢ଼ାଉ କରାଯାଇଛି।…

ଗୋପବନ୍ଧୁଙ୍କ ତ୍ୟାଗ, ସେବା ଚିର ସ୍ମରଣୀୟ

କୋରାପୁଟ,୯।୧୦(ଅମିତାଭ ବେହେରା): ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୧୪୯ତମ ଜୟନ୍ତୀ ଶୁକ୍ରବାର କୋରାପୁଟଠାରେ ପାଳିତ ହୋଇଯାଇଛି। ଏହି ଅବସରରେ ସ୍ଥାନୀୟ ଗୋପବନ୍ଧୁ ପାର୍କରେ ଆୟୋଜିତ ସ୍ମୃତି ସଭାରେ…

କଂଗ୍ରେସର ବନ୍ଦ ଡାକରାରେ ଅଟକି ରହିଛି ଗାଡ଼ିମୋଟର, ଯାତ୍ରୀ ହନ୍ତସନ୍ତ

ପଟ୍ଟାଙ୍ଗି,୮ା୧୦(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକରେ କଂଗ୍ରେସର ବନ୍ଦ ଡାକରାର ପ୍ରଭାବ ଦେଖିବାକୁ ମିଳିଛି। ସୂଚନା ଅନୁଯାୟୀ, ଦଳର ବ୍ଲକ ସଭାପତି ଅର୍ଜୁନ ବାଙ୍କା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?