Posted inଫୁରସତ

ଜାଗେଶ୍ୱର ଧାମ

ଅପୂର୍ବ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ଜାଗେଶ୍ୱର ଧାମ୍‌ ହେଉଛି ଉତ୍ତରାଖଣ୍ଡର ଅଲମୋଡ଼ା ଜିଲା ଅନ୍ତର୍ଗତ ଏକ ପବିତ୍ର ଆଧ୍ୟାତ୍ମିକ ପୀଠ। ଏହି ପୀଠରେ ଶ୍ରଦ୍ଧାଳୁ ଅନେକ ଛୋଟ ବଡ଼ ମନ୍ଦିର ଥିବାର ଦେଖିବାକୁ ପାଇପାରିବେ…

ଉତ୍ତରାଖଣ୍ଡର ଅଲମୋଡ଼ା ଜିଲାଠାରୁ ପ୍ରାୟ ୩୬ କି.ମି ଦୂରରେ ରହିଛି ଏହି ଆଧ୍ୟାତ୍ମିକ ପୀଠଟି। ଏହି ପୀଠରେ ଛୋଟବଡ଼ ହୋଇ ଅନେକ ମନ୍ଦିର ଥିବାର ଦେଖିବାକୁ ମିଳିଥାଏ। ତନ୍ମଧ୍ୟରୁ ଅଧିକାଂଶ ମନ୍ଦିରରେ ଦେବ ଦେବ ମହାଦେବଙ୍କୁ ପୂଜା କରାଯାଉଥିବାବେଳେ ଅନ୍ୟ ମନ୍ଦିରମାନଙ୍କରେ ଭଗବାନ ବିଷ୍ଣୁ, ଦେବୀ ମାତା, ସୂର୍ଯ୍ୟ ଦେବତା ତଥା ଅନ୍ୟାନ୍ୟ ଦେବଦେବୀଙ୍କୁ ଉପାସନା କରାଯାଇଥାଏ। ଖାସ୍‌ ସେଥିପାଇଁ ବର୍ଷକ ବାରମାସ ଏଠାରେ ଶ୍ରଦ୍ଧାଳୁଙ୍କର ଗହଳି ଦେଖିବାକୁ ମିଳିଥାଏ।

ମନ୍ଦିରକୁ ନେଇ ଲୋକକଥା
ପୁରାଣ ଶାସ୍ତ୍ର ଅନୁଯାୟୀ, ଏହି ପବିତ୍ର ସ୍ଥାନରେ କୁଆଡ଼େ ଭଗବାନ ଶିବ ଓ ସପ୍ତଋଷି ତପସ୍ୟା କରିଥିଲେ। ସେଥିପାଇଁ ଏହି ସ୍ଥାନର ମାହାତ୍ମ୍ୟ ବେଶ୍‌ ଉଚ୍ଚକୋଟୀର। କୁହାଯାଏ, ପ୍ରାଚୀନ କାଳରେ ଏହି ଜାଗେଶ୍ୱର ଧାମରେ ଯିଏ ଯାହା ମନୋସ୍କାମନା କରୁଥିଲେ ତାଙ୍କୁ ଠିକ୍‌ ସେହି ରୂପରେ ଫଳପ୍ରାପ୍ତି ହେଉଥିଲା; ଯେଉଁଥିପାଇଁ ଅନେକେ ସେହି ଆର୍ଶୀବାଦର ଦୂରପଯୋଗ କରିବାକୁ ମଧ୍ୟ ପଛାଉ ନଥିଲେ। ଖାସ୍‌ ସେହି କାରଣ ପାଇଁ ଆଦି ଶଙ୍କରାଚାର୍ଯ୍ୟ କୁଆଡ଼େ ଏହି ସ୍ଥାନକୁ ଆସି ଉକ୍ତ ଅଘଟଣକୁ ରୋକିବାକୁ ଏଠାରେ ସ୍ବତନ୍ତ୍ର ବ୍ୟବସ୍ଥା କରାଇଥିଲେ ବୋଲି ସୂଚନା ରହିଛି। ଆଉ ସେବେଠାରୁ ଏଠାରେ ଯେଉଁ ବ୍ୟକ୍ତି ନିଃସ୍ବାର୍ଥପର ହୋଇ ନିଜ ମନରେ ସର୍ବମଙ୍ଗଳକାରୀ ମନୋସ୍କାମନା ରଖି ପ୍ରଭୂଙ୍କୁ ଡାକିଥାନ୍ତି କେବଳ ତାଙ୍କରି ହିଁ ଇଚ୍ଛା ପୂରଣ ହୋଇଥାଏ।

ମନ୍ଦିରର କାରୁକାର୍ଯ୍ୟ
ନାଗରା ଶୈଳୀରେ ନିର୍ମିତ ହୋଇଥିବା ଏଠାକାର ମନ୍ଦିରଗୁଡ଼ିକର ଅପୂର୍ବ ଶୋଭା ଦେଖିବାକୁ ଅତ୍ୟନ୍ତ ମନୋରମ ହୋଇଥାଏ। ଅପୂର୍ବ ବାସ୍ତୁକଳା ପାଇଁ ପ୍ରସିଦ୍ଧି ଲାଭ କରିଥିବା ଏହି ଧାର୍ମିକ ପୀଠକୁ ଖାସ୍‌ କରି ଭଗବାନ ଶିବଙ୍କ ତପସ୍ଥଳୀ ବୋଲି କୁହାଯାଇଥାଏ।

ପୂଜାବିଧି
ଏହି ପବିତ୍ର ଧାମରେ ପ୍ରତିଦିନ ବେଶ୍‌ ନିଷ୍ଠାର ସହ ପ୍ରଭୂଙ୍କର ପୂଜାର୍ଚ୍ଚନା କରାଯାଇଥାଏ। ତା’ଛଡ଼ା ଯଦି କୌଣସି ଶ୍ରଦ୍ଧାଳୁ ଏଠାରେ ରୁଦ୍ରାଭିଷେକ ପୂଜା କିମ୍ବା ମହା ମୃତ୍ୟୁଞ୍ଜୟ ପୂଜା ଅଥବା କାଳସର୍ପ ପୂଜା, ନବଗ୍ରହ ପୂଜା, ମହାଲକ୍ଷ୍ମୀ ପୂଜା ତଥା ରାହୁ ପୂଜା ଆଦି କରିବାକୁ ଇଚ୍ଛା ରଖିଥାନ୍ତି, ତା’ହେଲେ ଉକ୍ତ ପୂଜାଗୁଡ଼ିକୁ ମଧ୍ୟ ଏଠାରେ ମହାଆଡମ୍ବର ସହକାରେ ପାଳନ କରାଯାଇଥାଏ।

ଟ୍ରେକିଂ ସହ ଯୋଗ ବି କରିବେ
ଆକର୍ଷଣୀୟ ପ୍ରାକୃତିକ ପରିବେଶରେ ଭରା ଜାଗେଶ୍ୱର ଧାମକୁ ବୁଲି ଯାଉଥିବା ଶ୍ରଦ୍ଧାଳୁ ଚାହିଁଲେ ଏଠାରେ ଟ୍ରେକିଂର ମଜା ମଧ୍ୟ ନେଇପାରିବେ। ସେହିପରି ଏଠାକାର ପାହାଡ, ଜଙ୍ଗଲ ପରିବେଶଦ୍ୱାରା ଆକର୍ଷିତ ହୋଇ ଅନେକ ସମୟରେ ଜାତିଜାତିକା ପକ୍ଷୀ ବି ଏଠାକୁ ଉଡ଼ି ଆସିଥାନ୍ତି; ଶ୍ରଦ୍ଧାଳୁମାନେ ଉକ୍ତ ପକ୍ଷୀଙ୍କୁ ଦେଖିବାର ସୂଯୋଗ ମଧ୍ୟ ଲଭି ପାରିବେ। ତା’ଛଡ଼ା ଏଠାକାର ଶାନ୍ତ ପରିବେଶରେ ଯୋଗ ଓ ପ୍ରାଣାୟମ କରି ନିଆରା ଅନୁଭୂତି ବି ସାଉଁଟି ପାରିବେ। ମୁଖ୍ୟକଥା ହେଉଛି ଏଠାରେ ଯୋଗ ଓ ପ୍ରାଣାୟମ ପାଇଁ ସ୍ବତନ୍ତ୍ର ତାଲିମ ଦେବାର ସୁବିଧା ରହିଛି।

କେମିତି ଯିବେ
ଉତ୍ତରାଖଣ୍ଡର ସାଂସ୍କୃତିକ ରାଜଧାନୀ ଭାବେ ପରିଚିତ ଅଲମୋଡ଼ା ନିକଟରେ ଥିବା ଏହି ଜାଗେଶ୍ୱର ଧାମକୁ କାଠଗୋଦାମ ତଥା ଡେରାଡୁନ୍‌ ଦେଇ ଯାଇହେବ। ପ୍ରଥମେ ରେଳମାର୍ଗ ଦେଇ କାଠଗୋଦାମରେ ପହଁଞ୍ଚତ୍ ସେଠାରୁ ଟାଉନ୍‌ ବସ୍‌ ହେଉ ଅବା ଟ୍ୟାକ୍ସି ଦ୍ୱାରା ଆରାମରେ ଯାଇ ଜାଗେଶ୍ୱର ଧାମରେ ପହଁଞ୍ଚତ୍ହେବ। ଅନ୍ୟପକ୍ଷେ ଡେରାଡୁନ୍‌ ଦେଇ ଗଲେ ରେଳ ତଥା ବସ୍‌ର ସୁବିଧା ମଧ୍ୟ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତର ଏକମାତ୍ର ନଦୀ, ଯାହାର ବାଲିରୁ ମିଳେ ସୁନା! ଓଡ଼ିଶାରେ ବି ବୋହୁଛି…

ନୂଆଦିଲ୍‌ଲୀ,୨୬।୯: ଭାରତରେ ନଦୀଗୁଡ଼ିକୁ କେବଳ ଜଳର ଉତ୍ସ ଭାବେ ଗ୍ରହଣ କରାଯାଏ ନାହିଁ, ବରଂ ଦେଶର ଅର୍ଥନୀତି ଏବଂ ଲୋକଙ୍କ ଦୈନନ୍ଦିନ ଜୀବନରେ ମଧ୍ୟ ଏଗୁଡ଼ିକର ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?