ମୋବାଇଲ ପାଇଁ ଜୀବନ ନେଇଥିଲେ ଜଗନ୍ନାଥ

ଭୁବନେଶ୍ୱର,୬।୫(ବ୍ୟୁରୋ): ମୋବାଇଲ୍‌ ଫୋନ୍‌କୁ ନେଇ ମଦ ନିଶାରେ ସାଥୀ ଡ୍ରାଇଭର ଅଶୋକ ସେଠୀଙ୍କୁ ହତ୍ୟା କରିଥିଲେ ଅଭିଯୁକ୍ତ ଜଗନ୍ନାଥ ଧୀବର। ଗାଡି ଜଗ୍‌ ରଡ୍‌ରେ ମୁଣ୍ଡକୁ ପିଟିବା ପରେ ତଣ୍ଟିଚିପି ଦେଇଥିଲେ। ଏଥିରେ ଅଶୋକଙ୍କ ଜୀବନ ଚାଲିଯାଇଥିଲା। ତଦନ୍ତବେଳେ ପୋଲିସ ଏହା ଜାଣିବା ପରେ ଅଟକ ଥିବା ଜଗନ୍ନାଥଙ୍କୁ ଖଣ୍ଡଗିରି ଥାନା ପୋଲିସ ଗିରଫ କରି ଶୁକ୍ରବାର କୋର୍ଟ ଚାଲାଣ କରିଛି। ତେବେ ଜାମିନ ନ ମିଳିବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଆକ୍ରମଣରେ ବ୍ୟବହୃତ ୨ଟି ଗାଡ଼ି ଜଗ୍‌ ରଡ଼ ଓ ରକ୍ତଭିଜା ଗଞ୍ଜିକୁ ଜବତ କରିଛି ପୋଲିସ। ଅଭିଯୁକ୍ତ ଜଗନ୍ନାଥଙ୍କ ଘର ଅନୁଗୋଳ ଜିଲା ପାଲଲହଡା ଥାନାଞ୍ଚଳରେ ହୋଇଥିବାବେଳେ ତାଙ୍କ ନାମରେ ସ୍ଥାନୀୟ ଥାନାରେ ୩ଟି ମାମଲା ରହିଛି। ୨୦୧୬ରେ ପାଲଲହଡାରେ ଜଣେ ଶିକ୍ଷୟିତ୍ରୀଙ୍କୁ ବଳାତ୍କାର କରିବା ପରେ ପୋଡି ହତ୍ୟା କରିବା ମାମଲାରେ ଜଗନ୍ନାଥ ଜେଲ ଯାଇଥିଲେ ବୋଲି ତଦନ୍ତବେଳେ ପୋଲିସ ଜାଣିବାକୁ ପାଇଛି।
ଠିକାଦାର ବିପିନି ବିହାରୀ ମୁଖୀ ସ୍ବେରେଜ୍‌ ଲାଇନ୍‌ କାମ କରୁଛନ୍ତି। ଅଭିଯୁକ୍ତ ଜଗନ୍ନାଥ ଧୀବର, ମୃତ ଅଶୋକ ସେଠୀ, କେନାଲୁ ଭୋଇ ଓ ରାଜକୁମାର ନାୟକ ତାଙ୍କ ଗାଡିର ଡ୍ରାଇଭର ଓ ହେଲପର ଭାବେ କାର୍ଯ୍ୟ କରିବା ସହ ସ୍ବେରେଜ ଟାଙ୍କି ସଫା କରିବାରେ ନିୟୋଜିତ ଥିଲେ। ସମସ୍ତେ ଖଣ୍ଡଗିରି ଥାନା ଅନ୍ତର୍ଗତ ବାହାଦଲପୁରସ୍ଥିତ ବିପିନଙ୍କ ଏକ ଗ୍ୟାରେଜ ଥିବା ୩ ମହଲା ବିଶିଷ୍ଟ କୋଠାରେ ରହୁଥିଲେ। ଗତ ୨ ତାରିଖ ରାତି ପ୍ରାୟ ସାଢ଼େ ୧୦ଟାରେ ଡ୍ରାଇଭର ଜଗନ୍ନାଥ, ଅଶୋକ ସେଠୀ ଏବଂ ହେଲପର କେନାଲୁ ମଦ୍ୟପାନ କରିଥିଲେ। ଏହି ସମୟରେ ଅଶୋକ ସାଥୀ ଡ୍ରାଇଭର ତଥା ଅଭିଯୁକ୍ତ ଜଗନ୍ନାଥଙ୍କ ମୋବାଇଲ ଫୋନ୍‌କୁ ନେଇ ଆଉ ଫେରାଇ ନ ଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ହେଲ୍‌ପର କେନାଲୁ ସେମାନଙ୍କୁ ବୁଝାଶୁଝା କରିବା ପରେ ଜଗନ୍ନାଥଙ୍କୁ କୋଠାର ତୃତୀୟ ମହଲାକୁ ନେଇଯାଇଥିଲେ। ଅଶୋକ ତଳ ମହଲାକୁ ଶୋଇବାକୁ ଚାଲିଯାଇଥିଲେ। କିନ୍ତୁ ମଦନିଶାରେ ଥିବା ଜଗନ୍ନାଥ କ୍ରୋଧରେ ଅଶୋକଙ୍କୁ ହତ୍ୟା କରିବାକୁ ବାରମ୍ବାର ଧମକ ଦେଉଥିଲେ। କେନାଲୁ ଶୋଇଯିବା ପରେ ଜଗନ୍ନାଥ ଏକ ଜଗ୍‌ ରଡ଼ ଧରି ତଳ ମହଲାକୁ ଯାଇ ଅଶୋକଙ୍କ ମୁଣ୍ଡକୁ ଆକ୍ରମଣ କରିଥିଲେ। ଫଳରେ ଅଶୋକଙ୍କ ମୁଣ୍ଡ ଫାଟିଯାଇ ପ୍ରଚୁର ରକ୍ତସ୍ରାବ ହୋଇଥିଲା। ସେ ତଳେ ପଡ଼ି ଛଟପଟ ହେଉଥିବାବେଳେ ଜଗନ୍ନାଥ ଅଶୋକଙ୍କ ପିନ୍ଧିଥିବା ବାନିୟାନକୁ ଟାଣି ନେଇ ତାଙ୍କ ଗଳାକୁ ଚିପି ହତ୍ୟା କରିଥିଲେ। ଅଶୋକ ଚେତାଶୂନ୍ୟ ହୋଇଯିବା ପରେ ଅଭିଯୁକ୍ତ ଜଗନ୍ନାଥ ପୁଣି ଉପର ମହଲାକୁ ଯାଇ କେନାଲୁଙ୍କ ପାଖରେ ଶୋଇଯାଇଥିଲେ। ସକାଳେ ଘଟଣା ଜଣାପଡିବା ପରେ ପୋଲିସ ଅଭିଯୁକ୍ତ ଜଗନ୍ନାଥ, କେନାଲୁ ଓ ରାଜକୁମାରଙ୍କୁ ଅଟକ ରଖି ପଚରାଉଚରା କରିଥିଲା। ତେବେ ଏହି ଘଟଣାରେ କେବଳ ଜଗନ୍ନାଥଙ୍କର ସମ୍ପୃକ୍ତି ଥିବା ଜଣାପଡିବା ପରେ ପୋଲିସ ଅନ୍ୟ ୨ ଜଣଙ୍କୁ ଛାଡିଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?