ପାଟଣା,୪।୮(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ମୁଖ୍ୟାଳୟସ୍ଥିତ ଆଞ୍ଚଳିକ ମହାବିଦ୍ୟାଳୟର ନୂତନ ଅଧ୍ୟକ୍ଷ ଭାବେ ମହାବିଦ୍ୟାଳୟର ଓଡ଼ିଆ ବିଭାଗ ମୁଖ୍ୟ ତଥା ରିଡର ଜଗନ୍ନାଥ ମହାନ୍ତ ମଙ୍ଗଳବାର ସାଧାରଣରେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି।
କାର୍ଯ୍ୟଭାର ଗ୍ରହଣ ଅବସରରେ ମହାବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଏବଂ ଛାତ୍ରଛାତ୍ରୀମାନେ ତାଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରି ଭବ୍ୟ ସ୍ୱାଗତ ଓ ଶୁଭେଚ୍ଛା ଜଣାଇଥିଲେ। ନୂତନ ଦାୟିତ୍ୱ ଗ୍ରହଣ କରିବା ପରେ ଜଗନ୍ନାଥ ମହାବିଦ୍ୟାଳୟର ସର୍ବାଙ୍ଗୀନ ଉନ୍ନତି, ପ୍ରଶାସନିକ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା, ଉତ୍ତମ ଶୈକ୍ଷିକ ପରିବେଶ ସୃଷ୍ଟି, ଭିତ୍ତିଭୂମିର ବିକାଶ ଏବଂ ଛାତ୍ରଛାତ୍ରୀଙ୍କ ସର୍ବାଙ୍ଗୀନ ବିକାଶ ପାଇଁ କ୍ରୀଡ଼ା, ଏନ୍.ସି.ସି., ସଂସ୍କୃତି ଓ ସାହିତ୍ୟ କ୍ଷେତ୍ରକୁ ଅଧିକ ଗତିଶୀଳ କରିବା ଦିଗରେ କାର୍ଯ୍ୟ କରିବେ ବୋଲି ପ୍ରକାଶ କରିଥିଲେ।
ଏହି ଶୁଭ ଅବସରରେ ଇଂରାଜୀ ବିଭାଗର ପ୍ରାଧ୍ୟାପକ ଅଞ୍ଜନ କୁମାର ଦୋରା, ଅଧ୍ୟାପିକା ସୁଷ୍ମିତା ସୋଭାଲିନ ମହାପାତ୍ର, ଶୁଚିଶ୍ମିତା ଦାଶ, ବ୍ରଜେନ୍ଦ୍ର କୁମାର ପତି, ଶରତ ଚନ୍ଦ୍ର ମିଶ୍ର, ମଦନ ମୋହନ ମହାନ୍ତ, ସଞ୍ଜୟ କୁମାର ଦାଶ ଏବଂ ପରମେଶ୍ୱର ମହାନ୍ତ ପ୍ରମୁଖ ଉପସ୍ଥିତ ରହି ତାଙ୍କୁ ଅଭିନନ୍ଦନ ଜଣାଇଥିଲେ।

