୬୦ବର୍ଷରେ ପାଚିକା ଚାକିରିରୁ ଅବସର, ହେଲେ ମିଳୁନି ବାର୍ଦ୍ଧକ୍ୟ ଭତ୍ତା! ଅସନ୍ତୋଷ କୁମୁଦିନୀ

ଅମରପାଲି,୬।୧୧(ପୀତାମ୍ବର ସାହୁ): ଚାକିରିରୁ ଅବସର ନେବାର ୧୦ ମାସ ବିତିଲାଣି । ଆଧାର କାର୍ଡ ଓ ଭୋଟର ପରିଚୟପତ୍ରରେ ବୟସ ୬୦ ବର୍ଷରୁ ଊର୍ଦ୍ଧ୍ୱ । ଏପରିକି ୬୦ ବର୍ଷ ବୟସ ପୂରଣ ହେବାରୁ ପାଚିକା କାର୍ଯ୍ୟରୁ ଅବ୍ୟାହତି ମଧ୍ୟ ମିଳିଛି । ହେଲେ ବାର୍ଦ୍ଧକ୍ୟ ଭତ୍ତା ପାଇଁ ଆବେଦନ କରିବା ବେଳକୁ ବୟସ ହୋଇନଥିବା ଦର୍ଶାଇ ଆବେଦନ ଫେରାଇ ଦିଆଯାଉଥିବା ଅଭିଯୋଗ ହୋଇଛି । ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକରେ ଚର୍ଚ୍ଚାର ବିଷୟ ପାଲଟିଛି ।

ପ୍ରାପ୍ତ ସୂଚନା ଅନୁଯାୟୀ, ବୀରମହାରାଜପୁର ବ୍ଲକ ଖଣ୍ଡହତା ପଞ୍ଚାୟତ ଅନ୍ତର୍ଗତ ପଣ୍ଡୁଆ ପ୍ରାଥମିକ ବିଦ୍ୟାଳୟରେ କୁମୁଦିନୀ ନନ୍ଦ ଦୀର୍ଘଦିନ ଧରି ପାଚିକା ଭାବେ କାର୍ଯ୍ୟ କରୁଥିଲେ। ସରକାରୀ ନିୟମ ଅନୁଯାୟୀ ୬୦ ବର୍ଷ ବୟସ ପୂରଣ ହେବା ପରେ ତାଙ୍କୁ କାର୍ଯ୍ୟରୁ ଅବ୍ୟାହତି ଦିଆଯାଇଥିଲା। ଇତିମଧ୍ୟରେ ଅବ୍ୟାହତି ନେବାର ୧୦ ମାସ ବିତିଯାଇଛି। ପରିବାରର ଆର୍ଥିକ ଅବସ୍ଥା ଦୁର୍ବଳ ଥିବାବେଳେ ବୟସାଧିକ କାରଣରୁ ଆଉ ରୋଜଗାର କରିବା ସମ୍ଭବ ହେଉନାହିଁ। ଏଭଳି ସ୍ଥିତିରେ ସରକାରଙ୍କ ବାର୍ଦ୍ଧକ୍ୟ ଭତ୍ତା ଉପରେ ଆଶା ରଖି କୁମୁଦିନୀ ନିକଟସ୍ଥ  କେନ୍ଦ୍ରରେ ଆବେଦନ କରିଥିଲେ । ମାତ୍ର ଆବେଦନ ସମୟରେ ତାଙ୍କ ବୟସ ହୋଇନଥିବା ଦର୍ଶାଇ ଫେରାଇ ଦିଆଯାଇଥିବା ସେ ଅଭିଯୋଗ କରିଛନ୍ତି।

ଆଧାର କାର୍ଡ ଓ ଭୋଟର ପରିଚୟପତ୍ରରେ ତାଙ୍କ ବୟସ ୬୦ ବର୍ଷ ଅତିକ୍ରମ କରିଥିବା ସତ୍ତ୍ୱେ ଭତ୍ତା ଆବେଦନରେ ବୟସ ସମସ୍ୟା କିପରି ଉପୁଜିଲା, ତାହାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି। ଗରିବ ପରିବାରର ଜଣେ ମହିଳା ଅବସର ପରେ ସରକାରୀ ସହାୟତା ଆଶା କରୁଥିବାବେଳେ ଏଭଳି ସମସ୍ୟା ତାଙ୍କୁ ନିରାଶ କରିଛି । ଏ ନେଇ କୁମୁଦିନୀ କ୍ଷୋଭ ପ୍ରକାଶ କରି କହିଛନ୍ତି, “ଯଦି ମୋର ବୟସ ହୋଇନାହିଁ, ତେବେ ପାଚିକା କାର୍ଯ୍ୟରୁ ଅବ୍ୟାହତି ଦିଆଗଲା କାହିଁକି? ମୋର ଆଧାର କାର୍ଡ ଓ ଭୋଟର କାର୍ଡ କ’ଣ ଭୁଲ?” ଏଭଳି ପ୍ରଶ୍ନ କରି ସେ ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି।

ଏ ସମ୍ପର୍କରେ ଉପଜିଲାପାଳ ସୁରେନ୍ଦ୍ର ମେହେରଙ୍କୁ ଯୋଗାଯୋଗ କରାଯିବାରୁ ସେ କହିଥିଲେ, “ସାଇଟ୍‌ରେ କିଛି ତ୍ରୁଟି ଥାଇପାରେ। ଆମେ ଯଥାଶୀଘ୍ର ତ୍ରୁଟି ସଂଶୋଧନ କରି ତାଙ୍କୁ ଭତ୍ତା ପ୍ରଦାନ କରିବୁ।” ପ୍ରଶାସନର ଏହି ପ୍ରତିଶ୍ରୁତି ପରେ କୁମୁଦିନୀଙ୍କୁ କେବେ ଭତ୍ତା ମିଳୁଛି, ତାହାକୁ ଅପେକ୍ଷା କରିଛନ୍ତି ପରିବାର ଓ ସ୍ଥାନୀୟ ଲୋକେ ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

କେସିଙ୍ଗା ବ୍ଲକସ୍ତରୀୟ ‘ସୁରଭି’ କାର୍ଯ୍ୟକ୍ରମ ଅନୁଷ୍ଠିତ: ପ୍ରତିଭା ପ୍ରଦର୍ଶନ କଲେ ଛାତ୍ରୀଛାତ୍ର

କେସିଙ୍ଗା, ୬।୧୧(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଶିକ୍ଷା ବିଭାଗ ଆନୁକୂଲ୍ୟରେ ସ୍ଥାନୀୟ ପିଏମ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ବ୍ଲକସ୍ତରୀୟ ଶିଶୁ ମହୋତ୍ସବ…

ହୃଦୟ ବିଦାରକ ହତ୍ୟାକାଣ୍ଡ: ପତ୍ନୀ, ପୁଅ, ଶାଶୁ-ଶ୍ୱଶୁରଙ୍କ ସମେତ ୭ ଜଣଙ୍କୁ ହତ୍ୟା କଲେ କ୍ୟାବ ଡ୍ରାଇଭର

ବେଙ୍ଗାଲୁରୁ,୬।୧୧: ବେଙ୍ଗାଲୁରୁରେ ଏକ ଭୟଙ୍କର ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ଗୋଟିଏ ପରିବାରର ସାତ ଜଣ ସଦସ୍ୟଙ୍କୁ ହତ୍ୟା କରାଯାଇଛି; ଏଥିରେ ୭ବର୍ଷର ଜଣେ ବାଳକ ମଧ୍ୟ…

ଦ୍ୱିତୀୟ ଦିନିକିଆ ପଇଁ ଭାରତୀୟ ପ୍ଲେଇଂ-୧୧ରେ ହୋଇପାରେ ବଡ଼ ପରିବର୍ତ୍ତନ: ସିରାଜ୍‌ ଇନ୍‌, ନବି ଆଉଟ୍‌ !

ୱେଲିଂଟନ,୬।୧୧: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଦିନିକିଆ ସିରିଜ୍‌ର ଦ୍ୱିତୀୟ ମ୍ୟାଚ ନଭେମ୍ବର ୭ରେ ୱେଲିଂଟନ୍‌ର ରିଜିଓନାଲ ଷ୍ଟାଡିୟମ୍‌ରେ ଖେଳାଯିବ। ପ୍ରଥମ ଦିନିକିଆରେ ବିଜୟୀ ହୋଇ ଭାରତୀୟ…

ଦୀପାବଳି ପୂର୍ବରୁ ସରକାରଙ୍କ ବଡ଼ ଉପହାର, ରାଜ୍ୟ କର୍ମଚାରୀଙ୍କୁ ମିଳିବ ୩୦ ଦିନର ବୋନସ

ନୂଆଦିଲ୍ଲୀ,୬।୧୧: ଦୀପାବଳି ପୂର୍ବରୁ ଉତ୍ତରପ୍ରଦେଶର ଯୋଗୀ ଆଦିତ୍ୟନାଥ ସରକାର ଲକ୍ଷ ଲକ୍ଷ କର୍ମଚାରୀଙ୍କୁ ବଡ଼ ଉପହାର ଦେବାକୁ ଯାଉଛନ୍ତି। ରାଜ୍ୟ ସରକାର ୨୦୨୫-୨୦୨୬ ବର୍ଷ ପାଇଁ ୩୦…

ରୋହିତ-ବିରାଟଙ୍କ ଫ୍ୟାନ୍ସଙ୍କ ପାଇଁ ଖୁସିଖବର, ଜାନୁଆରୀ ୨୦୨୭ରେ ଟିମ ଇଣ୍ଡିଆ…

ନୂଆଦିଲ୍ଲୀ,୬।୧୧: ଭାରତ ଓ ବାଂଲାଦେଶ ମଧ୍ୟରେ ସମ୍ପର୍କରେ ତିକ୍ତତା ଯୋଗୁ ଦୁଇଥର ସିରିଜ ବାତିଲ ହୋଇଛି। ସେପ୍ଟେମ୍ବରରେ ଟିମ ଇଣ୍ଡିଆ ବାଂଲାଦେଶ ଗସ୍ତ କରିବାର କାର୍ଯ୍ୟକ୍ରମ ଥିଲା,…

ଧରିତ୍ରୀ ୟୁଥ୍‌ କନ୍‌କ୍ଲେଭ୍‌-୨୦୨୬: ସୁସ୍ଥ, ସୁନ୍ଦର ଜୀବନ ପାଇଁ ପରିବେଶ ସୁରକ୍ଷା ଜରୁରୀ

ଜୀବନକୁ ସୁସ୍ଥ ଓ ସୁନ୍ଦର କରିବାକୁ ହେଲେ ଆମକୁ ପରିବେଶ ସୁରକ୍ଷା ପ୍ରତି ଧ୍ୟାନ ଦେବାକୁ ପଡ଼ିବ। ଶିଳ୍ପାନୁଷ୍ଠାନ ତିଆରି ପାଇଁ ଲକ୍ଷ ଲକ୍ଷ ଗଛ କାଟିବାକୁ…

କିଏ ସେହି ଗୌରିକା, ଯିଏ ଚାହୁଁଛନ୍ତି ଅର୍ଜୁନ ତେନ୍ଦୁଲକର ଚଳିତବର୍ଷ ଯାଆଁଳା ଶିଶୁଙ୍କ ହୁଅନ୍ତୁ ପିତା

ନୂଆଦିଲ୍ଲୀ,୬।୧୧: କ୍ରିକେଟ ଜଗତରେ ‘କ୍ରିକେଟର ଭଗବାନ’ ଭାବେ ପରିଚିତ ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକର ସୋସିଆଲ ମିଡିଆରେ ଏକ ଭିଡିଓ ଶେୟାର କରିଛନ୍ତି। ନିକଟରେ ସାରାଙ୍କ…

ସୋସିଆଲ ମିଡିଆରେ ବଡ଼ ସଙ୍କେତ ଦେଲେ ବୈଭବ ସୂର୍ଯ୍ୟବଂଶୀ, ଲେଖିଲେ ଏମିତି, ପ୍ରଶଂସକ ଶୁଣିଲେ…

ନୂଆଦିଲ୍ଲୀ,୬।୧୧: ନ୍ୟୁଜିଲାଣ୍ଡ ବିପକ୍ଷ ଶେଷ ଦୁଇଟି T20I ମ୍ୟାଚରେ ଖେଳିବାକୁ ସୁଯୋଗ ପାଇନଥିଲେ ବୈଭବ ସୂର୍ଯ୍ୟବଂଶୀ। ତେବେ ଚମତ୍କାର ଫର୍ମରେ ଥିବା ବୈଭବ ୨୦୨୬ରେ କ୍ରମାଗତ ଭାବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?