Posted inରାଜ୍ୟ

ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର କରୁଛି ଶାବର ଶ୍ରୀକ୍ଷେତ୍ର

ପ୍ରାକୃତିକ ସୌନ୍ଦର୍ଯ୍ୟର ଅମରାବତୀ ହେଉଛି କୋରାପୁଟ। କୋରାପୁଟ ଜିଲାର ସ୍ବତନ୍ତ୍ରତା ପ୍ରତିପାଦନ କରୁଛି ଏହି ଶ୍ରକ୍ଷେତ୍ର। ଜିଲାର ସୀମାନ୍ତ କୋଟିଆ ସମେତ ଜିଲା ଓ ଜିଲା ବାହାରେ ବହୁ ଜଗନ୍ନାଥ ମନ୍ଦିର ନିର୍ମାଣରେ ମୁଖ୍ୟ ପୁରଧା ସାଜିଛି ଏହି କ୍ଷେତ୍ର। ପୁରୀର ଶ୍ରୀକ୍ଷେତ୍ର ଭଳି ଏଠାରେ ଜଗନ୍ନାଥଙ୍କ ସମସ୍ତ ପୂଜାବିଧି ଚାଲେ। ପୁରୀ ରାଜା ରଥରେ ଛେରାପହଁରା କଲା ଭଳି ଶାବର ଶ୍ରୀକ୍ଷେତ୍ରରେ କୁମ୍ଭା ଗ୍ରାମର ଦାସୀ ନାୟକ ଛେରାପହଁରା କରିଥାନ୍ତି। ତାଙ୍କୁ ରାଜାଙ୍କ ଭଳି ସମ୍ମାନ ମିଳିଥାଏ। ଶାବର ଶ୍ରୀକ୍ଷେତ୍ର ରଥଯାତ୍ରାରେ ଯୋଗଦେବାକୁ ଜିଲାର ସମସ୍ତ ଆଦିବାସୀ ଗ୍ରାମଗୁଡିକୁ ମନ୍ଦିର ପରିଚାଳନା କମିଟି ଗୁଆ ନିମନ୍ତ୍ରଣ ପଠାଇଥାଏ। ଆଦିବାସୀଙ୍କ ସମାଗମରେ ହେଉଥିବା ଶାବର ଶ୍ରୀକ୍ଷେତ୍ରର ରଥଯାତ୍ରାରେ ଆଦିବାସୀମାନେ ନିଜ ବାଡିରେ ହୋଇଥିବା ବିଭିନ୍ନ ଫଳ ଓ ଭୋଗ ଭାର ଧରି ଆସିଥାନ୍ତି। ତାହା ପ୍ରଥମେ ଶ୍ରୀ ଜୀଉଙ୍କୁ ସମର୍ପଣ ପରେ ଅନ୍ୟ ଭୋଗ ପୂଜା କରାଯାଇଥାଏ।
ମନ୍ଦିର ନିର୍ମାଣ ଇତିହାସ
୧୯୬୯ରେଏକ ଆଲୋଚନାଚକ୍ର କାର୍ଯ୍ୟକ୍ରମରେ ଶାବର ଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ପରିକଳ୍ପନା ହୋଇଥିବା ମନ୍ଦିର ପ୍ରତିଷ୍ଠାତା ସଦସ୍ୟ ତଥା ବର୍ତ୍ତମାନର ପରିଚାଳନା କମିଟିର ସମ୍ପାଦକ ଡ. ଜଗବନ୍ଧୁ ସାମଲ କହନ୍ତି। ସମୁଦ୍ରପତନଠାରୁ ୩ ହଜାର ଫୁଟ ଉଚ୍ଚରେ ଅବସ୍ଥିତ କୋରାପୁଟ ସହରରେ ସହର ମଧ୍ୟସ୍ଥଳରେ ଥିବା କୁର୍ମ ଶୈଳ ଶିଖରରେ ଏକ ପିଚୁଟିଣରେ ନିର୍ମିତ ଗମ୍ବୁଜାକୃତି ମନ୍ଦିର ଗୃହରେ ଶ୍ରୀଜୀଉ ପ୍ରତିଷ୍ଠା ପରଠାରୁ ଏଠାରେ ଶାବର ଶ୍ରକ୍ଷେତ୍ରର ଭିତ୍ତିଭୂମି ପଡିଥିଲା। ୧୯୬୯ ପୁରୀରେ ହୋଇଥିବା ନବକଳେବରର ବଳକା ଦାରୁରେ ନିର୍ମିତ ହୋଇଥିଲେ ଦାରୁ ବିଗ୍ରହ। ପ୍ରଭୁଙ୍କୁ ପଦ୍ମଶ୍ରୀ ପଣ୍ଡିତ ସଦାଶିବ ରଥଶର୍ମା ଏଠାରେ ୧୯୭୨ରେ ପ୍ରତିଷ୍ଠା କରାଇ ଶାବର ଶ୍ରୀକ୍ଷେତ୍ର ଭାବେ କୋରାପୁଟର ନାମକରଣ କରିଥିଲେ। ସେବେଠାରୁ ଏହି କ୍ଷେତ୍ର ଜିଲାର ପର୍ଯ୍ୟଟନ ଓ ଧାର୍ମିକ କ୍ଷେତ୍ରରେ ରାଜ୍ୟ ତଥା ଦେଶରେ ପରିଚିତ ହୋଇପାରିଛି। ପୁରୀ ଶ୍ରୀକ୍ଷେତ୍ରରେ ପ୍ରଚଳିତ ପରମ୍ପରା ଯାନି ଯାତ୍ରାକୁ ମଧ୍ୟ ମନ୍ଦିର ପ୍ରତିଷ୍ଠାଠାରୁ ମନ୍ଦିର ପରିଚାଳନା କମିଟି ଗୁରତ୍ୱ ଦେଇ ବିଭିନ୍ନ ପର୍ବପର୍ବାଣୀ ଓ ରଥଯାତ୍ରା ଆଦି କରିଆସିଛି। ଶାବର ଶ୍ରକ୍ଷେତ୍ର ପ୍ରକଳ୍ପର ମୁଖ୍ୟ ମନ୍ଦିର ନିର୍ମାଣ ଲାଗି ୧୯୭୩ ଜୁଲାଇ ୧୧ରେ ତତକାଳୀନ ଜିଲାପାଳ ଭାସ୍କର ଚନ୍ଦ୍ର ପଟ୍ଟନାୟକଙ୍କ ଦ୍ୱାରା ଭୂମିପୂଜନ ହେବା ପରେ ସ୍ଥପତି ସତ୍ୟବାଦୀ ମହାରଣାଙ୍କ ଦ୍ୱାରା ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ୧୯୭୮ ଜୁନରେ ନିର୍ମାଣ କାର୍ଯ୍ୟ ଶେଷ ହୋଇଥିଲା। ପରେ ପୁରୀ ଗଜପତି ଦିବ୍ୟସିଂହ ଦେବଙ୍କ ଉପସ୍ଥିତରେ ୩ଦିନ ଧରି ପ୍ରତିଷ୍ଠା ଉତ୍ସବ ପରେ ଚତୃର୍ଦ୍ଧାମୂର୍ତ୍ତି ନବନିର୍ମିତ ମନ୍ଦିରକୁ ବିଜେ କରିଥିଲେ। ପରେ ୧୯୮୨, ଏପ୍ରିଲରେ ସୁଦୂର ବାରଣାସୀର କାଶୀରେ ଦୁଇଶହ ବର୍ଷ ଧରି ପୂଜିତ ବାଣ ଲିଙ୍ଗ ମହାପ୍ରଭୁଙ୍କୁ ଶାବର ଶ୍ରୀକ୍ଷେତ୍ରରେ ଶ୍ରୀ ଶବରେଶ୍ୱର ମନ୍ଦିରରେ ପ୍ରତିଷ୍ଠା କରାଯାଏ। ୧୯୮୮ରେ ମୁଖ୍ୟ ମନ୍ଦିର ଚତୁଃପାର୍ଶ୍ୱରେ ପାର୍ଶ୍ୱ ମନ୍ଦିର ରୂପେ ମହାବୀର ହନୁମାନ, ଶ୍ରୀ ଗଣେଶ, ସୂର୍ଯ୍ୟ, ଶ୍ରୀ ଲକ୍ଷ୍ମୀନୃସିହ, ମା’ ବିମଳା, ମା ସରସ୍ବତୀ, ମାତା ଳଳିତାମ୍ବିକେ, ପର୍ଣ୍ଣ ଶବରୀ, ମହାଲକ୍ଷ୍ମୀ ଓ ନବଗ୍ରହ ମନ୍ଦିର ପ୍ରତିଷ୍ଠା ହୁଏ। ପ୍ରଥମେ ଶବରେଶ୍ୱର ମହାଦେବଙ୍କୁ ଦର୍ଶନ ବିଧି ରହିଛି। ସମୟକ୍ରମେ
ଅମରନାଥ, କେଦାରନାଥ, ବୈଷ୍ଣୋଦେବୀ, ବଦ୍ରିନାଥ, ଦ୍ୱାରିକାନାଥ, ଗାୟତ୍ରୀ ମହାକାଳେଶ୍ୱର, ସୋମନାଥ, ପଶୁପତିନାଥ, ରାମେଶ୍ୱର ମନ୍ଦିରରେ ସମସ୍ତ ଦେବଦେବୀଙ୍କୁ ସ୍ଥାପନ କରାଯାଇଛି। ତୃତୀୟ ବେଢାରେ ରହିଛି ଯୁଗେ ଯୁଗେ ଜଗନ୍ନାଥ ଶିରୋନାମାରେ ଅନ୍ୟ ଏକ ବେଢା। ଏଠାରେ ଓଡିଶାର ପ୍ରଚଳିତ କାହାଣୀ ଓ କିମ୍ବଦନ୍ତୀରେ ଶ୍ରୀଜଗନ୍ନାଥଙ୍କ ପ୍ରସଙ୍ଗକୁ ନେଇ ଘଟଣାବଳୀକୁ ଜୀବନ୍ତ ଭାବେ ପ୍ରଦର୍ଶିତ କରାଯାଇଛି। ସେହିପରି ତୃତୀୟ ବେଢାରେ ରହିଛନ୍ତି ଉତ୍କଳଖଣ୍ଡର ବହୁ ପ୍ରସିଦ୍ଧ ଦେବ ଦେବୀ। ସେହିପରି ଚମ୍ପାବଣ ବା ଚମ୍ପକାଶ୍ରମ, ସର୍ବଧର୍ମର ପ୍ରତୀକ ହାତମୁଠା ଚିହ୍ନ, ଭାଗବତଘର, ସଦଗ୍ରନ୍ଥ ଭଣ୍ଡାର, ଶାବର ସଂସ୍କୃତି ଗବେଷଣା କେନ୍ଦ୍ର, ସଉରାଙ୍କ ଇଷ୍ଟଦେବତା ମାତାରବ୍ନମଙ୍କର ମନ୍ଦିର ଓ ଅକ୍ଷର ବ୍ରହ୍ମଙ୍କ ମନ୍ଦିର ଆଦି ଶାବର ଶ୍ରକ୍ଷେତ୍ରର ଶୋଭା ବର୍ଦ୍ଧନ କରିଛି। ଦୁର ଦୂରାନ୍ତରୁ ଆସୁଥିବା ଶ୍ରଦ୍ଧାଳୁଙ୍କ ପାଇଁ ଏଠାରେ ଅତିଥିଭବନ, ଅତିଥି ନିବାସ, ଯାତ୍ରୀ ନିବାସ, ଯାତ୍ରୀ କୁଟିର ଆଦି ରହିଛି। ମନ୍ଦିରର ଆନନ୍ଦ ବଜାରରେ ବର୍ଷ ତମାମ ମିଳିଥାଏ ମହାପ୍ରସାଦ।
-ଅମିତାଭ ବେହେରା, କୋରାପୁଟ


Enter your email to get our daily news in your inbox.

All Right Reserved By Dharitri.Com

ବ୍ୟବସାୟିକ ଜାହାଜ ଉପରେ ଆକ୍ରମଣ: ଭାରତୀୟ ନାବିକ ନିଖୋଜ

ନୂଆଦିଲ୍ଲୀ,୧୩ା୯: ଓମାନ ଉପକୂଳରେ ବ୍ୟବସାୟିକ ଜାହାଜ ଏମ୍‌ଟି ଏଲ୍‌ ଗାଇଆ ଉପରେ ଆକ୍ରମଣ ହେବାରୁ ଜଣେ ଭାରତୀୟ ନାବିକ ନିଖୋଜ ହୋଇଥିବା ବହିର୍ବ୍ୟାପାର ମନ୍ତ୍ରଣାଳୟ ରବିବାର ସ୍ପଷ୍ଟ…

ଖଟିଆରେ ଗର୍ଭବତୀଙ୍କୁ ବୁହାହେବା ଘଟଣା, ନବଜାତ ଶିଶୁ-ମା’ଙ୍କୁ ଭେଟିଲେ ସିଡିପିଓ

ଗୁଡାରି,୧୩।୯(ପ୍ରମୋଦ କୁମାର ପତି): ଶନିବାର ଦିନ ବ୍ଳକର ଶିରିଗୁଡା ଗ୍ରାମପଂଚାୟତ ଅନ୍ତର୍ଗତ ସାଡାକଣା ଗ୍ରାମର ଗର୍ଭବତୀ ମହିଳାଙ୍କୁ ଖଟିଆରେ ୩ କିଲୋମିଟର ବୋହିବା ପରେ ଆମ୍ବୁଲାନ୍ସ ଯୋଗେ…

ତାତିଲେ ମହିଳା, ଭାଙ୍ଗିଲେ ମଦ ଭାଟି

ମୋହନ,୧୩।୯(ମନ୍ମଥ ମିଶ୍ର): ଗାଁରେ ଚାଲିଥିଲା ମଦ ଭାଟି। ଏନେଇ ଗାଁରେ ଅଶାନ୍ତ ପରିବେଶ ସୃଷ୍ଟି ହେବା ଯୁବପିଢୀ ପଥଭ୍ରଷ୍ଟ ହେଉଥିଲେ। ବାରମ୍ବାର ଅଭିଯୋଗ ପରେ ବି କାହାର…

ସନତ ସଭାପତି, ଉମାକାନ୍ତ ସାଧାରଣ ସମ୍ପାଦକ ନିର୍ବାଚିତ

ବରଗଡ଼,୧୩।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ହାବିଲଦାର, କନେଷ୍ଟବଲ ଆସୋସିଏଶନ ନିର୍ବାଚନ ଫଳାଫଳ ରବିବାର ଘୋଷଣା ହୋଇଛି। ଏଥିରେ ସଭାପତି ସନତ କୁମାର ହୋତା ସଭାପତି ନିର୍ବାଚିତ ହୋଇଛନ୍ତି।…

ମୋଟାପଣ, ଅଣସଂକ୍ରାମକ ରୋଗ ବଡ଼ ସ୍ବାସ୍ଥ୍ୟ ସମସ୍ୟା; BRICS ନେତା କହିଲେ…

ନୂଆଦିଲ୍ଲୀ, ୧୩ା୯ : ମୋଟାପଣ ଏବଂ ଅଣସଂକ୍ରାମକ ରୋଗ (ଏନ୍‌ସିଡି) ବର୍ତ୍ତମାନ ବିଶ୍ୱବ୍ୟାପୀ ଏକ ବଡ଼ ସ୍ବାସ୍ଥ୍ୟ ସମସ୍ୟାରେ ପରିଣତ ହୋଇଛି । ଏହାକୁ ନେଇ ବ୍ରିକ୍ସ…

ସଚିନଙ୍କ ବିଶାଳ ଟେଷ୍ଟ ରେକର୍ଡ ଭାଙ୍ଗିଲେ ଜୋ ରୁଟ୍‌, ଜାଣନ୍ତୁ…

ଏଜବାଷ୍ଟନ,୧୩ା୯: ଇଂଲଣ୍ଡର ଭେଟେରାନ ବ୍ୟାଟର ଜୋ ରୁଟ୍‌ ତାଙ୍କ କ୍ୟାରିୟରରେ ଏକ ବିରଳ ରେକର୍ଡର ଅଧିକାରୀ ହୋଇଛନ୍ତି। ସେ ୧୪୭ ବର୍ଷର ଟେଷ୍ଟ କ୍ରିକେଟ ଇତିହାସରେ ନିର୍ଦ୍ଦିଷ୍ଟ…

ବାହୁଦା ନଦୀକୁ ଗାଧୋଇବାକୁ ଯାଇ ବୃଦ୍ଧ ନିଖୋଜ ଘଟଣା, ଆଜି ମିଳିଲା….

ଦିଗପହଣ୍ଡି/ଚିକିଟି,୧୩।୯(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟି ବ୍ଳକ ଲାଲମେଣ୍ଟା ପଞ୍ଚାୟତ କୋଳିପେଣ୍ଠ ଗ୍ରାମରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ବୃନ୍ଦାବନ…

ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ କଲେ ଏନସିଏସ୍‌କେର ଉପାଧ୍ୟକ୍ଷ, ସଫେଇ କର୍ମଚାରୀଙ୍କ ସହ କଲେ ଆଲୋଚନା

ଜୁନାଗଡ଼,୧୩।୯(ଅଂଶୁମାନ ଯୋଶୀ): ଜାତୀୟ ସଫେଇ କର୍ମଚାରୀ ଆୟୋଗ(ଏନସିଏସକେ) ଉପାଧ୍ୟକ୍ଷ କୈଶବ ବିହାରୀ ରବିବାର ଜୁନାଗଡ଼ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରିଛନ୍ତି। ଏହି ଅବସରରେ ସେ ସ୍ବସ୍ଥ୍ୟକେନ୍ଦ୍ରର ବିଭିନ୍ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?