ଫେଲ୍‌ ମାରିଛି ଜାଗା ମିଶନ: ପଟ୍ଟା ବଦଳରେ ପଲିଥିନ

ଜଳେଶ୍ୱର, ୧୯।୧(ଡି.ଏନ.ଏ.) – ବାଲେଶ୍ୱର ଜିଲାର ଜଳେଶ୍ୱର ବ୍ଲକରେ ମୋଟ ଜନସଂଖ୍ୟାର ପ୍ରାୟ ୪୨ଭାଗ ଲୋକ ଅନୁସୂଚିତ ଜନଜାତି, ଜାତିର ହୋଇଥିବା ବେଳେ ବହୁ ପରିବାର ଜଙ୍ଗଲଜମିରେ ବାସ କରୁଛନ୍ତି। ବର୍ଷ ବର୍ଷ ଧରି ସେମାନେ ଗୋଟିଏ ସ୍ଥାନରେ ରହିଆସୁଥିଲେ ମଧ୍ୟ ସେମାନଙ୍କ ନାମରେ ପଟ୍ଟା ନାହିଁ । ଫଳରେ ସେମାନେ ସ୍ଥାୟୀ ବାସିନ୍ଦା ପ୍ରମାଣପତ୍ର ପାଇପାରୁନାହାନ୍ତି। ଏହାସହ ବହୁ ସରକାରୀ ସୁବିଧା ପାଇବାରୁ ବଞ୍ଚିତ ହେବା ସହ ସେମାନଙ୍କ ପିଲାମାନେ ଉଚ୍ଚଶିକ୍ଷାରୁ ବାଦ୍‌ ପଡୁଛନ୍ତି। ସେମାନଙ୍କୁ ବର୍ଷକୁ କେବଳ ଖଣ୍ଡିଏ ପଲିଥିନ ଦେଇ କାମ ସାରିଦିଆଯାଉଛି। ଜଳେଶ୍ୱର ବ୍ଲକର ଲୋକସଂଖ୍ୟା ପ୍ରାୟ ୨ଲକ୍ଷ ୪ହଜାର। ଏଥିରୁ ୮୫ହଜାର ଲୋକେ ଆଦିବାସୀ ଓ ହରିଜନ ଶ୍ରେଣୀର । ଏମାନଙ୍କ ମଧ୍ୟରୁ ଅଧିକାଂଶଙ୍କ ନାମରେ ପଟ୍ଟା ନାହିଁ। ନଦୀତଟ ଶିଖରପୁର ପଞ୍ଚାୟତ ବଜାରଶୋଳ ଗାଁର ବହୁ ଲୋକ ଏଭଳି ସମସ୍ୟାର ସମ୍ମୁଖୀନ ହୋଇଆସୁଛନ୍ତି । ଗ୍ରାମର ବହୁ ବ୍ୟକ୍ତି ପଲିଥିନ ତଳେ ଦୟନୀୟ ଅବସ୍ଥାରେ ରହିଛନ୍ତି। ବର୍ଷା ହେଲେ ଅନ୍ୟ କାହା ଘରେ ଆଶ୍ରୟ ନେଉଛନ୍ତି। ଗ୍ରାମର ସାଗର ମାହାଲି, ମଣ୍ଟୁ ମହାଲି, ଶ୍ୟାମସୁନ୍ଦର ପ୍ରଧାନ ପଲିଥିନ ତଳେ ବାସ କରୁଥିବା ବେଳେ ଝାଟିମାଟିରେ ବାଡ଼ ଦେଇଛନ୍ତି। ଏମାନଙ୍କୁ ରାଶନକାର୍ଡ ଓ ବାର୍ଦ୍ଧକ୍ୟ ଭତ୍ତା ମିଳୁଥିବା ବେଳେ ଜମିର ପଟ୍ଟା ମିଳୁ ନ ଥିବାରୁ ଆବାସ ଯୋଜନାର ସୁଫଳ ଏମାନେ ପାଇପାରୁନାହାନ୍ତି। ସେହି ଗାଁର ଜେଠମଲ ବିନ୍ଧାଣୀ ପକ୍ଷାଘାତ ରୋଗରେ ପୀଡିତ ଥିବା ବେଳେ ରଞ୍ଜନ ସେନାପତି, ମଧୁସୂଦନ ସେନାପତି, ତାରାପଦ ମହାଲି, ଶଙ୍କର ବିନ୍ଧାଣୀ, ବୁଦ୍ଧିଆ ବିନ୍ଧାଣୀ ଓ ତପନ ବିନ୍ଧାଣୀ ଘର ଖଣ୍ଡିଏ ଲାଗି ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।
ଜଳେଶ୍ୱର ତହସିଲରେ ଅଦ୍ୟାବଧି ଜାଗା ମିଶନରେ ୧୨୦୬ ଜଣଙ୍କୁ ଜମିପଟ୍ଟା ଦିଆଯାଇଥିବା ବେଳେ ବହୁ ବ୍ୟକ୍ତି ଆବେଦନ କରି ସେଥିରୁ ବଞ୍ଚତ୍ତ ରହିଛନ୍ତି। ଅନ୍ୟ କେତେକଙ୍କୁ ପଟ୍ଟା ମିଳିଥିବା ବେଳେ ସ୍ଥାନଟି ତାଙ୍କ ଦଖଲକୁ ଆସିପାରି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭରୁ ସମସ୍ୟା, ମଣ୍ଡିକୁ ଧାନ ଆସୁଛି ହେଲେ ଆସୁନାହାନ୍ତି ମିଲର୍ସ

ବରଗଡ଼,୧୭ା୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ରବିଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି । ରବିବାର ଏହି ପ୍ରକ୍ରିୟାକୁ ସପ୍ତାହେ ପୂରିବ। ହେଲେ ଆରମ୍ଭରୁ ଏହି ପ୍ରକ୍ରିୟାରେ ଧାନ କିଣାବିକା…

ଅଜଣା ଟ୍ରକକୁ ଧକ୍କା ଦେଲା ବାଇକ, ଚାଳକ ମୃତ

ମୋହନା,୧୭ା୫(ମନ୍ମଥ ମିଶ୍ର): ଗଜପତି ଜିଲା ଟାଙ୍କିଲିପଦର ଗାଁ ଛକରେ ଦୁର୍ଘଟଣା । ଟ୍ରକକୁ ଧକ୍କାଦେଲା ବାଇକ୍ । ଦୁର୍ଘଟଣାରେ ଚାଳକଙ୍କର ମୃତ୍ୟୁ ହୋଇଛି । ମୃତ ବାଇକ୍…

ଡିଜେଲ ଅଭାବରୁ ଚାଲିଲାନି ଜେନେରେଟର: ମରିଗଲେ ଫାର୍ମର ସମସ୍ତ କୁକୁଡ଼ା

ମାଲକାନଗିରି,୧୭।୫(ଗୌରିଶଙ୍କର ପଣ୍ଡା): ମାଲକାନଗିରି ଜିଲାରେ ଡିଜେଲ ଅଭାବ ଏବେ ଗୁରୁତର ସମସ୍ୟା ହୋଇଛି। ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ ହେବା ପରେ ଜେନେରେଟର ଚାଲି ନ ଥିବାରୁ ଏକ…

ପୂର୍ବ ଶତ୍ରୁତାରୁ ଆକ୍ରମଣ ପ୍ରତି ଆକ୍ରମଣ ଘଟଣା, ଜେଲ୍ ଗଲେ ୩ ଅଭିଯୁକ୍ତ

ଦିଗପହଣ୍ଡି,୧୭ା୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ମୌଳାଭଞ୍ଜା ପଞ୍ଚାୟତ ତିଳେଶ୍ୱର ଗ୍ରାମରେ ଦୁଇ ପଡୋଶୀଙ୍କ ମଧ୍ୟରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଗତ ଶୁକ୍ରବାର ରାତିରେ…

ଚାଷଜମିରେ କାମ କରୁଥିବା ବେଳେ ଟଳିପଡିଲେ, ଅଂଶୁଘାତରେ ଚାଲିଗଲା ଜୀବନ

ଦିଗପହଣ୍ଡି,୧୭ା୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡ଼ି ପଞ୍ଚାୟତ ଝରିପଦର ଗ୍ରାମ ହନୁମାନ ମନ୍ଦିର ସାହିର ରଘୁନାଥ ଗୌଡ଼(୪୨) ରବିବାର ମଧ୍ୟାହ୍ନରେ ଅଂଶୁଘାତରେ…

ପୂର୍ବତନ ସମିତିସଭ୍ୟଙ୍କ ଘରେ ଚାଲିଥିଲା ଦେଶୀମଦ ଭାଟି, ଚଢ଼ାଉ କରି ଭାଙ୍ଗିଲା ପୋଲିସ

ନନ୍ଦପୁର,୧୭ା୫(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ଥାନା ଅଧୀନ ଲମତାପୁଟ ବ୍ଲକର ବନମାଳିପୁଟ ଗ୍ରାମପଞ୍ଚାୟତର ପୂର୍ବତନ ସମିତିସଭ୍ୟ ରମେଶ ବିଶୋଇଙ୍କ ଭିମାରୀପୁଟ ସ୍ଥିତ ଘରେ ସ୍ଥାପିତ…

ସୁନାଥରରେ ଗ୍ଯାସ ସିଲିଣ୍ଡର ବିସ୍ଫୋରଣ ଘଟଣା, ଆଠଦିନର ସଂଗ୍ରାମ ପରେ ଆଖିପୁଜିଲେ ପ୍ରଶନ

ପୁରୁଷୋତ୍ତମପୁର,୧୭ା୫(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ସୁନାଥର ଗ୍ରାମରେ ସିଲିଣ୍ଡର ବିସ୍ଫୋରଣ ଘଟଣାରେ ଚିକିତ୍ସାଧୀନ ଅବସ୍ଥାରେ ଜଣଙ୍କର ମୃତ୍ୟୁ ହୋଇଛି । ଗତ ରବିବାର ସନ୍ଧ୍ୟାରେ…

ଭାରସାମ୍ଯ ହରାଇ ଗଛକୁ ପିଟିଲା ଟ୍ରକ, ଡ୍ରାଇଭର ମୃତ

ପୁରୁଷୋତ୍ତମପୁର,୧୭ା୫( ସବିତା ମିଶ୍ର): ଗଞ୍ଜାମ ଜିଲା ପରୁଷୋତ୍ତମପୁର ଥାନା ଆନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ମୁଖ୍ଯରାସ୍ତାର ବାଇଧର ମନ୍ଦିର ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ହୋଇଛି । ବୁଲାଣି ଠାରେ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri