Posted inଖେଳ

ବିରଳ ରେକର୍ଡ ହାତଛଡ଼ା କଲେ ଜାଡେଜା

ମୋହାଲି,୬।୩: ଶ୍ରୀଲଙ୍କା ବିପକ୍ଷରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ରବୀନ୍ଦ୍ର ଜାଡେଜା ଏକ ବିରଳ ରେକର୍ଡର ଅଧିକାରୀ ହେବାରୁ ବଞ୍ଚିତ ହୋଇଛନ୍ତି। ମ୍ୟାଚ୍‌ରେ ୧୭୫ ରନ୍‌ର ଅପରାଜିତ ଇନିଂସ ଖେଳିଥିବା ଅଲରାଉଣ୍ଡର ଉଭୟ ଇନିଂସ ଯଥାକ୍ରମେ ୫ ଓ ୪ ଉଇକେଟ ନେଇଥିଲେ। ପ୍ରଥମ ଭଳି ଦ୍ୱିତୀୟ ଇନିଂସରେ ୫ ଉଇକେଟ ଅକ୍ତିଆର କରିବାରେ ସଫଳ ହୋଇଥିଲେ ଜାଡେଜା ବିଶ୍ୱର ପ୍ରଥମ କ୍ରିକେଟର ଭାବେ ଗୋଟିଏ ଟେଷ୍ଟରେ ୧୫୦ରୁ ଅଧିକ ରନ୍‌ କରିବା ସହ ୧୦ ଉଇକେଟ ନେବାର ସଫଳତା ପାଇଥାନ୍ତେ। ଏହି ରେକର୍ଡ କରିବାର ସୁଯୋଗ ତାଙ୍କ ପାଖରେ ଥିଲା। କିନ୍ତୁ ସେ ୪ ଉଇକେଟ ନେବା ପରେ ବୋଲିଂ ନ କରିବାକୁ ନିଷ୍ପତ୍ତି ନେଇଥିଲେ। ଏହା ପଛର କାରଣ ମ୍ୟାଚ୍‌ ପରେ ପ୍ରକାଶ କରିଥିଲେ ସାଥି ଅଲରାଉଣ୍ଡର ରବିଚନ୍ଦ୍ରନ ଅଶ୍ୱିନ।

“ମ୍ୟାଚ୍‌ରେ ଜୟନ୍ତ ଯାଦବଙ୍କୁ ଅଧିକ ବୋଲିଂ କରିବାକୁ ମିଳୁ ନ ଥିବା ଆମେ ଅନୁଭବ କରିଥିଲୁ। ସେ ଦଳର ତୃତୀୟ ସ୍ପିନର ହୋଇଥିବାରୁ ତାଙ୍କୁ ସାଥିରେ ନେଇ ଚାଲିବା ଆମ ଦାୟିତ୍ୱ। ଏଣୁ ଜାଡୁ ତାଙ୍କ ଓଭର ଜୟନ୍ତଙ୍କୁ ବୋଲିଂ କରିବାକୁ ଦେଇଥିଲେ” ବୋଲି ଅଶ୍ୱିନ ମ୍ୟାଚ୍‌ ପରେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବାପା ବିକୁଥିଲେ କ୍ଷୀର, ପୁଅ ଦେଶ ପାଇଁ ଆଣିଲେ ପଦକ

ନୁର୍‌-ସୁଲତାନ(କଜାଖସ୍ତାନ),୨୩।୯: ଭାରତର ଯୁବ ରେସଲର୍‌ ଦୀପକ ପୁନିଆ ଆହତ କାରଣରୁ ୱାଲର୍‌ଡ ରେସଲିଂ ଚାମ୍ପିୟନଶିପର ଫାଇନାଲ ଓହରିଯାଇଛନ୍ତି, ଯାହା ଫଳରେ ତାଙ୍କୁ ରୌପ୍ୟ ପଦକରେ ସନ୍ତୁଷ୍ଟ...

ପ୍ରଥମ ଟେଷ୍ଟ: ଓ୍ବେଷ୍ଟଇଣ୍ଡିଜ ଅଗ୍ରଣୀ

ସାଉଥାମ୍ପଟନ, ୧୦।୭-ସ୍ଥାନୀୟ ରୋଜ ବାଓଲ ଷ୍ଟାଡିୟମରେ ଚାଲିଥିବା ଇଂଲଣ୍ଡ ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟରେ ଓ୍ବେଷ୍ଟଇଣ୍ଡିଜ ପ୍ରଥମ ଇନିଂସରେ ଅଗ୍ରଣୀ ହାସଲ କରିଛି। କ୍ରେଗ୍‌ ବ୍ରାଥ୍‌ଓ୍ବେଟ...

ଦୁଇ ବର୍ଷ, ୪୩ ପାଳି; ହେଲେ ଗୋଟିଏ ଶତକ ନାହିଁ: ଜବାବରେ କୋହଲି କହିଲେ…

ନୂଆଦିଲ୍ଲୀ,୨୭।୩: ଭାରତୀୟ ଅଧିନାୟକ ବିରାଟ କୋହଲି ଶୁକ୍ରବାର ପୁଣେରେ ଖେଳାଯାଇଥିବା ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଦିନିକିଆରେ ୬୬ରନ୍‌ କରିଥିଲେ। ସେ ପୁଣି ଥରେ ଶତକ ମାରିବାରୁ...

ତ୍ରିରାଷ୍ଟ୍ରୀୟ ଜୁନିୟର ମହିଳା ହକି: ଭାରତୀୟ ଦଳରେ ଓଡ଼ିଶା ମାରିଆନା, ଆଜମିନା

ନୂଆଦିଲ୍ଲୀ, ୧୬।୧୧(ପି.ଟି.)- ଅଷ୍ଟ୍ରେଲିଆର କାନ୍‌ବେରାଠାରେ ତ୍ରିରାଷ୍ଟ୍ରୀୟ ଜୁନିୟର ମହିଳା ହକି ଟୁର୍ନାମେଣ୍ଟ ଡିସେମ୍ବର ୩ରୁ ୮ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏଥିପାଇଁ ଶୁକ୍ରବାର ଘୋଷିତ ୧୮...

ରିୟଲ ମାଡ୍ରିଡ୍‌ ଛାଡ଼ିବେ ଜିଡାନ

ମାଡ୍ରିଡ୍‌,୧୭।୫: ଫ୍ରାନ୍ସ କିମ୍ବଦନ୍ତୀ ଫୁଟ୍‌ବଲର ଜିନେଡାଇ ଜିଡାନ ରିୟଲ ମାଡ୍ରିଡ୍‌ କ୍ଲବର କୋଚ୍‌ ପଦ ଛାଡିବେ ବୋଲି ସୂଚନା ଦେଇଛନ୍ତି। ଚଳିତ ସେସନ ଶେଷ ଆଡକୁ...

ଜୁଡ୍‌ ଫେଲିକ୍ସଙ୍କୁ ବହିଷ୍କୃତ କଲା ହକି ଇଣ୍ଡିଆ

ନୂଆଦିଲ୍ଲୀ, ୨୦ା୬ (ପି.ଟି.)-ହକି ଇଣ୍ଡିଆ (ଏଚ୍‌ଆଇ) ବୁଧବାର ଜୁନିୟର ପୁରୁଷ ହକି ଟିମ୍‌ କୋଚ୍‌ ଜୁଡ୍‌ ଫେଲିକ୍ସଙ୍କୁ ବହିଷ୍କୃତ କହିଛନ୍ତି। ମାଡ୍ରିଡ୍‌ଠାରେ ନିକଟରେ ଶେଷ ହୋଇଥିବା...

କ୍ରିକେଟ୍‌ ଖେଳିଲେ ସୁନକ

ଲଣ୍ଡନ,୨୪।୩: ଇଂଲଣ୍ଡ ପ୍ରଧାନମନ୍ତ୍ରୀ ଋଷି ସୁନକ ୨୦୨୨ ଟି-୨୦ ବିଶ୍ୱକପ ବିଜେତା ଦଳ ସହ ବିଜୟ ଉତ୍ସବ ପାଳନ କରିଥିଲେ। ଇଂଲଣ୍ଡ ୨୦୨୨ ଟି-୨୦ ବିଶ୍ୱକପ...

୨୦୦ ଗରୀବ ପରିବାରକୁ ରାଶନ ବାଣ୍ଟିଲେ ଆଫ୍ରିଦୀ

କରାଚୀ,୨୫।୩- ପୂରା ବିଶ୍ୱକୁ ଧିରେ ଧିରେ ଗ୍ରାସ କରୁଛି କରୋନା ଭାଇରସ। ଏହି ମାରାତ୍ମକ ଭାଇରସରୁ ବଞ୍ଚତ୍ବା ପାଇଁ କୌଣସି ଔଷଧ ନ ଥିବାରୁ ବିଭିନ୍ନ...

Advertisement
Archives

Model This Week