ପଣସ ବିରିୟାନୀ

ଆବଶ୍ୟକ ସାମଗ୍ରୀ: ମଧ୍ୟମ ଆକାର କଟା ହୋଇଥିବା କଞ୍ଚା ପଣସ ୨୦୦ ଗ୍ରାମ୍‌, ୨ଟି ପିଆଜ, ୨ କପ୍‌ ଚାଉଳ, ଅଦା ରସୁଣ ପେଷ୍ଟ ୧ ବଡ ଚାମଚ, ଧନିଆ ପାଉଡର ୧ ବଡ ଚାମଚ, କେଶର ୧ ଛୋଟ ଚାମଚ, ୩-୪ଟି ଲବଙ୍ଗ, ୨ଟି ଗୁଜୁରାତି, ୨ଟି ତେଜପତ୍ର, ଚିମୁଟାଏ ଜାୟିତ୍ରୀ, ଚକ୍ରଫୁଲ ୧ଟି, ଜିରା ୧ ଛୋଟ ଚାମଚ, ଲାଲ ଲଙ୍କା ଗୁଣ୍ଡ ୧ ଛୋଟ ଚାମଚ, ଦହି ୨ ବଡ଼ ଚାମଚ, ୧/୪ କପ୍‌ କ୍ଷୀର, ତେଲ ଏବଂ ଲୁଣ।
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ କଟା ପଣସକୁ ଭଲ ଭାବେ ଧୋଇ ଅଳ୍ପ ତେଲରେ ଫ୍ରାଏ କରିଦିଅନ୍ତୁ। ଏକ ଗିନାରେ କ୍ଷୀରରେ କେଶରକୁ ଭିଜାଇ ତାହା ହଳଦିଆ ହେବାଯାଏଁ ଛାଡି ଦିଅନ୍ତୁ। ଅନ୍ୟ ଏକ ପାତ୍ରରେ ଚାଉଳ ନେଇ ଭାତ କରନ୍ତୁ। ଭାତକୁ ଅଧା ଅଧା କରନ୍ତୁ। ପ୍ରଥମ ଅଧାକୁ ହଳଦିଆ କରିବା ଲାଗି ସେଥିରେ କେଶର ଯୁକ୍ତ କ୍ଷୀର ମିଶାଇ ଗୋଳାନ୍ତୁ। ଏକ ପ୍ୟାନ୍‌ରେ ତେଲ ଗରମ କରନ୍ତୁ। ସେଥିରେ ସମସ୍ତ ମସଲା ପକାଇ ଗୋଳାନ୍ତୁ, ସେଥିରେ କଟା ପିଆଜ ପକାନ୍ତୁ। ଅଳ୍ପ ବ୍ରାଉନ୍‌ ରଙ୍ଗ ହୋଇ ଆସିଲେ ଅଦା ରସୁଣ ପେଷ୍ଟ ପକାଇ ଗୋଳନ୍ତୁ। ସେଥିରେ ସ୍ବାଦାନୁସାରେ ଲୁଣ ଏବଂ ଅଳ୍ପ ଦହି ପକାଇ ଗୋଳାନ୍ତୁ। ମସଲା ଭଲ ଭାବେ କଷି ହୋଇଗଲେ ସେଥିରେ ପଣସ ଫ୍ରାଏ ପକାଇ ଭଲ ଭାବେ ଗୋଳାଇ କିଛି ସମୟ ଛାଡି ଦିଅନ୍ତୁ। ଏହା ଭଲ ଭାବେ ସିଝି ଗଲେ ଚୁଲା ବନ୍ଦ କରିଦିଅନ୍ତୁ। ଅନ୍ୟ ଏକ ପାତ୍ରରେ ପୂର୍ବରୁ ସିଝେଇ ରଖିଥିବା ଭାତ ଅଳ୍ପ ନିଅନ୍ତୁ। ଏହା ଉପରେ ପ୍ରସ୍ତୁତ ପଣସ ମସଲା ଏକ ଲେୟାର ପକାନ୍ତୁ। ପୁନର୍ବାର ଏକ ଲେୟାର ଭାତ ଏବଂ ପଣସ ମସଲା ପକାନ୍ତୁ। ଉପରେ କାଜୁ, ବାଦାମ, ଇତ୍ୟାଦି ପକାନ୍ତୁ। ଅଳ୍ପ ଆଞ୍ଚରେ କିଛି ସମୟ ଚୁଲାରେ ବସାଇ ଚୁଲା ବନ୍ଦ କରି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ପଣସ ବିରିୟାନୀ। ଏହାକୁ ଗରମ ଗରମ ଖାଇବାର ମଜା ନିଅନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

ପିକନିକ ଯାଇ ଆଉ ଫେରିଲେନି, ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ

ମୁମ୍ବାଇ,୧।୧୦: ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ଗୁରୁବାର (ଅକ୍ଟୋବର ୧) ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି, ଯେଉଁଥିରେ ପିକନକରେ ଯାଇଥିବା ୮ଜଣ ଛାତ୍ର ସମୁଦ୍ରରେ ବୁଡ଼ି ପ୍ରାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?