Posted inଖେଳ

ନେଦରଲାଣ୍ଡ୍ସ ଆଗରେ ୪୧୧ ରନ୍‌ର ବିଶାଳ ଲକ୍ଷ୍ୟ

ବେଙ୍ଗାଲୁରୁ,୧୨।୧୧: ଏମ୍‌ ଚିନ୍ନାସ୍ବାମୀ ଷ୍ଟାଡ଼ିୟମରେ ରବିବାର ଖେଳାଯାଉଥିବା ୨୦୨୩ ବିଶ୍ୱକପ୍‌ର ଅନ୍ତିମ ଲିଗ୍‌ ତଥା ୪୫ତମ ମ୍ୟାଚ୍‌ରେ ଭାରତ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଶ୍ରେୟାସ ଆୟାର ଏବଂ କେ.ଏଲ୍‌ ରାହୁଲଙ୍କ ଦମ୍‌ଦାର ଶତକୀୟ ଇନିଂସ ଏବଂ ଅଧିନାୟକ ରୋହିତ ଶର୍ମା, ଶୁବମନ୍‌ ଗିଲ ଓ ବିରାଟ କୋହଲିଙ୍କ ଅର୍ଦ୍ଧଶତକ ବଲ୍‌ରେ ଭାରତ ନିର୍ଦ୍ଧାରିତ ୫୦ଓଭରରେ ୪ ଉଇକେଟ୍‌ ହରାଇ ୪୧୦ ରନ୍‌ କରିଛି। ଫଳରେ ନେଦରଲାଣ୍ଡ ଆଗରେ ୪୧୧ ରନ୍‌ର ବିଶାଳ ଟାର୍ଗେଟ୍‌ ରଖିଛି ଟିମ୍‌ ଇଣ୍ଡିଆ।

ଅନ୍ୟପକ୍ଷେ ବିଶ୍ବକପ୍‌ ଇତିହାସରେ ଭାରତ ଦ୍ବିତୀୟ ସର୍ବାଧିକ ଦଳୀୟ ସ୍କୋର କରିବାର ରେକର୍ଡ ହାସଲ କରିଛି। ପୂର୍ବରୁ ବରମୁଣ୍ଡା ବିରୋଧରେ ୨୦୨୭ ବିଶ୍ବକପ୍‌ରେ ଭାରତ ୪୧୩ ରନ୍‌ କରିଥିଲା। ଭାରତୀୟ ବ୍ୟାଟର ଆଜି ଚମତ୍କାର ବ୍ୟାଟିଂ କରିଥିଲେ। ରୋହିତ ଏବଂ ଶୁବମନ୍‌ ପ୍ରଥମ ଉଇକେଟରେ ଶତକୀୟ ଭାଗିଦାରୀ କରିଥିଲେ। ରୋହିତ ୫୪ଟି ବଲ୍‌ରେ ୮ ଚଉକା ସହ ଓ ୨ ଛକା ସହାୟତାରେ ୬୧ ରନ୍‌ କରିଥିଲେ। ସେହିପରି ଯୁବ ବ୍ୟାଟର ଗିଲ ୩୨ ବଲ୍‌ରେ ୩ ଚଉକା ଏବଂ ୪ ଛକା ସହାୟତାରେ ୫୧ ରନ୍‌ କରିବାରେ ସକ୍ଷମ ହୋଇଥିଲେ।

ଭାରତୀୟ ବ୍ୟାଟର ବିରାଟ କୋହଲି ଦିନିକିଆ କ୍ରିକେଟରେ ୭୧ତମ ଅର୍ଦ୍ଧଶତକ ହାସଲ କରିଛନ୍ତି। ସେ ୫ଟି ଚଉକା ଏବଂ ଗୋଟିଏ ଛକାରେ ୫୧ ରନ୍‌ କରି ଆଉଟ୍‌ ହୋଇଥିଲେ। ଅନ୍ୟପକ୍ଷେ ଆୟାର ୯୪ ବଲ୍‌ରେ ୧୦ ଚଉକା ଏବଂ ୫ ଛକାରେ ୧୨୮ ରନ୍‌ ମହତ୍ତ୍ୱପୂର୍ଣ୍ଣ ଇନିଂସ୍‌ ଖେଳିଥିଲେ। ସେହିପରି ରାହୁଲ ୬୪ ବଲ୍‌ରେ ୧୧ ଚଉକା ଏବଂ ୪ ଛକାରେ ୧୦୨ ରନ୍‌ର ଦମ୍‌ଦାର ଇନିଂସ ବଲ୍‌ରେ ଭାରତ ୪୧୧ କରିବାରେ ସକ୍ଷମ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ୟୁଏନ୍‌ରେ ପାକିସ୍ତାନୀ ଖବରଦାତାଙ୍କୁ ଏସ୍‌. ଜୟଶଙ୍କରଙ୍କ କଡ଼ା ଜବାବ: କହିଲେ, ‘ଜଣେ ଆତଙ୍କବାଦୀ ଦେଶ ମୋତେ ଏମିତି ପ୍ରଶ୍ନ ପଚାରୁଛି’

ନ୍ୟୁୟର୍କ,୨୫।୯: ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଶୁକ୍ରବାର ୮୧ତମ ସଂଯୁକ୍ତ ରାଷ୍ଟ୍ର ସାଧାରଣ ସଭା (UNGA) ଅବସରରେ ଏକ ଖବରଦାତା ସମ୍ମିଳନୀରେ ଜଣେ ପାକିସ୍ତାନୀ ଖବରଦାତାଙ୍କୁ କଡ଼ା…

ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ; ଚାଷୀଙ୍କ ପାଇଁ ବଡ଼ ଘୋଷଣା

ଭୁବନେଶ୍ୱର,୨୫।୯: ରାଜ୍ୟରେ କୃଷି ଓ କୃଷକଙ୍କ ବିକାଶ ପାଇଁ ସମବାୟ କ୍ଷେତ୍ରରେ ଏକ ନୂତନ ଯୁଗର ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଆନୁଷ୍ଠାନିକ…

ଲଗାଣ ବର୍ଷା ପାଇଁ କାଲି ୫ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା: ଭଦ୍ରକର ୭ ବ୍ଲକରେ ୩୯୯ ସ୍କୁଲ ବନ୍ଦ

ଭୁବନେଶ୍ୱର,୨୫।୯: ରାଜ୍ୟରେ ଜାରି ରହିଥିବା ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ଆସନ୍ତାକାଲି (ଶନିବାର) ରାଜ୍ୟର ୫ଟି ଜିଲାରେ ସ୍କୁଲଗୁଡ଼ିକୁ ଛୁଟି ଘୋଷଣା କରାଯାଇଛି। ପିଲାମାନଙ୍କ ସୁରକ୍ଷାକୁ ଆଖିଆଗରେ…

କବାଡ଼ିରେ ଭାରତର ଦବଦବା: ପୁରୁଷ, ମହିଳା ଦଳ ଫାଇନାଲରେ

ନାଗୋୟା, ୨୫ା୯:ଭାରତର ଉଭୟ ପୁରୁଷ ଓ ମହିଳା ଦଳ ଏସିଆନ ଗେମ୍ସ କବାଡ଼ି ପ୍ରତିଯୋଗିତାର ଫାଇନାଲରେ ପ୍ରବେଶ କରିଛନ୍ତି। ଉଭୟ ଦଳ ସେମାନଙ୍କ ସ୍ବର୍ଣ୍ଣ ପଦକ ବଜାୟ…

ବିଶେଷ ଫରକ ପଡ଼ିବ ନାହିଁ, ବିରାଟ-ରୋହିତଙ୍କ ଦିନିକିଆରୁ ଅବସରକୁ ନେଇ ଏ କ’ଣ କହିଦେଲେ ସେହ୍ବାଗ

ନୂଆଦିଲ୍ଲୀ,୨୫।୯: ଭାରତ ଓ ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ ସେପ୍ଟେମ୍ବର ୨୭ରୁ ଆରମ୍ଭ ହେବାକୁ ଯାଉଛି। ଏହି ସିରିଜ୍‌ରେ ଆଉ ଥରେ…

ଘର ନୁହେଁ, ଏବେ ବୃଦ୍ଧାଶ୍ରମରେ ରହୁଛନ୍ତି ବିନୋଦ କାମ୍ବଲୀ; ଭାଇରାଲ ଭିଡିଓ ଦେଖି ସ୍ତବ୍ଧ କ୍ରିକେଟ୍ ଜଗତ!

ମୁମ୍ବାଇ,୨୫।୯: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ତାରକା ବ୍ୟାଟର୍‌ ବିନୋଦ କାମ୍ବଲି ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ନିକଟରେ ସୋସିଆଲ ମିଡିଆରେ ସାମ୍ନାକୁ ଆସିଥିବା ତାଙ୍କର ଏକ…

UPI Payment Rules: ₹୬,୦୦୦ ବିଲ୍‌କୁ ₹୨,୦୦୦ କରି ଭାଗ ଭାଗ କରି ପେମେଣ୍ଟ କରୁଛନ୍ତି କି? ଜାଣନ୍ତୁ କ’ଣ ରହିଛି ନିୟମ

ନୂଆଦିଲ୍ଲୀ,୨୫।୯: ୟୁପିଆଇ (UPI) ଜରିଆରେ ନେଣଦେଣ କରୁଥିବା ଗ୍ରାହକ ଓ ବ୍ୟବସାୟୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର। ୨୦୨୬ ଅକ୍ଟୋବର ୧୫ ତାରିଖରୁ UPI ନିୟମରେ ବଡ଼…

ବର୍ଷା କମିଛି, ଆତଙ୍କ ଥମିନି: କାନ୍ଥ ପଡ଼ି ଚାଲିଗଲା ବୃଦ୍ଧାଙ୍କ ଜୀବନ

ଭଞ୍ଜନଗର, ୨୫।୯(ବାବୁଲା ପ୍ରଧାନ):ଗଞ୍ଜାମ ଜିଲାରେ ଲଗାଣ ବର୍ଷା ପରେ ଶୁକ୍ରବାର ବର୍ଷାର ପରିମାଣ କିଛିଟା କମିଥିଲେ ମଧ୍ୟ ଲୋକଙ୍କ ମନରୁ ଆତଙ୍କ ଥମିନାହିଁ। ବେଲଗୁଣ୍ଠ ବ୍ଲକ ଉଡ୍ରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?