ଲୋକଙ୍କୁ ପ୍ରଥମ ଡୋଜ୍‌ ମିଳି ନଥିବା ବେଳେ ବୁଷ୍ଟର ଡୋଜ୍‌ ସମ୍ପର୍କରେ କହିବା ଯୁକ୍ତିହୀନ: ଡବ୍ଲ୍ୟୁଏଚ୍‌ଓ ମୁଖ୍ୟ…

ଜେନେଭା,୧୪।୧୧: ପୃଥିବୀରେ କରୋନା ମହାମାରୀ ସଂକ୍ରମଣ ଥମିବାର ନାଁ ଧରୁନି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି। କେତେକ ଦେଶରେ କରୋନା ସଂକ୍ରମଣରୁ ଦୂରେଇ ରହିବା ଲାଗି ଟିକାକରଣ ଅଭିଯାନ ଜାରି ରହିଛି। ଦୁଇ ଡୋଜ୍‌ ଟିକାପରେ ବୁଷ୍ଟର ଡୋଜ୍‌ ନେଇ କେତେକ ଦେଶରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇଛି। ଏପରିସ୍ଥଳେ ବିଶ୍ୱ ସୱାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) ମୁଖ୍ୟ ଟେଡ୍ରୋସ ଆଧାନୋମ ଘେବ୍ରେୟସସ ବୁଷ୍ଟର୍‌ ଡୋଜ ବିଷୟରେ ବଡ଼ ବିବୃତ୍ତି ଦେଇଛନ୍ତି।

ଭାରତ ସମେତ ଅନେକ ଦେଶରେ, କରୋନାଭାକ୍ସିନର ଦୁଇଟି ଡୋଜ ପରେ ବୁଷ୍ଟର ଡୋଜ ପ୍ରୟୋଗ ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି। ଡବ୍ଲ୍ୟୁଏଚ୍‌ଓ କହିଛନ୍ତି ଯେ ଏହା ଠିକ୍‌ ନୁହେଁ। ଅନେକ ଲୋକ ଟିକାର ପ୍ରଥମ ଡୋଜ୍‌ ନେଇ ନ ଥିବାବେଳେ ବୁଷ୍ଟର ଡୋଜ୍‌ ବିଷୟରେ କହିବା ଠିକ୍‌ ନୁହେଁ। ବହୁ ଗରିବ ଦେଶରେ ମଧ୍ୟ ଟିକାଦାନ ଅଭିଯାନ ଆରମ୍ଭ ହୋଇ ନାହିଁ। ଚଳିତ ବର୍ଷ ଅଗଷ୍ଟରେ, ଡବ୍ଲ୍ୟୁଏଚ୍‌ଓ ମୁଖ୍ୟ ବୁଷ୍ଟର୍‌ ଡୋଜ୍‌ ବିଷୟରେ ଏକ ବିଶ୍ୱସ୍ତରୀୟ ମୋନୋଟୋରିୟମ ଡକାଇବାକୁ ଚେଷ୍ଟା କରିଥିଲେ। କିନ୍ତୁ ଏହି ବୈଠକ ଚଳିତ ବର୍ଷ ଶେଷ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। ଏହି ସମୟରେ, ଜର୍ମାନୀ, ଇସ୍ରାଏଲ, କାନାଡା ଏବଂ ଆମେରିକା କୌଣସି ଆଲୋଚନା ବିନା ବୁଷ୍ଟର୍‌ ଡୋଜ ଦେବା ଆରମ୍ଭ କରିଛନ୍ତି।

ଡବ୍ଲ୍ୟୁଏଚ୍‌ଓ ମୁଖ୍ୟ କହିଛନ୍ତି ଯେ ସୁସ୍ଥ ବୟସ୍କ ତଥା ଟିକାନେଇଥିବା ଯୁବବର୍ଗଙ୍କୁ ବୁଷ୍ଟର ଡୋଜ ଦେବା ସମ୍ପୂର୍ଣ୍ଣ ଅଯୌକ୍ତିକ। ଯେତେବେଳେ ବୃଦ୍ଧ, ସ୍ବାସ୍ଥ୍ୟ କର୍ମୀ ଏବଂ ଅଧିକ ବିପଦପୂର୍ଣ୍ଣ ଗୋଷ୍ଠୀ ଏବେ ବି ପ୍ରଥମ ଡୋଜ ପାଇବାକୁ ଅପେକ୍ଷା କରି ବସିଛନ୍ତି। ସେହିପରି ଗରିବ ଦେଶଗୁଡିକ ଅଧିକ ଟିକା ପାଇବା ଉଚିତ।
ଧନୀ ଦେଶଗୁଡ଼ିକରେ ଟିକାକରଣ ଦ୍ରୁତ ଗତିରେ ଜାରି ରହିଛି। ଡବ୍ଲ୍ୟୁଏଚ୍‌ଓ ଦ୍ୱାରା ବାରମ୍ବାର ବାରଣ ସତ୍ତ୍ୱେ ସେସବୁ ଦେଶରେ ଜାଣିଶୁଣି ଅତିରିକ୍ତ ବୁଷ୍ଟର ଡୋଜ ଦିଆଯାଉଛି। ଏପରିସ୍ଥଳେ ଗରିବ ଦେଶଗୁଡିକୁ ଅଧିକ ମାତ୍ରାରେ ପ୍ରଥମ ଡୋଜ୍‌ ଯୋଗାଇ ଦିଆଯିବା ଆବଶ୍ୟକ।

ଡବ୍ଲ୍ୟୁଏଚ୍‌ଓ ଜରୁରୀକାଳୀନ ନିର୍ଦ୍ଦେଶକ ମାଇକେଲ ରିୟାନ କହିଛନ୍ତି ଯେ ଧନୀ ଦେଶମାନଙ୍କ ମଧ୍ୟରେ ଅଧିକ ଟାର୍ଗେଟେଡ ପ୍ରୟାସ ମଧ୍ୟ ଆବଶ୍ୟକ। କିନ୍ତୁ ସେସବୁ ଦେଶରେ ଅନେକ ଲୋକ ଟିକା ନେବାକୁ ମନା କରି ଦେଇଛନ୍ତି। ସେ ଚେତାବନୀ ଦେଇଛନ୍ତି ଯେ ଟିକାକରଣ ସାର୍ବଜନୀକ ଭାବେ ହେବା ଆବଶ୍ୟକ। ସେ ନିକଟରେ ହୋଇଥିବା ବ୍ରିଟିଶ ଅଧ୍ୟୟନକୁ ଦର୍ଶାଇ କହିଛନ୍ତି ଯେ ଟିକାନେଇଥିବାଙ୍କ ଅପେକ୍ଷା ଟିକା ନନେଇ ଥିବା ଲୋକଙ୍କର ଏହି ମହାମାରୀରେ ମୃତ୍ୟୁ ଘଟିବାର ଆଶଙ୍କା ୩୨ ଗୁଣା ଅଧିକ।


Enter your email to get our daily news in your inbox.

All Right Reserved By Dharitri.Com

କୋଟିଏ ଟଙ୍କାର ବୀମା ଟଙ୍କା ପାଇଁ ସ୍ବାମୀଙ୍କ ଉପରେ ଲାଗିଲା ଗୁରୁତର ଅଭିଯୋଗ! ସୋସିଆଲ ମିଡ଼ିଆରେ ଘୁରି ବୁଲୁଛି ଭିଡ଼ିଓ

ଚେନ୍ନାଇ,୨୩।୫: ତେଲେଙ୍ଗାନାର ଖମ୍ମମ ଜିଲାର ଥିରୁମାଲାୟାପାଲେମ ମଣ୍ଡଳରେ ଅବସ୍ଥିତ ଗୋଲ ଥାଣ୍ଡା ଗାଁରେ ଜଣେ ୨୯ ବର୍ଷୀୟ ବିବାହିତ ମହିଳାଙ୍କ ସନ୍ଦେହଜନକ ଅବସ୍ଥାରେ ମୃତଦେହ ମିଳିଛି। ମୃତକଙ୍କ…

ଶୁଭେନ୍ଦୁଙ୍କ ବଡ଼ ଆକ୍ସନ, ମମତାଙ୍କୁ ଲାଗିବ ଶକ୍ତ ଧକ୍କା

କୋଲକାତା,୨୩।୫: କୋଲକାତାର ପ୍ରସିଦ୍ଧ ସଲ୍ଟ ଲେକ ଷ୍ଟାଡିୟମ ବାହାରେ ଅବସ୍ଥିତ ଏକ ବିବାଦୀୟ ପ୍ରତିମୂର୍ତ୍ତିକୁ ଭାଙ୍ଗି ଦିଆଯାଇଛି। ଏହି ମୂର୍ତ୍ତିରେ ଫୁଟବଲ ଉପରେ ଦୁଇଟି ଅସ୍ଥିର ଗୋଡ଼କୁ…

କାଳବୈଶାଖୀର ତାଣ୍ଡବ: କ୍ଷତିଗ୍ରସ୍ତଙ୍କୁ ସହାୟତା ପ୍ରଦାନ ପାଇଁ ଭେଟିଲା ବିଜେଡି ବ୍ଲକ ଟିମ୍‌

ଥୁଆମୂଳ ରାମପୁର,୨୩ା୫(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ନାକୁରୁଣ୍ଡି ପଞ୍ଚାୟତରେ କାଳବୈଶାଖୀ ଜନିତ ବ୍ୟାପକ କ୍ଷୟକ୍ଷତି ପରେ ପ୍ରଭାବିତ ଅଞ୍ଚଳରେ ଶନିବାର ବିଜେଡିର…

ହୋଟେଲରୁ ଧରାପଡ଼ିଲେ ପ୍ରେମୀଯୁଗଳ, ପୋଲିସ ନେଲା ଏମିତି ନିଷ୍ପତ୍ତି, ପ୍ରେମିକ କହିଲେ ମୋ’ ପ୍ରତି…

ପାଟ୍‌ନା,୨୩ା୫: ବିହାରର ରାଜଧାନୀ ପାଟନାର ଜକନପୁର ଥାନା ଅଞ୍ଚଳରୁ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ପୋଲିସ କିଛି ଦିନ ଧରି ଏକ ହୋଟେଲରେ ରହୁଥିବା ପ୍ରେମୀଯୁଗଳଙ୍କୁ…

ମାଡ଼ି ଆସୁଛି ବଡ଼ ପ୍ରଳୟ! ୪୦ ହଜାର ଲୋକଙ୍କୁ ଘର ଛାଡିବାକୁ ନିର୍ଦ୍ଦେଶ, ସ୍କୁଲ-କଲେଜ ବନ୍ଦ

ୱାଶିଂଟନ/କାଲିଫର୍ଣ୍ଣିଆ: ଆମେରିକାର କାଲିଫର୍ଣ୍ଣିଆରେ ଏକ ବଡ଼ ଧରଣର ବିପଦ ଦେଖାଦେଇଛି। ଏକ ଶିଳ୍ପାଞ୍ଚଳ (Industrial Site) ରେ ରଖାଯାଇଥିବା ବିଷାକ୍ତ କେମିକାଲ ଟାଙ୍କି ହଠାତ ଅତ୍ୟଧିକ ଗରମ…

ମୋଦିଙ୍କୁ ଭେଟିଲେ ଆମେରିକୀୟ ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ, ହ୍ବାଇଟ ହାଉସ ଗସ୍ତ ପାଇଁ କଲେ ନିମନ୍ତ୍ରଣ

ନୂଆଦିଲ୍ଲୀ,୨୩।୫: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚାରି ଦିନିଆ ଗସ୍ତ ପାଇଁ ଭାରତ ଆସିଥିବା ଆମେରିକୀୟ ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓଙ୍କ ସହ ସାକ୍ଷାତ କରିଛନ୍ତି। ସାକ୍ଷାତ…

୧୦ ବର୍ଷ ଶିଶୁର ହତ୍ୟାକୁ ନେଇ ଅଶାନ୍ତ ତାମିଲନାଡୁ, ରାସ୍ତାକୁ ଓହ୍ଲାଇଲେ ଜନତା; ମୁଖ୍ୟମନ୍ତ୍ରୀ କହିଲେ…

ଚେନ୍ନାଇ,୨୩।୫: ତାମିଲନାଡୁର କୋଏମ୍ବାଟୁର ଜିଲାର ସୁଲୁର ଅଞ୍ଚଳରେ ଜଣେ ୧୦ ବର୍ଷୀୟା ଝିଅର ହତ୍ୟା ଘଟଣା ସମଗ୍ର ରାଜ୍ୟକୁ ଥରାଇ ଦେଇଛି। ଗୁରୁବାର ସାରୁ ନିଖୋଜ ଥିବା…

ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ; ଅଳ୍ପକେ ବଞ୍ଚିଗଲେ ୩ ସେନା ଅଧିକାରୀ; ଦୁର୍ଘଟଣା ପରେ ସେଲଫି ନେଲେ ମେଜର ଜେନେରାଲ

ଲେହ,୨୩।୫: ଲଦାଖର ଲେହ ନିକଟସ୍ଥ ପାର୍ବତ୍ୟ ଟାଙ୍ଗଷ୍ଟେ ଅଞ୍ଚଳରେ ଏକ ହେଲିକପ୍ଟର ଦୁର୍ଘଟଣାରେ ତିନି ଜଣ ଭାରତୀୟ ସେନା ଅଧିକାରୀ ଅଳ୍ପକେ ବଞ୍ଚି ଯାଇଛନ୍ତି। ପୁରୁଣା ଚିତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri