Posted inଖେଳ

ବିସିସିଆଇ ରୋଜଗାର ଉପରେ ଲାଗିବନି ଆୟକର…

ନୂଆଦିଲ୍ଲୀ,୧୪।୧୧: ବିଶ୍ୱ କ୍ରିକେଟରେ ବିସିସିଆଇ ହେଉଛି ସବୁଠାରୁ ଧନୀ କ୍ରିକେଟ ବୋର୍ଡ । ବିସିସିଆଇ ଆଇସିସିକୁ ମଧ୍ୟ ସର୍ବାଧିକ ଟଙ୍କା ଦେଇଥାଏ। ଯେବେଠାରୁ ଆଇପିଏଲ ଆରମ୍ଭ ହୋଇଛି, ବୋର୍ଡର ଏକ ଭିନ୍ନ ଆଭିମୁଖ୍ୟ ଦେଖିବାକୁ ମିଳୁଛି। ଏହା ସ୍ପଷ୍ଟ ଯେ ଯେତେବେଳେ ବୋର୍ଡ ଧନୀ, ସେତେବେଳେ ଏହାର ଖେଳାଳିମାନଙ୍କ ଉପରେ ମଧ୍ୟ ପ୍ରଭାବ ପଡ଼ିବା ସ୍ବାଭାବିକ।

କ୍ରିକେଟ ବୋର୍ଡ ଅଫ ଇଣ୍ଡିଆ (ବିସିସିଆଇ) ପରି ଭାରତୀୟ ଖେଳାଳି ରୋଜଗାର କ୍ଷେତ୍ରରେ ବିଶ୍ୱରେ ଅନ୍ୟ ଦେଶର ଖେଳାଳିଙ୍କଠାରୁ ବେଶ୍‌ ଆଗୁଆ। ବିସିସିଆଇ ଆଇପିଏଲରୁ ଆୟ ଉପରେ ଟିକସ ଦେଇନଥାଏ। ବିସିସିଆଇ ହେଉଛି ଏକ ବଡ ଅନୁଷ୍ଠାନ। ଏତେ ରୋଜଗାର କରି ମଧ୍ୟ ବିସିସିଆଇ କାହିଁକି ଆୟକର ଦେଉନାହିଁ। ବାସ୍ତବରେ ବିସିସିଆଇ କହିଛି ଯେ ଏହା ଦେଶରେ ଏକ ଖେଳକୁ ପ୍ରୋତ୍ସାହିତ କରୁଛି। ଏହା କ୍ରିକେଟ ପାଇଁ ଲୋକଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି କରୁଛି, ତେଣୁ ଏଭଳି ପରିସ୍ଥିତିରେ ଆୟକର ତାହା ଉପରେ ପଡ଼ିବା ଉଚିତ୍‌ ନୁହେଁ।

ଏବେ ବିସିସିଆଇକୁ ଏହି ପ୍ରସଙ୍ଗରେ ଏକ ଖୁସି ଖବର ମିଳିଛି। ଆୟକର ଆପିଲେଟ ଟ୍ରିବ୍ୟୁନାଲ (ଆଇଟିଏଟି) ବିସିସିଆଇର ଦାବିକୁ ଗ୍ରହଣ କରିଛି ଯେ ଆଇପିଏଲ ଦ୍ୱାରା ଦେଶରେ କ୍ରିକେଟକୁ ପ୍ରୋତ୍ସାହିତ କରାଯାଉଛି। ତେଣୁ ଆଇପିଏଲ ରୋଜଗାର ଉପରେ ଆୟକର ଦେବା ପାଇଁ ବିସିସିଆଇର କୌଣସି ଦାୟିତ୍ୱ ନାହିଁ।

୨୦୧୬-୧୭ରେ ଆୟକର ବିଭାଗ ବିସିସିଆଇକୁ ନୋଟିସ ଦେଇଥିଲା। ଯେଉଁଥିରେ ଆଇପିଏଲରୁ ଆୟ ଉପରେ ଟିକସ ଲାଗୁ କାହିଁକି କରାଯାଉ ନାହିଁ ବୋଲି ପଚରାଯାଇଥିଲା। କୋଟି କୋଟି ଟଙ୍କାର ରୋଜଗାର ଥିଲେ ମଧ୍ୟ ଏପରି କାହିଁକି କରାଯାଉଛି ବୋଲି ପ୍ରଶ୍ନ କରାଯାଇଥିଲା।

ଏ ସମ୍ପର୍କରେ ବିସିସିଆଇ ଟ୍ୟାକ୍ସ ଆପିଲେଟ ଟ୍ରିବ୍ୟୁନାଲର ଦ୍ୱାରସ୍ଥ ହୋଇଥିଲା। ଏବେ ନିଷ୍ପତ୍ତି ବୋର୍ଡ ସପକ୍ଷରେ ଆସିଛି। ଏହି ନିଷ୍ପତ୍ତି ଅନ୍ୟ ଟ୍ରଷ୍ଟ ଉପରେ ମଧ୍ୟ ପ୍ରଭାବ ପକାଇବ। ସେମାନେ ପାଇଁ ମଧ୍ୟ ଆୟକରରୁ ଛାଡ ପାଇବା ଲାଗି ସହଜ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଫୁଲବାଣୀରୁ ବ୍ରହ୍ମପୁର ଯାଉଥିଲା ଗୁରୁତର ରୋଗୀ, ଘନ ଜଙ୍ଗଲ ଭିତରେ ଅଚଳ ହୋଇଗଲା ୧୦୮ ଆମ୍ବୁଲାନ୍ସ,;ଆଉ ତା’ ପରେ…

ଭଞ୍ଜନଗର,୭।୭ (ବାବୁଲା ପ୍ରଧାନ): ରାଜ୍ୟରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବାର ଆଉ ଏକ ବିକଳ ଚିତ୍ର ସାମ୍ନାକୁ ଆସିଛି। ଜଣେ ଗୁରୁତର ରୋଗୀଙ୍କୁ ମେଡିକାଲ ନେବା ସମୟରେ ଅଧା…

ପ୍ରଶାସନିକ ସ୍ତରରେ ବଡ଼ ଅଦଳବଦଳ: କେନ୍ଦୁଝର ଜିଲାର ୧୧ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ବଦଳି

ବଞ୍ଚୋ, ୭।୭(ପ୍ରଦୋଷ କୁମାର ବିଶ୍ୱାଳ ): କେନ୍ଦୁଝର ଜିଲାରେ ପ୍ରଶାସନିକ କାର୍ଯ୍ୟକୁ ଅଧିକ ସୁଚାରୁ ଓ ସୁଦୃଢ଼ ଭାବେ ପରିଚାଳନା କରିବା ପାଇଁ ଏକ ବଡ଼ଧରଣର ଅଦଳବଦଳ…

ନାଖରା ସେତୁରେ ଅଘଟଣ: ବୁଢ଼ାବଳଙ୍ଗ ନଦୀରେ ରିଲ୍ସ କରୁଥିବା ବେଳେ ଭାସିଗଲେ ଯୁକ୍ତ ୨ ଛାତ୍ର, ୪ ସାଙ୍ଗ ଉଦ୍ଧାର

ବୈଶିଙ୍ଗା,୭|୭(ରତନ ଦାଶ ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ବୁଢ଼ାବଳଙ୍ଗ ନଦୀର ନାଖରା ସେତୁ ନିକଟରେ ଏକ ଦୁଃଖଦ ଅଘଟଣ ଘଟିଛି। ନଦୀର ବଢ଼ି ପାଣିରେ…

SPF 30 ନା SPF 50? ସନ୍‌ସ୍କ୍ରିନ୍ କିଣିବା ପୂର୍ବରୁ ଜାଣନ୍ତୁ ଆପଣଙ୍କ ତ୍ୱଚା ପାଇଁ କେଉଁଟି ଭଲ

ଆଜିକାଲିର ସମୟରେ ନାରୀମାନେ ନିଜର ତ୍ୱଚାକୁ ନେଇ ବେଶ ଯତ୍ନବାନ। ଖାସ୍‌ ସେଥିଲାଗି ଖରା, ବର୍ଷା କିମ୍ବା ଶୀତ ଆଦି ଋତୁରେ ସନ୍‌ସ୍କ୍ରିନର ବ୍ୟବହାର ଏବେ ଏକ…

ଆମେରିକାକୁ ହରାଇ କ୍ୱାର୍ଟର ପହଞ୍ଚିଲା ବେଲଜିୟମ

ସିଆଟେଲ,୭ା୭: ଚାଲର୍‌ସ ଡି କେଟେଲେରେଙ୍କ ଦ୍ୱିତୀୟ ଗୋଲ ବଳରେ ଫିଫା ବିଶ୍ୱକପ୍‌ରେ ମଙ୍ଗଳବାର ଖେଳାଯାଇଥିବା ପ୍ରି-କ୍ୱାର୍ଟର ଫାଇନାଲରେ ବେଲଜିୟମ ୪-୧ ଗୋଲରେ ଆମେରିକାକୁ ପରାସ୍ତ କରିଛି। ଡିଫେଣ୍ଡର…

ସମାଲୋଚକଙ୍କୁ ଗଡ଼କରୀଙ୍କ ଖୋଲା ଚ୍ୟାଲେଞ୍ଜ: E-୨୦ ପେଟ୍ରୋଲ୍‌ରେ ଗୋଟିଏ ହେଲେ ଗାଡ଼ି ଖରାପ ହେବାର ପ୍ରମାଣ ଦିଅ… 

ନୂଆଦିଲ୍ଲୀ,୭।୭: ୨୦ ପ୍ରତିଶତ ଏଥାନଲ ମିଶ୍ରିତ ପେଟ୍ରୋଲ (ଇ-୨୦) ବ୍ୟବହାର ଦ୍ୱାରା ଗାଡ଼ିର ମାଇଲେଜ କମିବା ଏବଂ ଇଞ୍ଜିନରେ ସମସ୍ୟା ଦେଖାଦେବା ଭଳି କେତେକ ଅଭିଯୋଗ ଉପରେ…

କୋଚ ପଦ ହରାଇବେ ଗୌତମ ଗମ୍ଭୀର! ଦାୟିତ୍ୱ ନେବେ ଜଣେ ଅଭିଜ୍ଞ ଖେଳାଳି!

ନୂଆଦିଲ୍ଲୀ,୭।୭: ଜିମ୍ବାୱେ ବିପକ୍ଷରେ ଟି-୨୦ ସିରିଜ ପାଇଁ ଦଳ ଘୋଷଣା କରିବା ପରେ, ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ମଧ୍ୟ ପ୍ରଶିକ୍ଷକ କର୍ମଚାରୀଙ୍କ ସମ୍ପର୍କରେ ଏକ…

ଭୟଙ୍କର ଭୂସ୍ଖଳନ, ୩ ମୃତ ୭ ନିଖୋଜ, ସାମ୍ନାକୁ ଆସିଲା ଛାତିଥରା VIDEO

ଥିରୁଭାନନ୍ତପୁରମ,୭।୭: ପ୍ରିୟଙ୍କା ଗାନ୍ଧୀଙ୍କ ସଂସଦୀୟ କ୍ଷେତ୍ର କେରଳର ୱାୟାନାଡ ଏକ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଛି। ମେପାଡି ନିକଟସ୍ଥ କଲ୍ଲାଡିରେ ହଠାତ ଭୂସ୍ଖଳନ ହେବାରୁ ଏଥିରେ ୩…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri