Posted inଜାତୀୟ

ତାଲିବାନକୁ ସମର୍ଥନ କରୁଥିବା ଲୋକଙ୍କଠାରୁ ଦୂରେଇ ରହିବା ଭଲ: ଯୋଗୀ ଆଦିତ୍ୟନାଥ

ଲକ୍ଷ୍ନୌ,୧୪ ।୧୧: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରବିବାର ଲକ୍ଷ୍ନୌରେ ଏକ ସମାଜିକ ସମ୍ମିଳନୀକୁ ଉଦବୋଧନ ଦେବା ଅବସରରେ କହିଛନ୍ତି, ୨୦ ବର୍ଷ ତଳେ ଆଫଗାନିସ୍ତାନରେ ତାଲିବାନ ବୁଦ୍ଧଙ୍କ ପ୍ରତିମାକୁ ଗୁଳିକରି ଉଡାଇ ଦେଇଥିଲା । କାରଣ ତାଲିବାନ ଭାରତର ଆତ୍ମାକୁ ଆଘାତ ଦେବାକୁ ଚାହୁଁଥିଲା । କିନ୍ତୁ ସେ ଭୁଲିଯାଇଥିଲା କି ସବୁ କ୍ରିୟାର ଏକ ପ୍ରତିକ୍ରିୟା ଥାଏ ବୋଲି । ପରେ ସେହି ତାଲିବାନ କିଭଳି ଦୁର୍ଦ୍ଦଶାର ସମ୍ମୁଖୀନ ହେଲା, ଆମେରିକା ଡ୍ରୋନ ମାଧ୍ୟମରେ ତାଲିବାନ ଉପରେ ଆକ୍ରମଣ କଲା । ଆଜିବି ଆମ ଦେଶରେ ଏମିତି କେତେଜଣ ଲୋକ ଅଛନ୍ତି ଯେଉଁମାନେ ତାଲିବାନକୁ ସମର୍ଥନ କରୁଛନ୍ତି । ତାଲିବାନକୁ ସମର୍ଥନ କରିବାର ଅର୍ଥ ମହିଳାଙ୍କୁ ଅସମ୍ମାନ କରିବା, ଭଗବାନ ବୁଦ୍ଧଙ୍କ ଅପମାନ କରିବା । ଏମିତି ଲୋକଙ୍କଠାରୁ ସତର୍କ ରହିବା ଜରୁରୀ । ସୂଚନାଯୋଗ୍ୟ, ଏବେ ତାଲିବାନ ଆଫଗାନିସ୍ତାନକୁ ନିଜ କବଜାକୁ ନେଇ ସେଠାରେ ଶାସନ କରୁଥିବା ବେଳେ ଆଫଗାନି ମହିଳାମାନଙ୍କ ଉପରେ ନାନା ଅତ୍ୟାଚାର କରି ଚାଲିଛି । ଏମିତିକି ଆଫଗାନବାସୀ ତାଲିବାନର କ୍ରୁର ବ୍ୟବହାରରେ ଅତିଷ୍ଠ ହାଇ ଅନେକେ ଦେଶ ଛାଡି ପଳାୟନ କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଗୋ’ମାଂସ ଉପରେ ପ୍ରତିବନ୍ଧକ ଲଗାଇଲେ ସରକାର, କହିଲେ ଏଣିକି କୌଣସି ସ୍ଥାନରେ…

ଦିଶପୁର,୪ା୧୨: ଆସାମ ସରକାର ବୁଧବାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି।  ସରକାର ଗୋ’ମାଂସ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ନିଜେ ଏହା...

ଶେଷରେ ରାଜି ହେଲେ ଏକନାଥ ଶିନ୍ଦେ, ଉପମୁଖ୍ୟମନ୍ତ୍ରୀ ଭାବେ ନେବେ ଶପଥ

ମୁମ୍ବାଇ,୪।୧୨: ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ କିଏ ହେବେ ଏହାର ସସପେନ୍ସ ଶେଷ ହେବା ପରେ ଉପମୁଖ୍ୟମନ୍ତ୍ରୀ ପଦବୀ ଉପରେ ଥିବା ସନ୍ଦେହ ମଧ୍ୟ ଶେଷ ହୋଇଛି। ସୂଚନାନୁସାରେ,...

ହାଇଦ୍ରାବାଦରେ ଉଦ୍‌ଘାଟିତ ହେଲା ଗରୁଡଭେଗାର ଗ୍ଲୋବାଲ କର୍ପୋରେଟ୍‌ ଅଫିସ

ହାଇଦ୍ରାବାଦ,୪।୧୨: ଦେଶର ପ୍ରମୁଖ ଅନ୍ତର୍ଜାତୀୟ କୋରିଅର୍‌ ଏବଂ ଲଜିଷ୍ଟିକ ସଂସ୍ଥା ଗରୁଡଭେଗାର ପୁଣି ଏକ ଗ୍ଲୋବାଲ କର୍ପୋରେଟ ଅଫିସ ହାଇଦ୍ରାବାଦରେ ଉଦ୍‌ଘାଟିତ ହୋଇଯାଇଛି। ଏହି ଅଫିସର...

ସରକାର ଗଠନ ପାଇଁ ଦାବି ଉପସ୍ଥାପନ କଲା ମହାୟୁତି, କାଲି ଶପଥ ନେବେ ଫଡନାଭିସ

ମୁମ୍ବାଇ,୪।୧୨: ମହାରାଷ୍ଟ୍ରରେ ଦୀର୍ଘ ସମୟ ଧରି ଲାଗି ରହିଥିବା ରାଜନୈତିକ ଅସ୍ଥିରତା ପରେ ମହାୟୁତି ସରକାର ଗଠନ ପାଇଁ ଦାବି କରିଛନ୍ତି। ରାଜ୍ୟପାଳଙ୍କ ସହ ସରକାର...

ଉପ ମୁଖ୍ୟମନ୍ତ୍ରୀ ପଦ ନେବେ ନାହିଁ ଶିନ୍ଦେ? ନୂଆ ବୟାନକୁ ନେଇ ରାଜନୀତି ସରଗରମ

ମୁମ୍ବାଇ,୪।୧୨: ଡିସେମ୍ବର ୫ରେ ମୁମ୍ବାଇର ଆଜାଦ ମଇଦାନରେ ଅନୁଷ୍ଠିତ ଶପଥ ଗ୍ରହଣ ସମାରୋହରେ କେବଳ ମୁଖ୍ୟମନ୍ତ୍ରୀ ଏବଂ ଦୁଇ ଉପମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ କରିବେ ବୋଲି...

ଫଡନଭିସଙ୍କ ଠାରୁ ଅଧିକ ଧନୀ ଶିନ୍ଦେ, ପାଖରେ ଅଛି ନଗଦ ୮ଲକ୍ଷ ଟଙ୍କାର ସୁନା ଆଭୂଷଣ ଆଉ…

ମୁମ୍ବାଇ,୪।୧୨: ମହାରାଷ୍ଟ୍ରରେ ମହା ସସପେନ୍ସର ଅନ୍ତ ଘଟିଛି। ଆଉ ନୂଆ ମୁଖ୍ୟମନ୍ତ୍ରୀଙ୍କ ନାମରେ ମୋହର ଲାଗିଛି। ଦେବେନ୍ଦ ଫଡନଭିସ ନୂଆ ମୁଖ୍ୟମନ୍ତ୍ରୀ ଭାବେ ଆସନ୍ତାକାଲି ଶପଥ...

ହେମନ୍ତ ସୋରେନଙ୍କ କ୍ୟାବିନେଟରେ ସାମିଲ ହେବାକୁ ମାଡପିଟ, ଜାଣନ୍ତୁ କିଏ ଅଛନ୍ତି ଆଗରେ?

ରାଞ୍ଚି,୪।୧୨: ଝାଡ଼ଖଣ୍ଡରେ ହେମନ୍ତ ସୋରେନ ସରକାର ପାର୍ଟ-୨ର କ୍ୟାବିନେଟ ସମ୍ପ୍ରସାରଣ ଡିସେମ୍ବର ୫ରେ ହେବାକୁ ଯାଉଛି। ସୂଚନା ଅନୁଯାୟୀ, ଗୁରୁବାର ରାଜ ଭବନରେ ଅନୁଷ୍ଠିତ ହେବାକୁ...

୯୦ ମିନିଟ୍‌ରେ ପ୍ରେମରେ ପଡିଥିଲେ ଫଡନଭିସ, ପ୍ରଥମ ଦେଖାରେ ଏହି ଅଭିନେତ୍ରୀଙ୍କ ସହ ଅମୃତାଙ୍କ କରିଥିଲେ ତୁଳନା, ଜାଣନ୍ତୁ ତାଙ୍କ ଲଭ୍‌ଷ୍ଟୋରୀ ବିଷୟରେ…

ମୁମ୍ବାଇ,୪।୧୨: ମହାରାଷ୍ଟ୍ର ନିର୍ବାଚନର ଠିକ ୧୧ଦିନ ପରେ ମହାୟୁତି ମୁଖ୍ୟମନ୍ତ୍ରୀ ଘୋଷଣା କରିଛି। ଦଳ ଦେବେନ୍ଦ୍ର ଫଡନଭିସଙ୍କୁ ମୁଖ୍ୟମନ୍ତ୍ରୀ ବାଛିଛି। ତେବେ ଆସନ୍ତାକାଲି ମୁମ୍ବାଇର ଆଜାଦ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri