ପ୍ରାର୍ଥୀ ଓ ଦଳ ପାଇଁ ଏବେ ସମୀକ୍ଷାର ବେଳ

ନବରଙ୍ଗପୁର,୨୮।୩(ବି.ପ୍ର.): ନବରଙ୍ଗପୁର ଜିଲାର ନବରଙ୍ଗପୁର ଓ ଉମରକୋଟ ପୌର ନିବାଚନ ଫଳାଫଳ ପ୍ରକାଶ ପ୍ରକାଶ ପାଇବା ପରେ ଏବେ ନବରଙ୍ଗପୁରରେ କଂଗ୍ରେସ ଓ ବିଜେଡି ଏବଂ ଉମରକୋଟରେ ଭାଜପା ଓ କଂଗ୍ରେସର ପାଇଁ ସମୀକ୍ଷାର ବେଳ ଆସିଛି। କଂଗ୍ରେସର ଗଡ଼ ଭାଙ୍ଗି ବିଜେଡି ୨୦ ବର୍ଷ ପୌର ପରିଷଦ ଗଠନ କରିଥିଲା। ଚଳିତ ଥର ସବୁ ଓଲଟ ପଲଟ ହୋଇଛି। ପୌରାଧ୍ୟକ୍ଷ ପାଇଁ ସିଧାସଳଖ ମତଦାନ ହେବାପରେ ଭାଜପା ପୌରାଧ୍ୟକ୍ଷ ପଦ ହାତେଇ ଦେଇଛି।
ବିଜେଡି ପୂର୍ବତନ ଏମ୍‌ପି ପ୍ରଦୀପ ମାଝିଙ୍କୁ ନେବାପରେ ତାଙ୍କ ସମର୍ଥକମାନେ ମଧ୍ୟ ବିଜେଡିର ଯୋଗ ଦେଲେ। ଭୀମ ହରିଜନ କଂଗ୍ରେସ ପୌରାଧ୍ୟକ୍ଷ ପ୍ରାର୍ଥୀ ପାଇଁ ଆବେଦନ କରି ପ୍ରାର୍ଥତ୍ପତ୍ର ଦାଖଲ ଦିନ ବିଜେଡିରେ ଯୋଗଦେଲେ। ଭୀମ କଂଗ୍ରେସ ପ୍ରାର୍ଥୀ ହେଲେ ବିଜେଡିକୁ ଅଡୁଆ ହେବ। ତେଣୁ ବିଜେଡିରେ ଅଲଗା ପ୍ରକାର ସମୀକରଣ କରାଯାଇ ଚତୁରତାର ସହ ଗୁପ୍ତ ବୈଠକ ଉମରକୋଟରେ କରାଯାଇ ଭୀମଙ୍କୁ ବିଜେଡିକୁ ନେବାରେ ସକ୍ଷମ ହେଲେ। ଅନ୍ୟପକ୍ଷରେ ପୌରାଞ୍ଚଳରେ ବିଜେଡିରୁ ଟିକଟ ଆଶାକରି ଭାଜପା ପ୍ରାର୍ଥୀ କୁନୁ ନାୟକ ନିରାଶ ହେଲେ। ତାଙ୍କୁ ଭାଜପା ପ୍ରାର୍ଥୀ କଲା। ଠିକଣା ସମୟରେ କଂଗ୍ରେସ ଜିଲା ସଭାପତି ମୁନା ତ୍ରିପାଠୀ ଅସୁସ୍ଥ ହେବା ଓ ପ୍ରଚାରକୁ ବାହାରି ନ ପାରିବାରୁ ନବରଙ୍ଗପୁରର ୧୭ ୱାର୍ଡ ମଧ୍ୟରୁ ୧୦ଟିରେ ପ୍ରାର୍ଥୀ ଦେଇ ପାରି ନ ଥିଲେ। ପୌରାଧ୍ୟକ୍ଷା ପ୍ରାର୍ଥତ୍ନୀ ଭାବେ ନିଲମ ହରିଜନଙ୍କୁ କଂଗ୍ରେସ ପ୍ରାର୍ଥୀ କରିଥିଲା। କଂଗ୍ରେସର ପ୍ରଚାର କମିବା ଦ୍ୱାରା ବିଜେଡି ଖୁସି ହୋଇଥିଲା। ଭୀମଙ୍କ ବିଜେଡିର ଯୋଗଦେବା ଘଟଣାକୁ କଂଗ୍ରେସ ପ୍ରେମୀ ନାପସନ୍ଦ କରିଥିଲେ। ଭୀମ କିଭଳି ପରାଜୟ ହେବେ ତାହାର କଣ୍ଟା ସାଜିଲେ। ଏହା ଭାଜପାକୁ ସୁହାଇଥିଲା। ଯେଉଁ ୱାର୍ଡ ଗୁଡ଼ିକରେ କଂଗ୍ରେସ ପ୍ରାର୍ଥୀ ନ ଥିଲେ ସେହି ୱାର୍ଡରେ ଭାଜପାକୁ ଅଧିକ ମତଦାନ ମିଳିଥିଲା। ଅନ୍ୟପକ୍ଷରେ ଚଳିତ ଥର ଭୋଟର ମଧ୍ୟ ବ୍ୟକ୍ତିଗତ ଭାବମୂର୍ତ୍ତିକୁ ଅଧିକ ଗୁରୁତ୍ୱ ଦେଇଛନ୍ତି। ନବରଙ୍ଗପୁର ପୌରାଞ୍ଚଳରେ ପ୍ରଦୀପଙ୍କ ଯେଉଁ ସବୁ ଅନୁଗତଙ୍କୁ ପ୍ରାର୍ଥୀ କରାଗଲା ସେମାନେ ପରାଜୟର ଶିକାର ହେଲେ।
ସେହିଭଳି ଉମରକୋଟ ପୌରାଞ୍ଚଳରେ କଂଗ୍ରେସ ପରେ ଲଗାତର ବିଜେଡି ପୌର ପରିଷଦ ଗଠନ କରିଥିଲା। ସାଧାରଣ ନିର୍ବାଚନ ସମୟରେ ବିଜେଡିକୁ ପରାଜିତ କରି ଭାଜପା ପକ୍ଷରୁ ନିତ୍ୟାନନ୍ଦ ଗଣ୍ଡ ବିଧାୟକ ହେଲେ। ଚଳିତ ପୌର ନିର୍ବାଚନରେ ଉମରକୋଟ ନିର୍ବାଚନ ମଣ୍ଡଳୀରେ ଭାଜପା ବିଧାୟକ ନିତ୍ୟାନନ୍ଦ ଗଣ୍ଡ ରହି ଦଳ ପକ୍ଷରୁ ନିର୍ବାଚନ ପରିଚାଳନା କରୁଥିଲେ। ତଥାପି ଭାଜପା ଗଡ଼ କୁହାଯାଇଥିବା ଉମରକୋଟ ବିଧାନସଭା ନିର୍ବାଚନ ମଣ୍ଡଳୀକୁ ବିଜେଡି ଭାଙ୍ଗିବାରେ ସଫଳ ହୋଇଛି। ବିଧାୟକ ନିତ୍ୟାନନ୍ଦଙ୍କ ଉପରେ ଲୋକଙ୍କ ଭରସା ଥିଲେ ମଧ୍ୟ ଅନ୍ୟ ନେତୃମଣ୍ଡଳୀ ତଥା କର୍ମୀଙ୍କ ଉପରେ ଭୋଟରଙ୍କ ଆସ୍ଥା ରହିଲାନି। ଫଳରେ ଚଳିତ ପୌର ନିର୍ବାଚନରେ ଉମରକୋଟରେ ବିଜେଡି ବାଜି ମାରିଛି। ପୌରାଧ୍ୟକ୍ଷା ଭାବେ ରାଧା ଭତରା ବିଜୟୀ ହୋଇଛନ୍ତି।
ନବରଙ୍ଗପୁରରେ ଭାଜପାର ପୌରାଧ୍ୟକ୍ଷ ପ୍ରାର୍ଥୀ କୁନୁ ନାୟକ ୮୯୪୪ ଭୋଟ ପାଇଛନ୍ତି। ସେହିପରି ବିଜେଡି ପ୍ରାର୍ଥୀ ଭୀମ ହରିଜନ ୬୯୪୪, କଂଗ୍ରେସ ପ୍ରାର୍ଥୀ ନିଲାମ ହରିଜନ ୮୨୯ ଏବଂ ସ୍ବାଧୀନ ପ୍ରାର୍ଥୀ ସାଗର ନାୟକ ୨୮୧ ଭୋଟ ପାଇଛନ୍ତି । ୨୧୬ ଭୋଟ ନୋଟାକୁ ଯାଇଛି। ଭାଜପା ପ୍ରାର୍ଥୀ କୁନୁ ନାୟକ ବିଜେଡି ପ୍ରାର୍ଥୀ ଭୀମଙ୍କ ଠାରୁ ୨ ହଜାର ଭୋଟରେ ଆଗୁଆ ରହି ବିଜୟୀ ହୋଇଛନ୍ତି। ସେହିଭଳି ନବରଙ୍ଗପୁର ପୌରାଞ୍ଚଳରେ ୧୭ ୱାର୍ଡରୁ ୯ଟିରେ ବିଜେଡି, ୬ଟିରେ ଭାଜପା ଏବଂ ୨ ଟି ୱାର୍ଡରେ ସ୍ବାଧୀନ ପ୍ରାର୍ଥୀ କାଉନସିଲର ଭାବେ ବିଜୟୀ ହୋଇଛନ୍ତି। ନବରଙ୍ଗପୁର ପୌରାଞ୍ଚଳରେ କାଉନସିଲର ଭାବେ କଂଗ୍ରେସ ଖାତା ଖୋଲି ପାରିନାହିଁ। ସେହିଭଳି ଉମରକୋଟ ପୌରାଧ୍ୟକ୍ଷ ପଦ ପାଇଁ କଂଗ୍ରେସର ଦମୟନ୍ତି ଦିଶାରୀ ୨୪୭୩, ବିଜେଡିରୁ ରାଧା ଭତରା ୮୬୬୯, ଭାଜପାରୁ ରିଙ୍କି ଗଣ୍ଡ ୫୦୯୯, ବିଏସ୍‌ପିରୁ ସନ୍ତୋଷୀ ମାଝି ୧୩୨ ଭୋଟ ପାଇଛନ୍ତି। ନୋଟାକୁ ୨୨୬ ଭୋଟ ଯାଇଛି। ବିଜେଡି ପ୍ରାର୍ଥୀନୀ ରାଧା ୩୫୭୦ ଭୋଟରେ ଭାଜପା ପ୍ରାର୍ଥୀଙ୍କ ଠାରୁ ଆଗୁଆ ରହି ବିଜୟୀ ହୋଇଛନ୍ତି। ଅନ୍ୟପକ୍ଷରେ ଉମରକୋଟ ପୌରାଞ୍ଚଳର ୧୪ ୱାର୍ଡ ମଧ୍ୟରୁ ୧୧ଟିରେ ବିଜେଡି, ୨ଟିରେ କଂଗ୍ରେସ ଏବଂ ଗୋଟିଏରେ ଭାଜପା ପ୍ରାର୍ଥୀ କାଉନ୍‌ସିଲରଭାବେ ବିଜୟୀ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଟୋ ଉପରେ ଚଢିଗଲା ଟ୍ରକ: ୩ ଘଟଣାସ୍ଥଳରେ ମୃତ, ୯ ଗୁରୁତର ଆହତ

ରାଇଘର,୨୧/୪: ନବରଙ୍ଗପୁର ଜିଲା ରାଇଘର ଥାନା ଅନ୍ତର୍ଗତ ଜୋଡେଙ୍ଗା ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଅଟୋ ଓ ଟ୍ରକ ମୁହମୁହି ଧକ୍କା ହେବା ଫଳରେ...

ମାଣ୍ଡିଆ କିଣାର ଭିଜିଲାନ୍ସ ତଦନ୍ତ ଦାବି କଲେ ଚାଷୀ

ନବରଙ୍ଗପୁର,୨୧।୪,(ସଦାଶିବ ପ୍ରହରାଜ)ନବରଙ୍ଗପୁରରେ କର୍ନାଟକରୁ ଆସିଥିବା ଏକ ମାଣ୍ଡିଆ ବୋଝେଇ ଗାଡ଼ି ଶୁକ୍ରବାର ଜବତ ହୋଇଛି। ଏହାପରେ ଜିଲାରେ ମିଲେଟ ମିଶନ କିପରି କାର୍ଯ୍ୟକାରୀ ହେଉଛି ତାହାକୁ...

ବିଜେଡି ବିଧାୟକଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ନାଏବ ସରପଞ୍ଚ

ନବରଙ୍ଗପୁର,୧୨।୪(ସଦାଶିବ ପ୍ରହରାଜ):ଋଣ ଦେବାକୁ କହି ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ ଏସ୍‌ଏଚ୍‌ଜି ମହିଳାଙ୍କୁ ବିଜେଡିରେ ମିଶାଉଥିବା ଅଭିଯୋଗ କରିଛନ୍ତି ନନ୍ଦାହାଣ୍ଡି ବ୍ଲକ ମେଣ୍ଟ୍ରି ପଞ୍ଚାୟତ ନାଏବ...

ମେ’, ଜୁନ୍‌ରେ ୪ ଦିନ ଡ୍ରାଏ ଡେ

ନବରଙ୍ଗପୁର,୭।୪(ସଦାଶିବ ପ୍ରହରାଜ)ନବରଙ୍ଗପୁର ଜିଲାରେ ଆଗାମୀ ସାଧାରଣ ନିର୍ବାଚନକୁ ଅବାଧ, ନିରପେକ୍ଷ, ସ୍ବଚ୍ଛ ଓ ଶାନ୍ତିଶୃଙ୍ଖଳାର ସହିତ ସୁଚାରୁରୂପେ ପରିଚାଳନା ପାଇଁ ଜିଲା ପ୍ରଶାସନ ପକ୍ଷରୁ ଆବଶ୍ୟକ...

ଆଡ୍‌ମିଟ୍‌ କାର୍ଡ ପାଇଁ ଟଙ୍କା

ଚନ୍ଦାହାଣ୍ଡି, ୬।୪(ଦିଲୀପ ଦାସ): ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ବ୍ଲକ ସରକାରୀ ପାନାବେଡ଼ା ନୂତନ ହାଇସ୍କୁଲ ଛାତ୍ରୀଛାତ୍ରଙ୍କଠାରୁ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଆଡ୍‌ମିଟ୍‌ କାର୍ଡ ଦେବା...

ଭାଜପା ଲୋକସଭା ପ୍ରାର୍ଥୀଙ୍କ ଗାଡ଼ିକୁ ଅଣ୍ଡା ମାଡ଼

ପାପଡ଼ାହାଣ୍ଡି, ୨୮।୩(ସ୍ବପ୍ନଜିତ ପଟ୍ଟନାୟକ)ନବରଙ୍ଗପୁର ଜିଲା ମଇଦଲପୁର ହାଟପଦାଠାରେ ବୁଧବାର ଭାଜପାର ନବରଙ୍ଗପୁର ଲୋକ ସଭା ପ୍ରାର୍ଥୀ ବଳଭଦ୍ର ମାଝିଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼ ହୋଇଛି। ବଳଭଦ୍ର...

ସିସି କ୍ୟାମେରାରେ କାଦୁଅ ଲଗାଇ କରୁଥିଲେ ବ୍ୟାଙ୍କ ଚୋରି: ସାଇରନ ବାଜିବାରୁ…

ଉମରକୋଟ, ୨୨।୩(ସନ୍ତୋଷ ଶତପଥୀ): ନବରଙ୍ଗପୁର ଜିଲା ଉମରକୋଟ ସହର ମାଁ ପେଣ୍ଡ୍ରାଣୀ ମନ୍ଦିର ନିକଟରେ ଥିବା ଉତ୍କର୍ଷ ସ୍ମଲ୍‌ ଫାଇନାନ୍ସ ବ୍ୟାଙ୍କରେ କିଛି ଦୁର୍ବୁତ୍ତ ଲୁଟ୍‌...

ପିଇବା ପାଣି ପାଇଁ ପ୍ରକୃତି ସାହା

ତେନ୍ତୁଳିଖୁଣ୍ଟି,୨୨।୩(ଚିଦାନନ୍ଦ ସାହୁ): ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ୍‌ ପାତ୍ରପୁଟ ପଞ୍ଚାୟତ କଳାହାଣ୍ଡି ସୀମାନ୍ତ ପାହାଡ଼ ତଳି ଗାଁ ଝରଣଗୁଡ଼ା। ଗ୍ରାମବାସୀଙ୍କ ପିଇବା ପାଣି ପାଇଁ ପ୍ରକୃତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri