Posted inଖେଳ

ପୁରୁଣା ଫର୍ମରେ ଧୋନୀ: ସିଏସ୍‌କେ ନେଟ୍ସରେ ଛକା ବର୍ଷା

ମୁମ୍ବାଇ, ୫ା୪- ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ପ୍ରଥମ ଥର ପାଇଁ ଗତବର୍ଷ ପ୍ଲେଅପ୍‌ରେ ପ୍ରବେଶ କରିପାରି ନ ଥିଲା। କିନ୍ତୁ ଚଳିତ ଥର ଦଳ ଯେମିତି ଭଲ ପ୍ରଦର୍ଶନ କରିବ, ତାହା ନିଶ୍ଚିତ କରିବାକୁ ଚାହୁଁଛନ୍ତି ଅଧିନାୟକ ମହେନ୍ଦ୍ର ସିଂ ଧୋନୀ। ସିଏସ୍‌କେ ପକ୍ଷରୁ ନେଟ୍ସ ସେସନର ଏକ ଭିଡିଓ ସୋମବାର ଶେୟାର କରାଯାଇଛି, ଯେଉଁଥିରେ ପୂର୍ବତନ ଭାରତୀୟ ଅଧିନାୟକ ଲଗାଉଛନ୍ତି ଛକା ପରେ ଛକା। ନେଟ୍ସରେ ଚତୁଃ ଦିଗରେ ଧୋନୀ ଛକା ମାରୁଥିବା ଦେଖିବାକୁ ମିଳୁଛି।

ଉଲ୍ଲେଖଯୋଗ୍ୟ, ଭାରତୀୟଙ୍କ ମଧ୍ୟରେ ଆଇପିଏଲରେ ସର୍ବାଧିକ ଛକା ମାରିବାର ରେକର୍ଡ ଧୋନୀଙ୍କ ନାମରେ ରହିଛି। ୨୦୪ ଆଇପିଏଲ ମ୍ୟାଚ୍‌ ଖେଳିଥିବା ଉଇକେଟକିପର ବ୍ୟାଟ୍ସମ୍ୟାନ ୨୧୬ ଛକା ଲଗାଇ ସାରିଛନ୍ତି। ତେବେ କ୍ରିସ ଗେଲ (୩୪୯)ଙ୍କ ନାମରେ ରହିଛି ଆଇପିଏଲରେ ସବୁଠୁ ଅଧିକ ଛକା ଲଗାଇବାର ରେକର୍ଡ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଗୋଇଠି ଅସ୍ତ୍ରୋପଚାର କରିବେ ପୋଗ୍‌ବା

ଲଣ୍ଡନ, ୨।୧ (ଏଏଫ୍‌ପି)- ଫିଫା ବିଶ୍ୱକପ୍‌ ବିଜୟୀ ଫ୍ରାନ୍ସ ଫୁଟ୍‌ବଲ ଦଳ ତଥା ମାଞ୍ଚେଷ୍ଟର ୟୁନାଇଟେଡ୍‌ର ଷ୍ଟାର୍‌ ଖେଳାଳି ପଲ୍‌ ପୋଗ୍‌ବାଙ୍କ ଗୋଇଠିରେ ଅସ୍ତ୍ରୋପଚାର ହେବ।...

କମିଲା ଆରସିବି, କେକେଆର ବ୍ରାଣ୍ଡଭାଲ୍ୟୁ

ମୁମ୍ବାଇ,୧୯।୯: ଭାରତୀୟ ଅଧିନାୟକ ବିରାଟ କୋହଲି ବିଶ୍ୱ କ୍ରିକେଟର ସୁପରଷ୍ଟାର। ହେଲେ ତାଙ୍କ ନେତୃତ୍ୱାଧୀନ ଆଇପିଏଲ ଦଳ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗଲୋର (ଆରସିବି) କ୍ରମାଗତ ଭାବେ...

ଆଇପିଏଲ୍‌ ସିଜିନ୍‌-୧୪ର ଅବଶିଷ୍ଟ ମ୍ୟାଚ୍‌ ୟୁଏଇରେ ହେବ: ବିସିସିଆଇର ବଡ଼ ନିଷ୍ପତ୍ତି…

ନୂଆଦିଲ୍ଲୀ,୨୯।୫: କରୋନା ମହାମାରୀ ସଂକ୍ରମଣକୁ ଦୃଷ୍ଟିରେ ରଖି ଦେଶରେ ଜାରି ରହିଥିବା ଆଇପିଏଲ୍‌ ସିଜିନ୍‌-୧୪ର ମ୍ୟାଚ୍‌କୁ ବନ୍ଦ କରାଯାଇଥିଲା। ତେବେ ଏବେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ...

କେକେଆର ବୋଲରଙ୍କ ଉପରେ ଭାରି ପଡ଼ିଲେ ସିଏସ୍‌କେ ଓପନର

ମୁମ୍ବାଇ,୨୧।୪: କୋଲକାତା ନାଇଟ୍‌ ରାଇଜଡର୍ସ (କେକେଆର)ର ବୋଲରଙ୍କ ଉପରେ ଭାରି ପଡ଼ିଲେ ସିଏସ୍‌କେର ବ୍ୟାଟ୍ସମ୍ୟାନ। ପ୍ରଥମେ ଚେନ୍ନାଇ ସୁପର କିଙ୍ଗ୍ସର ଓପନର ଛକା ଓ ଚୌକାର...

କନ୍ନଡରରେ ବାର୍ତ୍ତାଳାପ କଲେ ରାହୁଲ, ପାଣ୍ଡେ

ବେଙ୍ଗାଲୁରୁ,୧୩।୨(ପି.ଟି.)- ନ୍ୟୁଜିଲାଣ୍ଡ ବିପକ୍ଷ ଗତ ତୃତୀୟ ଦିନିକିଆ ମ୍ୟାଚ୍‌ ଅବସରରେ କର୍ନାଟକର ଦୁଇ କ୍ରିକେଟର ଲୋକେଶ ରାହୁଲ ଓ ମନୀଷ ପାଣ୍ଡେ ହିନ୍ଦୀ କିମ୍ବା ଇଂଲିଶ୍‌ରେ...

ଶ୍ରୀବଲୀ ଗୀତରେ ଏମିତି ନାଚିଲେ ଜେ ଡେଭିଡ୍‌ ୱାର୍ନର: ନିଜକୁ ସମ୍ଭାଳି ପାରିଲେନି ଅଲ୍ଲୁ

ଅଷ୍ଟ୍ରେଲିଆର ଡେଭିଡ୍‌ ୱାର୍ନର ସୋସିଆଲ ମିଡିଆରେ ସଦାସର୍ବଦା ଆକ୍ଟିଭ ରହିଥା’ନ୍ତି। ଖାସ୍‌ କରି ସେ ତାଙ୍କର ନିଜର ନିଆରା ଅନ୍ଦାଜ ପାଇଁ ଚର୍ଚ୍ଚାରେ ରହିଥା’ନ୍ତି। ଏମିତି...

ଜାତୀୟ ମହିଳା ହକି କ୍ୟାମ୍ପରେ ୫ ଓଡ଼ିଆ

ନୂଆଦିଲ୍ଲୀ,୧।୯(ପି.ଟି.): ସୋମବାରଠାରୁ ବେଙ୍ଗାଲୁରୁର ସ୍ପୋଟର୍‌ସ ଅଥରିଟି ଅଫ୍‌ ଇଣ୍ଡିଆ (ସାଇ) ପରିସରରେ ଆରମ୍ଭ ହେବାକୁ ଯାଉଥିବା ଜାତୀୟ ମହିଳା ପ୍ରଶିକ୍ଷଣ ଶିବିର ପାଇଁ ହକି ଇଣ୍ଡିଆ...

କୋହଲିଙ୍କ ଠାରୁ ଏମିତି ‘ଅର୍ଦ୍ଧଶତକ’ ଆଶା କରି ନ ଥିଲେ ଦର୍ଶକ

ଲିଡ୍ସ,୨୬।୮: ଭାରତୀୟ ଅଧିନାୟକ ବିରାଟ କୋହଲି ପଡ଼ିଆକୁ ଓହ୍ଲାଇବା ମାତ୍ରେ ତାଙ୍କଠାରୁ ବଡ ଇନିଂସ ଆଶା କରାଯାଏ, କିନ୍ତୁ କିଛି ଦିନ ହେବ କୋହଲିଙ୍କ ଉପରେ...

Advertisement
Archives

Model This Week