ଏଠାରେ ହୁଏ ହୀରା ବର୍ଷା !

ଓ୍ବାଶିଂଟନ,୭।୧୧: ଆକାଶରୁ ହୀରା ବର୍ଷା ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବେ। ତେବେ ଏହା ସତ୍ୟ। ଆମ ସୌରମଣ୍ଡଳର ନେପ୍‌ଚୁନ୍‌ ଗ୍ରହରେ ଏଭଳି ଘଟଣା ଘଟିଥାଏ। ସୌରମଣ୍ଡଳର ୪ଟି ଗ୍ରହରେ ଗ୍ୟାସ୍‌ ଭରି ରହିଥିବା ମହାକାଶ ବିଜ୍ଞାନୀମାନେ କହିଥାନ୍ତି। ସେଥିମଧ୍ୟରେ ଶନି, ୟୁରାନ୍ସ୍‌, ନେପ୍‌ଚୁନ୍‌ ଏବଂ ବୃହସ୍ପତି ଆଦି ଗ୍ରହ ରହିଛନ୍ତି। ଏସବୁ ଗ୍ରହକୁ ଦାନବ ଗ୍ରହ ବୋଲି ମହାକାଶ ବିଜ୍ଞାନୀ କୁହନ୍ତି। ନେପ୍‌ଚୁନ୍‌ ଗ୍ରହ ପୃଥିବୀଠାରୁ ବହୁ ଦୂରରେ ରହିଛି। ଏଠାକାର ତାପମାତ୍ରା ମାଇନସ୍‌ ୨୦୦ ଡିଗ୍ରୀ ସେଲସିୟସ୍‌ ରହିଥାଏ। ଏଠାକାର ବାୟୁମଣ୍ଡଳରେ ହିଲିୟମ୍‌ ଏବଂ ହାଇଡ୍ରୋଜେନ୍‌ସ୍ତର ୩ ହଜାର କିଲୋମିଟର ପର୍ଯ୍ୟନ୍ତ ବ୍ୟାପି ରହିଛି। ସେହିପରି ପ୍ରବଳ ଥଣ୍ଡାଯୋଗୁ ୧୭ ହଜାର ୫୦୦ କିଲୋମିଟରର ବରଫସ୍ତର ଏଠାରେ ଅଛି। ପ୍ରଥମଥର ପାଇଁ ୧୮୪୬ ସେପ୍ଟେମ୍ବର ୨୩ରେ ନେପ୍‌ଚୁନ୍‌ ଗ୍ରହକୁ ଆବିଷ୍କାର କରାଯାଇଥିଲା। ଏଠାରେ ମିଥେନ୍‌ ଗ୍ୟାସ୍‌ ଘଣ୍ଟା ପ୍ରତି ୧,୫୦୦ ମାଇଲ୍‌ ବେଗରେ ପ୍ରବାହିତ ହୋଇଥାଏ। ନେପ୍‌ଚୁନ୍‌ରେ ସବୁବେଳେ ହୀରା ବର୍ଷା ହୋଇଥାଏ। ଏହାକୁ ଗୋଟାଇ ଆଣିବାକୁ ଯଦି ପୃଥିବୀରୁ କେହି ଯାହାନ୍ତି ତେବେ ପ୍ରବଳ ଥଣ୍ଡା ଯୋଗୁ ତାଙ୍କର ମୃତ୍ୟୁ ହେବା ନିଶ୍ଚିତ। ହୀରା ବର୍ଷା ହେଲେ ବି ତାହାର କିଛି ମୂଲ୍ୟ ନ ଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଜଟିଳ ପ୍ରକ୍ରିୟା

ଆଇନଶୂନ୍ୟ ଦେଶଗୁଡ଼ିକର ମନମୁଖି ଶାସନ ପ୍ରତି ଲୋକମାନଙ୍କ ମନରେ ଗଭୀର ଆତଙ୍କ ରହିଥାଏ। ଏଥିରେ ନିଷ୍ଠୁରତାକୁ ଏକ ପ୍ରକ୍ରିୟା ଭାବରେ ଦର୍ଶାଯାଇ ଲୋକଙ୍କୁ ନିର୍ଯାତନା ଦିଆଯାଇଥାଏ। ଏବେ…

୧୩ହଜାର ଫୁଟ ଉଚ୍ଚତାରେ ସ୍ୱାମୀଙ୍କୁ ମୃତ୍ୟୁମୁଖରୁ ବଞ୍ଚାଇଲେ ସ୍ତ୍ରୀ

ବର୍ଲିନ, ୧୨ା୭: ଏକ ଯାତ୍ରୀବାହୀ ବିମାନ ଝରକା ଦେଇ ଜଣେ ୬୧ ବର୍ଷିୟ ବୃଦ୍ଧ ହଠାତ୍‌ ଟାଣି ହୋଇଯାଉଥିବାବେଳେ ଜୀବନକୁ ବାଜି ଲଗାଇ ସ୍ୱାମୀଙ୍କୁ ମୃତ୍ୟୁ ମୁଖରୁ…

ପଛକୁ ପଛ ୨ ଲଘୁଚାପ; IMD କଲା ସତର୍କ

ଭୁବନେଶ୍ୱର, ୧୨ା୭(ବନ୍ଦନା ସେଠୀ): ରାଜ୍ୟରେ ମୌସୁମୀ ବର୍ଷା ଜାରି ରହିଛି। ଏଥିସହ ଗାଙ୍ଗେଟିକ୍‌ ୱେଷ୍ଟବେଙ୍ଗଲ ଓ ପାଖାପାଖି ବାଂଲାଦେଶ ଉପରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହା ପ୍ରଭାବରେ…

କିମ୍ୱଦନ୍ତୀ ଗାୟିକା ଏସ୍‌. ଜାନକୀଙ୍କ ପରଲୋକ

ଭୁବନେଶ୍ୱର,୧୨ା୭ (ସୌମ୍ୟରଞ୍ଜନ ରାଉତ): ଭାରତୀୟ ଚଳଚ୍ଚିତ୍ର ସଙ୍ଗୀତ ଜଗତର ଏକ ସ୍ୱର୍ଣ୍ଣିମ ଅଧ୍ୟାୟର ଅବସାନ ଘଟିଛି। ଦକ୍ଷିଣ ଭାରତର ପ୍ରଖ୍ୟାତ ପାର୍ଶ୍ୱଗାୟିକା ଏସ୍‌. ଜାନକୀଙ୍କର ଶନିବାର ମହୀଶୂରସ୍ଥିତ…

ପୁରୀ ଶରଧାବାଲିରୁ ଇସ୍କନ ବହି ଷ୍ଟଲ ହଟିଲା

ପୁରୀ,୧୧।୭: ପୁରୀ ଶରଧାବାଲିରୁ ଇସ୍କନ ବହି ଷ୍ଟଲକୁ ଶନିବାର ହଟାଇ ଦିଆଯାଇଥିବା ସୂଚନା ମିଳିଛି। ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଇସ୍କନ ପକ୍ଷରୁ ଖୋଲାଯାଇଥିବା ବହି ଷ୍ଟଲକୁ ଲୋକେ…

ଡୁଙ୍ଗୁରିପାଲିରେ ଯୁବକଙ୍କୁ ହତ୍ୟା

ଡୁଙ୍ଗୁରିପାଲି, ୧୧ା୭ (ଦୀନବନ୍ଧୁ ସୁନା ): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ଥାନା ସମଲେଇଚୁଆ ପଞ୍ଚାୟତ ଅଇଲାସାରି-ପାଙ୍କେଲ ଯିବା ଧର୍ସା କଞ୍ଚା ରାସ୍ତା ପାଣ୍ଡିରୀ-ଡୁଙ୍ଗୁରୀ ରାସ୍ତାପାର୍ଶ୍ୱ ବୁଦାରେ ଶନିବାର…

ଫର୍ଚ୍ୟୁନ୍‌ର ସବୁଠୁ ପ୍ରଭାବଶାଳୀ ମହିଳା ତାଲିକାର ୧ମ ସ୍ଥାନରେ ନୀତା ଅମ୍ବାନୀ

ଫର୍ଚ୍ୟୁନ୍‌ ଇଣ୍ଡିଆ ଦ୍ୱାରା ଶୁକ୍ରବାର ଦିନ ମୁମ୍ବାଇସ୍ଥିତ ଫୋର୍‌ ସିଜନ୍ସ ହୋଟେଲଠାରେ ଏହାର ପ୍ରମୁଖ କାର୍ଯ୍ୟକ୍ରମ ‘ମୋଷ୍ଟ୍‌ ପାଓ୍ବାରଫୁଲ୍‌ ଓ୍ବିମେନ୍‌ (ଏମ୍‌ପିଡବ୍ଲ୍ୟୁ), ୨୦୨୬’ ଅନୁଷ୍ଠିତ ହୋଇଯାଇଛି ।…

ଭାଜପା ନେତାଙ୍କୁ ଟିକେଟ ନ ମିଳିବାରୁ ୧୨ ଘଣ୍ଟା ରାଜପଥ ବନ୍ଦ

ଭୋପାଳ,୧୧ା୭: ମଧ୍ୟପ୍ରଦେଶର ଡାଟିଆ ବିଧାନସଭା ଆସନ ପାଇଁ ଉପନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ଭାଜପା ପକ୍ଷରୁ ଶୁକ୍ରବାର ଆଶୁତୋଷ ତିଓ୍ବାରୀଙ୍କୁ ପ୍ରାର୍ଥୀ ଘୋଷଣା କରାଯାଇଥିଲା। ନିର୍ବାଚନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri