ମଡେଲ୍‌ଙ୍କ ସହ ଫ୍ଲଟିଂ କରିବା ଯୁବକଙ୍କୁ ପଡ଼ୁଛି ମହଙ୍ଗା: ଏପରି ଫସୁଛନ୍ତି ଜାଲରେ

କାଲିଫର୍ନିଆର ଜଣେ ଇନଷ୍ଟାଗ୍ରାମ ମଡେଲ ପେଜ୍‌ ୱୁଲେନ ସୋସିଆଲ ମିଡିଆରେ ମହିଳାମାନଙ୍କ ଠକ ପାର୍ଟନରଙ୍କୁ ଧରିବାରେ ସାହାଯ୍ୟ କରୁଛନ୍ତି। ୨୮ ବର୍ଷିୟା ପେଜ୍‌ଙ୍କ ସୋସିଆଲ ପୃଷ୍ଠାରେ ପ୍ରାୟ ଦୁଇ ଲକ୍ଷ ଫଲୋଅର୍ସ ଅଛନ୍ତି। ତାଙ୍କର @dudesinthedm ନାମକ ଏକ ସାଇଡ ଆକାଉଣ୍ଟ ମଧ୍ୟ ଅଛି। ଯାହା ମାଧ୍ୟମରେ ସେ ଏପରି ପ୍ରେମୀଙ୍କୁ ସିଧାସଳଖ ବାର୍ତ୍ତା ପଠାନ୍ତି ଏବଂ ସେମାନଙ୍କ ଚରିତ୍ର ପରୀକ୍ଷା କରନ୍ତି।

ପେଜ୍‌ କୁହନ୍ତି, ମୁଁ ଅନେକ ଲୋକଙ୍କୁ ଇନଷ୍ଟାଗ୍ରାମରେ ସିଧାସଳଖ ବାର୍ତ୍ତା ପଠାଉଥିବା ଦେଖିଛି। ଯାହାଙ୍କ ପ୍ରୋଫାଇଲରେ ଫଟୋରେ ତାଙ୍କ ଗର୍ଲଫ୍ରେଣ୍ଡ ଥିବେ। ଏହିପରି ହୃଦୟ ଭାଙ୍ଗୁଥିବା ପ୍ରେମିକଙ୍କୁ ସିଧାସଳଖ ମେସେଜ୍‌ ଦେବା ପରେ ତାଙ୍କ ସୋସିଆଲ ମିଡିଆରେ ମୁଁ ଚାଟ୍‌ର ସ୍କ୍ରିନସଟ ପୋଷ୍ଟ କରେ ଏବଂ ଠକମାନଙ୍କୁ ଏକ ଶିକ୍ଷା ଦିଏ।

ନିକଟରେ ସେ ଜଣେ ବ୍ୟକ୍ତିଙ୍କୁ କହିଥିଲେ, ‘ତୁମେ ବହୁତ ସୁନ୍ଦର। ଯଦି ତୁମେ ଅବିବାହିତ ତେବେ ମୁଁ ସାକ୍ଷାତ ବିଷୟରେ ଚିନ୍ତା କରୁଥିଲି । ବ୍ୟକ୍ତି ଜଣକ ତୁରନ୍ତ ଉତ୍ତର ଦେଲେ, ‘ହଁ, ମୁଁ ଅବିବାହିତ। ତୁମର ସ୍ନାପଚାଟ ଅଛି କି’? ସେହିଭଳି ଅନ୍ୟ ଜଣେ ବ୍ୟକ୍ତି ଅବିବାହିତ ବୋଲି ଦାବି କରି ପେଜ୍‌ଙ୍କ ସହିତ ଫ୍ଲର୍ଟ କରିଥିଲେ। ଯେତେବେଳେ ତାଙ୍କ ଆକାଉଣ୍ଟରେ ଗର୍ଲଫ୍ରେଣ୍ଡଙ୍କ ଫଟୋ ଥିଲା। ସେ କହିଛନ୍ତି ଯେ ଚାଟ୍‌ରେ ଏପରି ଲୋକଙ୍କ ସହ ବାର୍ତ୍ତାଳାପ କରିବା ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ଅଟେ।

ଏକ ସାକ୍ଷାତକାରରେ ପେଜ୍‌ କହିଛନ୍ତି, ବହୁତ ଲୋକ ଅଛନ୍ତି ଯେଉଁମାନେ ମେସେଜ୍‌ର ଉତ୍ତର ଦେଇ ନାହାଁନ୍ତି। ଅନେକ ପ୍ରେମିକାଙ୍କ ବିଷୟରେ ପୂର୍ବରୁ କହି ଦେଇଥାନ୍ତି। ତେବେ କେବଳ ମହିଳା ଅନୁଗାମୀମାନଙ୍କୁ ସାହାଯ୍ୟ କରିବା ପାଇଁ ଏପରି କରୁଛି ବୋଲି ପେଜ୍‌ କୁହନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସର୍ଭର ଡାଉନ, ପଞ୍ଜୀକରଣ ପାଇଁ ଚାଷୀ କଲବଲ

ହାଟଡିହୀ/ଛେନାପଦୀ,୩୦l୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ଚାଷୀଙ୍କ ନାମ ପଞ୍ଜୀକରଣର ସମୟ ସୀମା ସରକାର ଆଉ ୭ ଦିନ ବୃଦ୍ଧି କରିଛନ୍ତି। କିନ୍ତୁ ସର୍ଭର ଡାଉନ ଥିବାରୁ ଚାଷୀ ନାମ…

ଲାଞ୍ଚ ନେଇ ଧରାପଡ଼ିଲେ ଜିଲା ଶ୍ରମ ଅଧିକାରୀ

କେନ୍ଦୁଝର,୩୦ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଶ୍ରମ ଅଧିକାରୀ ଆକାଶ ବିଶୋଇ ଜଣେ ବ୍ୟକ୍ତିଙ୍କଠାରୁ ଲାଞ୍ଚ ନେଇ ଭିଜିଲାନ୍ସ ବିଭାଗ ହାତରେ ଧରାପଡ଼ିଛନ୍ତି। ଜିଲା ଶ୍ରମ ଅଧିକାରୀ…

ସ୍କୁଲ ପ୍ରିନି୍ସପାଲଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ବଞ୍ଚିଗଲା ସମସ୍ତ ସ୍କୁଲ ପିଲା, ଶିକ୍ଷକଙ୍କ ଜୀବନ, କେମିତି ଜାଣନ୍ତୁ…

କାଠମାଣ୍ଡୁ,୩୦ା୮: ନେପାଳରେ ପ୍ରଳୟଙ୍କରୀ ବନ୍ୟା ମାଡ଼ିଆସିବା ବେଳେ ଜଣେ ସ୍କୁଲ ପ୍ରିନି୍ସପାଲଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ୧,୬୪୩ ଜଣ ପିଲାଙ୍କ ଜୀବନ ବଞ୍ଚତ୍ୟାଇଛି। ନୁଓ୍ବାକୋଟ୍‌ ଜିଲା ତ୍ରିଭୁବନ…

ସ୍ବୟଂ ସହାୟିକା ଗୋଷ୍ଠୀ ଟଙ୍କା ଆତ୍ମାସତ କରି ମହିଳା ଗିରଫ, ମୁଖ୍ୟ ଅଭିଯୁକ୍ତ ଫେରାର

ପାରଳାଖେମୁଣ୍ଡି,୩୦ା୮(ଗିରିଧାରୀ ପରିଚ୍ଛା): ସ୍ବୟଂ ସହାୟକ ଗୋଷ୍ଠୀ ଜଟଙ୍କା ଓ ସୁନା ସଂଗ୍ରହ କରି ଆତ୍ମସାତ୍‌ କରିବା ଅଭିଯୋଗରେ ପାରଳାଖେମୁଣ୍ଡି ପୋଲିସ ଜଣଙ୍କୁ ହାଇଦ୍ରାବାଦରୁ ଗିରଫ କରିଛି। ଗିରଫ…

ହକି ବିଶ୍ୱକପ୍‌: ନେଦରଲାଣ୍ଡ୍ସକୁ ହରାଇ ବ୍ରୋଞ୍ଜ ପଦକ ଜିତିଲା ଆର୍ଜେଣ୍ଟିନା

ବେଲଫିଅସ,୩୦ା୮: ଚଳିତ ଏଫ୍‌ଆଇଏଚ୍‌ ପୁରୁଷ ହକି ବିଶ୍ୱକପ୍‌ରେ ଆର୍ଜେଣ୍ଟିନା ବ୍ରୋଞ୍ଜ ପଦକ ହାସଲ କରିଛି। ରବିବାର ଅନୁଷ୍ଠିତ ମ୍ୟାଚ୍‌ରେ ଆର୍ଜେଣ୍ଟିନା ୨-୧ ଗୋଲରେ ହକି ପାଓ୍ବରହାଉସ୍‌ ତଥା…

ଛତ୍ରପୁରରେ ଚାଞ୍ଚଲ୍ୟ: ଚିକିତ୍ସାଳୟରୁ ମୂକ ଶିଶୁକନ୍ୟା ଚୋରି, ସିସିଟିଭି ଯାଞ୍ଚ କରୁଛି ପୋଲିସ

ଛତ୍ରପୁର,୩୦ା୮(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗୋଟିଏ ୫ ବର୍ଷର ମୂକ ଶିଶୁକନ୍ୟାକୁ ଜଣେ ବ୍ୟକ୍ତି ଚୋରି…

ଇମ୍ରାନ ମାମଲା: ପାକିସ୍ତାନ କ୍ରିକେଟରଙ୍କୁ ମୁହଁ ନ ଖୋଲିବାକୁ ପିସିବିର ବଡ଼ ତାଗିଦ

କରାଚୀ,୩୦ା୮: ଜେଲରେ ଥିବା ଇମ୍ରାନ ଖାନ୍‌ଙ୍କ ସମ୍ପର୍କରେ ଚଳିତ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ୍‌ ଖେଳୁଥିବା ପାକିସ୍ତାନ କ୍ରିକେଟ ଦଳର ସଦସ୍ୟଙ୍କୁ କୌଣସି ମତାମତ ନ ଦେବାକୁ…

ଘରେ ପଶି ମୂକ ଯୁବତୀଙ୍କୁ ବଳାତ୍କାର ଉଦ୍ୟମ, ଜେଲ୍‌ ଗଲେ ଯୁବକ

ଦିଗପହଣ୍ଡି,୩୦ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧୀନ ଏକ ଗାଁରେ ଶନିବାର ମଧ୍ୟାହ୍ନରେ ଘରେ ପଶି ଜଣେ ମାନସିକ ଅନଗ୍ରସର ଓ ମୂକ ଯୁବତୀ(୨୧)ଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri