Posted inଫୁରସତ

କଥା ଶୀତବସ୍ତ୍ରର

ଧୀରେ ଧୀରେ ଶୀତ ବଢିବାକୁ ଲାଗିଲାଣି। ସାଇତା ହୋଇ ରହିଥିବା ଶୀତବସ୍ତ୍ରକୁ ବାହାର କରି ସମସ୍ତେ ପିନ୍ଧିବା ଆରମ୍ଭ କଲେଣି। ତା’ଛଡା ଶୀତବସ୍ତ୍ରର ବଜାର ବସିବା ସହ ନୂଆ ଡିଜାଇନ୍‌ର ଶୀତବସ୍ତ୍ର କିଣିବା ଲାଗି ଗହଳି ଜମିବାକୁ ଲାଗିଲାଣି। ହେଲେ ଜାଣନ୍ତିକି ଶୀତ ପ୍ରକୋପରୁ ରକ୍ଷା କରୁଥିବା ଏଇ ଶୀତବସ୍ତ୍ରର ଇତିହାସ କ’ଣ? ବେଶ୍‌ ରୋଚକ ଏହାର ଇତିହାସ । ଜାଣନ୍ତୁ ସେ ସମ୍ପର୍କରେ..

ଋକ୍‌ ବେଦ୍‌ରେ ରହିଛି ଶୀତବସ୍ତ୍ରର ଉଲ୍ଲେଖ: ଉଲ୍‌ର ଇତିହାସ ବହୁତ ପ୍ରାଚିନ। ବେଦରେ ଧାର୍ମିକ କର୍ମକାଣ୍ଡ ପାଇଁ ଉଲ ବସ୍ତ୍ର ପରିଧାନର ଉଲ୍ଲେଖ ରହିଥିବା ଦେଖିବାକୁ ମିଳେ। ଯାହା ପ୍ରମାଣିତ କରେ ଯେ ପ୍ରାଗଐତିହାସିକ ଯୁଗରେ ବି ଉଲ ସମ୍ପର୍କରେ ଜାଣିଥିଲେ। ତା’ସହ ଋକବେଦରେ ମେଷପାଳକ ଜାତିର ଦେବତା ପୁଶନ୍‌ ଉଲ୍‌ ବୁଣିବା ଓ ଉଲ୍‌ ପୋଷାକ ପିନ୍ଧିଥିବା କଥା ବି ଉଲ୍ଲେଖ ରହିଛି।

ଇତିହାସରେ ଉଲ୍‌: ବିଶ୍ୱାସ କରାଯାଏ ୯୦୦୦ରୁ ୧୧୦୦୦ ବର୍ଷ ପୂର୍ବେ ଯେତେବେଳେ ପ୍ରଥମେ ଜଙ୍ଗଲ କଟାଯାଇ ବସତି ସ୍ଥାପନ ହେଲା ଏବଂ କ୍ଷୀର ଓ ମାଂସ ପାଇଁ ଛେଳି ମେଣ୍ଢା ପାଳନ କରାଗଲା ସେଇଠାରୁ ମେଣ୍ଢା ଲୋମରୁ ଉଲ ତିଆରି କରିବାର ଯୋଜନା ଆସିଥାଇପାରେ। ତାସହ ଉଲର ବସ୍ତ୍ର ତିଆରି ବି ହେଇଥିବା ବିଶ୍ୱାସ କରାଯାଏ। ମିସର, ବେବିଲୋନର କବରଗୁଡିକରେ ଉଲ୍‌ ବସ୍ତ୍ରର ଟୁକୁଡା ଉଦ୍ଧାର କରାଯାଇଛି। ସେହିଭଳି ଖ୍ରୀ.ପୂ. ୫୦୦୦ରେ ସିନ୍ଧୁ ଉପତ୍ୟକାରେ ରହୁଥିବା ଆର୍ଯ୍ୟମାନେ ଊଲ୍‌ର ବ୍ୟବହାର ଜାଣିଥିବା ମଧ୍ୟ ପ୍ରମାଣ ମିଳିଛି। ତାଛଡା ଇତିହାସରେ ବର୍ଣ୍ଣନା କରାଯାଇଛି ଯେ, ରୋମର ଆକ୍ରମଣ ପୂର୍ବରୁ ବ୍ରିଟେନ୍‌ର ଲୋକେ ଉଲ୍‌ ବସ୍ତ୍ର ପିନ୍ଧୁଥିଲେ। ପରେ ଓ୍ବିନଚେଷ୍ଟରରେ ଫ୍ୟାକ୍ଟରୀର ସ୍ଥାପନା ଦ୍ୱାରା ଉଲ୍‌ର ଉପଯୋଗବିଧିର ବିକାଶ ହେଲା। ବିଜେତା ଓ୍ବିଲିୟମ ଏହାକୁ ଇଂଲଣ୍ଡ ଆଣିଥିଲେ। ହେନେରୀ ଦ୍ୱିତୀୟ ବସ୍ତ୍ରହାଟ, ବୁଣାକାର ସଂଘ ଗଠନ କରି ଏହି ଉଦ୍ୟୋଗକୁ ପ୍ରୋତ୍ସାହିତ କଲେ। ୧୭୮୮ରେ ଆମେରିକାର ହାର୍ଟଫୋର୍ଡରେ ଜଳଶକ୍ତି ଚାଳିତ ଉଲ୍‌ର ଫ୍ୟାକ୍ଟରୀ ଆରମ୍ଭ ହେଲା।

ଅସଲି ଉଲ୍‌ରେ ନିଆଁ ଲାଗେନି: ଉଲ୍‌ରେ ଏକପ୍ରକାରର ପ୍ରୋଟିନ୍‌ ସହ ଜଳୀୟ ଅଂଶ ଥାଏ। ସେଥିପାଇଁ ଉଲ୍‌ ଅସଲି ହୋଇଥିଲେ ସେଥିରେ କେବେ ନିଆଁ ଧରେନି। ସାଧାରଣତଃ ଉଲ୍‌ ଧଳା, କଳା ଓ ବାଦାମୀ ରଙ୍ଗର ହୋଇଥାଏ। ଉଲ୍‌ରେ କେରାଟିନ୍‌ ନାମକ ପ୍ରୋଟିନ୍‌ ଥାଏ। ଏ ହେଉଛି ସେହି ପ୍ରୋଟିନ୍‌ ଯେଉଁଥିରୁ ଆମର କେଶ, ନଖ, ଚଢେଇଙ୍କ ପକ୍ଷୀ ଓ ପଶୁଙ୍କର ଶିଙ୍ଗ ହୋଇଥାଏ।

ଏଇଠି ମିଳେ ସବୁଠୁ ଭଲ ଉଲ୍‌: କଶ୍ମୀର, ତିବ୍ବତ ଓ ପାମୀରର ପଠାରରେ ମିଳୁଥିବା ଛେଳିର ଉଲ ସବୁଠାରୁ ଭଲ କିସମର ଉଲ୍‌ ହୋଇଥାଏ। ଏହାକୁ ପଶ୍ମିନା କୁହାଯାଏ। ଦକ୍ଷିଣ ଆମେରିକାସ୍ଥ ପେରୁର ଇଣ୍ଡିଜ୍‌ ପାହାଡରେ ଲାମା ପରି ଦେଖାଯାଉଥିବା ଏକ ପ୍ରାଣୀ ଯାହାର ନାଁ ‘ଭିକୁନା’ ତା’ର ଲୋମରୁ ମଧ୍ୟ ପଶ୍ମିନା ପରି ଭଲ ଉଲ ମିଳିଥାଏ। ଏହି ଉଲ୍‌କୁ ପୃଥିବୀର ସବୁଠାରୁ ମହଙ୍ଗା ଭାବେ ଗଣନା କରାଯାଏ। ମେରିନୋ ପ୍ରଜାତିର ମେଣ୍ଢାର ଉଲ୍‌କୁ ବି ଭଲ ଉଲ୍‌ ଭାବେ ବିବେଚନା କରାଯାଏ। କୁହାଯାଏ ଗୋଟିଏ ମେରିନୋ ମେଣ୍ଢା ବର୍ଷକୁ ୫,୫୦୦ମାଇଲ ଲମ୍ବା ପର୍ଯ୍ୟନ୍ତ ଉଲ୍‌ ଦେଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?