Posted inଫୁରସତ

ଆକାଶରେ ଦୁଇ ପକ୍ଷୀଙ୍କ ପ୍ରେମାଳାପ, ଭିଡିଓ ଦେଖିଲେ ହେବେ ଆଶ୍ଚର୍ଯ୍ୟ

ଆଜିକାଲି ସୋସିଆଲ ମିଡିଆରେ ଏମିତି କିଛି ଭିଡିଓ ଭାଇରାଲ ହେଉଛି, ଯାହା ଲୋକଙ୍କୁ ମନୋରଞ୍ଜନର ଖୋରାକ ଯୋଗାଏ। ନିକଟରେ ସେମିତି ଏକ ଭିଡିଓ ଭାଇରାଲ ହେଉଛି। ଏହି ଭିଡିଓଟି ଅତ୍ୟନ୍ତ ଜବରଦସ୍ତ ହୋଇଛି। ଭାଇରାଲ ଭିଡିଓରେ ଏହା ଦେଖିବାକୁ ମିଳେ ଯେ ଦୁଇଟି ଇଗଲ ଆକାଶରେ ଉଡୁଛନ୍ତି। ପ୍ରଥମେ ଉଭୟ ଇଗଲ ଟିକିଏ ଉପରକୁ ଯାଆନ୍ତି। ଏହା ପରେ ସେମାନେ ପରସ୍ପର ନିକଟକୁ ଯାନ୍ତି। ଗୋଡକୁ ଗୋଡ ଛନ୍ଦି ଦୁହେଁ ଉଡିବାକୁ ଲାଗନ୍ତି। ଲାଗୁଛି ଯେପରି ଦୁଇ ପ୍ରେମୀ ପରସ୍ପରକୁ ଆଲିଙ୍ଗନ କରିବାକୁ ଚେଷ୍ଟା କରୁଛନ୍ତି। ଭିଡିଓଟି ନଦୀ କୂଳରେ ଶୁଟ୍‌ କରାଯାଉଥିବା ପରି ଦେଖାଯାଉଛି।
ଇଗଲର ଏହି ଭିଡିଓକୁ ଆଇପିଏସ ଅଧିକାରୀ ରୁପିନ ଶର୍ମା ତାଙ୍କ ଅଫିସିଆଲ ଟୁଇଟର୍‌ ଆକାଉଣ୍ଟରୁ ଶେୟାର କରିଛନ୍ତି। ଟୁଇଟର୍‌ରେ ଶେୟାର କରି ସେ କ୍ୟାପସନରେ ଲେଖିଛନ୍ତି, ଆକାଶରେ ପ୍ରେମାଳାପ। ଭିଡିଓଟି ଏତେ ଜବରଦସ୍ତ ଯେ ଏ ପର୍ଯ୍ୟନ୍ତ ୩୫ ହଜାରରୁ ଅଧିକ ଲୋକ ଏହାକୁ ଦେଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବୃହସ୍ପତିଙ୍କ ମକରରୁ କୁମ୍ଭ ଚଳନ: ଜାଣନ୍ତୁ ଏହାର ଫଳାଫଳ…

ଦେବଗୁରୁ ବୃହସ୍ପତି ସୋମବାର ରାତି ୧ଟା ୫୦ରେ ମକର ରାଶିରୁ କୁମ୍ଭକୁ ଚଳନ କରିବେ। ଗୁରୁ ଆସନ୍ତା ୧୩ ସେପ୍ଟେମ୍ବର ପର୍ଯ୍ୟନ୍ତ ଏଠାରେ ଅବସ୍ଥାନ କରିବେ।...

୨ଥର ଫେଲ୍‌ ହୋଇଥିବା ଛାତ୍ର ଛିଡାକଲେ କୋଟି କୋଟି ଟଙ୍କାର ଏହି କମ୍ପାନୀ: ଜାଣନ୍ତୁ …..

ଜୋମାଟୋ, ଦେଶର ସର୍ବୋଚ୍ଚ ଅନ୍‌ଲାଇନ୍‌ ଖାଦ୍ୟ ବିତରଣ କମ୍ପାନୀ ମଧ୍ୟରୁ ଅନ୍ୟତମ। ପ୍ରତିଦିନ ହଜାର ହଜାର ସଂଖ୍ୟାର ଲୋକ ଏହି ସାଇଟ୍‌ରୁ ଖାଦ୍ୟ ଅର୍ଡର କରିଥାନ୍ତି।...

ବଜାରରେ ମିଳୁଛି କରୋନା ବରା, କରୋନା ପରଟା: ଭାଇରାଲ ହେଉଛି ଫଟୋ

ମଦୁରାଇ,୯।୭: ତାମିଲନାଡୁର ମଦୁରାଇ ସହର ପରଟା ପାଇଁ ପ୍ରସିଦ୍ଧ ହୋଇଥିବା ବେଳେ ଏବେ ଏଠାକାର ଏକ ରେସ୍ତୋରାଁ କରୋନା ସମ୍ପର୍କିତ ସଚେତନା ସୃଷ୍ଟି କରିବାକୁ ପ୍ରୟାସ...

ଝିଅ ବିବାହରେ ନୂଆ ଗାଡ଼ିକୁ ଗୋବର ଲେପ ଦେଲେ ଡାକ୍ତର

ନୂଆଦିଲ୍ଲୀ,୭।୧: ଭିନ୍ନ ଭିନ୍ନ ଢଙ୍ଗରେ ବିବାହ କରି ଅନେକ ଲୋକ ଚର୍ଚ୍ଚାରେ ରହିବାକୁ ପସନ୍ଦ କରିଥାଆନ୍ତି। କୋହ୍ଲାପୁରର ନବନାଥ ଦୁଧଲ ନାଁରେ ପରିଚିତ ଜଣେ ଡାକ୍ତର...

ଟିକା ନେଲେ ବି କରୋନା ସଂକ୍ରମଣଠାରୁ ରହି ହେବନି ଦୂରେଇ

ଲଣ୍ଡନ, ୨୦।୧୦: ପୃଥିବୀରେ କରୋନା ମହାମାରୀ ସଂକ୍ରମଣ ନେଇ ଆତଙ୍କ ଦେଖାଦେଇଛି। ଏପରିସ୍ଥଳେ ବ୍ରିଟେନ୍‌ର ବରିଷ୍ଠ ବୈଜ୍ଞାନିକ ପାଟ୍ରିକ୍‌ ଓ୍ବାଲେସ୍‌ଙ୍କ ମନ୍ତବ୍ୟ ନେଇ ଏବେ ଚର୍ଚ୍ଚା...

ମରୁଭୂମିରେ ସ୍ବପ୍ନ ସହର, ୫୦ ଲକ୍ଷ ଲୋକଙ୍କ ପାଇଁ ରହିବା ସୁବିଧା…

ଓ୍ବାଶିଂଟନ,୧୨।୯: ମରୁଭୂମିରେ ଜଣେ ଅବା ଦୁଇ ଜଣଙ୍କ ପାଇଁ ନୁହେଁ, ୫୦ ଲକ୍ଷ ଲୋକଙ୍କ ପାଇଁ ନିର୍ମାଣ କରାଯିବ ସ୍ବପ୍ନର ସହର। ଏନେଇ ଆମେରିକାର କୋଟିପତି...

ଖାଲି ପେଟରେ ପିଅନ୍ତୁ ଗୋମୂତ୍ର, କରୋନା ସଂକ୍ରମଣରୁ ରହିବେ ଦୂରେଇ: ଭାଜପା ବିଧାୟକ

ଲକ୍ଷ୍ନୌ, ୯।୫: ଦେଶରେ କରୋନା ମହାମାରୀ ସଂକ୍ରମଣ ବେକାବୁ ହୋଇଛି। ଏପରିସ୍ଥଳେ ଭାଜପାର ଜଣେ ବିଧାୟକ ଖାଲି ପେଟରେ ଗୋମୂତ୍ର ପିଇଲେ ଆଉ କରୋନା ସଂକ୍ରମଣ...

ଫିଲ୍ମ ଷ୍ଟାଇଲ୍‌ରେ ଉଡ଼ିଉଡ଼ି ଏମିତି କରୁଛି ସିମ୍ପାଜି

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛିନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା...

Advertisement
Archives

Model This Week