ଚେକ୍‌ କ୍ଲିଅରାନ୍ସ ପାଇଁ ଲାଗିବନି ୨ଦିନ

ଭୁବନେଶ୍ୱର,୯।୮ (ଅନୁରାଧା ମହାରଣା): ଚେକ୍‌ କ୍ଲିଅରାନ୍ସ ଉପରେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ବଡ଼ ନିଷ୍ପତ୍ତି ନେଇଛି। ଏଣିକି ମାତ୍ର କିଛି ଘଣ୍ଟା ମଧ୍ୟରେ ଚେକ୍‌ କ୍ଲିଅର ହୋଇପାରିବ। ଚେକ୍‌ କ୍ଲିଅରାନ୍ସ ସମୟକୁ କିଛି ଘଣ୍ଟାକୁ ହ୍ରାସ କରିବା ଏବଂ ଏହା ସହ ଜଡ଼ିତ ବିପଦକୁ ହ୍ରାସ କରିବା ଲକ୍ଷ୍ୟରେ ଆର୍‌ବିଆଇ ପଦକ୍ଷେପ ଗ୍ରହଣ କରିଛି। ପୂର୍ବରୁ ଚେକ୍‌ ଜମା ହେବାଠାରୁ ରାଶି ଆସିବା ପର୍ଯ୍ୟନ୍ତ ୨ ଦିନ ଲାଗୁଥିବାବେଳେ ଏଣିକି ନୂତନ ସିଷ୍ଟମରେ ଜମାହେବାର କିଛି ଘଣ୍ଟା ମଧ୍ୟରେ ଚେକ୍‌ କ୍ଲିଅର ହେବ।

ଗୁରୁବାର ଚଳିତ ଆର୍ଥିକ ବର୍ଷର ତୃତୀୟ ମୁଦ୍ରାନୀତିର ସମୀକ୍ଷା ଘୋଷଣାକରି ଆର୍‌ବିଆଇ ଗଭର୍ନର ଶକ୍ତିକାନ୍ତ ଦାସ କହିଛନ୍ତି, ଚେକ୍‌ କ୍ଲିଅରାନ୍ସକୁ ଶୃଙ୍ଖଳିତ କରିବା, କ୍ଲିଅରାନ୍ସ ବିପଦକୁ ହ୍ରାସ କରିବା ଏବଂ ଗ୍ରାହକଙ୍କୁ ଉନ୍ନତ ସେବା ଯୋଗାଇବା ଉଦ୍ଦେଶ୍ୟରେ ଚେକ୍‌ ଟ୍ରାଞ୍ଜାକ୍‌ସନ ସିଷ୍ଟମ (ସିଟିଏସ୍‌) ପ୍ରଚଳନ କରାଯାଇଛି। ବର୍ତ୍ତମାନର ପ୍ରକ୍ରିୟାକୁ ପରିବର୍ତ୍ତନ କରିବାକୁ ପ୍ରସ୍ତାବ ଦିଆଯାଇଛି। ସେ କହିଛନ୍ତି, ଏହା ଅଧୀନରେ ବର୍ତ୍ତମାନର ସିଟିଏସ୍‌ ସିଷ୍ଟମ ଅଧୀନରେ ଥିବା ‘ବ୍ୟାଚ୍‌’ରେ ପ୍ରକ୍ରିୟାକରଣ କରିବା ପରିବର୍ତ୍ତେ ବ୍ୟବସାୟ ସମୟରେ କ୍ରମାଗତ ଭିତ୍ତିରେ କ୍ଲିଅରାନ୍ସ କରାଯିବ। ଆର୍‌ବିଆଇ ଅନୁଯାୟୀ, ନୂତନ ସିଷ୍ଟମ ଅଧୀନରେ ଚେକ୍‌ ‘ସ୍କାନ୍‌ ’ହେବ, କିଛି ଘଣ୍ଟା ମଧ୍ୟରେ ଉପସ୍ଥାପିତ ହେବ ଏବଂ କ୍ଲିଅର କରାଯିବ। ଦାସ କହିଛନ୍ତି , ଏ ବାବଦରେ ବିସ୍ତୃତ ନିର୍ଦ୍ଦେଶାବଳୀ ଶୀଘ୍ର ଜାରି କରାଯିବ। ଏହା ବ୍ୟତୀତ ଆର୍‌ବିଆଇ ପ୍ରତ୍ୟେକ ଗ୍ରାହକଙ୍କ ଦ୍ୱାରା ବ୍ୟାଙ୍କଗୁଡିକ ଦେଇଥିବା କ୍ରେଡିଟ୍‌ ସୂଚନା ପ୍ରତି ୧୫ଦିନରେ କମ୍ପାନୀଗୁଡିକୁ ରିପୋର୍ଟ କରିବାକୁ ପ୍ରସ୍ତାବ ଦେଇଛି। ବର୍ତ୍ତମାନ ଏହି ରିପୋର୍ଟ ମାସରେ ଥରେ ଦିଆଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ନଦୀରେ ଭାସିଯିବାବେଳେ ସାହାରା ହେଲା ଗଛଡାଳ: ପୋଲ ଉପରୁ ଖସିପଡ଼ି ଅଧ କି.ମି. ଭାସିଗଲେ ବୃଦ୍ଧ

ଝରିଗାଁ,୨୫।୯(କିଶୋର ଚନ୍ଦ୍ର ମଣ୍ଡଳ): ଝରିଗାଁ ବ୍ଲକ୍‌ ତେଲକନାଡି ଗ୍ରାମର ସୁବାସ ଭତ୍ରା (୫୫) ଭାସ୍କେଲ ନଦୀ ପୋଲ ଉପରେ ଠିଆ ହୋଇଥିବାବେବେଳେ ଗୋଡ଼ ଖସିଯିବାରୁ ତଳକୁ ପଡ଼ିଯାଇଥିଲେ।…

ଛାତ୍ରାବାସରେ ପଶିଲା ପାଣି

ଝରିଗାଁ,୨୫।୯(କିଶୋର ଚନ୍ଦ୍ର ମଣ୍ଡଳ): ଝରିଗାଁ ସ୍ଥିତ ସରକାରୀ ଭୂତପୂର୍ବ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଡ୍ରେନେଜ ସୁବିଧା ନ ଥିବା ଯୋଗୁ ଛାତ୍ରାବାସରେ ବର୍ଷାପାଣି ପ୍ରବେଶ କରିଥିଲା। ପ୍ରଧାନଶିକ୍ଷକ…

ଲଗାଣ ବର୍ଷା ପାଇଁ କାଲି ୫ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା: ଭଦ୍ରକର ୭ ବ୍ଲକରେ ୩୯୯ ସ୍କୁଲ ବନ୍ଦ

ଭୁବନେଶ୍ୱର,୨୫।୯: ରାଜ୍ୟରେ ଜାରି ରହିଥିବା ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ଆସନ୍ତାକାଲି (ଶନିବାର) ରାଜ୍ୟର ୫ଟି ଜିଲାରେ ସ୍କୁଲଗୁଡ଼ିକୁ ଛୁଟି ଘୋଷଣା କରାଯାଇଛି। ପିଲାମାନଙ୍କ ସୁରକ୍ଷାକୁ ଆଖିଆଗରେ…

ପାଣି ସୁଅରେ ଭାସିଗଲା କାର, ଦୁଇ ଘଣ୍ଟା ଫସିଲେ ୨ ଜଣ

ଉଦଳା, ୨୫/୯(ସନ୍ତୋଷ ବାଛିନୀ): ଅଚାନକ ରାସ୍ତାରେ ପାଣି ପ୍ରବାହିତ ହେବାରୁ ପାଣି ସୁଅରେ ଏକ କାର ଭାସିଯାଇଥିବାବେଳେ ଏଥିରେ ଥିବା ଦୁଇ ଜଣ ପ୍ରାୟ ଦୁଇ ଘଣ୍ଟା…

ମୋରମ ରାସ୍ତାରେ ଦବୁଛି ଗାଡ଼ି: ରାଇକିଆ-ସିମନବାଡ଼ି ରାସ୍ତାରେ ଯାତାୟାତ ବାଧାପ୍ରାପ୍ତ

ରାଇକିଆ, ୨୫।୯ (ପ୍ରଦୀପ ବେହେରା): ତିନି ଦିନ ଧରି ଲଗାଣ ବର୍ଷା ଯୋଗୁ କନ୍ଧମାଳ ଜିଲା ରାଇକିଆ ବ୍ଲକ ସୁଗଡ଼ବାଡ଼ି ପଞ୍ଚାୟତ ଅନ୍ତର୍ଗତ ମୁରୁଡ଼ିକୁପୁଡ଼ା ନିକଟରେ ରାଇକିଆ-ଦାରିଙ୍ଗବାଡ଼ିକୁ…

ଦଶହରା-ବାଲିଯାତ୍ରା ପୂର୍ବରୁ ମାଣିକେଶ୍ୱରୀ ପୀଠରେ ସୁରକ୍ଷା ଚିନ୍ତା: ଅଚଳ ସିସିଟିଭି, ଭଙ୍ଗା ପ୍ରାଚୀର ଓ ଲାଇଟ୍‌

ଥୁଆମୂଳରାମପୁର, ୨୫।୯ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍‌ର ଅଧିଷ୍ଠାତ୍ରୀ ଦେବୀ ମା’ ମାଣିକେଶ୍ୱରୀଙ୍କ ଅତି ପୁରାତନ ତଥା ରାଜାରାଜୁଡ଼ା ଅମଳର ପ୍ରସିଦ୍ଧ ପୀଠର…

ଲଗାଣ ବର୍ଷାରେ ବେହାଲ ଥୁଆମୂଳ ରାମପୁର: ଧସିଲା ପାହାଡ଼, ଗଛ ପଡ଼ି ରାସ୍ତା ଅବରୋଧ

ଥୁଆମୂଳ ରାମପୁର, ୨୫।୯ (ଦୁର୍ଗା କୀର୍ତ୍ତି): ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ପ୍ରଭାବରେ କଳାହାଣ୍ଡି ଜିଲାରେ ‘ରେଡ୍‌ ୱାର୍ଣ୍ଣିଂ’ ଜାରି ହୋଇଥିବା ବେଳେ ଥୁଆମୂଳ ରାମପୁର ବ୍ଲକ୍‌ରେ…

କବାଡ଼ିରେ ଭାରତର ଦବଦବା: ପୁରୁଷ, ମହିଳା ଦଳ ଫାଇନାଲରେ

ନାଗୋୟା, ୨୫ା୯:ଭାରତର ଉଭୟ ପୁରୁଷ ଓ ମହିଳା ଦଳ ଏସିଆନ ଗେମ୍ସ କବାଡ଼ି ପ୍ରତିଯୋଗିତାର ଫାଇନାଲରେ ପ୍ରବେଶ କରିଛନ୍ତି। ଉଭୟ ଦଳ ସେମାନଙ୍କ ସ୍ବର୍ଣ୍ଣ ପଦକ ବଜାୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?