ରୂପାନ୍ତରଣ ହେବ ସରକାରୀ ହସ୍ପିଟାଲ

ଭୁବନେଶ୍ୱର,୧୫।୧୧(ଅନିଲ ଦାସ): ହସ୍ପିଟାଲ ଆହୁରି ହେବ ଚକାଚକ୍‌। ରାଜ୍ୟବାସୀଙ୍କୁ ମିଳିବ ଉତ୍ତମ ସ୍ବାସ୍ଥ୍ୟ ସେବା। ହସ୍ପିଟାଲକୁ ଆସୁଥିବା ରୋଗୀଙ୍କ ପରିଜନଙ୍କୁ ଆଉ ହଇରାଣ ହେବାକୁ ପଡ଼ିବ ନାହିଁ। ସେମାନଙ୍କ ପାଇଁ ଡାକ୍ତରଖାନାରେ ରହଣି ବ୍ୟବସ୍ଥା ହେବ। ଏଥିପାଇଁ ରାଜ୍ୟ ସରକାର ‘ଆମ ହସ୍ପିଟାଲ’ ନାମରେ ଏକ ନୂତନ ଯୋଜନା ଆଣିଛନ୍ତି। ଏହି ଯୋଜନାରେ ରାଜ୍ୟରେ ଥିବା ସମସ୍ତ ସରକାରୀ ହସ୍ପିଟାଲ ୫-ଟି ଅଧୀନରେ ରୂପାନ୍ତରଣ ହେବ। ରାଜ୍ୟର ସମସ୍ତ ୧୮୫୮ ସରକାରୀ ଡାକ୍ତରଖାନା (ଡିଏଚ୍‌ଏଚ୍‌, ଏସ୍‌ଡିଏଚ୍‌, ସିଏଚ୍‌ସି ଓ ପିଏଚ୍‌ସି) ଆସନ୍ତା ୫ ବର୍ଷ ମଧ୍ୟରେ ପର୍ଯ୍ୟାୟକ୍ରମେ ରୂପାନ୍ତର ହେବ। ୨୦୨୩-୨୪ ରୁ ୨୦୨୭-୨୮ ପାଇଁ ଏହି ଯୋଜନା ନିମନ୍ତେ ୩,୩୮୮.୭୩ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ଲୋକସେବା ଭବନରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଦିଆଯାଇଥିବା ଏହି ପ୍ରସ୍ତାବକୁ ଅନୁମୋଦନ କରାଯାଇଛି। ଏହି ବୈଠକରେ ୧୧ଟି ବିଭାଗର ୧୨ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି।
କ୍ୟାବିନେଟ ବୈଠକ ଶେଷରେ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତିି, ଆମ ହସ୍ପିଟାଲ ଯୋଜନାରେ ପ୍ରଥମ ବର୍ଷରେ ୧୪୯ଟି ସରକାରୀ ଡାକ୍ତରଖାନାକୁ ସୁଦୃଢ଼ୀକରଣ କରାଯିବ। ରାଜ୍ୟରେ ଲୋକମାନଙ୍କୁ ଗୁଣାତ୍ମକ ସ୍ବାସ୍ଥ୍ୟସେବା ପ୍ରଦାନ ନିମନ୍ତେ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ। ଏହି କ୍ରମରେ ସ୍ବାସ୍ଥ୍ୟସେବା ବ୍ୟବସ୍ଥା ଓ ଆନୁଷଙ୍ଗିକ ଭିତ୍ତିଭୂମିର ବିକାଶ ପାଇଁ ନିରନ୍ତର ପ୍ରୟାସ ଜାରି ରହିଛି। ରୋଗୀକୈନ୍ଦ୍ରିକ ସ୍ବାସ୍ଥ୍ୟ ସେବା ପ୍ରଦାନ ନିମନ୍ତେ ଆବଶ୍ୟକ ପରିବର୍ତ୍ତନ ପାଇଁ ରୋଗୀଙ୍କ ମତାମତ ସଂଗ୍ରହକୁ ମୋ-ସରକାର ମାଧ୍ୟମରେ ସର୍ବାଧିକ
ଗୁରୁତ୍ୱ ଦିଆଯାଇଛି। ଏହି ଯୋଜନାରେ ଜିଲା ମୁଖ୍ୟ ଚିକିତ୍ସାଳୟ (ଡିଏଚ୍‌ଏଚ୍‌), ଜିଲା ଉପଖଣ୍ଡ ଚିକିତ୍ସାଳୟ (ଏସ୍‌ଡିଏଚ୍‌), ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର (ସିଏଚ୍‌ସି) ଏବଂ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର (ପିଏଚ୍‌ସି)ଗୁଡ଼ିକୁ ପର୍ଯ୍ୟାୟକ୍ରମେ ରୂପାନ୍ତରଣ କରାଯିବ। ଏଥନିମନ୍ତେ ଆବଶ୍ୟକ ମାନବ ସମ୍ବଳ ଓ ଭିତ୍ତିଭୂମି କ୍ଷେତ୍ରରେ ରହିଥିବା ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା ପୂରଣ ପାଇଁ ଅଧିକ ଅର୍ଥ ବିନିଯୋଗର ବ୍ୟବସ୍ଥା କରାଯାଇଛି। ରୂପାନ୍ତରଣ ଯୋଜନାର ଉଦ୍ଦେଶ୍ୟ ହେଉଛି ସରକାରୀ ଡାକ୍ତରଖାନାରେ ରୋଗୀଙ୍କ ଚିକିତ୍ସା ନିମନ୍ତେ ଉନ୍ନତମାନର ଗୁଣାତ୍ମକ ସ୍ବାସ୍ଥ୍ୟସେବା ଉପଲବ୍ଧ କରାଇବା। ସେହିପରି ରୋଗୀ ଓ ସେମାନଙ୍କ ପରିଜନଙ୍କ ପାଇଁ ଆବଶ୍ୟକ ମୌଳିକ ସୁବିଧାଗୁଡ଼ିକୁ ଉପଲବ୍ଧ କରାଇବା ଏବଂ ସରକାରୀ ଡାକ୍ତରଖାନା ପ୍ରତି ରୋଗୀଙ୍କ ନିର୍ଭରଶୀଳତା ବଢ଼ାଇବା। ଯୋଜନାରେ ରୋଗୀ ପ୍ରତୀକ୍ଷା ସ୍ଥାନଗୁଡ଼ିକର ଉନ୍ନତୀକରଣ ଓ ସମସ୍ତ ମୌଳିକ ସୁବିଧା ଉପଲବ୍ଧ କରାଇବା ସହ ବିନାମୂଲ୍ୟରେ ଦିଆଯାଉଥିବା ଔଷଧ ବିତରଣ କେନ୍ଦ୍ରରେ କାଉଣ୍ଟର ସଂଖ୍ୟା ବଢ଼ାଇବା ବ୍ୟବସ୍ଥା କରାଯାଇଛି। ରୋଗୀଙ୍କର ସକାରାତ୍ମକ ଅଭିଜ୍ଞତା ପାଇଁ ସ୍ବଚ୍ଛ ଶୌଚାଳୟ ସୁନିଶ୍ଚିତ କରାଇବା, ବିଭିନ୍ନ ବିଭାଗ ମଧ୍ୟରେ ଯୋଗାଯୋଗ ପାଇଁ ଆଭ୍ୟନ୍ତରୀଣ ପକ୍କା ରାସ୍ତା ଓ ଶେଡ୍‌ ବ୍ୟବସ୍ଥା କରାଯିବ। ରୋଗୀଙ୍କ ସହ ଡାକ୍ତରଖାନା ଆସିଥିବା ଆଟେଣ୍ଡାଣ୍ଟମାନଙ୍କ ରହଣିର ସୁବିଧା ପାଇଁ ଆଟେଣ୍ଡାଣ୍ଟ ବିଶ୍ରାମ ଗୃହ ତିଆରି କରାଯିବ। ଡାକ୍ତରଖାନା ଭିତରେ ବିଭିନ୍ନ ବିଭାଗ ଓ ଉପଲବ୍ଧ ସେବା କେନ୍ଦ୍ରଗୁଡ଼ିକରେ ସହଜରେ ପହଞ୍ଚିବା ପାଇଁ ବିଲିଂଗୁଡ଼ିକରେ ସମାନ ଧରଣର ବ୍ରାଣ୍ଡିଂ ଓ ସାଇନେଜ୍‌ ସହ ଜନସଚେତନତା ନିମନ୍ତେ ଡିଜିଟାଲ ଡିସ୍‌ପ୍ଲେ ବୋର୍ଡ ଲଗାଯିବ। ଗାଡ଼ି ଚଳାଚଳକୁ ଶୃଙ୍ଖଳିତ କରାଯିବା ସହ ପାର୍କିଂ ଶେଡର ବ୍ୟବସ୍ଥା ହେବ। ସେବା ପ୍ରଦାନ କରାଯାଉଥିବା ସ୍ଥାନଗୁଡ଼ିକରେ ଭିଡ଼ କମାଇବା ନିମନ୍ତେ ଧାଡ଼ି ପରିଚାଳନା ପାଇଁ ରୋଗୀମାନଙ୍କୁ ଡାକିବା ବ୍ୟବସ୍ଥା (ପେସେଣ୍ଟ କଲିଂ ସିଷ୍ଟମ୍‌) କରାଯିବ। ରୋଗୀଙ୍କ ସ୍ବାସ୍ଥ୍ୟ ଅବସ୍ଥା ସମ୍ପର୍କିତ ସୂଚନାଗୁଡ଼ିକର ଉନ୍ନତ ପରିଚାଳନା ପାଇଁ ଅନଲାଇନ୍‌ ପଞ୍ଜୀକରଣ ବ୍ୟବସ୍ଥା ମଧ୍ୟ କରାଯିବ। ଡାକ୍ତରଖାନାକୁ ଏକାଧିକ ପରିଦର୍ଶନରୁ ଦୂରେଇ ରହିବା ପାଇଁ ରୋଗୀମାନଙ୍କୁ ଫୋନରେ ଲାରେଟୋରି ରିପୋର୍ଟ ପ୍ରଦାନ ବ୍ୟବସ୍ଥା କରାଯିବ। ସହଜରେ ଜଳଖିଆ ଖାଇବା ନିମନ୍ତେ ଡାକ୍ତରଖାନା ପରିସରରେ ମିଶନ୍‌ ଶକ୍ତି କାଫେରେ ଖାଦ୍ୟ ଉପଲବ୍ଧ କରାଯିବ। ରିହାତି ମୂଲ୍ୟରେ ଉତ୍ତମ ଗୁଣମାନଯୁକ୍ତ ଖାଦ୍ୟ ଯୋଗାଇବା ପାଇଁ ଡାକ୍ତରଖାନା ପରିସରରେ ଆହାର କେନ୍ଦ୍ର ସ୍ଥାପନ କରାଯିବ। ଉତ୍ତମରୂପେ ଦୃଶ୍ୟମାନ ହେବା ପାଇଁ ଡାକ୍ତରଖାନାଗୁଡ଼ିକରେ ସମାନ ଧରଣର ପ୍ରବେଶ ଦ୍ବାର ନିର୍ମାଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?