୧୫ ଦିନ ଡରେଇଲାଣି ତାତି, ୪୫ ଡିଗ୍ରୀ ଟପିବ

ଭୁବନେଶ୍ୱର, ୩୦।୪(ଅସମାପିକା ସାହୁ):ରାଜ୍ୟରେ ଗତ ୧୫ ଦିନ ହେଲାଣି ପ୍ରବଳ ଖରାତାତି ସହ ଗୁଳୁଗୁଳି ଜାରି ରହିଛି। ଚଳିତବର୍ଷର ଏହା ହେଉଛି ଦ୍ୱିତୀୟ ପର୍ଯ୍ୟାୟ ଗ୍ରୀଷ୍ମପ୍ରବାହ। ଏହା ପୂର୍ବରୁ ପ୍ରଥମ ପର୍ଯ୍ୟାୟରେ ଏପ୍ରିଲ ୫ ଓ ୬ ତାରିଖ ଦୁଇଦିନ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହୋଇଥିଲା। ଏହାପରେ ୧୫ ତାରିଖରୁ ଆଜି ପର୍ଯ୍ୟନ୍ତ ଛଟପଟ ହେଉଛି ସାରା ରାଜ୍ୟ। ଗତବର୍ଷ ଏପ୍ରିଲରେ ସର୍ବାଧିକ ୫ଦିନ ଗ୍ରୀଷ୍ମପ୍ରବାହ ହୋଇଥିଲା। ଏବେ ଆହୁରି ୪ଦିନ ଏପରିସ୍ଥିତି ଲାଗି ରହିବା ସମ୍ଭାବନା ଥିବାବେଳେ ଆସନ୍ତା ଦୁଇଦିନ ଭୀଷଣ ଗ୍ରୀଷ୍ମ ପ୍ରବାହ ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି। ଏଥିପାଇଁ ବିଭିନ୍ନ ଜିଲାକୁ ଦୁଇଦିନ ପାଇଁ ରେଡ୍‌ ଓ୍ବାର୍ନିଂ ଜାରି କରାଯାଇଛି। ମଙ୍ଗଳବାର ରାଜଧାନୀ ଭୁବନେଶ୍ୱରର ତାତି ଆହୁରି ଭୟଙ୍କର ହେବ। ତାପମାତ୍ରା ୪୫ ଡିଗ୍ରୀ ଅତିକ୍ରମ କରିପାରେ। ତେଣୁ କଟକ- ଭୁବନେଶ୍ୱର ପାଇଁ ରେଡ୍‌ ୱାର୍ନିଂ ଜାରି କରାଯାଇଛି। ଭୟଙ୍କର ଗ୍ରୀଷ୍ମ ପ୍ରବାହ ଜାରି ହେଉଥିବାରୁ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ବାରମ୍ବାର ପରାମର୍ଶ ଦିଆଯାଉଛି।
ସୋମବାର ମଧ୍ୟ ରାଜ୍ୟର ୩୨ ସହରରେ ଦିନ ତାପମାତ୍ରା ୪୦ ଡିଗ୍ରୀ ଉପରେ ଥିବା ବେଳେ ୪ ସହରରେ ୪୪ ଡିଗ୍ରୀ କିମ୍ବା ତା’ଠାରୁ ଅଧିକ ରେକର୍ଡ କରାଯାଇଛି। ତେବେ ବାରିପଦା ୪୪.୮ ଡିଗ୍ରୀ ସହ ରାଜ୍ୟର ଉତ୍ତପ୍ତ ସହର ଥିବାବେଳେ ଦେଶର ୪ର୍ଥ ସ୍ଥାନରେ ରହିଥିଲା। ସେହିପରି ଅନୁଗୋଳରେ ୪୪.୩, ବୌଦ୍ଧ ୪୪.୧, ତାଳଚେର ୪୪, ଟିଟିଲାଗଡ଼ ୪୩.୫, ଢେଙ୍କାନାଳ ୪୩.୨, ଭବାନୀପାଟଣା, ନୟାଗଡ଼, ମାଲକାନଗିରି, ବଲାଙ୍ଗୀର, କେନ୍ଦୁଝର ଓ ନୂଆପଡ଼ାରେ ୪୩, ଝାରସୁଗୁଡ଼ା ଓ ସମ୍ବଲପୁରରେ ୪୨.୯, କଟକ ଓ ଯାଜପୁରରେ ୪୨.୫, ରାଉରକେଲା ୪୨.୪, କେନ୍ଦ୍ରାପଡ଼ା ଓ ଭଦ୍ରକରେ ୪୨, ସୋନପୁର ଓ ହୀରାକୁଦରେ ୪୧.୯, ସୁନ୍ଦରଗଡ଼ ୪୧.୮, ପାରଳାଖେମୁଣ୍ଡି ୪୧.୭, ବାଲେଶ୍ୱର, ଫୁଲବାଣୀ ଓ ବରଗଡ଼ରେ ୪୧.୪, ଭୁବନେଶ୍ୱରରେ ୪୧.୩, ଖୋର୍ଦ୍ଧା ୪୧, ଛତ୍ରପୁର, ୪୦.୮, ଚାନ୍ଦବାଲି ୪୦.୭, ଜଗତ୍‌ସିଂହପୁର ୪୦.୬ ଓ ରାୟଗଡ଼ାରେ ୪୦ ଡିଗ୍ରୀ ତାପମତ୍ରା ରେକର୍ଡ କରାଯାଇଛି। ସେପଟେ ମଙ୍ଗଳବାର ମୟୂରଭଞ୍ଜ, ବାଲେଶ୍ୱର, କେନ୍ଦୁଝର, ଭଦ୍ରକ, ଢେଙ୍କାନାଳ, ଅନୁଗୋଳ, ବୌଦ୍ଧ, କଟକ ଓ ଖୋର୍ଦ୍ଧା ଜିଲାରେ ଭୀଷଣ ଗ୍ରୀଷ୍ମ ପ୍ରବାହ ଜାରି ହେବାର ସମ୍ଭାବନା ରହିଥିବାବେଳେ ସମ୍ବଲପୁର, ଯାଜପୁର, ଜଗତ୍‌ସିଂହପୁର, କେନ୍ଦ୍ରାପଡ଼ା, ବଲାଙ୍ଗୀର, ସୋନପୁର, ମାଲକାନଗିରି, କଳାହାଣ୍ଡି, କନ୍ଧମାଳ, ଗଞ୍ଜାମ, ଗଜପତି, ନୟାଗଡ଼, ନବରଙ୍ଗପୁର, ଦେବଗଡ଼, ନୂଆପଡ଼ା, ସୁନ୍ଦରଗଡ଼, ରାୟଗଡ଼ା ଓ ଝାରସୁଗୁଡ଼ାକୁ ଗ୍ରୀଷ୍ମ ପ୍ରବାହ ନେଇ ୟେଲୋ ଓ୍ବାର୍ନିଂ ଜାରି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?