ଇସ୍ତାହାରରେ କୁହାଯାଇଥିଲା ହଜାରେ, ସରିଲାଣି ୬୮୦୦’

ଭୁବନେଶ୍ବର, ୨୪।୫(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୂର୍ତ୍ତ ବିଭାଗର ପ୍ରମୁଖ କାର୍ଯ୍ୟକ୍ରମ ଗୁଡ଼ିକର ସମୀକ୍ଷା କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ପରେ ପୂର୍ତ୍ତମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ସରକାରଙ୍କର ନିର୍ବାଚନୀ ଇସ୍ତାହାର-୨୦୧୯ର କାର୍ଯ୍ୟକାରିତା ଉପରେ ଆଲୋକପାତ କରି କହିଛନ୍ତି, ରାଉରକେଲାଠାରୁ ଆମପାଣି ପର୍ଯ୍ୟନ୍ତ ବିଜୁ ଏକ୍ସପ୍ରେସ୍‌ ୱେ (ଦୈର୍ଘ୍ୟ ୫୪୬ କି.ମି.) କାର୍ଯ୍ୟ ରେକର୍ଡ ସମୟ ମଧ୍ୟରେ ସମାପ୍ତ କରାଯାଇଛି। ବ୍ରହ୍ମପୁରଠାରୁ ଜୟପୁର ପର୍ଯ୍ୟନ୍ତ ୩୧୮ କି.ମି. ଦୀର୍ଘ ପ୍ରସ୍ତାବିତ ବିଜୁ ଏକ୍ସପ୍ରେସ୍‌ ୱେ-୨ ରାସ୍ତା କାର୍ଯ୍ୟ ହାତକୁ ନିଆଯାଇଛି। ବିଜୁ ଏକ୍ସପ୍ରେସ୍‌ ୱେ କେବଳ ଏକ ରାସ୍ତା ନୁହେଁ ବରଂ ଏହା ଏକ ଇକୋନୋମିକ୍‌ କରିଡର ଯାହା ଦକ୍ଷିଣ ଏବଂ ପଶ୍ଚିମ ଓଡ଼ିଶାର ସାମାଜିକ ତଥା ଅର୍ଥନୈତିକ ଅଭିବୃଦ୍ଧିରେ ସହାୟକ ହେବ। ନିର୍ବାଚନୀ ଇସ୍ତାହାରରେ ହଜାରେ କି.ମି. ରାସ୍ତା ନିର୍ମାଣ ପାଇଁ ପ୍ରତିଶ୍ରୁତି ଦିଆଯାଇଥିଲା। ହେଲେ ଗତ ୪ ବର୍ଷ ଭିତରେ ୬୮୦୦ କି.ମି. ରାସ୍ତା ନିର୍ମାଣ କରାଯାଇଛି। ଯାହା ଧାର୍ଯ୍ୟ ଲକ୍ଷ୍ୟର ୬୮୦ ପ୍ରତିଶତ। ଏଥିପାଇଁ ୧୮,୫୦୦ କୋଟି ଟଙ୍କା ବ୍ୟୟ କରାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି।
ମନ୍ତ୍ରୀ ମଲ୍ଲିକ ଆହୁରି କହିଛନ୍ତି, ୫୫ଟି ଶିଳ୍ପାଞ୍ଚଳ ଯଥା ବଲାଙ୍ଗୀର ଜିଲାର ଇଣ୍ଡିଆନ୍‌ ଅର୍ଡନାନ୍ସ ଫ୍ୟାକ୍ଟ୍ରି, ଢେଙ୍କାନାଳ ଜିଲାର ଭୂଷଣ ଷ୍ଟିଲ୍‌ ଲିଃ, ଯାଜପୁର ଜିଲାର ସାବିତ୍ରୀ ଇଣ୍ଡଷ୍ଟ୍ରିଜ୍‌ (ପ୍ରା) ଲିଃ, ଝାରସୁଗୁଡ଼ା ଜିଲାର ବେଦାନ୍ତ ଲିମିଟେଡ୍‌, କେଉଁଝର ଜିଲାର ଟାଟା ଷ୍ଟିଲ୍‌ ଲିଃ, ଫେରୋ ଆଲଏଜ୍‌ ପ୍ଲାଣ୍ଟ, ରାଉରକେଲା ଷ୍ଟିଲ୍‌ ପ୍ଲାଣ୍ଟ ଇତ୍ୟାଦିକୁ ୨ ଲେନ୍‌/୪ ଲେନ୍‌ ରାସ୍ତା ଦ୍ୱାରା ସଂଯୋଗ କରାଯାଇଛି। ଏହାବ୍ୟତୀତ ଆଉ ୧୫ଟି ଶିଳ୍ପାଞ୍ଚଳକୁ ରାସ୍ତା ସଂଯୋଗୀକରଣ କାର୍ଯ୍ୟ ହାତକୁ ନିଆଯାଇଛି। ରାଜ୍ୟର ୧୨ଟି ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ଯଥା ବାଲେଶ୍ୱର ଜିଲାର ଚାନ୍ଦିପୁର, ତାଳସାରି, କଟକ ଜିଲାର ଲଳିତଗିରି, ଗଞ୍ଜାମ ଜିଲାର ତାରାତାରିଣୀ, ଖୋର୍ଦ୍ଧା ଜିଲାର ଚିଲିକା, ଧଉଳି ଓ ସାଳିଆ ଡ୍ୟାମ୍‌, କନ୍ଧମାଳ ଜିଲାର ଦାରିଙ୍ଗବାଡ଼ି, କୋରାପୁଟ ଜିଲାର ଗୁପ୍ତେଶ୍ୱର, ପୁରୀ ଜିଲାର ସାତପଡ଼ା, ସମ୍ବଲପୁର ଜିଲାର ହୁମା ଏବଂ ସୁନ୍ଦରଗଡ଼ ଜିଲାର ଘୋଗରକୁ ୨ ଲେନ୍‌ ରାସ୍ତା ଦ୍ୱାରା ସଂଯୋଗ କରାଯାଇଛି। ଏହାଛଡ଼ା ଆଉ ୫ଟି ପର୍ଯ୍ୟଟନ ସ୍ଥଳୀକୁ ମାର୍ଚ୍ଚ ୨୦୨୪ ସୁଦ୍ଧା ୨ ଲେନ୍‌ ରାସ୍ତା ଦ୍ୱାରା ସଂଯୋଗ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ରାଜ୍ୟର ପ୍ରମୁଖ ରାସ୍ତାରେ ୫୦ଟି ପଥପ୍ରାନ୍ତ ସୁବିଧା କେନ୍ଦ୍ର ନିର୍ମାଣ କରାଯାଇଛି। ମିଶନ ଶକ୍ତି ବିଭାଗ ସ୍ବୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ଉକ୍ତ କେନ୍ଦ୍ରଗୁଡ଼ିକୁ ପରିଚାଳନା କରିବେ। ଏ ଦିଗରେ ଏହା ଦେଶର ପ୍ରଥମ ମଡେଲ ଭାବେ ପରିଗଣିତ ହେବ। ରାଜ୍ୟର ପ୍ରମୁଖ ସହର ଯଥା ଭଦ୍ରକ, ବ୍ରହ୍ମପୁର, ବାରିପଦା, ବାଲେଶ୍ୱର, ଭବାନୀପାଟଣା, ବଲାଙ୍ଗୀର, ବରଗଡ଼, କଟକ, ଝାରସୁଗୁଡ଼ା ଏବଂ ସମ୍ବଲପୁରରେ ନୂତନ ରିଂ ରୋଡ୍‌ ନିର୍ମାଣ କରିବା ପାଇଁ ଯୋଜନା ପ୍ରସ୍ତୁତ କରାଯାଇଛି। ମନ୍ତ୍ରୀ ଆହୁରି କହିଛନ୍ତି, ଗତ ୨ ଦଶନ୍ଧି ମଧ୍ୟରେ ପୂର୍ତ୍ତ ବିଭାଗର ରାସ୍ତା ୧୬,୦୪୧ରୁ ୩୧,୩୧୭ କି.ମି.କୁ ବୃଦ୍ଧି ପାଇଛି। ଏହି ଅବଧି ମଧ୍ୟରେ ସମୁଦାୟ ୫୨୧ ସେତୁ ନିର୍ମାଣ କରାଯାଇଛି। ସେଥିମଧ୍ୟରୁ ମହାନଦୀ ଉପରେ ୧୨ଟି, ବ୍ରାହ୍ମଣୀ ଉପରେ ୫ଟି, ବୈତରଣୀ ଉପରେ ୬ଟି, ବୁଢ଼ାବଳଙ୍ଗ ଉପରେ ୩ ଟି ଏବଂ ଖରସ୍ରୋତା ଉପରେ ୩ଟି ସେତୁ ଅନ୍ତର୍ଭୁକ୍ତ। ମାଲକାନଗିରି ଜିଲାର ସ୍ବାଭିମାନ ଅଞ୍ଚଳକୁ ସଂଯୋଗ କରୁଥିବା ବହୁ ପ୍ରତୀକ୍ଷିତ ଗୁରୁପ୍ରିୟା ସେତୁ କାର୍ଯ୍ୟ ମଧ୍ୟ ଉକ୍ତ ଅବଧି ମଧ୍ୟରେ ସମ୍ପୂର୍ଣ୍ଣ ହୋଇଛି। ପୁରୀକୁ ଏକ ବିଶ୍ୱସ୍ତରୀୟ ଐତିହ୍ୟସ୍ଥଳୀରେ ପରିଣତ କରିବା ପାଇଁ ଅବଢ଼ା ଯୋଜନାରେ ୪୨୨୪ କୋଟି ଟଙ୍କା ବିନିମୟରେ ୨୧ଟି ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ ହାତକୁ ନିଆଯାଇଛି। ସମଲେଶ୍ୱରୀ ମନ୍ଦିର ବିକାଶ ନିମନ୍ତେ ୩୦ ଏକର ପରିମିତ ଜାଗାରେ ୧୯୩ କୋଟି ଟଙ୍କା ବିନିମୟରେ ପ୍ରକଳ୍ପ କାର୍ଯ୍ୟ ହାତକୁ ନିଆଯାଇଛି। ଉକ୍ତ କାର୍ଯ୍ୟକୁ ନଭେମ୍ବର ୨୦୨୩ ସୁଦ୍ଧା ସମ୍ପୂର୍ଣ୍ଣ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ଲିଙ୍ଗରାଜ ମନ୍ଦିର ଏବଂ ପାର୍ଶ୍ୱବର୍ତ୍ତୀ ଅଞ୍ଚଳର ବିକାଶ ନିମନ୍ତେ ୨୧୪ କୋଟି ଟଙ୍କା ବିନିମୟରେ ପ୍ରକଳ୍ପ କାର୍ଯ୍ୟ ହାତକୁ ନିଆଯାଇଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?