ଚାଷୀ ଗୀତ ଗାଇଲେ ବର୍ଷା ହୁଏ

ଜୟପୁର, ୨୩।୮: ରାଜସ୍ଥାନରେ ବର୍ଷାଭାବ ବେଳେ ଚାଷୀ ହାତରେ ଛତା ଧରି ବିଲକୁ ଯାଇ ରାଗ ମେଘ ମଲ୍ଲାର ଗୀତ ଗାଇଲେ ବର୍ଷା ହୋଇଥାଏ। ଏକଥା ବିଶ୍ୱାସ ନ ହେଲେ ମଧ୍ୟ ସତ୍ୟ। ଏପରିକି କେମ୍ବ୍ରିଜ୍‌ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକମାନେ ଏହି ଘଟଣାରେ ବିସ୍ମିତ ହୋଇଛନ୍ତି। ରାଜସ୍ଥାନରେ ଏଭଳି ପରମ୍ପରା ୧୦୦୦ ବର୍ଷ ହେଲା ଚଳିଆସୁଛି। ଚାଷୀମାନେ ବୀର ତେଜାଜୀଙ୍କ ଗୌରବ ଗାଥା ଗାନ କରିଥାନ୍ତି। ତେଜାଜୀ ହେଉଛନ୍ତି ଜଣେ ସ୍ଥାନୀୟ ଜନନାୟକ ଯିଏ ଗାଈମାନଙ୍କ ସୁରକ୍ଷା ପାଇଁ ନିଜ ଜୀବନକୁ ବଳି ଦେଇଥିଲେ। ବ୍ରିଟେନର ପିଏଚ୍‌ଡି ଛାତ୍ରୀଛାତ୍ର ଏହି ‘ତେଜା ସଙ୍ଗୀତ’ ଉପରେ ଖୁବ୍‌ଶୀଘ୍ର ଗବେଷଣା କରିବେ। ତେଜା ସଙ୍ଗୀତର ଲୋକପ୍ରିୟତାକୁ ନେଇ ୧୧ ବର୍ଷ ପୂର୍ବେ ମଦନ ମୀନା ନାମକ ପୂର୍ବ ରାଜସ୍ଥାନର ଜଣେ ବାସିନ୍ଦା କେମ୍ବ୍ରିଜ୍‌ ବିଶ୍ୱବିଦ୍ୟାଳୟ ସହାୟତାରେ ୩୦୦ ପୃଷ୍ଠାର ଏକ ପୁସ୍ତକ ଲେଖିଥିଲେ। କେମ୍ବ୍ରିଜ୍‌ ବିଶ୍ୱବିଦ୍ୟାଳୟ ଓ୍ବେବ୍‌ସାଇଟ୍‌ରେ ‘ତେଜା ଗାଥା’ ନାମରେ ଉକ୍ତ ପୁସ୍ତକ ସମେତ ଅନ୍ୟାନ୍ୟ ସମସ୍ତ ବିବରଣୀ, ଅଡିଓ ଏବଂ ଭିଡିଓ ରେକର୍ଡିଂ ଉପଲବ୍ଧ। ତେଜା ଗୀତ ସହ ବର୍ଷାର ନିବିଡ଼ ସମ୍ପର୍କ ଥିବା ରାଜସ୍ଥାନୀମାନେ କହିଥାନ୍ତି। ଚାଷୀମାନେ ଏହି ଗୀତ ଗାଇଲେ ଇନ୍ଦ୍ରଦେବ ବର୍ଷା ମାଧ୍ୟମରେ ଆଶୀର୍ବାଦ ଦେଇଥାନ୍ତି ବୋଲି କର୍ମାବାଈ ଜାଟ୍‌ ମହିଳା ଅନୁଷ୍ଠାନର ରାଜ୍ୟ ଅଧ୍ୟକ୍ଷା ଡ. ରଜନୀ ଗଓ୍ବାଡ଼ିୟା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବେରୋଜଗାର-ମହଙ୍ଗା ମାଡ଼ ବୃଦ୍ଧି ପାଇଁ ଦାୟୀ ମୋଦି: ରାହୁଲ

ନୂଆଦିଲ୍ଲୀ,୨୦।୩: କଂଗ୍ରେସ ପକ୍ଷରୁ ଲଗାତାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ ଟାର୍ଗେଟ୍‌ କରାଯାଉଛି। ଏହି ମର୍ମରେ ରାହୁଲ ଗାନ୍ଧୀ ଟୁଇଟ୍‌ କରି କହିଛନ୍ତି ଯେ, ମୋଦି...

ସଞ୍ଜୟ ରାଉତଙ୍କୁ ଇଡି ସମନ

ମୁମ୍ବାଇ,୨୭।୬: ଶିବସେନାର ବରିଷ୍ଠ ନେତା ତଥା ରାଜ୍ୟ ସଭା ଏମ୍‌ପି ସଞ୍ଜୟ ରାଉତଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ପକ୍ଷରୁ ସମନ ଜାରି କରାଯାଇଛି। ଜମି ଦୁର୍ନୀତି ମାମଲାରେ...

ୟୁଜିସି ନିୟମରେ ପରିବର୍ତ୍ତନ, ଗୋଟିଏ ସମୟରେ ପଢ଼ିହେବ ଦୁଇ ପାଠ୍ୟକ୍ରମ…

ନୂଆଦିଲ୍ଲୀ, ୨୪।୪ : ଭାରତୀୟ ଛାତ୍ରୀଛାତ୍ରମାନେ ବର୍ତ୍ତମାନ ଡିପ୍ଲୋମା ଏବଂ ଗ୍ରାଜୁଏଶନ କିମ୍ବା ଗ୍ରାଜୁଏଶନ ଏବଂ ପୋଷ୍ଟ ଗ୍ରାଜୁଏଶନ କିମ୍ବା ଦୁଇଟି ଗ୍ରାଜୁଏଶନ ପାଠ୍ୟକ୍ରମରେ ନାମ...

ମୁସଲମାନ ପରିବାର କଲେ ହିନ୍ଦୁ ବୃଦ୍ଧଙ୍କ ଅନ୍ତିମ ସଂସ୍କାର…

ପାଟନା, ୩।୭ : ଧର୍ମ ଅପେକ୍ଷା ମାନବିକତା ଅଧିକ ଗୁରୁତ୍ୱପୂର୍ଣ୍ଣ। ବିହାର ରାଜା ବଜାରର ସାବନପୁରାର ଏକ ମୁସଲମାନ ପରିବାର ଭାଇଚାରା ଏବଂ ସୌହାର୍ଦ୍ଦ୍ୟର ଏକ...

ସରିସ୍କା ବ୍ୟାଘ୍ର ଅଭୟାରଣ୍ୟ

ବାଘମାନଙ୍କୁ ସୁରକ୍ଷା ଯୋଗାଇ ଦେବାପାଇଁ ରାଜସ୍ଥାନର ଅଲଓ୍ବର ଜିଲାରେ ରହିଛି ଏକ ଅଭୟାରଣ୍ୟ, ଯାହାର ନାଁ ହେଲା ସରିସ୍କା ବ୍ୟାଘ୍ର ଅଭୟାରଣ୍ୟ। କେବଳ ବାଘ ନୁହେଁ,...

ଭାରତର ଶେଷ ଗାଁରେ ପାଦ ଦେଲେ ହୁଏ ଏପରି ଚମତ୍କାର…

ଭାରତରେ ଏପରି ଏକ ଗାଁ ରହିଛି, ଯେଉଁଠାକୁ ଗଲେ ଅର୍ଥ ସମସ୍ୟା, ଦାରିଦ୍ର୍ୟତା ଓ ଅଭାବ ଅନଟନ ଦୂର ହୋଇଯାଏ। ଏହି ଗଁା ହେଉଛି ଉତ୍ତରାଖଣ୍ଡର...

ନିଟ୍‌ ପରୀକ୍ଷା ସ୍ଥଗିତ ରଖିବା ଆବେଦନ ଖାରଜ: ୧୩ ସେପ୍ଟେମ୍ବରରେ ହେବ ପରୀକ୍ଷା

ନୂଆଦିଲ୍ଲୀ, ୯।୯: କରୋନା ମହାମାରୀ ସଂକ୍ରମଣକୁ ଦୃଷ୍ଟିରେ ରଖି ନିଟ୍‌ ପରୀକ୍ଷାକୁ ସ୍ଥଗିତ ରଖିବା ଲାଗି ହୋଇଥିବା ଏକ ଆବେଦନକୁ ସୁପ୍ରିମ୍‌କୋର୍ଟ ବୁଧବାର ଖାରଜ କରି...

ଗର୍ଭବତୀ ମହିଳାଙ୍କ ପରି ବଢୁଥିଲା ଏହି ବ୍ୟକ୍ତିଙ୍କ ପେଟ, କାରଣ ଜାଣି ଡାକ୍ତର ହେଲେ ଆଶ୍ଚର୍ଯ୍ୟ

ମାନବ ଶରୀର ଅତ୍ୟନ୍ତ ଅଜବ। ଆହୁରି ଅଦ୍ଭୁତ ଏବଂ ଆଶ୍ଚର୍ଯ୍ୟର ବିଷୟ ହେଉଛି ଯଦି ଜଣେ ପୁରୁଷଙ୍କ ପେଟ ଗର୍ଭବତୀ ମହିଳାଙ୍କ ପରି ବଢ଼ିଚାଲେ। ସେମିତି...

Advertisement
Archives

Model This Week