Posted inଜାତୀୟ

ଚନ୍ଦ୍ରରେ ଜଳ ସୃଷ୍ଟି ସମ୍ଭବ

ବେଙ୍ଗାଲୁରୁ,୧୬ା୯: ପୃଥିବୀର ଉଚ୍ଚ ଶକ୍ତିଯୁକ୍ତ ଇଲେକ୍ଟ୍ରୋନ୍‌ଗୁଡ଼ିକରୁ ଚନ୍ଦ୍ର ପୃଷ୍ଠରେ ଜଳ ପ୍ରସ୍ତୁତ କରାଯାଇପାରିବ। ବୈଜ୍ଞାନିକମାନଙ୍କର ଏକ ଟିମ୍‌ ଭାରତର ଚନ୍ଦ୍ରୟାନ-୧ ଲୁନାର ମିଶନ ପଠାଇଥିବା ରିମୋଟ୍‌ ସେନ୍‌ସିଂ ଡେଟା ଅନୁଧ୍ୟାନରୁ ଏହା ଜାଣିବାକୁ ପାଇଛନ୍ତି। ଉକ୍ତ ଆବିଷ୍କାର ନେଚର ଆଷ୍ଟ୍ରୋଲୋଜି ପତ୍ରିକାରେ ପ୍ରକାଶ ପାଇଛି। ଆମେରିକାର ହାଓ୍ବାଇ ୟୁନିଭର୍ସିଟିର ବୈଜ୍ଞାନିକମାନେ ଚନ୍ଦ୍ରୟାନ-୧ ପଠାଇଥିବା ତଥ୍ୟ ଉପରେ ଗବେଷଣା ଚଳାଇଥିଲେ। ପୃଥିବୀର ପ୍ଲାଜ୍‌ମା ଶିଟ୍‌ରେ ଥିବା ଇଲେକ୍ଟ୍ରୋନ୍‌ଗୁଡ଼ିକର ଚନ୍ଦ୍ରପୃଷ୍ଠରେ ଜଳବାୟୁ ପ୍ରକ୍ରିୟା ପ୍ରତି ଅବଦାନ ରହିବ। ଏବେ ପ୍ରୋଟୋନ୍‌ ଭଳି ଉଚ୍ଚଶକ୍ତି କଣିକାଯୁକ୍ତ ସୌରବାୟୁ ଚନ୍ଦ୍ରପୃଷ୍ଠରେ ମାଡ଼ ହେଉଛି। ଏହା ଚନ୍ଦ୍ରରେ ଜଳ ସୃଷ୍ଟିରେ ଅନ୍ୟତମ ପ୍ରାଥମିକ ଉପାୟ ହେବ ବୋଲି ବୈଜ୍ଞାନିକମାନେ ଚିନ୍ତା କରୁଛନ୍ତି। ପ୍ଲାନେଟାରି ସାଇଣ୍ଟିଷ୍ଟ ଶୁଇ ଲି’ଙ୍କ ନେତୃତ୍ୱରେ ବୈଜ୍ଞାନିକମାନଙ୍କ ଟିମ୍‌ ଏହି ଅନୁଧ୍ୟାନ ଚଳାଇଥିଲେ।
ଚନ୍ଦ୍ର ପୃଷ୍ଠରେ ସୂର୍ଯ୍ୟକିରଣ ପଡ଼ୁ ନ ଥିବା ଅଞ୍ଚଳରେ ଜଳ ବରଫ ଅବସ୍ଥାରେ ଗଚ୍ଛିତ ଥିବା ପୂର୍ବରୁ ଜଣାପଡ଼ିଥିଲା। ଏହି ବରଫ କେଉଁଠୁ ସୃଷ୍ଟି ହୋଇଛି, ତାହା ବୁଝିବାରେ ଏହି ଅଧ୍ୟୟନ ସହାୟକ ହେବ ବୋଲି କୁହାଯାଇଛି। ୨୦୦୮ରେ ଭାରତର ପ୍ରଥମ ଚନ୍ଦ୍ର ମିଶନ ଚନ୍ଦ୍ରୟାନ-୧ ଲଞ୍ଚ ହୋଇଥିଲା। ଚନ୍ଦ୍ରପୃଷ୍ଠରେ ଜଳ ଅଣୁ ସନ୍ଧାନରେ ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?