Posted inଜାତୀୟ

ସୋନିଆଙ୍କ ସ୍ବାସ୍ଥ୍ୟ ସହିତ ଖେଳିବା ଠିକ ନୁହେଁ, ଗୁଲାମନବୀ-ଆନନ୍ଦ ଶର୍ମାଙ୍କ କ୍ଷୋଭ…

ନୂଆଦିଲ୍ଲୀ, ୨୭।୭ : କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଇଡ଼ିର ପଚରାଉଚରାନେଇ ବରିଷ୍ଠ ନେତା ଗୁଲାମନବୀ ଆଜାଦ ଏବଂ ଆନନ୍ଦ ଶର୍ମା ମୁହଁ ଖୋଲିଛନ୍ତି। ଏହି ବୟସରେ ସୋନିଆ ଗାନ୍ଧୀଙ୍କର ସୱାସ୍ଥ୍ୟ ସହିତ ଖେଳିବା ଠିକ ନୁହେଁ ବୋଲି ଗୁଲାମ ନବୀ ଆଜାଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ଉଦ୍ଦେଶ୍ୟରେ କହିଛନ୍ତି। ଏଥି ସହିତ କଂଗ୍ରେସର ବରିଷ୍ଠ ନେତା ଗୁଲାମ ନବୀ ଆଜାଦ କହିଛନ୍ତି ଦୁଇମାସ ମୁଁ ଅସୁସ୍ଥ ଥିଲି। ଯେଉଁଥିପାଇଁ ମୁଁ ପ୍ରଥମ ପ୍ରଦର୍ଶନରେ ଭାଗ ନେଇପାରିଲି ନାହିଁ। ନ୍ୟାଶନାଲ ହେରାଲ୍ଡର କେଉଁ କାଗଜ ପତ୍ର ବିଷୟରେ କୁହାଯାଉଛି ଯାହା ଇଡି ପାଖରେ ନାହିଁ? ଏହି ଲୋକମାନେ ବହୁ ବର୍ଷ ଧରି ଅନୁସନ୍ଧାନ କରୁଛନ୍ତି।

ରାହୁଲଙ୍କୁ ଇଡି ଦ୍ୱାରା ଅନେକ ଥର ଡକାଯାଇ ପଚରାଉଚରା କରାଯାଇଥିଲା। ମାମଲା ଗୋଟିଏ, ପରିବାର ସହିତ ଜଡ଼ିତ। ଯେତେବେଳେ ତୁମେ ପୁଅଙ୍କୁ ପାଞ୍ଚ ଘଣ୍ଟା ପଚରାଉଚରା କଲ, ତେବେ ତୁମେ ଏହି ମାମଲାରେ ସୋନିଆ ଗାନ୍ଧୀଙ୍କୁ କାହିଁକି ପୁଣି ଡାକିଲ? ସୋନିଆ ଜୀଙ୍କର ସ୍ବାସ୍ଥ୍ୟ ଭଲ ନୁହେଁ, ସେ ମଧ୍ୟ ବୃଦ୍ଧା ହୋଇ ଯାଉଛନ୍ତି। ସୋନିଆ ଜୀ ଏହି ଅବସ୍ଥାରେ ଏଭଳି ଚାପ ବହନ କରି ପାରିବେ କି ? ଯେତେବେଳେ ଯୁବକମାନେ ଏହାକୁ ସହି ପାରୁ ନାହାନ୍ତି ସୋନିଆ ଗାନ୍ଧୀଙ୍କୁ ଇଡି ଏଭଳି ପ୍ରଶ୍ନ କାହିଁକି ପଚାରୁଛି। ବୋଲି ଗୁଲାମନବୀ ପ୍ରଶ୍ନ କରିଛନ୍ତି।

ପୂର୍ବରୁ ହେଉଥିବା ଯୁଦ୍ଧରେ ରୋଗୀ ଏବଂ ମହିଳାମାନଙ୍କ ଉପରେ ହାତ ନ ଉଠାଇବାକୁ ସମ୍ରାଟଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଉଥିଲା। ମୁଁ ସରକାରଙ୍କୁ ଇଡି କୁ କହିବି ଯେ ସୋନିଆ ଜୀଙ୍କୁ ଡାକିବା ଉଚିତ ନୁହେଁ। ରାହୁଲ ଗାନ୍ଧୀଙ୍କୁ ପ୍ରଶ୍ନ କରାଯାଇଛି। ସୋନିଆ ଜୀଙ୍କ ସୱାସ୍ଥ୍ୟ ସହିତ ଖେଳିବା ଠିକ ନୁହେଁ ବୋଲି ସେ କହିଛନ୍ତି।

କଂଗ୍ରେସର ବରିଷ୍ଠ ନେତା ଆନନ୍ଦ ଶର୍ମା କହିଛନ୍ତି ଯେ ଦୀର୍ଘ ସମୟ ପରେ ମୁଁ ଏବଂ ଗୁଲାମ ନବୀ ଆଜାଦ ପରସ୍ପର ସହ ସାକ୍ଷାତ ହୋଇଛୁ। ଅନୁସନ୍ଧାନ ଏକ ଅସୁବିଧା ନୁହେଁ । ଆମ ଦେଶ ଏକ ଗଣତାନ୍ତ୍ରିକ ଦେଶ । ଆମ ଦେଶରେ ସମସ୍ତଙ୍କର ମୌଳିକ ଅଧିକାର ଅଛି। ମାତ୍ର ଏବେ ଆଇନକୁ ଅସ୍ତ୍ର ଭାବରେ ବ୍ୟବହାର କରାଯାଉଛି। ସମସ୍ତ ତଥ୍ୟ ସାମ୍ନାରେ ଅଛି, ଗତ ଦଶନ୍ଧି ଧରି ଏହା ସମସ୍ତଙ୍କ ସାମ୍ନାରେ ରହିଛି। ସମାନ ମାମଲାରେ ଯେତେବେଳେ ରାହୁଲ ଗାନ୍ଧୀଙ୍କୁ ପ୍ରଶ୍ନ କରାଯାଇଥିଲା, ସେତେବେଳେ ସୋନିଆଙ୍କୁ ତୃତୀୟ ଦିନରେ କାହିଁକି ଡକାଗଲା? ଗଣତନ୍ତ୍ର ପାଇଁ ଏହା ଭଲ ନୁହେଁ। ଦେଶରେ ମୁଦ୍ରାସ୍ଫୀତି ଏବଂ ବେକାରୀ ଏକ ବଡ ପ୍ରସଙ୍ଗ । ସଂସଦର ସମ୍ମାନ ରକ୍ଷା କରିବା ଏବଂ ଗଣତନ୍ତ୍ରକୁ ବଞ୍ଚାଇବା ପାଇଁ ମୁଁ ସରକାରଙ୍କୁ ନିବେଦନ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

କଲମ୍ବୋ ଟେଷ୍ଟରେ ଗିଲଙ୍କ ରେକର୍ଡ: ଭାଙ୍ଗିଲେ କୋହଲି-ଧୋନିଙ୍କ ରେକର୍ଡ

ନୂଆଦିଲ୍ଲୀ,୨୩।୮: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ଦ୍ୱିତୀୟ ମୁକାବିଲା କଲମ୍ବୋର SSC ଗ୍ରାଉଣ୍ଡରେ ଖେଳାଯାଉଛି । ଟସ୍ ଜିତି ଭାରତୀୟ ଅଧିନାୟକ ଶୁଭମନ…

‘ମୁଁ ଏଠାକାର ଖେଳାଳି’, ନଦୀରେ ଡେଇଁ ଭିଡିଓ ପୋଷ୍ଟ କଲେ କିରେନ ରିଜିଜୁ, ରାହୁଲ ଗାନ୍ଧୀଙ୍କ ସହ ତୁଳନାରେ ଦେଲେ ଏମିତି ଜବାବ

ନୂଆଦିଲ୍ଲୀ,୨୩।୮: ଅରୁଣାଚଳ ପ୍ରଦେଶର ଏମପି ତଥା କେନ୍ଦ୍ରମନ୍ତ୍ରୀ କିରେନ ରିଜିଜୁ ସୋସିଆଲ ମିଡିଆରେ ନିଜର ଏକ ଭିଡିଓକୁ ନେଇ ଚର୍ଚ୍ଚାରେ ଅଛନ୍ତି । ନଦୀରେ ଡେଇଁ ତୀବ୍ର…

ରନ୍ଧନ ଗ୍ୟାସକୁ ନେଇ କେନ୍ଦ୍ର ସରକାରଙ୍କ ବଡ଼ ନିୟମ: ଏହା ଥିଲେ ବନ୍ଦ ହେବ LPG ସିଲିଣ୍ଡର

ନୂଆଦିଲ୍ଲୀ,୨୩।୮: ଦେଶର ଘରୋଇ ରୋଷେଇ ଗ୍ୟାସ ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ଆଣିବା ଦିଗରେ କେନ୍ଦ୍ର ସରକାର ପଦକ୍ଷେପ ନେଉଛନ୍ତି । ଯେଉଁ ଅଞ୍ଚଳରେ ପୂର୍ବରୁ PNG (Piped…

ସ୍କୁଲ ବନ୍ଦ କରି ଚାଲିଗଲେ ଶିକ୍ଷକ: ଭିତରେ ଫସି ରହିଲେ ଛାତ୍ରୀ, କାନ୍ଦ ବୋବାଳି….

ବଲାଙ୍ଗୀର,୨୩ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପାଟଣାଗଡ ଭାଇଁସା ସରକାରୀ ପ୍ରାଥମିକ ଉଚ୍ଚ ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗତକାଲି ଶନିବାର ଦିନ…

ଡିଜିଟାଲ ଠକେଇରୁ କେମିତି ମିଳିବ ମୁକ୍ତି? ବରିଷ୍ଠ ନାଗରିକଙ୍କୁ ନେଇ…

ଛତ୍ରପୁର,୨୩ା୮(ଦିଲ୍ଲୀପ ସାମଲ): ବଢୁଥିବା ସାଇବର ଅପରାଧ ଓ ବିଶେଷକରି ଡିଜିଟାଲ ଆରେଷ୍ଟ ନାମରେ ହେଉଥିବା ଠକେଇରୁ ବରିଷ୍ଠ ନାଗରିକମାନଙ୍କୁ ସଚେତନ କରିବା ଲକ୍ଷ୍ୟରେ ଛତ୍ରପୁର ଥାନା ପକ୍ଷରୁ…

ଥୁଆମୂଳ ରାମପୁରରେ ରେକର୍ଡ ବର୍ଷା; ଯାତାୟତ ସମ୍ପୂର୍ଣ୍ଣ ଠପ୍, ପାଣିରେ ଫସିଲା ଆମ୍ବୁଲାନ୍ସ

ଥୁଆମୂଳ ରାମପୁର,୨୩ା୮(ଦୁର୍ଗା କୀର୍ତ୍ତି): ଲଘୁଚାପ ପ୍ରଭାବରେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲାରେ ପ୍ରବଳ ବର୍ଷା ଜାରି ରହିଥିବା ବେଳେ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ରେକର୍ଡ…

ଭରା ପାଣିରେ ବଞ୍ଚିବା ପାଇଁ ସଂଘର୍ଷ, ଗ୍ରାମବାସୀ ଜନପ୍ରତିନିଧିଙ୍କୁ ଅଭିଯୋଗ କରିବା ପରେ ବି…

ଗୁଡ଼ାରି,୨୩ା୮(ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକର ପେଣ୍ଡିଲି ପଞ୍ଚାୟତ ଅନ୍ତର୍ଗତ ପଞ୍ଚୁପାଣ୍ଡବ ଗ୍ରାମ ନିକଟରେ ପ୍ରବାହିତ ନାଳରେ ଲଘୁଚାପ ଜନିତ ବର୍ଷା ଯୋଗୁ ଅଧିକ…

ଆସନ୍ତାକାଲି ପ୍ରବଳ ବର୍ଷା ସହ ବଜ୍ରପାତ ସମ୍ଭାବନା: ଏହି ଜିଲାରେ ସବୁ ସ୍କୁଲ ଛୁଟି

ନବରଙ୍ଗପୁର,୨୩ା୮(ସଦାଶିବ ପ୍ରହରାଜ): ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ନବରଙ୍ଗପୁର ଜିଲାରେ ଆସନ୍ତାକାଲି ଅର୍ଥାତ୍‌ ୨୪ ଅଗଷ୍ଟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହିତ ଘଡ଼ଘଡ଼ି ଓ ବଜ୍ରପାତର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri