Posted inଜାତୀୟ

ଅନୁସନ୍ଧାନ ପ୍ରଭାବିତ ହେବା ଆଶଙ୍କାରେ ଅଭିଯୁକ୍ତଙ୍କ ଜାମିନ୍‌ ମଞ୍ଜୁର ନ କରିବା ଠିକ୍‌ ନୁହେଁ…

ନୂଆଦିଲ୍ଲୀ,୨୭।୨ : ଅଭିଯୁକ୍ତଙ୍କ ଜାମିନ୍‌ ଦ୍ୱାରା ଅନୁସନ୍ଧାନ ପ୍ରଭାବିତ ହେବାର ଅସ୍ପଷ୍ଟ ଆଶଙ୍କା କରି ତାଙ୍କୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଜେଲରେ ରଖିବା ଏକ ଯୁକ୍ତିଯୁକ୍ତ କାରଣ ହୋଇପାରିବ ନାହିଁ। ଏକ ମାମଲାର ବିଚାର କରି ଦିଲ୍ଲୀ ହାଇକୋର୍ଟ ଏଭଳି କହିଛନ୍ତି। ଜଷ୍ଟିସ ସୁବ୍ରମଣ୍ୟମ ପ୍ରସାଦଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ କହିଛନ୍ତି ଯେ କୌଣସି ଆପରାଧିକ ମାମଲାରେ ଜଣେ ଅଭିଯୁକ୍ତଙ୍କ ଦ୍ୱାରା ନ୍ୟାୟ ବ୍ୟବସ୍ଥାରେ ହସ୍ତକ୍ଷେପ ହେବାର ଆଶଙ୍କା ନଥାଏ। ଏପରିସ୍ଥଳେ ଅଭିଯୁକ୍ତଙ୍କର ବ୍ୟକ୍ତିଗତ ସ୍ବାଧୀନତାକୁ ବଞ୍ଚିତ କରିବାର ଅଧିକାର ମଧ୍ୟ ନାହିଁ।

ତାଙ୍କ ଦ୍ୱାରା ଅନୁସନ୍ଧାନରେ ହସ୍ତକ୍ଷେପର ଆଶଙ୍କା କରି ଏହାକୁ ଜାମିନ ନାମଞ୍ଜୁର କରିବାର ଏକମାତ୍ର ମାନଦଣ୍ଡ ଭାବେ ଗ୍ରହଣ କରାଯାଇ ପାରିବ ନାହିଁ। ଜାମିନର ଉଦ୍ଦେଶ୍ୟ ହେଉଛି ବିଚାର ସମୟରେ ଅଭିଯୁକ୍ତଙ୍କ ଉପସ୍ଥିତି ସୁରକ୍ଷିତ ରଖିବା। ତେଣୁ ଉଦ୍ଦେଶ୍ୟ ଦଣ୍ଡନୀୟ କିମ୍ବା ପ୍ରତିରୋଧକାରୀ ନୁହେଁ।

ଯେ ପର୍ଯ୍ୟନ୍ତ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ ହୋଇନାହାଁନ୍ତି, ତାଙ୍କୁ ନ୍ୟାୟ ପ୍ରଦାନରୁ ବଞ୍ଚିତ ରଖାଯିବା ଉଚିତ ନୁହେଁ। ଭାରତୀୟ ଦଣ୍ଡବିଧି ସଂହିତା (ଆଇପିସି) ର ଧାରା ୪୦୬, ୪୨୦, ୪୦୯ ଏବଂ ୧୨୦-ବି ଅନ୍ତର୍ଗତ କୋର୍ଟ ଦୁଇ ଜଣ ଭିଯୁକ୍ତଙ୍କୁ ଜାମିନ ପ୍ରଦାନ କରିଥିଲେ। ଉଭୟ ଆବେଦନକାରୀଙ୍କ ବିରୋଧରେ ମାମଲା ବିଚାରାଧୀନ ଅଛି। ଅଭିଯୁକ୍ତମାନେ ପରବର୍ତ୍ତୀ ସମୟରେ ଦୋଷୀ ସାବ୍ୟସ୍ତ ହେଲେ, ସେମାନଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯିବାର ସମ୍ଭାବନା ମଧ୍ୟ ରହିଛି।

ତେବେ କୋର୍ଟ ଦର୍ଶାଇଛନ୍ତି ଯେ ଏହା ଜାମିନ ନାମଞ୍ଜୁର ହେବାର ଏକମାତ୍ର କାରଣ ହୋଇପାରିବ ନାହିଁ। ଉଭୟ ଆବେଦନକାରୀ ଏକ ବର୍ଷରୁ ଅଧିକ ସମୟ ଜେଲରେ ଥିବା ଦର୍ଶାଇ କୋର୍ଟ କହିଛନ୍ତି। ଚାର୍ଜସିଟ ତଥା ସପ୍ଲିମେଣ୍ଟାରୀ ଚାର୍ଜସିଟ ଦାଖଲ କରାଯାଇଛି। ଉପଲବ୍ଧ ସମସ୍ତ ପ୍ରମାଣ ଡକ୍ୟୁମେଣ୍ଟାରୀ ଏବଂ ତଦନ୍ତ ଅଧୀନରେ ଅଛି। ମାତ୍ର ଅଭିଯୁକ୍ତଙ୍କ ଦୋଷ ସାବ୍ୟସ୍ତ ହୋଇ ନାହିଁ। ତେଣୁ ସେହି ଅନୁଯାୟୀ କୋର୍ଟ ଉଭୟଙ୍କୁ ଜାମିନ ପ୍ରଦାନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୪୨ କଲେଜକୁ ସ୍ବୟଂଶାସିତ ମାନ୍ୟତା ପ୍ରସ୍ତାବ: ତାଲିକାରେ ଗଞ୍ଜାମର ୧୧ କଲେଜ

ଭଞ୍ଜନଗର,୧୩।୧୦(ବାବୁଲା ପ୍ରଧାନ): ରାଜ୍ୟର ୪୨ଟି ମହାବିଦ୍ୟାଳୟକୁ ସ୍ବୟଂଶାସିତ ମାନ୍ୟତା ପ୍ରଦାନ ନେଇ ରାଜ୍ୟ ସରକାର ଯୋଜନା ରଖିଥିବା ଜଣାପଡ଼ିଛି। ଏନେଇ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ପକ୍ଷରୁ…

ଗର୍ଭବତୀ ମହିଳା ସାମ୍ବାଦିକାଙ୍କୁ ଧକ୍କା ଦେଲେ ରାହୁଲ! ଭାଜପା ନେତାଙ୍କ ସାଂଘାତିକ ଅଭିଯୋଗ, କହିଲେ- ତାଙ୍କ ଗର୍ଭ…

ନୂଆଦିଲ୍ଲୀ,୧୩।୧୦: କଂଗ୍ରେସ ସାଂସଦ ତଥା ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ସୋମବାର ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ଏକ ମାର୍ଚ୍ଚ କରିଥିଲେ। ଏହି ମାର୍ଚ୍ଚରେ ଇଣ୍ଡିଆ…

ସାନଖେମୁଣ୍ଡିରେ ଅଙ୍ଗନୱାଡି କର୍ମୀ ସଂଘ ପକ୍ଷରୁ ପ୍ରତିବାଦ ସଭା: ୧୪ ଦଫା ଦାବି ସମ୍ବଳିତ…

ଦିଗପହଣ୍ଡି,୧୩|୧୦(ଅଶେଷ ନାଥ ମିଶ୍ର: )ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଲ୍ ଓଡ଼ିଶା ଅଙ୍ଗନୱାଡ଼ି ଲେଡିଜ୍ ୱାର୍କର ଆସୋସିଏସନ୍ ବ୍ଲକ ଶାଖା କମିଟି ପକ୍ଷରୁ ପାଟପୁର ଠାରେ ସଭା…

SIRକୁ ନେଇ ରାଜନୈତିକ ହଟଚମଟ ମଧ୍ୟରେ ଭାଜପାର ବଡ଼ ବିଜୟ, ବିରୋଧୀଙ୍କୁ ଲାଗିଲା ଝଟ୍‌କା

ଗାନ୍ଧୀନଗର,୧୩।୧୦: ଗୁଜରାଟରେ ସ୍ଥାନୀୟ ନିକାୟ ନିର୍ବାଚନର ଭୋଟ ଗଣତି ଶେଷ ହେବା ପରେ ଗାନ୍ଧୀନଗର ମ୍ୟୁନିସିପାଲ କର୍ପୋରେସନ, ଓଖା ଓ ଥାରାରେ ଭାଜପା ଚମତ୍କାର ବିଜୟ ହାସଲ…

ବଡ଼ ନିଷ୍ପତ୍ତି; ଅକ୍ଟୋବର ୧୫ରୁ UPI ଉପରେ ଲାଗୁ ହେବନି MDR ଚାର୍ଜ, ଜାଣନ୍ତୁ କେବେଠୁ…

ନୂଆଦିଲ୍ଲୀ,୧୩।୧୦: ଡିଜିଟାଲ୍‌ ପେମେଣ୍ଟକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି । UPI ପେମେଣ୍ଟ୍‌ ଉପରେ ନୂଆ ଚାର୍ଜ ଲାଗୁ କରିବା ନିଷ୍ପତ୍ତିକୁ ଦୀପାବଳି ପର୍ଯ୍ୟନ୍ତ ସ୍ଥଗିତ…

ଆଇପିଏଲ୍‌ ୨୦୨୭ରେ ଖେଳିବେ କି ଧୋନି? ବଡ଼ ଖୁଲାସା କଲେ….

ନୂଆଦିଲ୍ଲୀ,୧୩।୧୦: ଆଇପିଏଲ୍‌ର ସଫଳତମ ଫ୍ରାଞ୍ଚାଇଜି ମଧ୍ୟରୁ ଅନ୍ୟତମ ଚେନ୍ନାଇ ସୁପର କିଙ୍ଗ୍ସ (CSK)ର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ଭବିଷ୍ୟତକୁ ନେଇ ପୁଣି ଚର୍ଚ୍ଚା ଜୋର…

ବେଆଇନ ଇଟାଭାଟି ଉଚ୍ଛେଦ ଆରମ୍ଭ: ଶ୍ରମିକଙ୍କ ଥଇଥାନକୁ ନେଇ ଉଠିଲା ପ୍ରଶ୍ନ

ନୀଳଗିରି, ୧୩।୧୦(ପ୍ରଶାନ୍ତ କୁମାର ବିଶ୍ୱାଳ): ବାଲେଶ୍ୱର ଜିଲା ନୀଳଗିରି ଉପଖଣ୍ଡ ଅନ୍ତର୍ଗତ କୁଳଡ଼ିହା ଅଭୟାରଣ୍ୟର ଇକୋ ସେନ୍ସିଟିଭ ଜୋନ୍‌ରେ ଥିବା ୧୩ଟି ବେଆଇନ ଇଟାଭାଟି ଉଚ୍ଛେଦ ପ୍ରକ୍ରିୟା…

ନଣଦେଇଙ୍କୁ ଭଲ ପାଉଥିଲେ ସ୍ତ୍ରୀ, ସ୍ବାମୀ ଜାଣିଲା ପରେ ଯାହା ଘଟିଲା, ଜାଣିଲେ ଗୋଡ଼ ତଳୁ ଖସିଯିବ ମାଟି

ଗାଜିଆବାଦ,୧୩।୧୦: ଉତ୍ତରପ୍ରଦେଶର ଗାଜିଆବାଦ ଜିଲାରେ ସ୍ବାମୀଙ୍କୁ ହତ୍ୟା କରିବା ପାଇଁ ଷଡ଼ଯନ୍ତ୍ର ରଚିଥିବା ଅଭିଯୋଗରେ ପୋଲିସ ମୃତକଙ୍କ ସ୍ତ୍ରୀ ଓ ତାଙ୍କ ପ୍ରେମିକଙ୍କୁ ଗିରଫ କରିଛି। ଖୋଡ଼ା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?