ପୋଷା କୁକୁର ବିନା ୟୁକ୍ରେନ ଛାଡ଼ିବାକୁ ମନା କଲେ ଭାରତୀୟ ଛାତ୍ର

ନୂଆଦିଲ୍ଲୀ,୨୭।୨: ଯୁଦ୍ଧରେ ଯର୍ଯରିତ ୟୁକ୍ରେନରେ ଫସିଥିବା ଜଣେ ତୃତୀୟ ବର୍ଷର ଇଞ୍ଜିନିୟରିଂ ଛାତ୍ର ପୋଷା କୁକୁର ବିନା ଦେଶ ଛାଡ଼ିବାକୁ ମନା କରି ଦେଇଛନ୍ତି। ଖାରକିଭ ନ୍ୟାଶନାଲ ୟୁନିଭର୍ସିଟି ଅଫ୍‌ ରେଡିଓ ଏଲେକ୍ଟ୍ରୋନିକ୍ସରେ ଅଧ୍ୟୟନ କରୁଥିବା ରିଷଭ କୌଶିକ କହିଛନ୍ତି, ସ୍ବଦେଶ ଫେରିବା ବେଳେ ସାଥିରେ ପୋଷା କୁକୁରଙ୍କୁ ନେବା ପାଇଁ ମୁଁ ସମସ୍ତ ପ୍ରକାର ଅନୁମତି ହାସଲ କରିଛି। କିନ୍ତୁ ଅଧିକାରୀମାନେ ଅଧିକରୁ ଅଧିକ ଡକ୍ୟୁମେଣ୍ଟ ମାଗୁଛନ୍ତି।

“ସେମାନେ ମୋତେ ଏୟାର ଟିକେଟ୍‌ ମାଗୁଛନ୍ତି। ୟୁକ୍ରେନର ଏୟାରସ୍ପେସ୍‌ ବନ୍ଦ ଥିଲା ବେଳେ ମୋ ପାଖରେ କେଉଁଠୁ ଏୟାର ଟିକେଟ୍‌ ଆସିବେ” ବୋଲି ସେ କହିଛନ୍ତି।

ମୁଁ ଦିଲ୍ଲୀସ୍ଥିତ ଭାରତୀୟ ସରକାରଙ୍କ ପଶୁ କ୍ୱାରେଣ୍ଟିନ ଓ ପ୍ରମାଣପତ୍ର ସେବା (ଏକ୍ୱୁସିଏସ୍‌) ଏବଂ ୟୁକ୍ରୋନରେ ଥିବା ଭାରତୀୟ ଦୂତାବାସରେ ମଧ୍ୟ ପହଞ୍ଚିଥିଲି। କିନ୍ତୁ କିଛି ଫାଇଦା ମିଳି ନ ଥିଲା। ସୋସିଆଲ ମିଡିଆରେ ଶେୟାର କରିଥିବା ଭିଡିଓରେ ସେ କହିଛନ୍ତି, ଦିଲ୍ଲୀର ଆଇଜିଆଇ ବିମାନ ବନ୍ଦର ଅଧିକାରୀଙ୍କୁ ତାଙ୍କ ପରିସ୍ଥିତି ସମ୍ପର୍କରେ ଜଣାଇଥିଲେ। ହେଲେ ସେ ସହଯୋଗ କରିବା ବଦଳରେ ତାଙ୍କୁ ଅସଭ୍ୟ ଭାଷାରେ ଗାଳି କରିଥିବା ସେ ଦାବି କରିଛନ୍ତି।

“୨୭ ତାରିଖରେ ମୋର ଫ୍ଲାଇଟ୍‌ ଥିବାରୁ ମୁଁ ବଙ୍କରରେ ଅଛି” କୁକୁରକୁ ପରିଚିତ କରାଇ ସେ କହିଥିଲେ, ଲଗାତାର ବୋମା ମାଡ଼ର ଶବ୍ଦ ଯୋଗୁ କୁକୁର କ୍ରମାଗତ କାନ୍ଦୁଛି। ଯଦି ଆପଣମାନେ ପାରିବେ, ଦୟାକରି ସାହାଯ୍ୟ କରନ୍ତୁ। କ୍ୱିଭରେ ଥିବା ଭାରତୀୟ ଦୂତାବାସ ମଧ୍ୟ ସାହାଯ୍ୟ କରୁନାହିଁ ବୋଲି ୟୁକ୍ରେନ ରାଜଧାନୀ କ୍ୱିଭର ବଙ୍କରରେ ଲୁଚିଥିବା କୌଶିକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋର୍ଟଙ୍କ ନୋଟିସକୁ ନେଇ ଇମ୍ରାନ ଖପ୍ପା

ଇସଲାମାବାଦ,୫ା୧୦: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ କୋର୍ଟରେ ଏକ ପିଟିଶନ ଦାଖଲ କରିଥିବା ସ୍ଥାନୀୟ ଗଣମାଧ୍ୟମ ସୂଚନା ଦେଇଛି। ପାକିସ୍ତାନର ନିର୍ବାଚନ ଆୟୋଗ ଇମ୍ରାନ...

ଘୋଡ଼ା-କୁକୁରଙ୍କୁ ମିଳିବ ପେନସନ୍‌

ଓ୍ବାର୍‌ସ୍ବ,୨୮।୩: ଚାକିରିରୁ ଅବସର ଗ୍ରହଣ ପରେ ମଣିଷଙ୍କୁ ପେନସନ୍‌ ମିଳିବା ଶୁଣାଯାଇଥାଏ। ତେବେ ଏବେ ସରକାରୀ ଚାକିରି କରିଥିବା ଘୋଡ଼ା ଏବଂ କୁକୁରଙ୍କୁ ଅବସର ପରେ...

ସୁଇଜରଲାଣ୍ଡର ସଂସଦରେ ସମଲିଙ୍ଗୀ ବିବାହକୁ ମଞ୍ଜୁରୀ

ଜେନେଭା, ୧୮।୧୨- ସମଲିଙ୍ଗୀ ଦମ୍ପତିଙ୍କ ବିବାହକୁ ମଞ୍ଜୁରୀ ଦେବା ପାଇଁ ସୁଇଜରଲ୍ୟାଣ୍ଡର ସଂସଦରେ ଶୁକ୍ରବାର ଦିନ ଏକ ବିଲ ପାରିତ ହୋଇଛି। ୟୁରୋପର ଏହି ଦେଶରେ...

ଇମ୍ରାନଙ୍କ ଉପରେ ଅଭିଯୋଗ ଆଣିଲେ ବିବେକ, କହିଲେ ‘କଶ୍ମିର ଫାଇଲ୍ସ’ର ଗୀତକୁ ବେଆଇନ ଭାବେ ବ୍ୟବହାର କରିଛନ୍ତି

ମୁମ୍ବାଇ,୧୨।୫:ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଗୁରୁବାର ମନି ଲଣ୍ଡରିଂ ମାମଲାରେ ଗିରଫ କରାଯାଇଥିଲା। ତେବେ ଇମ୍ରାନ ଗିରଫ ପୂର୍ବରୁ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର...

ଗ୍ରେଟାଙ୍କ ନାମରେ ନୂଆ ପ୍ରଜାତି ଗେଣ୍ଡାର ହେଲା ନାମକରଣ

ବନ୍ଦର ସେରି ବେଗାଓ୍ବନ,୨୨।୨: ବ୍ରୁନେଇରେ ଗବେଷକ ଗେଣ୍ଡାର ଏକ ନୂଆ ପ୍ରଜାତି ସମ୍ପର୍କରେ ସନ୍ଧାନ ପାଇଛନ୍ତି। ଏହି ଗେଣ୍ଡା ପ୍ରଜାତିର ନାମକରଣ ପରିବେଶବିତ୍‌ ଗ୍ରେଟା ଥନବର୍ଗଙ୍କ...

ରାଜପାକ୍‌ସେ ଭାଇଙ୍କ ନାଁରେ ହେବ ମାମଲା

କଲମ୍ବୋ,୨୨ ।୮: ଶ୍ରୀଲଙ୍କାର ମୁଖ୍ୟ ବିରୋଧିଦଳ ସମାଗି ଜନା ବାଲବେଗୟା(ଏସଜେବି) ଦେଶର ସମ୍ପତ୍ତିକୁ ଦୂରୁପଯୋଗ କରିବା ମାମଲାରେ ରାଜପାକ୍‌ସେ ଭାଇଙ୍କ ବିରୋଧରେ ମାମଲା କରିବାକୁ ଦାବି...

ଯୁଦ୍ଧମୁହାଁ କଙ୍ଗୋ-ର୍ବାଣ୍ଡା

କିନ୍‌ଶାସା/କିଗାଲି,୨୧।୬: ପ୍ରାୟ ୪ ମାସ ଧରି ଚାଲିଥିବା ୟୁକ୍ରେନ୍‌-ରୁଷିଆ ଲଢ଼େଇର କୌଣସି ନିଷ୍କର୍ଷ ବାହାରି ନ ଥିବାବେଳେ ଏବେ ଦୁଇ ଆଫ୍ରିକୀୟ ଦେଶ ଯୁଦ୍ଧମୁହାଁ ହୋଇଛନ୍ତି।...

ଓ୍ବାଶିଂଟନରେ ସିଏଏ ବିରୋଧୀ ବିକ୍ଷୋଭ

ଓ୍ବାଶିଂଟନ,୨୪ା୧୨(ପି.ଟି.): ଆମେରିକାରେ ମଧ୍ୟ ସିଏଏ ଏବଂ ଏନ୍‌ଆର୍‌ସି ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଓ୍ବାଶିଂଟନସ୍ଥିତ ଭାରତୀୟ ଦୂତାବାସ ସମ୍ମୁଖରେ ଥିତ୍ବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଚତୁଃପାର୍ଶ୍ୱରେ...

Advertisement
Archives

Model This Week