କୋମାରେ ଜିଲାର ଶତାଧିକ ପରିଷଦ, ସଂଘ

ଜଗତ୍‌ସିଂହପୁର ଅଫିସ, ୩୧ା୫: ଆବଶ୍ୟକ ବେଳେ ଅନେକ ସଙ୍ଗଠନ, ମଞ୍ଚ, ସମିତି, ପରିଷଦ, ସଂଘ, ଟ୍ରଷ୍ଟ, ମହାସଭା, ସଭା, ୟୁନିୟନ ଆଦି ସୃଷ୍ଟି କରାଯାଏ। ଏହା ଜରିଆରେ ଆନ୍ଦୋଳନଠାରୁ ଆରମ୍ଭ କରି ଅନେକ ଦାବି ଓ ସାମାଜିକ କାମ ପାଇଁ ପ୍ରତିଶ୍ରୁତି ଦିଆଯାଏ। ଏହି ମାଧ୍ୟମରେ ସରକାର, କମ୍ପାନୀ କିମ୍ବା ଅନ୍ୟ ସଂସ୍ଥା ଉପରେ ଚାପ ପକାଯାଏ । କିନ୍ତୁ ସମୟ ଚକ୍ରରେ ଏଗୁଡିକ ମଧ୍ୟରୁ ଅଧିକାଂଶ କୋମାକୁ ଚାଲିଯାଏ। ପାରିପାର୍ଶ୍ୱିକ ଅବସ୍ଥା, ନେତୃତ୍ୱ ସଙ୍କଟ, ପଦପଦବୀ ହାତେଇବାକୁ କସରତ ଓ ଅନ୍ୟାନ୍ୟ କାରଣରୁ ଏପରି ହୋଇଥାଏ।
ଅତୀତକୁ ବଖାଣିଲେ ଜଣାଯାଏ ଜଗତ୍‌ସିଂହପୁର ଜିଲାରେ ପାଖାପାଖି ୫୦୦ ସଙ୍ଗଠନ ସୃଷ୍ଟି ହୋଇ ପରବର୍ତ୍ତୀ ସମୟରେ ଠପ୍‌ ହୋଇଯାଇଛି।
ଅତୀତରେ ଜିଲା ବିକାଶ ପାଇଁ ଜଗତ୍‌ସିଂହପୁର ଜିଲା ବରିଷ୍ଠ ନାଗରିକ ମଞ୍ଚ ଗଠନ ହୋଇଥିଲା। ସେତେବେଳେ ଏହା ଅନେକଙ୍କୁ ଖୁସି ଦେଇଥିଲା। ଉଦ୍ଦେଶ୍ୟ ଥିଲା ପ୍ରଶାସନ ଓ ରାଜନେତାଙ୍କ ଉପରେ ଚାପ ସୃଷ୍ଟି କରି ଅନେକ ସାମଗ୍ରିକ ଦାବି ହାସଲ କରିବା। ପ୍ରଥମ ବୈଠକ ପରେ ମଞ୍ଚ ଗଠନକୁ ନେଇ ବ୍ୟାପକ ପ୍ରଚାର ହୋଇଥିଲା କିନ୍ତୁ ନେତୃତ୍ୱକୁ ନେଇ ବିବାଦ ବାସ୍ତବ ଲକ୍ଷ୍ୟଠାରୁ ଦୂରେଇ ଦେଇଥିଲା। ସେତେବେଳର ୨ ପ୍ରମୁଖ ରାଜନେତାଙ୍କ ବିବାଦରେ ମଞ୍ଚ ଛନ୍ଦି ହୋଇଯାଇଥିଲା। ମଞ୍ଚ ପଞ୍ଜୀକରଣ ହେବା ପୂର୍ବରୁ ଏହାର ପରିକଳ୍ପନାରେ ପୂର୍ଣ୍ଣଚ୍ଛେଦ ପଡ଼ିଯାଇଥିଲା। ଏହା ପୂର୍ବରୁ ମଧ୍ୟ ପୂଜ୍ୟପୂଜା ସମିତି ଗଠନ ହୋଇଥିଲା। ବିଶେଷକରି ମହାପୁରୁଷଙ୍କ ଜନ୍ମ ଓ ମୃତ୍ୟୁ ଦିବସ ଠିକ୍‌ ଭାବେ ପାଳନ କରିବା ମୂଳ ଉଦ୍ଦେଶ୍ୟ ଥିଲା। ତାହା ମଧ୍ୟ ଅଧାରେ ଅଟକି ଯାଇଛି। ଜଗତ୍‌ସିଂହପୁର ସମେତ ଜିଲାର ପାରାଦୀପ, ଏରସମା, କୁଜଙ୍ଗ, ତିର୍ତ୍ତୋଲ, ରଘୁନାଥପୁର, ବିରିଡ଼ି, ନାଉଗାଁ ଓ ବାଲିକୁଦା ଆଦି ଅଞ୍ଚଳରେ ଏଭଳି ଅନେକ ସଙ୍ଗଠନ ତଥା ସମିତି ସୃଷ୍ଟି ହୋଇ ଉଭେଇଯାଇଛି। ସେଥିମଧ୍ୟରେ ପାରାଦୀପରେ ସର୍ବାଧିକ ରହିଛି। ପଞ୍ଜୀକରଣ ନ ହୋଇ ଅନେକ ସଙ୍ଗଠନ କୌଣସି ଇସ୍ୟୁକୁ ନେଇ ସୃଷ୍ଟି ହୁଏ ମାତ୍ର ପଞ୍ଜୀକରଣ ପୂର୍ବରୁ ଶୀତଳ ଭଣ୍ଡାରକୁ ଚାଲିଯାଏ । ଏପରିକି ପଞ୍ଜୀକରଣ ହୋଇ ମଧ୍ୟ ଶତାଧିକ ସମିତି, ସଂସ୍ଥା, ସଙ୍ଗଠନ ଆଗେଇ ପାରିନାହିଁ। ମିଳିଥିବା ସୂଚନା ଅନୁଯାୟୀ, ଜଗତ୍‌ସିଂହପୁର ଜିଲାର ପାଖାପାଖି ୨୫୨ଟି ସମିତି ତଥା ସଂସ୍ଥା ବନ୍ଦ ହୋଇଯାଇଛି। ସେଗୁଡିକ ମଧ୍ୟରେ ପାରାଦୀପ ପୋର୍ଟ ଡକ୍‌ ୱାର୍କର୍ସ ଏମ୍‌ପିସିଏସ୍‌, ଇପ୍‌କୋ ଷ୍ଟାଫ କ୍ରେଡିଟ୍‌ କୋ-ଅପରେଟିଭ ସୋସାଇଟି, ପାରାଦୀପ କ୍ରେଡିଟ୍‌ କୋ-ଅପରେଟିଭ୍‌ ସୋସାଇଟି, ଇଷ୍ଟର୍ନ ଇଣ୍ଡିଆ ଅଏଲ ରିଫାଇନେରି ଡିସ୍‌ପ୍ଲେସ୍‌ଡ ଫ୍ୟାମିଲିଜ୍‌ ୱେଲଫେୟାର କୋ-ଅପରେଟିଭ ସୋସାଇଟି, ପାରାଦୀପ ଅଏଲ ରିଫାଇନେରି ଲ୍ୟାଣ୍ଡ ଲୁଜର୍‌ ୱେଲଫେୟାର ଲେବର କଣ୍ଟ୍ରାକ୍ଟ କୋ-ଅପରେଟିଭ୍‌ ସୋସାଇଟି, ପାରାଦୀପ ଡିସ୍‌ପ୍ଲେସ୍‌ଡ ପର୍ସନ ୱେଲଫେୟାର କୋ-ଅପରେଟିଭ୍‌ ସୋସାଇଟି, ପାରାଦୀପ ଶ୍ରମିକ ସମବାୟ ସମିତି, ପାରାଦୀପ ଲେବର କୋ-ଅପରେଟିଭ୍‌ ସୋସାଇଟି, ପାରାଦୀପ ଅଏଲ ରିଫାଇନେରି ଡିସ୍‌ପ୍ଲେସ୍‌ଡ ଆଣ୍ଡ ଅନଏମ୍ପ୍ଲଏଡ୍‌ ଲାଣ୍ଡ ଲୁଜର୍‌ କୋ-ଅପରେଟିଭ୍‌ ସୋସାଇଟି ଇତ୍ୟାଦି। ଏଗୁଡିକ ବନ୍ଦ ପଛରେ ଯେ କୌଣସି କାରଣ ଥାଉ ନା କାହିଁକି ସମିତିଗୁଡିକ ଗଠନ ସମୟରେ ରହିଥିବା ପ୍ରତିଶ୍ରୁତି ପୂରଣ ହୋଇପାରିନାହିଁ । ୨୦୧୮ ରେ ରାଜ୍ୟ ସରକାର ୨୦ଟି ଜିଲାରେ ୨୦ଟି ମଲ୍ଟି ସ୍ପେଶିଆଲିଟି ହସ୍ପିଟାଲ ପିପିପି ମୋଡ୍‌ରେ କରାଯିବ ବୋଲି ଘୋଷଣା କରିଥିଲେ। କିନ୍ତୁ ଜଗତ୍‌ସିଂହପୁର ବାଦ୍‌ ପଡିଥିବାରୁ ଅସନ୍ତୋଷ ସୃଷ୍ଟି ହୋଇଥିଲା। ଏପରି କି ଜିଲା ବିକାଶ ମଞ୍ଚ ଗଠନ କରାଯାଇଥିଲା। ରାଜନୀତି ହୋଇଥିଲା। ତତ୍କାଳୀନ ସ୍ବାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା ଜଗତ୍‌ସିଂହପୁର ଜିଲାରେ ଏଭଳି ହସ୍ପିଟାଲ ୨ୟ ପର୍ଯ୍ୟାୟରେ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ସୁଦ୍ଧା ତାହା ଏ ପର୍ଯ୍ୟନ୍ତ ପୂରଣ ହୋଇପାରିନାହିଁ। ଦୁଃଖର କଥା ହେଲା ଏହି ମଞ୍ଚ ଏବେ ଶୀତଳ ଭଣ୍ଡାରକୁ ଚାଲିଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବଚ୍ଚନ ପରିବାରର ଭିତିରି କଥା କହିଦେଲେ ଅମିତାଭ: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ମେଗାଷ୍ଟାର ଅମିତାଭ ବଚ୍ଚନ ଆଜିକାଲି ‘କୌନ ବନେଗା କରୋଡ଼ପତି ସିଜିନ ୧୮’ କୁଇଜ ଶୋ’ ମାଧ୍ୟମରେ ଦର୍ଶକଙ୍କୁ ମନୋରଞ୍ଜନ କରୁଛନ୍ତି। ଶୋ’ରେ ଅଭିନେତା ପ୍ରାୟତଃ ତାଙ୍କ ବ୍ୟକ୍ତିଗତ…

‘ଯାହାଙ୍କ ପାଖରେ ଆଧାରକାର୍ଡ ଅଛି, ତାଙ୍କୁ ମିଳିବ ସୁନା’, ଘୋଷଣା କଲେ PM ମୋଦି? ଜାଣନ୍ତୁ ଭାଇରାଲ ଦାବି ପଛର ସତ୍ୟ

ନୂଆଦିଲ୍ଲୀ, ୧୭।୮: ସୋସିଆଲ ମିଡିଆରେ ପ୍ରତିଦିନ ସରକାରଙ୍କ ସହ ଜଡ଼ିତ ଅନେକ ଯୋଜନା ବିଷୟରେ ସୂଚନା ଦିଆଯାଉଛି। କେତେବେଳେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଭିଡିଓ ଭାଇରାଲ ହେଉଛି, ତ…

ବୃହସ୍ପତି-ଶନିଙ୍କ ମଧ୍ୟରେ ହେବାକୁ ଯାଉଛି ଅଦ୍ଭୁତ ଯୋଗ: ପୂରା ସେପ୍ଟେମ୍ବରରେ ମାସରେ ଏହି ୫ ରାଶିଙ୍କର ବଲ୍ଲେ-ବଲ୍ଲେ

ସେପ୍ଟେମ୍ବର ୨୦୨୬ ମାସର ଆରମ୍ଭ ଏକ ଶୁଭ ଯୋଗରୁ ହେବାକୁ ଯାଉଛି। ଦ୍ରିକ ପଞ୍ଚାଙ୍ଗ ଅନୁଯାୟୀ, ସେପ୍ଟେମ୍ବର ୧ ତାରିଖରେ ଦେବଗୁରୁ ବୃହସ୍ପତି ଏବଂ ନ୍ୟାୟର ଦେବତା…

ସୁରଟରୁ ଫେରିଲା ଦାଦନ ଶ୍ରମିକଙ୍କ ମୃତଦେହ, ଗାଁରେ ଶୋକାକୁଳ ପରିବେଶ

ହିଞ୍ଜିଳିକାଟୁ,୧୭।୮(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଲକ ଅଞ୍ଚଳରୁ ଏକ ଦୁଖଃଦ ଘଟଣା ସାମ୍ନାକୁ ଆସିଛି। ଦାଦନ ଖଟିବାକୁ ଯାଇଥିବା ଜଣେ ଓଡ଼ିଆ ଶ୍ରମିକଙ୍କ ମୃତଦେହ ସୋମବାର…

ଚୋର-ପୋଲିସ୍‌ର ଖେଳ ସୋସିଆଲ୍‌ ମିଡିଆରେ ଭାଇରାଲ୍‌: ଚାରି ଥାନାର ପୋଲିସ୍‌କୁ ପାଣି ପିଆଇ…

ପୁରୁଷୋତ୍ତମପୁର, ୧୭।୮ (ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଘଟିଥିବା ଚୋର-ପୋଲିସ୍‌ ଲଢ଼େଇ ଏବେ ସୋସିଆଲ୍‌ ମିଡିଆରେ ଖୁବ୍‌ ଭାଇରାଲ୍‌ ହେବାରେ ଲାଗିଛି। ଗତ ଶୁକ୍ରବାର…

ସ୍ତ୍ରୀଙ୍କୁ ହତ୍ୟା କରି ହୋଇଥିଲେ ଫେରାର, ୪ ବର୍ଷ ପରେ ମିଳିଲା ଦଣ୍ଡ

ପାରଳାଖେମୁଣ୍ଡି,୧୭।୮(ଗିରିଧାରୀ ପରିଛା) : ଝିଅର ଚିକିତ୍ସାକୁ ନେଇ ପତ୍ନୀଙ୍କ ସହ ବଚସାରୁ ତାଙ୍କୁ ହତ୍ୟା କରିବା ମାମଲାରେ ସ୍ୱାମୀଙ୍କୁ ଆଜୀବନ କାରାଦଣ୍ଡ ହୋଇଛି । ଗଜପତି ଜିଲା…

ଭାଜପାର ନୂଆ ଟିମ୍‌ରେ ଓଡ଼ିଶାର ଏହି ୨ ନେତା ସାମିଲ: ଜାଣନ୍ତୁ କିଏ କିଏ

ଭୁବନେଶ୍ୱର,୧୭।୮: ଭାଜପାର ନୂତନ ସଭାପତି ନୀତିନ ନବୀନଙ୍କ ନେତୃତ୍ୱରେ ନୂତନ ଜାତୀୟ ଦଳ ଘୋଷଣା କରାଯାଇଛି। ଏଥିରେ ପୂର୍ବରୁ ପଶ୍ଚିମ ଏବଂ ଉତ୍ତରରୁ ଦକ୍ଷିଣ ପର୍ଯ୍ୟନ୍ତ ବ୍ୟାପୀ…

୨୨ ଅଗଷ୍ଟରୁ ତ୍ରିଗ୍ରହୀ ଯୋଗର ପ୍ରଭାବ: ଏହି ୪ ରାଶି ଲୋକଙ୍କ ଭାଗ୍ୟରେ ନୂଆ ମୋଡ଼, ଜାଣନ୍ତୁ କ’ଣ ଘଟିବ…

ଜ୍ୟୋତିଷୀୟ ଗଣନା ଅନୁଯାୟୀ, ଅଗଷ୍ଟ ୨୦୨୬ରେ ସିଂହ ରାଶିରେ ୩ଟି ଗ୍ରହର ଯୁତି ଗଠିତ ହେବାକୁ ଯାଉଛି। ପ୍ରଥମେ କେତୁ ସିଂହ ରାଶିରେ ଅବସ୍ଥିତ ରହିବେ। ଏହାପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri