ମେସ୍କୋ ଷ୍ଟିଲ୍‌ ଦେବାଳିଆ ଘୋଷଣା

କଳିଙ୍ଗନଗର,୩୧ା୫(ଡି.ଏନ.ଏ.): ବିଜୁ ପଟ୍ଟନାୟକଙ୍କ କରକମଳରେ ଆରମ୍ଭ ହୋଇଥିବା କଳିଙ୍ଗନଗର ଶିଳ୍ପାଞ୍ଚଳର ପ୍ରଥମ କାରଖାନା ମେସ୍କୋ ଷ୍ଟିଲ ୩ ବର୍ଷ ତଳୁ ବନ୍ଦ ରହିଥିବାବେଳେ ସୋମବାର କମ୍ପାନୀକୁ ଦେବାଳିଆ ଘୋଷଣା କରାଯାଇଛି। ଦେବାଳିଆ ପ୍ରସଙ୍ଗରେ କମ୍ପାନୀ ପରିଚାଳନା କର୍ତ୍ତୃପକ୍ଷ ସର୍ବାଧାରଣ ବିଜ୍ଞପ୍ତି ଜାରି କରିଛନ୍ତି। ଗତ ୨୪ତାରିଖରୁ କମ୍ପାନୀ ଦେବାଳିଆ ପର୍ଯ୍ୟାୟରେ ସାମିଲ ହୋଇଥିବାବେଳେ ଜୁନ ୭ ସୁଦ୍ଧା ଋଣଦାତାମାନେ ସେମାନଙ୍କ ଋଣ ସଂକ୍ରାନ୍ତ ଦାବିପତ୍ର ଦେବେ, ଯାହାକି ୧୮୦ଦିନ ମଧ୍ୟରେ ସମାଧାନ କରିବା ପାଇଁ ସମୟ ସୀମା ଧାର୍ଯ୍ୟ ହୋଇଛି। ଏହି ପ୍ରକ୍ରିୟାକୁ ଆସିବା ପରେ କାରଖାନା ସବୁଦିନ ପାଇଁ ବନ୍ଦ ହୋଇଯିବା ଅନୁମାନ କରାଯାଉଛି। ଏପରି ଅବସ୍ଥାରେ କାରଖାନା ପାଇଁ ଭିଟାମାଟି ହରାଇ କେବଳ ନିଯୁକ୍ତି ପାଇଥିବା ବିସ୍ଥାପିତ ପରିବାର ଲୋକେ ସେମାନଙ୍କ ଭବିଷ୍ୟତ ନେଇ ଆଶଙ୍କାରେ ଅଛନ୍ତି।
୧୯୯୫ରେ ଅବସ୍ଥାପିତ ମେସ୍କୋ(ଏମ୍‌ଏସ୍‌ଆଇ୍‌ଏଲ୍‌) କୌଣସି ଦିନ ଷ୍ଟିଲ ଉତ୍ପାଦନ କରିପାରି ନ ଥିଲା। ନିଜର ଲୌହ ଖଣି, ରେଳ ସଂଯୋଗ ଓ ଉନ୍ନତ ଭିତ୍ତିଭୂମି ରହିଥିବା ସତ୍ତ୍ୱେ କାରଖାନାରେ କେବଳ ପିଗ ଆଇରନ ଉତ୍ପାଦନ ହେଉଥିଲା। ଦୀର୍ଘ ଦିନ ତଳୁ ରହି ରହି ଚାଲୁଥିବା ଏହି କାରଖାନା ୩ବର୍ଷ ତଳେ ହଠାତ ବନ୍ଦ ହୋଇଯାଇଥିଲା। ଏହାପରେ କାରଖାନା ଚଳାଇବାକୁ ରାଜ୍ୟ ସରକାରଙ୍କଠାରୁ ଆବଶ୍ୟକୀୟ ‘କନସେଣ୍ଟ ଟୁ ଅପରେଟ’ ମିଳି ନ ଥିଲା। କାରଖାନାର ୩ଶହ ପାଖାପାଖି କର୍ମଚାରୀଙ୍କୁ ସେମାନଙ୍କ ଦରମା ପ୍ରଦାନ କରାଯାଇ ନ ଥିବାବେଳେ କମ୍ପାନୀ କର୍ତ୍ତୃପକ୍ଷ ୨ ବର୍ଷ ତଳୁ ନିଜ ରେଳ ସାଇଡିଂକୁ ଭଡ଼ାରେ ଲଗାଇ ଭଲ ଆୟ କରି ଆସୁଥିଲେ। କାରଖାନାର ମାଲିକ କିଛି କର୍ମଚାରୀଙ୍କୁ ହାତ କରି କୋଟି କୋଟି ଟଙ୍କାର ସ୍କ୍ରାପ ଏବଂ ସ୍ଲାବ ବିକ୍ରି କରିବାକୁ ସକ୍ଷମ ହୋଇଥିଲେ। କାରଖାନାର ରେଳ ପ୍ଲଟକୁ ସିମେଣ୍ଟ କାରଖାନାର କଞ୍ଚାମାଲ ଓ କୋଇଲା ଖଲାସ ପାଇଁ ଭଡାରେ ଲଗାଇ ଟଙ୍କା ମଧ୍ୟ ପାଉଥିଲେ। କର୍ମଚାରୀଙ୍କ ବେସିକ ଦରମା ଏବଂ ଇନସିଏଟିଭ ପ୍ରଦାନ କରିବାକୁ ପ୍ରଶାସନ ମଧ୍ୟସ୍ଥତାରେ ଏକାଧିକ ଥର ବୈଠକ ବସିଥିବାବେଳେ କୌଣସି ନିଷ୍କର୍ସ ବାହାରି ପାରି ନ ଥିଲା। ଏବେ କମ୍ପାନୀ ଋଣ ସୁଝିବାକୁ ଅକ୍ଷମ ବୋଲି ଘୋଷଣା କରିବା ପରେ କମ୍ପାନୀ ଋଣଦାତାଙ୍କ ଟଙ୍କା ପାଇଁ ନିଲାମ ହେବା ଏକ ପ୍ରକାର ନିଶ୍ଚିତ ହୋଇଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

‘ଯାହାଙ୍କ ପାଖରେ ଆଧାରକାର୍ଡ ଅଛି, ତାଙ୍କୁ ମିଳିବ ସୁନା’, ଘୋଷଣା କଲେ PM ମୋଦି? ଜାଣନ୍ତୁ ଭାଇରାଲ ଦାବି ପଛର ସତ୍ୟ

ନୂଆଦିଲ୍ଲୀ, ୧୭।୮: ସୋସିଆଲ ମିଡିଆରେ ପ୍ରତିଦିନ ସରକାରଙ୍କ ସହ ଜଡ଼ିତ ଅନେକ ଯୋଜନା ବିଷୟରେ ସୂଚନା ଦିଆଯାଉଛି। କେତେବେଳେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଭିଡିଓ ଭାଇରାଲ ହେଉଛି, ତ…

ବୃହସ୍ପତି-ଶନିଙ୍କ ମଧ୍ୟରେ ହେବାକୁ ଯାଉଛି ଅଦ୍ଭୁତ ଯୋଗ: ପୂରା ସେପ୍ଟେମ୍ବରରେ ମାସରେ ଏହି ୫ ରାଶିଙ୍କର ବଲ୍ଲେ-ବଲ୍ଲେ

ସେପ୍ଟେମ୍ବର ୨୦୨୬ ମାସର ଆରମ୍ଭ ଏକ ଶୁଭ ଯୋଗରୁ ହେବାକୁ ଯାଉଛି। ଦ୍ରିକ ପଞ୍ଚାଙ୍ଗ ଅନୁଯାୟୀ, ସେପ୍ଟେମ୍ବର ୧ ତାରିଖରେ ଦେବଗୁରୁ ବୃହସ୍ପତି ଏବଂ ନ୍ୟାୟର ଦେବତା…

ସୁରଟରୁ ଫେରିଲା ଦାଦନ ଶ୍ରମିକଙ୍କ ମୃତଦେହ, ଗାଁରେ ଶୋକାକୁଳ ପରିବେଶ

ହିଞ୍ଜିଳିକାଟୁ,୧୭।୮(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଲକ ଅଞ୍ଚଳରୁ ଏକ ଦୁଖଃଦ ଘଟଣା ସାମ୍ନାକୁ ଆସିଛି। ଦାଦନ ଖଟିବାକୁ ଯାଇଥିବା ଜଣେ ଓଡ଼ିଆ ଶ୍ରମିକଙ୍କ ମୃତଦେହ ସୋମବାର…

ଚୋର-ପୋଲିସ୍‌ର ଖେଳ ସୋସିଆଲ୍‌ ମିଡିଆରେ ଭାଇରାଲ୍‌: ଚାରି ଥାନାର ପୋଲିସ୍‌କୁ ପାଣି ପିଆଇ…

ପୁରୁଷୋତ୍ତମପୁର, ୧୭।୮ (ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଘଟିଥିବା ଚୋର-ପୋଲିସ୍‌ ଲଢ଼େଇ ଏବେ ସୋସିଆଲ୍‌ ମିଡିଆରେ ଖୁବ୍‌ ଭାଇରାଲ୍‌ ହେବାରେ ଲାଗିଛି। ଗତ ଶୁକ୍ରବାର…

ସ୍ତ୍ରୀଙ୍କୁ ହତ୍ୟା କରି ହୋଇଥିଲେ ଫେରାର, ୪ ବର୍ଷ ପରେ ମିଳିଲା ଦଣ୍ଡ

ପାରଳାଖେମୁଣ୍ଡି,୧୭।୮(ଗିରିଧାରୀ ପରିଛା) : ଝିଅର ଚିକିତ୍ସାକୁ ନେଇ ପତ୍ନୀଙ୍କ ସହ ବଚସାରୁ ତାଙ୍କୁ ହତ୍ୟା କରିବା ମାମଲାରେ ସ୍ୱାମୀଙ୍କୁ ଆଜୀବନ କାରାଦଣ୍ଡ ହୋଇଛି । ଗଜପତି ଜିଲା…

ଭାଜପାର ନୂଆ ଟିମ୍‌ରେ ଓଡ଼ିଶାର ଏହି ୨ ନେତା ସାମିଲ: ଜାଣନ୍ତୁ କିଏ କିଏ

ଭୁବନେଶ୍ୱର,୧୭।୮: ଭାଜପାର ନୂତନ ସଭାପତି ନୀତିନ ନବୀନଙ୍କ ନେତୃତ୍ୱରେ ନୂତନ ଜାତୀୟ ଦଳ ଘୋଷଣା କରାଯାଇଛି। ଏଥିରେ ପୂର୍ବରୁ ପଶ୍ଚିମ ଏବଂ ଉତ୍ତରରୁ ଦକ୍ଷିଣ ପର୍ଯ୍ୟନ୍ତ ବ୍ୟାପୀ…

୨୨ ଅଗଷ୍ଟରୁ ତ୍ରିଗ୍ରହୀ ଯୋଗର ପ୍ରଭାବ: ଏହି ୪ ରାଶି ଲୋକଙ୍କ ଭାଗ୍ୟରେ ନୂଆ ମୋଡ଼, ଜାଣନ୍ତୁ କ’ଣ ଘଟିବ…

ଜ୍ୟୋତିଷୀୟ ଗଣନା ଅନୁଯାୟୀ, ଅଗଷ୍ଟ ୨୦୨୬ରେ ସିଂହ ରାଶିରେ ୩ଟି ଗ୍ରହର ଯୁତି ଗଠିତ ହେବାକୁ ଯାଉଛି। ପ୍ରଥମେ କେତୁ ସିଂହ ରାଶିରେ ଅବସ୍ଥିତ ରହିବେ। ଏହାପରେ…

ଗୁଣ୍ଡା ସାହୁ ଅପହରଣ ମାମଲା: ଗିରଫ ୪ ଅଭିଯୁକ୍ତ କୋର୍ଟ ଚାଲାଣ , ଜାମିନ ନାମଞ୍ଜୁର ହେବାରୁ

ବଲାଙ୍ଗୀର, ୧୭।୮ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀରର ବ୍ୟବସାୟୀ ନରେନ୍ଦ୍ର ଓରଫ୍ ଗୁଣ୍ଡା ସାହୁ ଅପହରଣ ମାମଲାରେ ଗିରଫ ହୋଇଥିବା ୪ ଜଣ ଅଭିଯୁକ୍ତଙ୍କୁ ବଲାଙ୍ଗୀର ପୋଲିସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri