ମେସ୍କୋ ଷ୍ଟିଲ୍‌ ଦେବାଳିଆ ଘୋଷଣା

କଳିଙ୍ଗନଗର,୩୧ା୫(ଡି.ଏନ.ଏ.): ବିଜୁ ପଟ୍ଟନାୟକଙ୍କ କରକମଳରେ ଆରମ୍ଭ ହୋଇଥିବା କଳିଙ୍ଗନଗର ଶିଳ୍ପାଞ୍ଚଳର ପ୍ରଥମ କାରଖାନା ମେସ୍କୋ ଷ୍ଟିଲ ୩ ବର୍ଷ ତଳୁ ବନ୍ଦ ରହିଥିବାବେଳେ ସୋମବାର କମ୍ପାନୀକୁ ଦେବାଳିଆ ଘୋଷଣା କରାଯାଇଛି। ଦେବାଳିଆ ପ୍ରସଙ୍ଗରେ କମ୍ପାନୀ ପରିଚାଳନା କର୍ତ୍ତୃପକ୍ଷ ସର୍ବାଧାରଣ ବିଜ୍ଞପ୍ତି ଜାରି କରିଛନ୍ତି। ଗତ ୨୪ତାରିଖରୁ କମ୍ପାନୀ ଦେବାଳିଆ ପର୍ଯ୍ୟାୟରେ ସାମିଲ ହୋଇଥିବାବେଳେ ଜୁନ ୭ ସୁଦ୍ଧା ଋଣଦାତାମାନେ ସେମାନଙ୍କ ଋଣ ସଂକ୍ରାନ୍ତ ଦାବିପତ୍ର ଦେବେ, ଯାହାକି ୧୮୦ଦିନ ମଧ୍ୟରେ ସମାଧାନ କରିବା ପାଇଁ ସମୟ ସୀମା ଧାର୍ଯ୍ୟ ହୋଇଛି। ଏହି ପ୍ରକ୍ରିୟାକୁ ଆସିବା ପରେ କାରଖାନା ସବୁଦିନ ପାଇଁ ବନ୍ଦ ହୋଇଯିବା ଅନୁମାନ କରାଯାଉଛି। ଏପରି ଅବସ୍ଥାରେ କାରଖାନା ପାଇଁ ଭିଟାମାଟି ହରାଇ କେବଳ ନିଯୁକ୍ତି ପାଇଥିବା ବିସ୍ଥାପିତ ପରିବାର ଲୋକେ ସେମାନଙ୍କ ଭବିଷ୍ୟତ ନେଇ ଆଶଙ୍କାରେ ଅଛନ୍ତି।
୧୯୯୫ରେ ଅବସ୍ଥାପିତ ମେସ୍କୋ(ଏମ୍‌ଏସ୍‌ଆଇ୍‌ଏଲ୍‌) କୌଣସି ଦିନ ଷ୍ଟିଲ ଉତ୍ପାଦନ କରିପାରି ନ ଥିଲା। ନିଜର ଲୌହ ଖଣି, ରେଳ ସଂଯୋଗ ଓ ଉନ୍ନତ ଭିତ୍ତିଭୂମି ରହିଥିବା ସତ୍ତ୍ୱେ କାରଖାନାରେ କେବଳ ପିଗ ଆଇରନ ଉତ୍ପାଦନ ହେଉଥିଲା। ଦୀର୍ଘ ଦିନ ତଳୁ ରହି ରହି ଚାଲୁଥିବା ଏହି କାରଖାନା ୩ବର୍ଷ ତଳେ ହଠାତ ବନ୍ଦ ହୋଇଯାଇଥିଲା। ଏହାପରେ କାରଖାନା ଚଳାଇବାକୁ ରାଜ୍ୟ ସରକାରଙ୍କଠାରୁ ଆବଶ୍ୟକୀୟ ‘କନସେଣ୍ଟ ଟୁ ଅପରେଟ’ ମିଳି ନ ଥିଲା। କାରଖାନାର ୩ଶହ ପାଖାପାଖି କର୍ମଚାରୀଙ୍କୁ ସେମାନଙ୍କ ଦରମା ପ୍ରଦାନ କରାଯାଇ ନ ଥିବାବେଳେ କମ୍ପାନୀ କର୍ତ୍ତୃପକ୍ଷ ୨ ବର୍ଷ ତଳୁ ନିଜ ରେଳ ସାଇଡିଂକୁ ଭଡ଼ାରେ ଲଗାଇ ଭଲ ଆୟ କରି ଆସୁଥିଲେ। କାରଖାନାର ମାଲିକ କିଛି କର୍ମଚାରୀଙ୍କୁ ହାତ କରି କୋଟି କୋଟି ଟଙ୍କାର ସ୍କ୍ରାପ ଏବଂ ସ୍ଲାବ ବିକ୍ରି କରିବାକୁ ସକ୍ଷମ ହୋଇଥିଲେ। କାରଖାନାର ରେଳ ପ୍ଲଟକୁ ସିମେଣ୍ଟ କାରଖାନାର କଞ୍ଚାମାଲ ଓ କୋଇଲା ଖଲାସ ପାଇଁ ଭଡାରେ ଲଗାଇ ଟଙ୍କା ମଧ୍ୟ ପାଉଥିଲେ। କର୍ମଚାରୀଙ୍କ ବେସିକ ଦରମା ଏବଂ ଇନସିଏଟିଭ ପ୍ରଦାନ କରିବାକୁ ପ୍ରଶାସନ ମଧ୍ୟସ୍ଥତାରେ ଏକାଧିକ ଥର ବୈଠକ ବସିଥିବାବେଳେ କୌଣସି ନିଷ୍କର୍ସ ବାହାରି ପାରି ନ ଥିଲା। ଏବେ କମ୍ପାନୀ ଋଣ ସୁଝିବାକୁ ଅକ୍ଷମ ବୋଲି ଘୋଷଣା କରିବା ପରେ କମ୍ପାନୀ ଋଣଦାତାଙ୍କ ଟଙ୍କା ପାଇଁ ନିଲାମ ହେବା ଏକ ପ୍ରକାର ନିଶ୍ଚିତ ହୋଇଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପରିବାର ସଦସ୍ୟଙ୍କ ଠାରୁ ଅଲଗା ରୁମରେ ରହୁଛନ୍ତି ଗଞ୍ଜାମ ଜିଲାପାଳ, ରକ୍ଷା କରୁଛନ୍ତି ସାମାଜିକ ଦୂରତା

ଛତ୍ରପୁର, ୧୫।୪(ଡି.ଏନ୍‌.ଏ.): କରୋନା ମୁକାବିଲା ପାଇଁ ଗଞ୍ଜାମ ଜିଲାର ଜିଲାପାଳଙ୍କ ଠାରୁ ଆରମ୍ଭକରି ସବୁ ପ୍ରଶାସନିକ ଅଧିକାରୀ ଓ କର୍ମଚାରୀ ବିଭିନ୍ନ କାର୍ଯ୍ୟରେ ସାମିଲ ଅଛନ୍ତି।...

କରୋନା ପ୍ରତିହତ ବ୍ୟବସ୍ଥା ଅନୁଧ୍ୟାନ କଲେ ଡିଆଇଜି

ଛତ୍ରପୁର,୭ା୪(ଡିଏନଏ )-ଦକ୍ଷିଣାଞ୍ଚଳ ଡିଆଇଜି ସତ୍ୟବ୍ରତ ଭୋଇ ମଙ୍ଗଳବାର ଛତ୍ରପୁର ଆସି ପୋଲିସ ବାରାକ, ରିଜର୍ଭ ଅଫିସ ପରିଦର୍ଶନ କରିଛନ୍ତି। କରୋନା ପ୍ରତିହତ ପାଇଁ କି ପଦକ୍ଷେପ...

ଜାଗର ମେଳା ବୁଲି ଫେରିବା ବେଳେ ମହିଳାଙ୍କୁ ବଳାତ୍କାର

ଭଣ୍ଡାରିପୋଖରୀ,୨୨।୨(ଡି.ଏନ୍‌.ଏ.): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ରହଣିଆ ପଞ୍ଚାୟତ ଆକୁଳିକଣା ଗ୍ରାମ ଡିହସାହିସ୍ଥିତ ହନୁମାନ ମନ୍ଦିର ନିକଟରେ ଥିବା ଏକ ପରିତ୍ୟକ୍ତ ଘରେ ଜଣେ ଆଦିବାସୀ...

ବିଏମ୍‌ସିରେ ସାମିଲ ହେବ ସହରତଳି ପଞ୍ଚାୟତ ଅଞ୍ଚଳ

ବ୍ରହ୍ମପୁର ଅଫିସ,୨୬ା୧-ବ୍ରହ୍ମପୁର ମହାନଗର ନିଗମରେ ସହରତଳି ପଞ୍ଚାୟତ ଅଞ୍ଚଳ ସାମିଲ ହେବା ନେଇ ବାଟ ଫିଟିଛି । ଲୋଚାପଡା ପଞ୍ଚାୟତ ସମେତ ୩ ଗଁ। ବିଏମ୍‌ସିରେ...

ଜଙ୍ଗଲରୁ ଗଛ କଟାକୁ ନେଇ ବିବାଦ

ବଡ଼ସାହି,୨୫ା୮(ସ୍ବ.ପ୍ର.)-ମୟୂରଭଞ୍ଜ ଜିଲା ବଡସାହି ବ୍ଲକ ଅଧୀନ କଉଡିଖଣି ସ୍ଥିତ ଗ୍ରାମ୍ୟ ଜଙ୍ଗଲ ଓ ରିଜର୍ଭ ଜଙ୍ଗଲରେ କାଳବୈଶାଖୀ ପ୍ରଭାବରେ ଭାଙ୍ଗି ପଡିଥିବା ଆକାଶିଆ ଗଛ କଟାକୁ...

ବାହାନଗାକୁ ରେଳମନ୍ତ୍ରୀଙ୍କ ୨ କୋଟି ଅନୁଦାନ ଘୋଷଣା

ବାହାନଗା (ଅରୂପ ଦାସ)/ବାଲେଶ୍ୱର (ମାନସ ବିଶ୍ୱାଳ), ୨୧।୬: ବାହାନଗାରେ ରେଲଓ୍ବେ ପକ୍ଷରୁ ଜନସାଧାରଣଙ୍କ ନିମନ୍ତେ ମଙ୍ଗଳବାର ଅପରାହ୍ନ ୨ଟାରେ ଆୟୋଜିତ ସଭାରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ...

୫ ଦିନରେ ପ୍ରଭାଗୀୟ ଶ୍ରମ ଆୟୁକ୍ତଙ୍କ କାର୍ଯ୍ୟାଳୟ ସ୍ଥାନାନ୍ତର ହେବ

ନୟାଗଡ଼ ଅଫିସ,୧୦।୩: ଓଡ଼ିଶା କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ ଏବଂ ଅଣସଙ୍ଗଠିତ ଶ୍ରମିକଙ୍କୁ ସାମାଜିକ କଲ୍ୟାଣ ଯୋଜନାରେ ସହାୟତା ଯୋଗାଇ ଦେବା ପାଇଁ ସହାୟତା...

ଜଗା ଦର୍ଶନ ପାଇଁ ପୁଣି ଅପେକ୍ଷା

ପୁରୀ ଅଫିସ, ୧୮ା୧୧: କେବେ ଖୋଲିବ ଶ୍ରୀମନ୍ଦିର ଦ୍ୱାର ଏବଂ ସେମାନେ ପୁଣି ମହାପ୍ରଭୁଙ୍କ ଆଖି ସହ ଆଖି ମିଳାଇବେ, ଏମିତି ନାନା ଆଶା ଆଶଙ୍କା...

Advertisement
Archives

Model This Week