ସ୍ମୃତିରକ୍ଷା ପାଇଁ ସମୟ ନାହିଁ

ଢେଙ୍କାନାଳ ଅଫିସ, ୨୨।୯: ବ୍ୟାସକବିଙ୍କୁ ବାଦ୍‌ ଦେଇ ଅସମ୍ପୂର୍ଣ୍ଣ ବାଣୀଭଣ୍ଡାର। ଓଡ଼ିଆ ଭାଷା ସାହିତ୍ୟକୁ ରୁଦ୍ଧିମନ୍ତ କରିଥିବା ଏହି ମହାନ୍‌ ଯୋଗଜନ୍ମାଙ୍କ କୀର୍ତ୍ତି, କୃତିତ୍ୱକୁ ଶବ୍ଦରେ ପରିପ୍ରକାଶ କରାଯାଇ ନ ପାରେ। ଓଡ଼ିଶା ସାହିତ୍ୟର ଭଗୀରଥ ଭାବେ ପରିଚିତ କବିଙ୍କ ବିଷୟରେ ଜାଣିବାକୁ ଆଜି ବି ସାହିତ୍ୟପ୍ରେମୀଙ୍କ ମଧ୍ୟରେ ରହିଛି ସେତିକି ଉତ୍କଣ୍ଠା। ହେଲେ ଫକୀରମୋହନଙ୍କ ସାହିତ୍ୟ ସାଧନାର ଅନ୍ତୁଡ଼ିଶାଳ ଢେଙ୍କାନାଳରେ ତାଙ୍କ ସ୍ମୃତିରକ୍ଷା ପାଇଁ ପ୍ରଶାସନ ପାଖରେ ସମୟ ନାହିଁ। ରକ୍ଷଣାବେକ୍ଷଣ ଅଭାବରୁ ‘ବ୍ୟାସକବି ସ୍ମୃତିସଦନ’ ଭୁଶୁଡ଼ିବାକୁ ବସିଥିବାବେଳେ ବହୁମୂଲ୍ୟ ପୁସ୍ତକ ଖତ ଖାଉଛି। ବ୍ୟାସକବି ଜୟନ୍ତୀରେ ତାଙ୍କ ଫଟୋଚିତ୍ରରେ କେବଳ ଫୁଲମାଳ ଦେଇ ଅଧିକାରୀମାନେ ଦାୟିତ୍ୱ ସାରି ଦେଉଥିବାବେଳେ ଅଦ୍ୟାବଧି ସାଧନାପୀଠରେ କବିଙ୍କ ପ୍ରତିମୂର୍ତ୍ତିଟିଏ ନିର୍ମାଣ ହୋଇ ନ ପାରିବା ପରିତାପର ବିଷୟ ବୋଲି ସାଧାରଣରେ ଆଲୋଚନା ହେଉଛି।

ଢେଙ୍କାନାଳରେ ରହିଛି ବ୍ୟାସକବିଙ୍କ ସାହିତ୍ୟ ସାଧନା ସହିତ ଜଡ଼ିତ ଅଜସ୍ର ସ୍ମୃତି। ବିଶିଷ୍ଟ ସ୍ତମ୍ଭକାର ତଥା ଗବେଷକ ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ର ତାଙ୍କର ‘ଢେଙ୍କାନାଳରେ ଫକୀର ମୋହନ’ ଲେଖାରେ ଏ ବିଷୟରେ ବିସ୍ତୃତ ଭାବେ ବର୍ଣ୍ଣନା କରିଛନ୍ତି। ଓଡ଼ିଆ ସାହିତ୍ୟର ଏହି ପ୍ରଜ୍ଞାପୁରୁଷ ୧୮୭୭ରୁ ୧୮୮୩ ପର୍ଯ୍ୟନ୍ତ ଢେଙ୍କାନାଳରେ ରହଣି କରିଥିଲେ। ଢେଙ୍କାନାଳ ଗଡ଼ଜାତ ରାଜ୍ୟର ସେ ଥିଲେ ସହକାରୀ ପରିଚାଳକ ବା ଆସିଷ୍ଟାଣ୍ଟ ମ୍ୟାନେଜର। ୧୦୦ ଟଙ୍କା ଦରମାରେ ସେ କାର୍ଯ୍ୟ କରୁଥିଲେ। ସେହି ସମୟରେ ଶିକ୍ଷା, ସାହିତ୍ୟ, ସଂସ୍କୃତି କ୍ଷେତ୍ରରେ ଢେଙ୍କାନାଳ ଗଡ଼ଜାତ ରାଜ୍ୟ ଓଡ଼ିଶାରେ ଥିଲା ଅଗ୍ରଣୀ। ତେବେ କୌଣସି ସରକାରୀ ବଙ୍ଗଳା ନ ଥିବାରୁ ତତ୍କାଳୀନ ରାଜାଙ୍କ ନିର୍ଦ୍ଦେଶରେ ଢେଙ୍କାନାଳ ରାଜପ୍ରାସାଦର ଉତ୍ତର ଦିଗରେ ଫକୀରମୋହନଙ୍କ ପାଇଁ ଏକ ବଙ୍ଗଳା ତୋଳାଯାଇଥିଲା। ସେଠାରେ ସ୍ତ୍ରୀଙ୍କ ସହ ରହୁଥିଲେ ବ୍ୟାସକବି। ଏବେ ସେହିସ୍ଥାନରେ ଉପଜିଲାପାଳଙ୍କ ସରକାରୀ ବାସଭବନ ନିର୍ମାଣ କରାଯାଇଛି। ସେଠାରେ ରହଣି ସମୟରେ ବ୍ୟାସକବିଙ୍କ ଏକମାତ୍ର ପୁତ୍ର ସନ୍ତାନର ଦେହାନ୍ତ ହୋଇଯାଇଥିଲା, ଯାହା କବି ଏବଂ ତାଙ୍କ ସ୍ତ୍ରୀଙ୍କୁ ମ୍ରିୟମାଣ କରିଦେଇଥିଲା। ପୁତ୍ରଙ୍କୁ ହରାଇବା ଦୁଃଖରୁ ବାହାରି ସେ ପାଦ ବଢ଼ାଇଥିଲେ ସାହିତ୍ୟ ସାଧନା ଆଡ଼କୁ। ଏହାପରେ ସେ ଅନୁବାଦ କରିଥିଲେ ‘ରାମାୟଣ’ ଏବଂ ‘ମହାଭାରତ’। ତାଙ୍କର ସାରସ୍ବତ ସୃଷ୍ଟିର ଉନ୍ମେଷ ଢେଙ୍କାନାଳରୁ ହିଁ ଆରମ୍ଭ ହୋଇଥିଲା। ୧୮୮୩ରେ ସେ ନିଜ ପଦବୀରୁ ଇସ୍ତଫା ଦେଇ ଢେଙ୍କାନାଳ ଛାଡ଼ିଥିଲେ।

ତେବେ ଜିଲା ବନଖଣ୍ଡ କାର୍ଯ୍ୟାଳୟ ପଛପାଖରେ ଥିବା ଆଜ୍‌ବେଷ୍ଟସ ଘରକୁ ପ୍ରଶାସନ ଏବଂ ସଂସ୍କୃତି ବିଭାଗ ପକ୍ଷରୁ ଫକୀର ମୋହନଙ୍କ ସାଧନାସ୍ଥଳୀ ଭାବେ ଚିହ୍ନଟ କରାଯାଇଛି। ୨୦୦୬ ଅଗଷ୍ଟ ୧୫ରେ ସେଠାରେ ଲୋକାର୍ପିତ ହୋଇଥିଲା ‘ବ୍ୟାସକବି ସ୍ମୃତିସଦନ’। ପରବର୍ତ୍ତୀ ସମୟରେ ଏହାକୁ ଜିଲା ପାଠାଗାରରେ ରୂପାନ୍ତରିତ କରାଯାଇ ବହୁ ମୂଲ୍ୟବାନ ପୁସ୍ତକ ରଖାଯାଇଥିଲା। ସେଠାରେ ଥିବା ଫକୀର ମୋହନଙ୍କ ଫଟୋଚିତ୍ର, ସେ ବ୍ୟବହାର କରୁଥିବା ଟେବୁଲ, ଚୌକି ଏବଂ ଷ୍ଟୁଲ୍‌ ଆଜି ବି ତାଙ୍କ ଅଲିଭା ସ୍ବାକ୍ଷର ବହନ କରୁଛି। ହେଲେ ରକ୍ଷଣାବେକ୍ଷଣ ଅଭାବରୁ ବ୍ୟାସକବିଙ୍କ ସାଧନାସ୍ଥଳୀ ଏବେ ଜରାଜୀର୍ଣ୍ଣ। ଘର କାନ୍ଥ ଦବିଗଲାଣି। ଆଜବେଷ୍ଟସ୍‌ ଛାତ ବିପଦସଙ୍କୁଳ ଅବସ୍ଥାରେ। ବାରମ୍ବାର ଦାବି ସତ୍ତ୍ୱେ ଜିଲା ସଂସ୍କୃତି ବିଭାଗ ପକ୍ଷରୁ କବିଙ୍କ ପ୍ରତିମୂର୍ତ୍ତିଟିଏ ନିର୍ମାଣ ହୋଇପାରୁନାହିଁ। ଉପଯୁକ୍ତ ରକ୍ଷଣାବେକ୍ଷଣ କରା ନ ଗଲେ ବର୍ଷ କେଇଟାରେ ‘ବ୍ୟାସକବି ସ୍ମୃତିସଦନ’ ମାଟିରେ ମିଶିଯିବ ବୋଲି ବୁଦ୍ଧିଜୀବୀମାନେ ଆଶଙ୍କା ବ୍ୟକ୍ତ କଲେଣି।

ଏ ସଂକ୍ରାନ୍ତରେ ଜିଲା ସଂସ୍କୃତି ଅଧିକାରୀ ପ୍ରିୟମ୍ବଦା ବେହେରା କୁହନ୍ତି, ‘ବ୍ୟାସକବି ସ୍ମୃତି ସଦନ’ ଐତିହ୍ୟ କୀର୍ତ୍ତିରାଜି ହୋଇଥିବାରୁ ଏହାର ରକ୍ଷଣାବେକ୍ଷଣ ‘ଇନ୍‌ଟାକ୍‌’ କରିବା ପାଇଁ ସ୍ବୀକୃତି ପାଇଛି। ଏ ସଂକ୍ରାନ୍ତରେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଓ ଉକ୍ତ ସଂସ୍ଥାକୁ ଅବଗତ କରାଯାଇଛି। ବ୍ୟାସକବିଙ୍କ ପ୍ରତିମୂର୍ତ୍ତି ନିର୍ମାଣ ପାଇଁ ଆଲୋଚନା ହୋଇଛି। ଜିଲାପାଳଙ୍କ ସହ ଏ ସମ୍ପର୍କରେ ବିଚାରବିମର୍ଷ କରି ପଦକ୍ଷେପ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଜୀବିକା ଦେଇଛି ବାଉଁଶ କାରିଗରୀ

କୋକସରା,୨୬ା୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବରାଡଙ୍ଗା ପଞ୍ଚାୟତର ଏକ ଆଦିବାସୀ ବହୁଳ ଗ୍ରାମ ଝୁଲେନବର। ଜଙ୍ଗଲ ପରିବେଷ୍ଟିତ ଗାଁରେ ପ୍ରାୟ...

ହରିଣ ଛୁଆକୁ ଘେରିଗଲେ ବିଲୁଆ ଦଳ:, ଆଉ ତା’ପରେ…

ପାତ୍ରପୁର,୨୬।୭(ଉମା ଚରଣ ନେପାକ): ସାମନ୍ତିଆପଲ୍ଲୀ ବନାଞ୍ଚଳ ଅଧୀନ ଗୋପୀନାଥପୁର ନିକଟସ୍ଥ ଜଙ୍ଗଲରୁ ଶୁକ୍ରବାର ଏକ ଆହତ ହରିଣ ଛୁଆ ଉଦ୍ଧାର ହୋଇଛି। କିଛି ବିଲୁଆ ହରିଣମାନଙ୍କୁ...

ବର୍ଷା ଅଭାବ: ଚାଷ ଜମିରେ ଚରିଲେ ଗୋରୁ

ଔପଦା, ୨୬।୭(ଧରିତ୍ରୀ ପଣ୍ଡା)-ଜୟ ଯବାନ, ଜୟ କିଷାନ ଧ୍ୱନିରେ ଚାଷ ଅଛି ଯାହାର, କି ଆନନ୍ଦ ତାହାର ଉକ୍ତିର ଆଜି ବିପରୀତ ଦେଖାଦେଇଛି। ଧାନ ଚାଷ...

ଗିରଫ ହେଲେ କୁବେର ଯନ୍ତ୍ରୀ, ଚଢାଉ ପରେ ଧରାପଡିଲା ଅମାପ ଅମାପ ସମ୍ପତ୍ତି

ଭୁବନେଶ୍ୱର,୨୬।୭: ଗିରଫ ହେଲେ କୁବେର ନିର୍ମାଣ ଯନ୍ତ୍ରୀ ସୁନୀଲ ରାଉତ। ଆୟ ବର୍ହିଭୂତ ସମ୍ପତ୍ତି ଠୂଳ ଅଭିଯୋଗରେ ଶୁକ୍ରବାର ଯନ୍ତ୍ରୀ ସୁନୀଲ ରାଉତଙ୍କୁ ଗିରଫ କରିଛି...

ଅସହାୟ ପିଲାଙ୍କୁ ଶିକ୍ଷାଦାନ ପାଇଁ ହାତ ବଢାଇଲେ ଡାକ୍ତର

କେସିଙ୍ଗା,୨୬।୭(ତୁମେଶର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କାଣ୍ଡେଲ ଗ୍ରାମର ପୂର୍ଣଚନ୍ଦ୍ର ହରିଜନ ଗତ ୪ବର୍ଷ ତଳେ କିଡ୍‌ନୀ ରୋଗରେ ଆକ୍ରାନ୍ତ ହୋଇ ତାଙ୍କର ମୃତ୍ୟୁ...

ମହିଳାଙ୍କ ଉପରକୁ ଚଢ଼ିଗଲା ଟ୍ରକ୍‌

ବଡବିଲ,୨୬।୭(ଦେବପ୍ରିୟ ରଣା): ୫୨୦ ନମ୍ବର ଜାତୀୟ ରାଜପଥ କେନ୍ଦୁଝର ଜିଲା ରୁଗୁଡ଼ି ଥାନା କେନ୍ଦୁଡିହି ଛକରେ ଶୁକ୍ରବାର ଏକ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌ ଧକ୍କାରେ...

ଲକ୍ଷ୍ମୀବସ୍‌ର ମନମୁଖୀ କାର୍ଯ୍ୟ: ତାତିଲେ ଘରୋଇ ବସ୍‌ ମାଲିକ ସଂଘ

ଛତ୍ରପୁର,୨୬।୭ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ଲକ୍ଷ୍ମୀବସ ମନମୁଖୀ ଓ ବେନିୟମ ଭାବେ ଚଳାଚଳ ନେଇ ଏହାକୁ ଘରୋଇ ବସ୍‌ ମାଲିକ ସଂଘ ବିରୋଧ କରିଛନ୍ତି।...

ଗଞ୍ଜେଇ କାରବାରରେ ଶିକ୍ଷକ

ଟିଟିଲାଗଡ଼,୨୬।୭: ଅବକାରୀ ବିଭାଗ ଏବଂ ପୋଲିସ ଶୁକ୍ରବାର ଚଢାଉ କରି ଏକ ବଡ଼ ଧରଣର ଗଞ୍ଜେଇ ର଼୍ୟାକେଟ୍‌କୁ ଧରିବାର ସଫଳ ହୋଇଛି। ଅଧକାରୀମାନେ ଟିଟିଲାଗଡ଼ରୁ ୨୪୩...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri