Posted inଜାତୀୟ

ମିଟିଂ ଅଧାରୁ ଆସି ଅଫିସ କୋଠାର ସପ୍ତମ ମହଲାରୁ ଡେଇଁପଡ଼ିଲେ IT ଇଞ୍ଜିନିୟର: ସୁଇସାଇଟ୍‌ ନୋଟ୍‌ରେ ଲେଖାଅଛି ଏମିତି…

ପୁଣେ,୨୯।୮:ପୁଣେର ହିଞ୍ଜେୱାଡି ଅଞ୍ଚଳରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏକ ଆଇଟି କମ୍ପାନୀରେ କାର୍ଯ୍ୟରତ ଜଣେ ୨୩ ବର୍ଷୀୟ ଇଞ୍ଜିନିୟର ନିଜ ଅଫିସ କୋଠାର ସପ୍ତମ ମହଲାରୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ଆତ୍ମହତ୍ୟା କରିଥିବା ଯୁବକଙ୍କ ନାମ ପୀୟୁଷ ଅଶୋକ କଭାଡେ। ସେ ନାସିକର ବାସିନ୍ଦା ଥିଲେ ଏବଂ ଗତ ଦେଢ଼ ବର୍ଷ ଧରି ଆଟଲାସ କପକୋ ନାମକ ଏକ ବହୁରାଷ୍ଟ୍ରୀୟ କମ୍ପାନୀରେ କାମ କରୁଥିଲେ।

ପୀୟୁଷ ଅଫିସରେ ସବୁଦିନ ପରି ଅଫିସ୍‌ ଆସିଥିଲେ। ଏଠାରେ ଏକ ମିଟିଂରେ ଯୋଗ ଦେଇଥିଲେ। ହଠାତ୍‌ ସେ ଛାତିରେ ଯନ୍ତ୍ରଣା ଅଭିଯୋଗ କରି ସେଠାରୁ ଉଠି ଚାଲିଗଲେ। କେହି ଭାବି ନ ଥିଲେ ଯେ, କିଛି ମିନିଟ ପରେ ସେ ଏତେ ବଡ଼ ପଦକ୍ଷେପ ନେବେ ବୋଲି କେହି ଭାବି ନ ଥିଲେ। ଅଫିସରେ ଥିବା ଲୋକମାନେ ତାଙ୍କୁ କୋଠାରୁ ଡେଇଁ ପଡ଼ିବାର ଦେଖିଲେ, ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ। ତୁରନ୍ତ ପୋଲିସକୁ ସୂଚନା ଦିଆଯାଇଥିଲା।

ପୋଲିସ ଘଟଣାସ୍ଥଳରୁ ଏକ ଆତ୍ମହତ୍ୟା ନୋଟ ପାଇଛି, ଯାହାକୁ ପୀୟୁଷ ନିଜ ହାତରେ ଲେଖିଥିଲେ। ଏହି ଚିଠିରେ ସେ ଲେଖିଛନ୍ତି, ମୁଁ ଜୀବନରେ ସବୁଠି ବିଫଳ ହୋଇଛି। ଦୟାକରି ମୋତେ କ୍ଷମା କରନ୍ତୁ। ସେ ତାଙ୍କ ବାପାଙ୍କ ପାଇଁ ଏକ ବାର୍ତ୍ତା ମଧ୍ୟ ଛାଡିଛନ୍ତି, ସେ କହିଛନ୍ତି, ସେ ତାଙ୍କ ପାଇଁ ଯୋଗ୍ୟ ପୁଅ ନୁହଁନ୍ତି ଏବଂ ତାଙ୍କ ପଦକ୍ଷେପ ପାଇଁ କ୍ଷମା ପ୍ରାର୍ଥନା କରିଛନ୍ତି।

ଆତ୍ମହତ୍ୟା ନୋଟରୁ ସ୍ପଷ୍ଟ ହୋଇଛି ସେ ପୀୟୁଷ ନିଜକୁ ଅସଫଳ ଅନୁଭବ କରୁଥିଲେ। କିନ୍ତୁ ସେ କୌଣସି ଚାକିରି ସମ୍ବନ୍ଧୀୟ ସମସ୍ୟା କିମ୍ବା ଅଫିସ ଚାପ ବିଷୟରେ କୌଣସି କଥା କହି ନ ଥିଲେ।
ଏହି ସମ୍ପୂର୍ଣ୍ଣ ଘଟଣା ପରେ, ପୋଲିସ ଅଫିସରେ କାମ କରୁଥିବା ଅନ୍ୟ କର୍ମଚାରୀଙ୍କ ସହ କଥା ହୋଇଥିଲା। ଏହା ସହିତ, କୋଠାର ସିସିଟିଭି ଫୁଟେଜ ମଧ୍ୟ ଯାଞ୍ଚ କରାଯାଉଛି। ପୋଲିସ ଅନୁଯାୟୀ, ଆତ୍ମହତ୍ୟା ନୋଟରେ ଅଫିସ କିମ୍ବା କାମ ସମ୍ବନ୍ଧୀୟ କୌଣସି ଅଭିଯୋଗ ଲେଖାଯାଇ ନାହିଁ, କିନ୍ତୁ ତଥାପି ପ୍ରତ୍ୟେକ ଦୃଷ୍ଟିକୋଣରୁ ତଦନ୍ତ କରାଯାଉଛି ଯାହା ଦ୍ୱାରା ଅନ୍ୟ କିଛି କାରଣ ସାମ୍ନାକୁ ଆସିପାରିବ।

ପୀୟୁଷଙ୍କ ମୃତ୍ୟୁ ପରେ, ମାନସିକ ଚାପ ଏବଂ ଡିପ୍ରେସନ ଭଳି ସମସ୍ୟା ପୁଣି ଥରେ ସାମ୍ନାକୁ ଆସିଛି, ବିଶେଷକରି ଯୁବପିଢ଼ିଙ୍କ ମଧ୍ୟରେ। ଆଜିର ଯୁଗରେ ସମସ୍ତେ ନିଜ କ୍ୟାରିଅରରେ ବ୍ୟସ୍ତ, ଅନେକ ସମୟରେ ଲୋକମାନେ ନିଜର ଭାବନା ଏବଂ ସମସ୍ୟା କାହା ସହିତ ଶେୟାର କରନ୍ତି ନାହିଁ। ପରେ ଏମିତି ଚରମ ପଦକ୍ଷେପ ନେଇଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୬୦ ରୁ ୮୦ ବିଲିୟନ ଡଲାର୍‌ର ସେଟ୍‌ଲମେଣ୍ଟ୍‌!: ଏନ୍‌ଭିଡିଆ CEO ଜେନ୍ସନ୍‌ ହୁଆଙ୍ଗଙ୍କ ସମ୍ଭାବ୍ୟ ଛାଡ଼ପତ୍ରକୁ ନେଇ ସାରା ବିଶ୍ୱରେ ଚର୍ଚ୍ଚା

ନୂଆଦିଲ୍ଲୀ,୧୦।୧୧: ବିଶ୍ୱର ପ୍ରମୁଖ ଟେକ୍ନୋଲୋଜି କମ୍ପାନୀ ‘ଏନ୍‌ଭିଡିଆ’ (NVIDIA) ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (CEO) ଜେନ୍ସନ୍‌ ହୁଆଙ୍ଗ ଏବଂ ତାଙ୍କ ପତ୍ନୀ ଲୋରି ହୁଆଙ୍ଗଙ୍କୁ ନେଇ…

ଏସିଆନ ଚାମ୍ପିୟନ୍ସ ଟ୍ରଫି ହକି: ସବିତାଙ୍କୁ ବିଶ୍ରାମ, ଦଳକୁ ଫେରିଲେ ବନସାରି

ନୂଆଦିଲ୍ଲୀ, ୧୦ା୧୧: ଭୋପାଳଠାରେ ହେବାକୁଥିବା ଏସିଆନ ଚାମ୍ପିୟନ୍ସ ଟ୍ରଫି ମହିଳା ହକି ଟୁର୍ନାମେଣ୍ଟ ପାଇଁ ମଙ୍ଗଳବାର ଭାରତୀୟ ଦଳ ଘୋଷଣା କରାଯାଇଛି। ଭେଟେରାନ ଗୋଲ୍‌କିପର ସବିତା ପୁନିଆଙ୍କୁ…

ଜନ୍ମ ହେବାର ଗୋଟିଏ ଦିନରେ ପୁଅକୁ ହରାଇଥିଲେ ସୋନିଆ ଗାନ୍ଧୀ; ବହିରେ ବଡ଼ ଖୁଲାସା, ରାହୁଲ ନୁହନ୍ତି…

କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀଙ୍କ ବହୁ ପ୍ରତୀକ୍ଷିତ ଆତ୍ମଜୀବନୀ ‘ବିଲଙ୍ଗିଙ୍ଗ: ଏ ଜର୍ଣ୍ଣି ଅଫ ଲଭ’ ୧୦ ନଭେମ୍ବର ମଙ୍ଗଳବାର ପ୍ରକାଶିତ ହୋଇଛି। ପୁସ୍ତକରେ ଗାନ୍ଧୀ ପରିବାରଙ୍କ…

ୟୁଏଇ ଜାତୀୟ ଦଳରେ ଖେଳିପାରନ୍ତି ଭାରତର ଏହି ପୂର୍ବତନ ଉଇକେଟକିପର, ଜାଣନ୍ତୁ…

ଆବୁ ଧାବି, ୧୦।୧୧: ଭାରତର ପୂର୍ବତନ ଉଇକେଟକିପର ବ୍ୟାଟର କେଏସ୍‌ ଭରତ ୟୁଏଇ ଜାତୀୟ ଦଳ ଜରିଆରେ ଅନ୍ତର୍ଜାତୀୟ କ୍ରିକେଟକୁ ଫେରିବା ପାଇଁ ଲକ୍ଷ୍ୟ ରଖିଛନ୍ତି। ଆସନ୍ତା…

ଶୁକ୍ରଙ୍କ ସିଧା ଚଳନ: ୧୪ ନଭେମ୍ୱରରୁ ବଦଳିବ ୪ ରାଶିର ଭାଗ୍ୟ; ବଢିବ ଧନ, ଚାକିରିରେ ଭଲ ଅଫର୍‌…

ଜ୍ୟୋତିଷ ଶାସ୍ତ୍ରରେ ଶୁକ୍ରଙ୍କୁ ଭୌତିକ ସୁଖ, ବୈଭବ, ପ୍ରେମ, ଦାମ୍ପତ୍ୟ ଜୀବନ ଏବଂ ଆର୍ଥିକ ସମୃଦ୍ଧିର ପ୍ରତିନିଧି ଗ୍ରହ ଭାବେ ବିବେଚନା କରାଯାଏ। ଏଣୁ ଶୁକ୍ରଙ୍କ ଚଳନରେ…

ବନ୍ୟା ପ୍ରଭାବିତଙ୍କୁ ରନ୍ଧନ ଖାଦ୍ୟ ବଣ୍ଟନ କଲେ ଛାତ୍ରୀଛାତ୍ର

ଦିଗପହଣ୍ଡି,୧୦।୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଡିଗ୍ରୀ କଲେଜ ଜାତୀୟ ସେବା ଯୋଜନା(ଏନ୍‌ଏସ୍‌ଏସ୍‌) ଓ ଭାରତ ସ୍କାଉଟ ଆଣ୍ଡ…

ସାକ୍ଷୀଙ୍କୁ ଜେଲରୁ ଧମକ ମାମଲା ତୃତୀୟଥର ଥାନାରେ ହାଜର ହେଲେ ବିକ୍ରମ

ବ୍ରହ୍ମପୁର,୧୦ା୧୧(ସୁବାସ ଚନ୍ଦ୍ର ପାଢ଼ୀ ): ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାର ସାକ୍ଷୀଙ୍କୁ ଜେଲ ଭିତରୁ ଧମକ ଘଟଣାରେ ବ୍ରହ୍ମପୁରର ପୂର୍ବତନ ବିଧାୟକ ବିକ୍ରମ କୁମାର ପଣ୍ଡା…

ଦିବ୍ୟାଙ୍ଗ ଶିଶୁଙ୍କୁ ସହାୟତାର ହାତ, ୨୬୦ଙ୍କ ସ୍ୱାସ୍ଥ୍ୟ ପରୀକ୍ଷାରୁ ୧୧୨ ଚିହ୍ନଟ

ଦାରିଙ୍ଗବାଡ଼ି, ୧୦।୧୧ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ୍‌ ଅନ୍ତର୍ଗତ ରାପଡ଼ାବାଡ଼ି ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ମଙ୍ଗଳବାର ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?