Posted inରାଜ୍ୟ

ଝାରପାଲିରୁ ଇସ୍ରୋ ବୈଜ୍ଞାନିକ

ବରଗଡ଼ ଅଫିସ୍‌,୨୯।୧୨: ବରଗଡ଼ ଜିଲା ଅମ୍ବାଭୋନା ବ୍ଳକ ଅନ୍ତର୍ଗତ ଝାରପାଲି ଗ୍ରାମର ନିହାର ରଞ୍ଜନ ପ୍ରଧାନ ଇସ୍ରୋର ବୈଜ୍ଞାନିକ ଭାବେ ସୁଯୋଗ ପାଇଛନ୍ତି। ସେ ଆସନ୍ତା ଜାନୁୟାରୀରେ ଇସ୍ରୋରେ ଯୋଗଦେବେ ବୋଲି କହିଛନ୍ତି। ମା’ ପଙ୍କଜିନୀ, ବାପା ରାଜକୁମାରଙ୍କ ସାନପୁଅ ନିହାର ଏକ ଚାଷୀ ପରିବାରର। ସେ ପିଲାବେଳୁ ନୂତନ ଜିନିଷ ତିଆରି କରିବାରେ ଆଗ୍ରହ ପ୍ରକାଶ କରୁଥିଲେ ।

ସେ ଗାଁ ସ୍କୁଲରେ ପ୍ରଥମରୁ ସପ୍ତମ ଶ୍ରେଣୀ ପାଠ ପଢ଼ିଥିବା ବେଳେ ଅମ୍ବାଭୋନାସ୍ଥିତ କେଦାରନାଥ ଆଦିବାସୀ ହାଇସ୍କୁଲରେ ଅଷ୍ଟମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ିଥିଲେ। ପରେ ବରଗଡ଼ ସ୍ଥିତ ବିକାଶ ଜୁନିୟର କଲେଜରେ ଯୁକ୍ତଦୁଇ ବିଜ୍ଞାନରେ ନାମ ଲେଖାଇ ଥିଲେ । ଜେଇଇ ମେନ୍ସ ଏବଂ ଆଡଭାନ୍ସ ଫଳାଫଳକୁ ନେଇ ଇଣ୍ଡିଆନ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ସ୍ପେଶ ସାଇନ୍ସ ଆଣ୍ଡ୍‌ ଟେକ୍ନୋଲୋଜି(ଆଇଆଇଏସ୍‌ଟି)ର ଏରୋସ୍ପେଶ ଇଞ୍ଜିନିୟରିଂ ବିଭାଗରେ ବି-ଟେକ୍‌ ପାଇଁ ଆଡମିଶନ କରିଥିଲେ। ଚଳିତ ବର୍ଷ ଗ୍ରାଜୁଏଶନ ଶେଷ ହୋଇଥିଲା। ଆଇଆଇଏସ୍‌ଟି-ଅବଜର୍ପଶନରେ ଦକ୍ଷତା ଥିବାରୁ ତାଙ୍କୁ ଇସ୍ରୋର ବୈଜ୍ଞାନିକଭାବେ ମନୋନୀତ କରିଥିବା ନିହାର କହିଛନ୍ତି । ମା’ ବାପା, ଭାଇ, ଭଉଣୀ ତାଙ୍କୁ ଚାପ ମୁକ୍ତ ବାତାବରଣରେ ମନ ପସନ୍ଦର ବିଷୟ ପଢ଼ିବାର ସୁଯୋଗ ଦେଇଥିବାରୁ ଏଭଳି ସଫଳତା ମିଳିଛି ବୋଲି ସେ ପ୍ରକାଶ କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ବହି ତ୍ରୁଟି ପଛରେ ରହିଛି ବଡ଼ ଷଡ଼ଯନ୍ତ୍ର, ନିଆଯିବ କଠୋର କାର୍ଯ୍ୟାନୁଷ୍ଠାନ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୬।୬: ଓଡ଼ିଆ ପାଠ୍ୟ ପୁସ୍ତକରେ ବ୍ୟାପକ ତ୍ରୁଟି ପ୍ରସଙ୍ଗକୁ ନେଇ ବଡ଼ ମନ୍ତବ୍ୟ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ସେ କହିଛନ୍ତି, ତ୍ରୁଟି ପଛରେ ବଡ଼ ଷଡ଼ଯନ୍ତ୍ର…

ଆମେରିକା- ଇରାନ ମଧ୍ୟରେ ପୁଣି ହେବ ଯୁଦ୍ଧ? ହର୍ମୁଜରେ ୧୦ ଲକ୍ଷ ସୈନ୍ୟ ମୁତୟନ କରିବାକୁ ପ୍ରସ୍ତୁତ ଇରାନ

ତେହରାନ,୨୬।୬: ଆମେରିକା ଏବଂ ଇରାନ ମଧ୍ୟରେ ଉତ୍ତେଜନା ପୁଣି ଥରେ ବୃଦ୍ଧି ପାଇଛି। ଶାନ୍ତି ଚୁକ୍ତିନାମା ବିଷୟରେ ଆଲୋଚନା ହେଉଥିଲେ ମଧ୍ୟ, ଉଭୟ ଦେଶ ପରସ୍ପର ଉପରେ…

ଭାରତକୁ ନେଇ ଏମିତି କହିଲେ ମେଲୋନି ସଭିଏଁ ଚକିତ, କହିଲେ ‘ଦିଲ୍ଲୀରେ ନିର୍ବାଚନ ଲଢିଥିଲେ…’

ରୋମ/ନୂଆଦିଲ୍ଲୀ,୨୬।୬: ଏକ ନୂତନ ପୁସ୍ତକରେ, ଇଟାଲୀ ପ୍ରଧାନମନ୍ତ୍ରୀ ଜିଓର୍ଜିଆ ମେଲୋନି ତାଙ୍କ 2023 ଭାରତ ଗସ୍ତର ଏକ ଆକର୍ଷଣୀୟ କାହାଣୀ ବାଣ୍ଟିଛନ୍ତି, ଯେଉଁଥିରେ ସେ ବର୍ଣ୍ଣନା କରିଛନ୍ତି…

ଅନିଶ୍ଚିତତାରେ ଆଖଡ଼ାଶାଳି ପ୍ରସ୍ତାବିତ ନଦୀଭିତ୍ତିକ ବନ୍ଦର, ଭାଜପା ସରକାର ଗଠନ ପରେ ବି ରାଜନେତାମାନେ ଚୁପ୍‌

କେନ୍ଦ୍ରାପଡ଼ା,୨୬ା୬(ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ୍‌ ଆଖଡ଼ାଶାଳି ଗ୍ରାମ ନିକଟ ମହାନଦୀରେ ରାଜ୍ୟର ପ୍ରଥମ ନଦୀଭିତ୍ତିକ ବନ୍ଦର ହେବ। ପିପିପି ମୋଡ୍‌ରେ ପାରାଦୀପ ପୋର୍ଟ ଏହାର…

ରାଶନ କାର୍ଡଧାରୀଙ୍କ ପାଇଁ ବଡ଼ ଖବର! ଏବେ ମିଳିବ ମୁଣ୍ଡପିଛା ମିଳିବ…

ନୂଆଦିଲ୍ଲୀ,୨୬।୬: କେନ୍ଦ୍ର ସରକାର ଅନ୍ତ୍ୟୋଦୟ ଅନ୍ନ ଯୋଜନା (AAY) ଅଧୀନରେ ମିଳୁଥିବା ପରିବାର ପିଛା ମାସିକ ୩୫ କିଲୋଗ୍ରାମର ଖାଦ୍ୟଶସ୍ୟ ଅଧିକାରକୁ ବଦଳାଇ, ଏହାକୁ ପ୍ରତି ବ୍ୟକ୍ତି…

ଧର୍ମେନ୍ଦ୍ର ପ୍ରଧାନଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇ ଏମିତି କହିଲେ ପ୍ରଧାନମନ୍ତ୍ରୀ ମୋଦି: ଚାରିଆଡ଼େ ହେଉଛି ଚର୍ଚ୍ଚା

ନୂଆଦିଲ୍ଲୀ,୨୬।୬:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇ ଜାତୀୟ ଶିକ୍ଷା ନୀତି (NEP) କାର୍ଯ୍ୟକାରୀ କରିବା ଦିଗରେ ତାଙ୍କର…

ନିଜ କାର୍ଯ୍ୟକୁ ଫେରିଲେ ସରପଞ୍ଚ ଚାମେଲୀ ଓଝା, ପଞ୍ଚାୟତର ଉନ୍ନୟନ କାର୍ଯ୍ୟର ସମୀକ୍ଷା କରି…

ମହାକାଳପଡ଼ା, ୨୬ା୬(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡା ବ୍ଲକ ତିଖିରୀ ପଞ୍ଚାୟତର ଉନ୍ନୟନମୂଳକ କାର୍ଯ୍ୟକୁ ରୋକାଯିବା ଓ କରାଯାଇଥିବା କାମର ବିଲ୍‌ ପ୍ରଦାନ କରାଯାଉ ନ…

ଡେବ୍ୟୁ କରିବା ମାତ୍ରେ ଭାରତୀୟ କ୍ରିକେଟ ଇତିହାସ ବଦଳାଇଦେବେ ବୈଭବ ସୂର୍ଯ୍ୟବଂଶୀ: ଭାଙ୍ଗିବେ ୫ ମହାରେକର୍ଡ

ନୂଆଦିଲ୍ଲୀ,୨୬।୬:ଭାରତୀୟ କ୍ରିକେଟ ଦଳର ୧୫ ବର୍ଷୀୟ ବ୍ୟାଟସମ୍ୟାନ ବୈଭବ ସୂର୍ଯ୍ୟବଂଶୀ ଚର୍ଚ୍ଚାର ବିଷୟ ପାଲଟିଛନ୍ତି। ସେ ଆୟରଲାଣ୍ଡ ବିପକ୍ଷରେ ଆଗାମୀ ଟି-୨୦ ସିରିଜ ପାଇଁ ବରିଷ୍ଠ ଭାରତୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri