ମାସ୍କର ଦାମ ୧୧ କୋଟି

ମୋତ୍ଜା,୧୦।୮: କରୋନା ସଂକ୍ରମଣକୁ ରୋକିବାକୁ ସମସ୍ତ ବିକାଶଶୀଳ ଦେଶ ଭ୍ୟାକ୍ସିନ ବା ଟିକା ପ୍ରସ୍ତୁତ କରିବାରେ ଲାଗି ପଡିଥିବା ବେଳେ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ କିନ୍ତୁ କହୁଛି ସର୍ବସାଧାରଣ ସ୍ଥାନରେ ମାସ୍କ ପିନ୍ଧିବା ଜରୁରୀ। ମାସ୍କ ହିଁ ଆମକୁ ଅନେକାଂଶରେ କରୋନା ସଂକ୍ରମଣରୁ ରକ୍ଷା କରିପାରିବ। ଇତିମଧ୍ୟରେ ଏବେ ଖବର ଆସିଛି କି ଇସ୍ରାଏଲର ଜଣେ ଜୁଏଲରୀ ମେକର ବିଶ୍ୱର ସବୁଠାରୁ ଦାମି ମାସ୍କ ତିଆରି କରୁଛନ୍ତି। ଏହାର ଦାମ ରହିଛି ୧.୫ ମିଲିୟନ ଡଲାର ବା ୧୧ କୋଟି ଟଙ୍କା। ଏମିତି ଏକ ଖବର ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ତେବେ ଉକ୍ତ ମାସ୍କଟି ସୁନା ଓ ହୀରାରେ ପ୍ରସ୍ତୁତ କରାଯାଉଥିବା ବେଳେ ଏଥିରେ N-95 ଫିଲଟର ବି ଲଗାଯିବ ବୋଲି କୁହାଯାଉଛି। ଇସ୍ରାଏଲର ଗହଣା ତିଆରି କରୁଥିବା ଏକ କମ୍ପାନୀ ଦାବି କରିଛି ଯେ କରୋନା ଭାଇରସଠାରୁ ଦୂରେଇ ରହିବାକୁ ପ୍ରସ୍ତୁତ କରାଯାଇଥିବା ମାସ୍କ ମଧ୍ୟରେ ଏହା ସବୁଠାରୁ ଦାମୀ ମାସ୍କ। ଏହି ମାସ୍କର ଡିଜାଇନର ଇସ୍କ ଲେବି କହିଛନ୍ତି ଏହା ୧୮ କ୍ୟାରେଟ ସୁନାରେ ତିଆରି କରାଯାଉଛି ଓ ଏଥିରେ ୩,୬୦୦ କଳା ଓ ଧଳା ହୀରା ଲାଗିଛି। ଏହାର ଓଜନ ରହିଛି ୨୭୦ ଗ୍ରାମ। ଯାହା ଏକ ସାଧାରଣ ମାସ୍କର ଓଜନଠାରୁ ଶହେ ଗୁଣା ଅଧିକ। ଜଣେ ଗ୍ରାହକଙ୍କ ବରାଦ ଅନୁଯାୟୀ ଏହି ମାସ୍କ ତିଆରି କରାଯାଉଛି। ଏମିତି ଆଉ ୨ଟି ମାସ୍କ ମଧ୍ୟ ଉକ୍ତ ଗ୍ରାହକ ବରାଦ ଦେଇଥିବା କହିଛନ୍ତି ଲେବି। ଏହି ମାସ୍କ ଚଳିତ ବର୍ଷ ଶେଷ ସୁଦ୍ଧା ପ୍ରସ୍ତୁତ ହୋଇଯିବ ଓ ଏହା ବିଶ୍ୱର ସବୁଠାରୁ ଦାମୀ ମାସ୍କ ହେବ। ତେବେ ଗ୍ରାହକଙ୍କ ନାମ କହିବାକୁ ଲେବି ମନା କରିଦେଇଥିବା ବେଳେ ସେ କେବଳ କହିଛନ୍ତି ଗ୍ରାହକ ଜଣକ ଆମେରିକାରେ ରହୁଥିବା ଜଣେ ଚାଇନା ଉଦ୍ଦ୍ୟୋଗ ପତି।


Enter your email to get our daily news in your inbox.

All Right Reserved By Dharitri.Com

ଏସବୁ ପାଇଁ ପାଳନ କରାଯାଏ ବଡ଼ ଓଷା…

କାର୍ତ୍ତିକ ମାସ ଶୁକ୍ଳପକ୍ଷ ତ୍ରୟୋଦଶୀରେ ବଡ଼ ଓଷା ପାଳିତ ହୋଇଥାଏ । ଏହି ଓଷା ଭୀଷ୍ମ ପଞ୍ଚକ ମଧ୍ୟରେ ବଡ଼ ଏକାଦଶୀ ବା ଦେବ ଉତ୍‌ଥାନ...

ଗୋଟିଏ ଦିନରେ ୩୮୫ ତାଲିବାନ ଆତଙ୍କବାଦୀ ମୃତ, ୨୧୦ ଆହତ…

କାବୁଲ,୭।୮: ଆଫଗାନିସ୍ତାନରେ ତାଲିବାନ ଆତଙ୍କବାଦୀ ଏବଂ ସରକାରୀ ସୈନ୍ୟଙ୍କ ମଧ୍ୟରେ ଭୟଙ୍କର ଯୁଦ୍ଧ ଜାରି ରହିଛି। ଗୋଟିଏ ଦିନରେ ସୈନ୍ୟ ବାହିନୀର ଦୃଢ଼ କାର୍ଯ୍ୟାନୁଷ୍ଠାନରେ ୩୮୫...

‘ଏକ୍ସଟ୍ରିମ୍‌ ଆଇରନିଂ ଚାମ୍ପିୟନଶିପ୍‌’ ପ୍ରତିଯୋଗିତା: ଆଇରନ୍‌ କରିବେ କେଉଁଠି ବି କେମିତି ବି

ଆଇରନ୍‌ କରି ପୋଷାକ ପିନ୍ଧିବାର ଅନୁଭୂତି ପ୍ରାୟ ସମସ୍ତଙ୍କର ଥିବ। ତେବେ ଏହି ଆଇରନ୍‌ କରିବାକୁ ନେଇ ହେଉଥିବା ପ୍ରତିଯୋଗିତା ଓ ତଜ୍ଜ୍‌ନିତ ରୋମାଞ୍ଚର ଅନୁଭୂତିକୁ...

ବଲିଉଡ୍‌ ସହ ବାଇଡେନଙ୍କ ସମ୍ପର୍କ ରହିଛି ଏମିତି, ପ୍ରଚାର ମୈଦାନରେ ବାଜୁଥିଲା ଏହି ଫିଲ୍ମ ଗୀତ

ଓ୍ବାଶିଂଟନ/ନୂଆଦିଲ୍ଲୀ,୮ା୧୧: ଆମେରିକାର ରାଷ୍ଟ୍ରପତି ନିର୍ବାଚନ ଫଳାଫଳରେ ଡେମୋକ୍ରାଟିକ୍‌ ପ୍ରାର୍ଥୀ ଜୋ ବାଇଡେନ୍‌ ବିଜୟ ଲାଭ କରିଛନ୍ତି। ଏହି ନର୍ବାଚନ ଜିତିବା ପରେ ବାଇଡେନ ହେଉଛନ୍ତି ଆମେରିକାର...

କମାଣ୍ଡର ନିଯୁକ୍ତ କଲା ଚାଇନା

ବେଜିଂ,୬ା୬(ପି.ଟି.): ସୀମାବିବାଦକୁ ନେଇ ଭାରତ ଓ ଚାଇନା ସେନା ମଧ୍ୟରେ ପାଖାପାଖି ୨ ସପ୍ତାହ ହେଲା ଅଚଳାବସ୍ଥା ଲାଗି ରହିଛି। ଏହାର ସମାଧାନ ଲାଗି ଶନିବାର...

ଏହି ପ୍ରସିଦ୍ଧ ଅଭିନେତ୍ରୀଙ୍କୁ ମନେ ପକାଇଲା ଡୁଡ୍‌ଲ

ଗୁଗଲ ମଙ୍ଗଳବାର ଦିନ ପ୍ରସିଦ୍ଧ ଭାରତୀୟ ଅଭିନେତ୍ରୀ ଜୋହରା ସେହଗାଲଙ୍କୁ ସ୍ମରଣ କରି ଏକ ଡୁଡ୍‌ଲ କରିଛି। ସେହଗାଲ ଦେଶର ପ୍ରଥମ କଳାକାରମାନଙ୍କ ମଧ୍ୟରୁ ଜଣେ...

ଉଚ୍ଚ ରକ୍ତଚାପ ଏବଂ ହାର୍ଟଆଟାକ୍‌ରୁ ଦୂରେଇ ରହିବା ପାଇଁ ଘରେ ପାଳନ୍ତୁ ଏହି ପ୍ରାଣୀ …

ପରିବର୍ତ୍ତିତ ଜୀବନ ଶୈଳୀ ତଥା ଖାଦ୍ୟପେୟରେ ଅନିୟମିତତା ଯୋଗୁ କେତେକଙ୍କଠାରେ ଉଚ୍ଚ ରକ୍ତଚାପ ଏବଂ ହାର୍ଟଆଟାକ୍‌ ସମସ୍ୟା ଦେଖାଦେଇଥାଏ। ଏଥିରୁ ଦୂରେଇ ରହିବା ପାଇଁ ବିଭିନ୍ନ...

ଚମତ୍କାର: କାଠରୁ ତିଆରି ହେଲା କାଚ, ଯାହା କେବେ ଭାଙ୍ଗିବନି

କାଚ ହେଉ ଅବା ହୃଦୟ, ଏହା ଦିନେ ଭାଙ୍ଗିଯାଏ। ହେଲେ ଏବେ ଏହି କଥାଟି ଭୁଲ ପ୍ରମାଣିତ ହେବାକୁ ଯାଉଛି। ହୃଦୟ ଉପରେ ବୈଜ୍ଞାନିକମାନେ କିଛି...

Advertisement


Archives

Model This Week