ଅସ୍ତିତ୍ୱ ହରାଇବ ଇସ୍ରାଏଲ୍‌

ତେହରାନ/ଜେରୁଜେଲମ୍‌,୫ା୧୦: ଇରାନ ପକ୍ଷରୁ ଇସ୍ରାଏଲ୍‌ ଉପରେ କରାଯାଇଥିବା ସଦ୍ୟ ମିଶାଇଲ ମାଡ଼କୁ ସୁପ୍ରିମ ଲିଡର ଆୟାତୋଲ୍ଲା ଅଲୀ ଖାମେନେଇ ପ୍ରଶଂସା କରିବା ସହ ଆବଶ୍ୟକ ପଡ଼ିଲେ ପୁଣି ଆକ୍ରମଣ କରାଯିବ ବୋଲି ଚେତାବନୀ ଦେଇଛନ୍ତି। ଏଥିସହ ଇରାନର ଜବାବରେ ଇସ୍ରାଏଲ୍‌ ଅସ୍ତିତ୍ୱ ହରାଇବ ବୋଲି ଧମକ ଦେଇଛନ୍ତି।
ଯୁଦ୍ଧକୁ ବର୍ଷେ ପୂରିବାକୁ ଯାଉଥିବାବେଳେ ହମାସ୍‌ ଓ ହୁଟି ଆତଙ୍କବାଦୀଙ୍କୁ ସମର୍ଥନ କରି ଆସୁଥିବା ଇରାନକୁ ଇସ୍ରାଏଲ୍‌ ଧମକ ଦେଇଆସୁଥିଲା। ଏଥିସହ ହେଜ୍‌ବୋଲ୍ଲା ମୁଖ୍ୟ ହସନ୍‌ ନସ୍‌ରଲ୍ଲାଙ୍କୁ ଇସ୍ରାଏଲୀ ଡିଫେନ୍ସ ଫୋର୍ସ (ଆଇଡିଏଫ୍‌) ଏୟାରଷ୍ଟ୍ରାଇକ୍‌ରେ ନିପାତ କରିଥିଲା। ଏହାର ଜବାବ ଦେବାକୁ ଯାଇ ଇରାନ ମଙ୍ଗଳବାର ଅନୂ୍ୟନ ୧୮୦ ମିଶାଇଲ ଇସ୍ରାଏଲ୍‌ ଉପରକୁ ଛାଡ଼ିଥିଲା, ଯହିଁରୁ ଅଧିକାଂଶ କ୍ଷେପଣାସ୍ତ୍ରକୁ ଆଇରନ୍‌ ଡୋମ୍‌ ଆୟତ୍ତ କରି ଖସାଇ ଦେଇଥିଲା। ଏହି ଆକ୍ରମଣ ପରେ ଇରାନ ଓ ଇସ୍ରାଏଲ୍‌ ମୁହଁାମୁହଁି ହୋଇଥିବାବେଳେ ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଘନେଇବା ଆଶଙ୍କା ବଢ଼ିବାରେ ଲାଗିଛି। ଇସ୍ରାଏଲ୍‌ ଇରାନର ସୁପ୍ରିମ ଲିଡରଙ୍କୁ ହତ୍ୟା କରିବା ପାଇଁ ସୁଯୋଗ ଖୋଜୁଥିବାବେଳେ ଖାମେନେଇ ସୁରକ୍ଷିତ ସ୍ଥାନରେ ଆମତ୍ଗୋପନ କରିଥିଲେ। ଶୁକ୍ରବାର ନମାଜ ପାଠ ବେଳେ ଖାମେନେଇ ଲୋକଲୋଚନକୁ ଆସିଛନ୍ତି। ପ୍ରାୟ ୫ ବର୍ଷ ପରେ ପ୍ରଥମ ଥର ପାଇଁ ତେହରାନର ମୁଖ୍ୟ ପ୍ରାର୍ଥନା ସ୍ଥଳ ମୋସାଲ୍ଲା ମସ୍‌ଜିଦରେ ଅନେକ ଲକ୍ଷ ସମର୍ଥକଙ୍କୁ ସମ୍ବୋଧିତ କରି ଇସ୍ରାଏଲ୍‌ ଉପରେ ଇରାନ ସଶସ୍ତ୍ର ବଳର ମିଶାଇଲ ମାଡ଼କୁ ‘ଜନସାଧାରଣଙ୍କ ସେବା’ ଭାବେ ଅଭିହିତ କରିଛନ୍ତି। ୮୦ ବର୍ଷୀୟ ଖାମେନେଇ ନିଜ ୪୦ ମିନିଟ୍‌ର ଭାଷଣରେ କହିଛନ୍ତି, ୨୦୨୩ ଅକ୍ଟୋବର ୭ରେ ହମାସ୍‌ ପକ୍ଷରୁ ଦକ୍ଷିଣ ଇସ୍ରାଏଲ୍‌ ଉପରେ କରାଯାଇଥିବା ଆକ୍ରମଣ ପାଲେଷ୍ଟିନୀୟଙ୍କ ପକ୍ଷରୁ ଏକ ବୈଧ କାର୍ଯ୍ୟାନୁଷ୍ଠାନ ଥିଲା। ମଙ୍ଗଳବାର କରାଯାଇଥିବା ମିଶାଇଲ୍‌ ଆକ୍ରମଣ ଅନ୍ତର୍ଜାତୀୟ ଆଇନ, ଇରାନର ଆଇନ ଓ ଇସ୍‌ଲାମିକ୍‌ ଆସ୍ଥା ଆଧାରିତ। ଆଫଗାନିସ୍ତାନରୁ ୟେମେନ୍‌ ଏବଂ ଇରାନରୁ ଗାଜା ପର୍ଯ୍ୟନ୍ତ ରାଷ୍ଟ୍ର ଶତ୍ରୁ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରସ୍ତୁତ ହେବା ଉଚିତ ବୋଲି ଖାମେନେଇ ଆହ୍ବାନ ଦେବା ସହ ଏହି କାର୍ଯ୍ୟରେ ନିୟୋଜିତ ଥିବାବେଳେ ପ୍ରାଣ ହରାଇଥିବା ଲୋକଙ୍କୁ ପ୍ରଶଂସା କରିଛନ୍ତି। ଖାମେନେଇ ସମ୍ବୋଧିତ କରୁଥିବାବେଳେ ତାଙ୍କ ପାର୍ଶ୍ୱରେ ଏକ ବନ୍ଧୁକ ରଖାଯାଇଥିଲା। ହମାସ୍‌ କିମ୍ବା ହେଜ୍‌ବୋଲ୍ଲା ବିରୋଧରେ ଲଢ଼ି ଇସ୍ରାଏଲ୍‌ ତିଷ୍ଠିପାରିବ ନାହିଁ ବୋଲି ସେ କହୁଥିବାବେଳେ ଭିଡ଼ ଭିତରୁ ଧ୍ୱନି ଶୁଭୁଥିଲା, ‘ଆମେ ଆପଣଙ୍କ ସହିତ ଅଛୁ।’
ଯେ, ୨୦୨୦ରେ ଆମେରିକାର ଡ୍ରୋନ୍‌ ଆକ୍ରମଣରେ ବାଗ୍‌ଦାଦରେ ରିଭୋଲ୍ୟୁଶନାରି ଗାର୍ଡ ଜେନେରାଲ କାସିମ୍‌ ସୋଲେମାନି ନିହତ ହୋଇଥିଲେ। ଏହା ପରେ ଶୁକ୍ରବାର ପ୍ରାର୍ଥନା ସଭାରେ ସୁପ୍ରିମ ଲିଡରଙ୍କୁ ଶେଷଥର ପାଇଁ ଦେଖାଯାଇଥିଲା। ଖାମେନେଇଙ୍କ ସଦ୍ୟ ଆବିର୍ଭାବର କିଛି ସମୟ ପୂର୍ବରୁ ଉକ୍ତ ପ୍ରାର୍ଥନା ସଭାରେ ହେଜ୍‌ବୋଲ୍ଲାର ମୃତ ନେତା ନସ୍‌ରଲ୍ଲାଙ୍କ ସ୍ମୃତିଚାରଣ କରାଯାଇଥିଲା। ଇରାନ ରାଷ୍ଟ୍ରପତି ମାସୁଦ ପେଜେଶ୍କିଆନ୍‌ ଏବଂ ରିଭୋଲ୍ୟୁଶନାରି ଗାର୍ଡ ଜେନେରାଲମାନଙ୍କ ସମେତ ଅନେକ ଉଚ୍ଚପଦାଧିକାରୀ ଏଥିରେ ସାମିଲ ହୋଇଥିଲେ। ଇତିମଧ୍ୟରେ ଇରାନ ବହିର୍ବ୍ୟାପାର ମନ୍ତ୍ରୀ ଅବ୍ବାସ ଆରାଘ୍‌ଚି ଲେବାନନ୍‌ର ବେରୁଟରେ ପହଞ୍ଚତ୍ ଇସ୍ରାଏଲ୍‌ ବିରୋଧରେ ହେଜ୍‌ବୋଲ୍ଲା ଓ ଲେବାନନୀ ସୈନ୍ୟଙ୍କ ସଂଘର୍ଷ ସମ୍ପର୍କରେ ଆଲୋଚନା କରିଛନ୍ତି। ଲେବାନନ୍‌କୁ ଇରାନ ୧୦ ଟନ୍‌ ଖାଦ୍ୟ ଓ ଔଷଧ ସହ ବିପୁଳ ସାମଗ୍ରୀ ପଠାଇଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କୁ ପିଟିପିଟି ମାରିଲେ ପୁଅ: ଘରୋଇ ଝଗଡା ହେଲା କାଳ

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ଥାନା ଅଧିନ ବ୍ରାହ୍ମଣଗାଁ ଗ୍ରାମପଞ୍ଚାୟତ ତାଳବନ୍ଦ ବୁରୁଡି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଘରୋଇ କଳିକୁ ନେଇ…

ଶୋକାକୁଳ ପରିବେଶରେ ଅବକାରୀ ବିଭାଗର ଅଧିକାରୀଙ୍କୁ ଶେଷ ବିଦାୟ: ବଜ୍ରପାତରେ…

ଦାରିଙ୍ଗବାଡି, ୨୧।୯ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଶ୍ରାନିକେତା ଗାଁର ଯୁବ ସରକାରୀ ଅଧିକାରୀ ବୌଦ୍ଧ ଜିଲାରେ ରବିବାର ବଜ୍ରପାତରେ ମୃତ୍ୟୁବରଣ କରିଥିଲେ। ସୋମବାର ତାଙ୍କ…

ଏହି ଜିଲାରେ ୨୪ ଯାଏ ସ୍କୁଲ ଛୁଟି ଘୋଷଣା: ଆଲର୍ଟ ରହିବାକୁ ନିର୍ଦ୍ଦେଶ

ଗଜପତି,୨୧।୯: ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଧୀରେ ଧୀରେ ଗଭୀର ଅବପାତର ରୂପ ନେଇଛି। ଫଳରେ ରାଜ୍ୟରେ ପ୍ରବଳ ବର୍ଷା ଲାଗି ରହିଛି। ଆସନ୍ତା ୨୩ ଏବଂ ୨୪…

ପିଲାଙ୍କୁ ଖଡ଼ି ଧରି ପାଠ ପଢ଼ାଇଲେ ସରପଞ୍ଚ: ସବୁଠି ହେଉଛି ଚର୍ଚ୍ଚା

ଦାରିଙ୍ଗବାଡି, ୨୧।୯ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ପଞ୍ଚାୟତର ନାଏବ ସରପଞ୍ଚ ଦୀପକ ପ୍ରଧାନଗତ କିଛି ଦିନ ହେଲା ସରପଞ୍ଚ ଦାୟିତ୍ୱ ସମ୍ଭାଳିବା ପରେ ପ୍ରଥମଥର ପାଇଁ…

ପୋଲିସ ଯାଞ୍ଚ୍‌ ନାଁରେ ଲୋକଙ୍କୁ ହଇରାଣ: ଥାନା ଏଏସଆଇଙ୍କ ଦାଦାଗିରି

ରିଷିଡା,୨୧।୯(ସୁଶାନ୍ତ ମଲ୍ଲିକ): ଗତକିଛି ଦିନ ହେଲା ମ.ରାମପୁର ଥାନା ଅଧିନ ବିଭିନ୍ନ ଅଞ୍ଚଳରେ ସନ୍ଧ୍ୟା ସମୟରେ ପୋଲିସ ଯାଞ୍ଚ୍‌ ନାଁରେ ଜନୈକ ଏଏସଆଇ ଦାଦାଗିରି ଚଲାଇଥିବା ଅଭିଯୋଗ…

ବାତ୍ୟା ଆସିଲେ ଭୂସ୍ଖଳନ ଭୟ: ୨ ଦିନ ବନ୍ଦ ରହିବ କଳିଙ୍ଗା ଘାଟି

ଜି.ଉଦୟଗିରି,୨୧।୯(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): କନ୍ଧମାଳ ଓ ଗଞ୍ଜାମ ସୀମାନ୍ତବର୍ତ୍ତୀ କଳିଙ୍ଗା ଘାଟି ଦେଇ ବିଜୟୱାଡ଼ା ରାଞ୍ଚିକୁ ସଂଯୋଗ କରୁଥିବା ୧୫୭ ନମ୍ବର ଜାତୀୟ ରାଜପଥ ଏବେ…

ଭଞ୍ଜନଗରରେ ଅଧିକ ବର୍ଷା ଆଶଙ୍କା: ତଳିଆ ଅଞ୍ଚଳବାସୀଙ୍କ ପାଇଁ ସତର୍କ ସୂଚନା ଜାରି

ଭଞ୍ଜନଗର,୨୧।୯(ବାବୁଲା ପ୍ରଧାନ): ଭଞ୍ଜନଗର ଜଳଭଣ୍ଡାରରେ ବର୍ତ୍ତମାନ ପ୍ରାୟ ୮୬ ପ୍ରତିଶତ ଜଳ ସଞ୍ଚିତ ଥିବାବେଳେ ଆଗାମୀ ଦିନରେ ଅଧିକ ବର୍ଷାର ସମ୍ଭାବନା ଅଛି । ତେଣୁ ଭଞ୍ଜନଗର…

ସେପ୍ଟେମ୍ବର ୨୩ରେ ଘଟିବ ବିରଳ ଘଟଣା; ଦିନ-ରାତି ୧୨-୧୨ ଘଣ୍ଟା….

ନୂଆଦିଲ୍ଲୀ,୨୧।୯: ଆସନ୍ତା ୨୩ ସେପ୍ଟେମ୍ବରରେ ଆକାଶରେ ଦେଖିବାକୁ ମିଳିବ ଏକ ବିଶେଷ ଭୌଗଳିକ ଘଟଣା । ଏହି ତାରିଖରେ ଦିନ ଓ ରାତିର ସମୟ ପ୍ରାୟ ସମାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?