ସରକାରଙ୍କ ବିରୋଧରେ ଏକଜୁଟ ହେଲେ ୮୦ ହଜାର ଲୋକ, ପୁଟିନଙ୍କ ସହ ତୁଳନା କଲେ ନେତନ୍ୟାହୁଙ୍କୁ

ତେଲ ଆଭିବ,୧୫ ।୧: ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେନଜାମିନ ନେତନ୍ୟାହୁ ଓ ତାଙ୍କ ସରକାରଙ୍କ ବିରୋଧରେ ବିରୋଧି ବେଶ କିଛି ସମୟ ହେବ ବିରୋଧ ଜାରି ରଖିଛନ୍ତି । ଏହାରି ଭିତରେ ଶନିବାର ରାତିରେ ତେଲ ଆଭିବରେ ହଜାର ହଜାର ସଂଖ୍ୟାରେ ଲୋକେ ଇସ୍ରାଏଲର ଆଇନ ପ୍ରଣାଳୀରେ ପ୍ରସ୍ତାବିତ ପରିବର୍ତ୍ତନ ବିରୋଧରେ ପ୍ରଦର୍ଶନ କରିଛନ୍ତି । ଏହି ସମୟରେ ପ୍ରର୍ଶନକାରୀମାନେ ନେତନ୍ୟାହୁଙ୍କ ତୁଳନା ରୁଷିଆ ରାଷ୍ଟ୍ରପତି ଭ୍ଲାଦିମର ପୁଟିନଙ୍କ ସହ କରିଛନ୍ତି । ଇସ୍ରାଏଲ ମିଡିଆର ସୂଚନା ଅନୁଯାୟୀ, କେବଳ ତେଲ ଆଭିବ କାହିଁକି ଜେରୁଜେଲମରେ ବି ନେତନ୍ୟାହୁଙ୍କୁ ବିରୋଧ କରାଯାଇଛି । କୁହାଯାଉଛି କି ସରକାରଙ୍କ ବିରୋଧରେ ପ୍ରାୟ ୮୦ ହଜାର ଲୋକ ଏକାଠି ହୋଇଥିଲେ ।

ସୂଚନାଯୋଗ୍ୟ, ଇସ୍ରାଏଲର ଆଇନ ମନ୍ତ୍ରୀ ୟାରିବ ଲେଭିନ ଗତ ସପ୍ତାହରେ ଆଇନ ପ୍ରଣାଳୀରେ ସଂଶୋଧନର ପ୍ରସ୍ତାବ ଦେଇଥିଲେ । ଆଇନ ପ୍ରଣାଳୀରେ ସଂଶୋଧନ ମାଧ୍ୟମରେ ସରକାର ଏକ ସମୀକ୍ଷା ସମିତି ମାଧ୍ୟମରେ ସର୍ବୋଚ୍ଚ ନ୍ୟାୟାଳୟର ନାମାଙ୍କିତ ବ୍ୟକ୍ତିଙ୍କ ମଧ୍ୟରେ ସୁଧାର କରି ଓ ସଂସଦକୁ ସର୍ବୋଚ୍ଚ ନ୍ୟାୟାଳୟର ରାୟକୁ ଅସ୍ୱିକାର କରିବାର ଅଧିକାର ଦେବାର ପ୍ରସ୍ତାବ ଦେଉଥିଲେ ।
ଇସ୍ରାଏଲର ସର୍ବୋଚ୍ଚ ନ୍ୟାୟଳୟର ଅଧ୍ୟକ୍ଷ ଏସ୍ତେର ହୟାତ ଏହାକୁ ବିରୋଧ କରିଛନ୍ତି । ସେ କହିଛନ୍ତି, ଏହି ପ୍ରସ୍ତାବିତ ସଂଶୋଧନ, ଆଇନ ପ୍ରଣାଳୀ ଉପରେ ଏକ ଅନିୟନ୍ତ୍ରିତ ଆକ୍ରମଣ । ଏହାଦ୍ୱାରା ଜଣାପଡୁଛି କି ସରକାର ଆଇନ ପ୍ରଣାଳୀର ସ୍ୱତନ୍ତ୍ରତା ଉପରେ ପ୍ରହାର କରିବାର ଇଚ୍ଛା ରଖିଛନ୍ତି ।
ପ୍ରଦର୍ଶନକାରୀଙ୍କ କହିବା କଥା ହେଲା ଏମାନେ ଇସ୍ରାଏଲର ଭବିଷ୍ୟତକୁ ନେଇ ଚିନ୍ତିତ । ଏହସହ ସେମାନେ ନେତନ୍ୟାହୁଙ୍କୁ ଏହି ବାର୍ତ୍ତା ଦେବାକୁ ଆସିଛନ୍ତି, ଯେ ଜନତା ଏକଥାକୁ ବରଦାସ୍ତ କରିବେ ନାହିଁ କି ସେ ଦେଶର ଲୋକତନ୍ତ୍ରକୁ ପୁନନିର୍ମାଣ ରୂପରେ କ’ଣ ମାନୁଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ମଞ୍ଚରେ ଏକାଠି ହେଲେ ବର୍ତ୍ତମାନ-ପୂର୍ବତନ ରାଷ୍ଟ୍ରପତି, ବାଇଡେନଙ୍କୁ ସମର୍ଥନ କଲେ ଓବାମା-କ୍ଲିଣ୍ଟନ

ଓ୍ବାଶଇଂଟନ,୨୯।୩: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ଏବଂ ବିଲ କ୍ଲିଣ୍ଟନଙ୍କୁ ଏକାଠି ଗୋଟିଏ ମଞ୍ଚରେ ଏକ ଧନ ସଂଗ୍ରହ କାର୍ଯ୍ୟକ୍ରମରେ...

ଆମ ପିଲା ବହୁତ ଆଡ୍‌ଭାନ୍ସ: ଜନ୍ମ ହେବା ମାତ୍ରେ କୁହନ୍ତି AI

ନୂଆଦିଲ୍ଲୀ,୨୯ା୩: ଲୋକ ସଭା ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମାଇକ୍ରୋସଫ୍ଟ ସହ ପ୍ରତିଷ୍ଠାତା ବିଲ୍‌ ଗେଟ୍ସ ଅନେକ ପ୍ରସଙ୍ଗରେ ଆଲୋଚନା କରିଥିଲେ। ଏହା...

ମୋଦି-ବିଲ୍‌ ଗେଟ୍ସ ଆଲୋଚନା: ସବୁ ଗାଁରେ ପହଞ୍ଚିବ ଡିଜିଟାଲ୍‌ ସେବା

ନୂଆଦିଲ୍ଲୀ,୨୯ା୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମାଇକ୍ରୋସଫ୍ଟ ସହ ପ୍ରତିଷ୍ଠାତା ବିଲ୍‌ ଗେଟ୍ସଙ୍କ ମଧ୍ୟରେ ଏକ ବଡ଼ ଆଲୋଚନା ହୋଇଛି। ପ୍ରଧାନମନ୍ତ୍ରୀ ବିଲ୍‌ ଗେଟ୍ସଙ୍କୁ କହିଛନ୍ତି,...

ବ୍ରିଜ୍‌ ଉପରୁ ତଳକୁ ଖସିଲା ବସ୍‌: ଚାଲିଗଲା ୪୫ ଜୀବନ

କେପଟାଉନ୍‌,୨୯।୩: ଦକ୍ଷିଣ ଆଫ୍ରିକାର ଏକ ବସ ବ୍ରିଜ୍‌ ଉପରୁ ତଳକୁ ଖସିପଡିଛି। ଅତି କମରେ ୪୫ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଜଣେ ଆଠ ବର୍ଷର...

ଏହି କଥା ନେଇ ଭାବପ୍ରବଣ ହୋଇଗଲେ ବ୍ରିଟେନ ପ୍ରଧାନମନ୍ତ୍ରୀ: କହିଲେ, ମୋ ୨ ଝିଅ…

ଲଣ୍ଡନ,୨୯।୩: ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ ଭାବପ୍ରବଣ ହୋଇପଡିଛନ୍ତି। ସୁନକ କହିଛନ୍ତି ଯେ, ମୋର ଦୁଇ ଝିଅ ଅଛନ୍ତି, କୃଷ୍ଣା (୧୨) ଏବଂ ଅନୁଷ୍କା (୧୧)...

ସମ୍ପୂର୍ଣ୍ଣ ସେନା ପ୍ରତ୍ୟାହାର ଲାଗି ଭାରତ-ଚାଇନା ମଧ୍ୟରେ ଜୋର୍‌ଦାର ଆଲୋଚନା

ନୂଆଦିଲ୍ଲୀ,୨୮।୩: ପୂର୍ବ ଲଦାଖରେ ଦୀର୍ଘଦିନର ସୀମା ବିବାଦ ପରେ ଭାରତ ଏବଂ ଚାଇନାର ଶୀର୍ଷ କୂଟନୀତିଜ୍ଞମାନଙ୍କ ମଧ୍ୟରେ ସାନି ଆଲୋଚନା ଆରମ୍ଭ ହୋଇଛି। ପ୍ରକୃତ ନିୟନ୍ତ୍ରଣ...

କେଜ୍‌ରିଓ୍ବାଲଙ୍କ ଗିରଫଦାରୀକୁ ନେଇ ଆମେରିକା ଦେଇଥିବା ମନ୍ତବ୍ୟ ଉପରେ କଡ଼ା ଜବାବ ଦେଲା ଭାରତ

ନୂଆଦିଲ୍ଲୀ,୨୮।୩ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ଗିରଫଦାରୀ ଏବଂ କଂଗ୍ରେସର ବ୍ୟାଙ୍କ ଆକାଉଣ୍ଟକୁ ଅଚଳ କରାଯିବା ଘଟଣା ଉପରେ ଆମେରିକାର ମନ୍ତବ୍ୟ ଅବାଞ୍ଛିତ ବୋଲି...

ଭାରତର ଆପତ୍ତି ସତ୍ତ୍ୱେ ସୁଧୁରୁନି ଆମେରିକା, ପୁଣି କେଜ୍‌ରିଓ୍ବାଲଙ୍କ ଗିରଫକୁ ନେଇ ଏମିତି କହିଲା

ଓ୍ବାଶିଂଟନ୍‌,୨୮।୩: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲଙ୍କ ଗିରଫଦାରୀ ଉପରେ ଆମେରିକା ପୁଣି ଥରେ ମନ୍ତବ୍ୟ ଦେଇଛି। ଭାରତ ବିରୋଧ ପ୍ରଦର୍ଶନ ସତ୍ତ୍ୱେ ଆମେରିକା ଏଥିରୁ ନିବୃତ୍ତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri